Jump to content

ମାଷ୍ଟଏଡାଇଟିସ

ଉଇକିପିଡ଼ିଆ‌ରୁ
Mastoiditis
Side view of head, showing surface relations of bones. (Mastoid process labeled near center.)
ବିଭାଗENT surgery
ଲକ୍ଷଣRedness, swelling, and tenderness behind the ear, fever, ear pain[୧]
ଆକ୍ରାନ୍ତ ସମୟAge less than 2[୧]
କାରଣComplication of a middle ear infection[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୧]
ସଠିକ ରୋଗ ନିର୍ଣ୍ଣୟCellulitis, otitis externa, lymphadenopathy, tumors[୧]
ପ୍ରତିକାରPneumococcal vaccine[୧]
ଚିକିତ୍ସାAntibiotics, surgery, steroids[୧]
ପୁନଃପୌନିକUncommon[୨]

ମାଷ୍ଟଏଡାଇଟିସ (ଇଂରାଜୀ ଭାଷାରେ Mastoiditis) ରୋଗ କାନ ପଛରେ ଥିବା ଖପୁରୀ ମଧ୍ୟସ୍ଥ ବାୟୁ କୋଷମାନଙ୍କର ସଂକ୍ରମଣ ଯୋଗୁ ହୁଏ ।[୧] ଏହି ରୋଗର ଲକ୍ଷଣରେ ଜ୍ୱର ଓ କାନ ଯନ୍ତ୍ରଣା ସହିତ କାନ ପଛରେ ଲାଲ ରଙ୍ଗ, ଫୁଲା ଓ ଦରଜ ହୋଇଯାଏ ।[୧] [୨] ରୋଗ ଜଟିଳ ହେଲେ ମେନିଞ୍ଜାଇଟିସ୍, ଇଣ୍ଟ୍ରାକ୍ରାନିଆଲ ଆବସେସ ଓ ଭେନସ ସାଇନସ ଥ୍ରୋମ୍ବୋସିସ ହୋଇପାରେ । [୧]

ମାଷ୍ଟଏଡାଇଟିସ ସାଧାରଣତଃ ମଧ୍ୟକର୍ଣ୍ଣ ସଂକ୍ରମଣ ଜଟିଳ ହେଲେ ଦେଖାଯାଏ | [୧] ସଠିକ୍ ଇମ୍ମ୍ୟୁନିଟି ନଥିଲେ ଏହି ରୋଗ ସଙ୍କଟ ରହିପାରେ ।[୧] ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ସାଧାରଣତଃ ଏହି ରୋଗ ନିର୍ଣ୍ଣୟ କରାଯାଏ । [୧] କାନ‌ଗିରି ପରୀକ୍ଷା କଲେ ପୂଜ ଲାଗିଥିବା ଦେଖାଯାଇପାରେ ।[୧] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ମେଡିକାଲ ଇମେଜିଙ୍ଗ କରାଯାଏ । [୧]

ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଯେପରିକି ସେଫଟ୍ରାଇଆକ୍ସୋନ୍ କିମ୍ବା ଭାଙ୍କୋମାଇସିନ୍ ଦେଇ ସାଧାରଣତଃ ଚିକିତ୍ସା କରାଯାଏ | [୧] ଅନ୍ୟାନ୍ୟ ଉପାୟରେ କାନ‌ଗିରିକୁ କାଟିବା, ଟିମ୍ପାନୋଷ୍ଟୋମି ନଳୀ ବା ମାଷ୍ଟଏଡେକ୍ଟୋମି କରିବା ଆବଶ୍ୟକ ହୋଇପାରେ ।[୧] ବ୍ୟବହୃତ ହେଉଥିବା ଅନ୍ୟ ଔଷଧଗୁଡ଼ିକ ମଧ୍ୟରେ ସ୍ଟିରଏଡ ଅନ୍ୟତମ ହୋଇପାରେ । [୧]

ମାଷ୍ଟଏଡାଇଟିସ ଏକ ବିରଳ ରୋଗ ଯାହା ପ୍ରତିବର୍ଷ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୨.୭ ଜଣକୁ ହୁଏ ।[୨] ଦୁଇ ବର୍ଷ ବୟସରୁ କମ୍ ପିଲାମାନେ ବୟସ୍କମାନଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି | [୧] ଆଣ୍ଟିବାୟୋଟିକ ଓ ନିମୋକୋକାଲ ଟିକା ଉପଲବ୍ଧ ହେବା ପୂର୍ବରୁ ଏହି ରୋଗ ଅଧିକ ଦେଖାଯାଉଥିଲା। [୧]

ଆଧର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ Sahi, D; Nguyen, H; Callender, KD (January 2020). "Mastoiditis". PMID 32809712. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ Kynion, R (May 2018). "Mastoiditis". Pediatrics in review. 39 (5): 267–269. doi:10.1542/pir.2017-0128. PMID 29716974.