ଅକ୍ଷାଂଶ

ଉଇକିପିଡ଼ିଆ‌ରୁ
ଅକ୍ଷାଂଶ ରେଖା (ପୂର୍ବରୁ ପଶ୍ଚିମ)

ନିରକ୍ଷବୃତ୍ତଠାରୁ ଉତ୍ତର ବା ଦକ୍ଷିଣ ଦିଗରେ କୌଣସି ସ୍ଥାନର ଦୁରତ୍ୱର କୌଣିକ ପରିମାଣକୁ ଅକ୍ଷାଂଶ କୁହାଯାଏ୤ ବିଷୁବରେଖାର ଏକ ସମାନ୍ତରରେ ଅବସ୍ଥିତ ସମସ୍ତ ଅକ୍ଷାଂଶ (latitude) ଏକ ୤ ଅକ୍ଷାଂଶ ଉତ୍ତର ଦିଗରେ ବା ଦକ୍ଷିଣ ଦିଗରେ ଶୁନ୍ୟ ଡିଗ୍ରୀଠାରୁ ୯୦ ଡିଗ୍ରୀ ପର୍ଯ୍ୟନ୍ତ ଗଣନା କରାଯାଏ ୤

ଅକ୍ଷାଂଶ (latitude of a place) ଏବଂ ଦ୍ରାଘିମା (longitude of a place)ଏହି ଦୁଇଗୋଟିକୁ ଗଣିତ ଶାସ୍ତ୍ରରେ ଭୁଜକୋଟି (Co-ordinates) କହନ୍ତି ୤ ଭୂଗୋଲକର କୌଣସି ସ୍ଥାନର ଅବସ୍ଥିତି ଜାଣିବା ସକାଶେ ଏହି ଦୁଈଟି ଦରକାର ୤ ଏହି ଦୁହିଁଙ୍କ ମଧ୍ୟରେ ସମ୍ବନ୍ଧ ଏହି ଯେ ଗୋଟିକର ବିନା ଅନ୍ୟଟିଦ୍ୱାରା ଉକ୍ତସ୍ଥାନର ଅବସ୍ଥିତି ସମ୍ବନ୍ଧେ କୌଣସି ନିର୍ଦ୍ଧିଷ୍ଟ ଧାରଣା ମନ ମଧ୍ୟରେ ହୋଇପାରେ ନାହିଁ ୤

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]