ପାପିୟା ଅଧିକାରୀ

ଉଇକିପିଡ଼ିଆ‌ରୁ
ପାପିୟା ଅଧିକାରୀ ଅଧିକାରୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୫-ଏବେଯାଏଁ
ରାଜନୈତିକ ଦଳଭାରତୀୟ ଜନତା ପାର୍ଟି

ପାପିୟା ଅଧିକାରୀ ଅଧିକାରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗାଳି କଥାଚିତ୍ର ଓ ଯାତ୍ରାରେ କାମ କରନ୍ତି । ୧୭ ଫେବୃଆରୀ ୨୦୨୧ରେ, ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିଥିଲେ । ସେ ଓଡ଼ିଆ ଭାଷାର କଥାଚିତ୍ରରେ ମଧ୍ୟ କାମ କରିଛନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଅଧିକାରୀ ପଶ୍ଚିମ ବଙ୍ଗକଲିକତାଠାରେ ଜନ୍ମଗ୍ରହଣ କରିଥିଲେ ।[୧]

ଅଭିନୟ ଜୀବନ[ସମ୍ପାଦନା]

୧୯୮୫ ମସିହାରେ, ସେ ସୋନାର ସଂସାର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ରତିଶ ଦେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି କଥାଚିତ୍ରଟିରେ ପ୍ରସନ୍ନ‌ଜିତ ଚାଟାର୍ଜୀ, ସୁମିତ୍ରା ମୁଖାର୍ଜୀ, କାଳୀ ବାନାର୍ଜୀ ଆଦି କାମ କରିଥିଲେ । ଶାଶନେ କାନ୍ଦଚୀ ଲକ୍କି କଥାଚିତ୍ରରରେ ତାଙ୍କୁ ବଡ଼ ସଫଳତା ମିଳିଥିଲା । ଏହି କଥାଚିତ୍ରରେ ଅଭିନୟ ପାଇଁ ତାଙ୍କୁ ପଶ୍ଚିମ ବଙ୍ଗ ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।

ସେ ବଙ୍ଗଳା କଥାଚିତ୍ରରେ ନାୟିକା ଭାବରେ କାମ କରିବା ସହିତ ବିଭିନ୍ନ ପ୍ରକାରର ଚରିତ୍ର ଅଭିନେତା ଭାବରେ ସେ କାମ କରିଛନ୍ତି । ସେ ଗଛକୌଟୋ, ଚୋଖେର ତାରା ତୁଇ, ଗ୍ୟାଙ୍ଗଷ୍ଟାର୍ ଗଙ୍ଗା ଭଳି ବଙ୍ଗଳା ଦୂରଦର୍ଶନ ଧାରାବାହିକରେ ମଧ୍ୟ କାମ କରିଛନ୍ତି ।[୨][୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ମନ୍ତବ୍ୟ
୧୯୮୫ ସୋନାର ସଂସାର
ପ୍ରତିଜ୍ଞା
୧୯୮୭ ସ୍ୱର୍ଣ୍ଣମୟୀର ଠିକଣା
ମୌନା ମୁଖାର
ଆଗମନ
ପ୍ରତୀକ
ପଥେ ଯାତେ ଯାତେ
ନିଶି ବଧୂ
ଅଭିସାର
ପ୍ରତିଶୋଧ
ପତି ପରମ ଗୁରୁ
ରାଜାର ମେୟେ ପାରୁଲ
ସମ୍ପ୍ରଦାନ
ମାୟେର ଆଦର
ଶଙ୍କା
ହଁସି ଖୁସି କ୍ଲବ୍
ରୋଜ୍ କ୍ରେଜି ରୋଜ୍
ପ୍ରୋବହିନୀ
କିନ୍ତୁ ଗଲ୍ପୋ ନୋଏ
ବବଲି
ମୋନେର ମଝେ ତୁମି
ସୋତୋରୋଇ ସେପ୍ଟେମ୍ବର
ଆମି ଯାଜାବର
୧୯୮୯ ବିଧିର ବିଧାନ ବଙ୍ଗଳା/ଓଡ଼ିଆ
ସଂସାର
୧୯୮୭ ମିଛ ମାୟା ସଂସାର ଓଡ଼ିଆ କଥାଚିତ୍ର

ଅଧାର[ସମ୍ପାଦନା]

  1. "Papiya Adhikari". photogallery.navbharattimes.indiatimes.com. Retrieved 1 September 2019.
  2. "Papiya Adhikari joins the cast of Gangster Ganga - Times of India". The Times of India (in ଇଂରାଜୀ). 30 May 2019. Retrieved 1 September 2019.
  3. Bangaliana, Sholoana. "Colors Bangla New Serial Gachkouto | Sholoanabangaliana Portal" (in ଆମେରିକୀୟ ଇଂରାଜୀ). Archived from the original on 1 September 2019. Retrieved 1 September 2019.

ବାହାର ଲିଙ୍କ୍[ସମ୍ପାଦନା]