ଅଗଷ୍ଟସ

ଉଇକିପିଡ଼ିଆ ରୁ

ରୋମାନ ସମ୍ରାଟ ଅଗଷ୍ଟସ ଖ୍ରୀଷ୍ଟ ପୂର୍ବ ୬୩ରେ କେନ୍ଦ୍ରୀୟ ଇଟାଲୀ ଅନ୍ତର୍ଗତ ଲାଟିଅମରେ ଜନ୍ମଗ୍ରହଣ କରିଥିଲେ ୤ ତାଙ୍କର ପୁରା ନାମ ଥିଲା ଗାୟସ ଅକ୍ଟାଭିଅସ ଥ୍ରୁନିଅସ ୤ ତାଙ୍କ ପିତା ଗାୟସ ଅକ୍ଟାଭିଅସ ଜୁଲିଅସ ସିଜରଙ୍କ ସମ୍ପର୍କୀୟ ଥିଲେ ୤ ମାସିଡୋନିଆ ଏବଂ ଆତିଆର ସେ ଥିଲେ ଶାସକ ୤ ଥ୍ରୁନିଅସ ମାତ୍ର ୪ବର୍ଷ ବୟସରେ ନିଜର ପିତାଙ୍କୁ ହରାଇବା ପରେ ଜୁଲିଅସ ସିଜର ତାଙ୍କୁ ପୋଷ୍ୟ କରିବା ସହ ନିଜର ଉତ୍ତରାଧିକାରୀ ଘୋଷିତ କରିଥିଲେ ୤ ସିଜରଙ୍କ ମୃତ୍ୟୁ ପରେ ସେ ରୋମର ସମ୍ରାଟ ହୋଇଥିଲେ ଏବଂ ସିନେଟର ଅନୁମୋଦନ କ୍ରମେ ଅଗଷ୍ଟସ ନାମ ଗ୍ରହଣ କରିବା ସହ ସେହି ନାମରେ ସର୍ବତ୍ର ପରିଚିତ ହୋଇଥିଲେ ୤ ଅଗଷ୍ଟସ ଜଣେ ସୁଶାସକ ଓ ପ୍ରବୀଣ ଯୋଦ୍ଧା ଥିଲେ ୤ କେବଳ ଭୋକ ହେଲେ ଖାଉଥିବା ଅଗଷ୍ଟସଙ୍କ ଖାଦ୍ୟ ଅତି ସାଧାରଣ ମୋଟା ରୁଟି, ଛେନା ଓ ସବୁଜ ଫିଗ କୋଳି ଥିଲା ୤ ସେ ମାଛ ଧରିବାକୁ ଭଲ ପାଉଥିଲେ ୤ ସେ କାଳରେ ପ୍ରଚଳିତ ଗ୍ଳାଡ଼ିଏଟର ଲଢ଼େଇ ଓ ଅନ୍ୟ ପାଶବିକ ମନୋରଞ୍ଜନ ତାଙ୍କର ପସନ୍ଦ ନ ଥିଲା ୤ ସେ ସିଜରଙ୍କ ପ୍ରମୁଖ ହତ୍ୟାକାରୀ ବ୍ରୁଟସଙ୍କ କଟା-ମୁଣ୍ଡକୁ ରୋମ ପଠାଇଥିବା ଇତିହାସରୁ ଜଣାପଡ଼େ ୤ ପୁଣି ତାଙ୍କ ନିର୍ଦ୍ଦେଶରେ ସିଜର ଓ କ୍ଳିଓପାଟ୍ରାଙ୍କ ନାବାଳକ ପୁତ୍ର ସିଜରିଆନ ଓ ୩୦୦ ସଂଭ୍ରାନ୍ତଙ୍କୁ ହତ୍ୟା କରାଯାଇଥିଲା ୤ ଏଥିରୁ ସେ ନୃଶଂସ ଥିବା ପ୍ରତିୟମାନ ହୁଏ ୤ ସେ ଅତିମାତ୍ରାରେ ଅନ୍ଧବିଶ୍ଵାସୀ ଥିଲେ ହେଁ ଏକଦା ଭବିଷ୍ୟତବାଣୀ ସମ୍ପର୍କିତ ୨୦୦୦ ପୁସ୍ତକ ପୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ୤ ବିଜୁଳିକୁ ଡରୁଥିବା ଅଗଷ୍ଟସ ଭୟ ଦୂରକରିବା ପାଇଁ ହାତରେ ସିଲ ଚମଡ଼ାର ତାବିଜଟିଏ ବାନ୍ଧିଥିଲେ ୤ ଜଣେ ପଠନପ୍ରିୟ ସୁଲେଖକ ଥିବା ଅଗଷ୍ଟସ ଆତ୍ମଜୀବନୀ ଓ କିଛି କବିତା ରଚନା କରିଥିଲେ ୤ ଭର୍ଜିଲ ଏବଂ ହୋରେସ ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିବା ବିଶ୍ଵାସ କରାଯାଏ ୤ ଭର୍ଜିଲଙ୍କ ମହାକାବ୍ୟ ଏନିଡ ର ବିଷୟବସ୍ତୁ ଅଗଷ୍ଟସଙ୍କର ପରିକଳ୍ପନା ଥିଲା ୤ ଭର୍ଜିଲ ନିଜ ଜୀବନକାଳରେ ଏନିଡର ରଚନା ସମାପ୍ତ କରିପାରିନଥିବାରୁ, ତାହାକୁ ପୋଡ଼ିଦେବା ପାଇଁ ଅଗଷ୍ଟସଙ୍କୁ ଅନୁରୋଧ କରିଥିଲେ ୤ ଅଗଷ୍ଟସ ଭର୍ଜିଲଙ୍କ କଥା ନ ରଖି, ଏନିଡ଼କୁ ଅନ୍ୟମାନଙ୍କ ଦ୍ଵାରା ଶେଷ କରାଇ ଛାପିଥିଲେ ୤

[ଏହାକୁ ବଦଳାନ୍ତୁ] ଆଧାର

[ଏହାକୁ ବଦଳାନ୍ତୁ] ବାହର ଆଧାର

ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା