ରୋହିଣୀ ବାନାର୍ଜୀ

ଉଇକିପିଡ଼ିଆ‌ରୁ
ରୋହିଣୀ ବାନାର୍ଜୀ
ଜନ୍ମ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
ଉଚ୍ଚତା5 ft 3 in (1.60 m)
ବୈବାହିକ-ସାଥୀବ୍ରଜେଶ ହିର୍‌ଜୀ (ବିବାହ: ୨୦୧୫)

ରୋହିଣୀ ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସୋନି ଟିଭିରେ ପ୍ରସାରିତ ଧାରାବାହିକ ଶାଶ୍ ବିନା ଶଶୁରାଲ୍‌ରେ ମାଳତୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ରୋହିନୀ ପଶ୍ଚିମ ବଙ୍ଗ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଏମ୍‌ବିଏ କଲାବେଳେ ଜଣେ ମଡେଲ୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଅଭିନୟ ଜୀବନ[ସମ୍ପାଦନା]

ଜଣେ ମଡେଲ୍ ଭାବରେ କିଛି ର‍୍ୟାମ୍ପ ଶୋ'ରେ ଚାଲିବା ସହିତ ଲୋକପ୍ରିୟତା ପାଇବା ପରେ, ବାପି ଲହରୀଙ୍କ ଏକ ମ୍ୟୁଜିକ୍ ଭିଡିଓରେ କାମ କରିଥିଲେ । ସେ କଲିକତାରେ ଥମ୍‌ସ୍ ଅପ୍ ପାଇଁ ବିଜ୍ଞାପନ କରିଥିଲେ । ଏହାପରେ, ସେ ରିସ୍ତେ, ଜୋର୍ କା ଝଟ୍‌କା ଭଳି ଧାରାବାହିକରେ ଅଭିନୟ କରିବା ସହିତ କୋଲ୍‌ଗେଟ୍ ଟପ୍୧୦ର ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ । ଶାଶ୍ ବିନା ଶଶୁରାଲ୍‌ରେ ତାଙ୍କ ଅଭିନୀତ ଚରିତ୍ର ମାଳତୀ ପାଇଁ ଲୋକପ୍ରିୟତା ପାଇବା ସହିତ ଘରେ ଘରେ ପରିଚିତ ପାଇଥିଲେ । ଛନ୍‌ଛନାନ୍ ଧାରାବାହିକରେ ମଧ୍ୟ ସେ କାମ କରିଥିଲେ ।

ସେ କ୍ଷୁଦ୍ର ଚଳଚ୍ଚିତ୍ର ଦି ମୁମ୍ବାଇ ଟ୍ରିଲୋଜିରେ କାମ କରିଥିଲେ । ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ତିନୋଟି ଛୋଟ କାହାଣୀକୁ ନେଇ ନିର୍ମିତ ହୋଇଥିଲା, ଯେଉଁଥିରେ ସେ "ଦି ଅପର୍‌ଚୁନିଷ୍ଟ୍"ରେ କାମ କରିଥିଲେ ।

ଅଭିନୀତ ଧରାବାହିକ[ସମ୍ପାଦନା]

  • ରିସ୍ତେ
  • ଜୋର୍ କା ଝଟ୍‌କା
  • କୋଲ୍‌ଗେଟ୍ ଟପ୍୧୦
  • ଶାଶ୍ ବିନା ଶଶୁରାଲ୍‌
  • ଛନ୍‌ଛନାନ୍
  • ବିଷକନ୍ୟା...ଏକ୍ ଅନୋଖି ପ୍ରେମ୍ କାହାନୀ

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବ୍ରଜେଶ ହିର୍‌ଜୀଙ୍କ ସହିତ ରୋହିଣୀଙ୍କ ୨୦୧୧ ମସିହାରୁ ସମ୍ପର୍କ ଥିଲା, ସେମାନେ ୨୦୧୫ ମସିହାରେ ପାରମ୍ପାରିକ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ୍[ସମ୍ପାଦନା]