ଲୋନକାଷ୍ଟୁକ୍ସିମାବ ଟେସିରିନ

ଉଇକିପିଡ଼ିଆ‌ରୁ


ଲୋନକାଷ୍ଟୁକ୍ସିମାବ ଟେସିରିନ
Monoclonal antibody
TypeWhole antibody
SourceHumanized
TargetCD19
Clinical data
Pronunciation/ˌlɒnkæsˈtʌksɪmæb.ˈtɛsɪrn/
LON-KAS-TUK-SI-mab TE-SI-reen
Trade namesZynlonta
SynonymsADCT-402, loncastuximab tesirine-lpyl
AHFS/Drugs.commonograph
data
Routes of
administration
Intravenous
Legal status
Legal status
Chemical and physical data
FormulaC6544H10048N1718O2064S52
Molar mass୧,୪୭,୪୮୧.୪୫ g·mol−1

ଲୋନକାଷ୍ଟୁକ୍ସିମାବ ଟେସିରିନ (ଇଂରାଜୀ ଭାଷାରେ Loncastuximab tesirine), ଜିନଲୋଣ୍ଟା ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ବି-ଜିବକୋଷ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ପ୍ଲାଟେଲେଟ୍, ଯକୃତ ପ୍ରଦାହ, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ସ୍ୱଳ୍ପ ଲାଲ ରକ୍ତ କଣିକା, ଉଚ୍ଚ ରକ୍ତ ଶର୍କରା, ରାସ, ଫୁଲା ଏବଂ ଅଇ ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଆଣ୍ଟିବଡି-ଔଷଧ ସଂଯୁକ୍ତ ଯାହା ଏକ ଆଲକୋଲେଟିଂ ଏଜେଣ୍ଟ ସହିତ ସଂଲଗ୍ନ ପ୍ରୋଟିନ୍ ସିଡି୧୯କୁ ଲକ୍ଷ କରି ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଗଠିତ ହୋଇଛି ।[୧]

୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଲୋନକାଷ୍ଟୁକ୍ସିମାବ ଟେସିରିନ ଟେସିରିନ୍ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ଏହା ବ୍ରିଟେନ କିମ୍ବା ୟୁରୋପରେ ଏପର୍ଯ୍ୟନ୍ତ ଅନୁମୋଦିତ ହୋଇନାହିଁ ।[୨] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ୧୦ ମିଗ୍ରା ଭାଏଲର ମୂଲ୍ୟ ପ୍ରାୟ ୨୫,୬୦୦ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Zynlonta- loncastuximab tesirine injection, powder, lyophilized, for solution". DailyMed. Archived from the original on 2 June 2021. Retrieved 1 June 2021.
  2. "Loncastuximab tesirine". SPS - Specialist Pharmacy Service. 1 January 2021. Archived from the original on 27 November 2021. Retrieved 30 October 2022.
  3. "Zynlonta Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 30 October 2022.