ନୀରଦପ୍ରଭା ପଟ୍ଟନାୟକ
ନୀରଦପ୍ରଭା ପଟ୍ଟନାୟକ | |
---|---|
ଜନ୍ମ | ନୀରଦପ୍ରଭା ପଟ୍ଟନାୟକ ୬ ଫେବୃଆରୀ ୧୯୨୬ |
ମୃତ୍ୟୁ | ୨୩ ସେପ୍ଟେମ୍ବର ୨୦୧୬ | (ବୟସ ୯୦)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ |
ବୈବାହିକ-ସାଥୀ | ଅନନ୍ତ ପଟ୍ଟନାୟକ |
ସନ୍ତାନ | ଅମରେଶ ପଟ୍ଟନାୟକ |
ପିତାମାତା | ଦିବ୍ୟସିଂହ ପଟ୍ଟନାୟକ |
ନୀରଦପ୍ରଭା ପଟ୍ଟନାୟକ(୬ ଫେବୃଆରୀ ୧୯୨୬ - ୨୩ ସେପ୍ଟେମ୍ବର ୨୦୧୬) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ ଓ ଶିକ୍ଷାବିତ ଥିଲେ । ୮୦ବର୍ଷର କର୍ମମୟ ସାମାଜିକ ଜୀବନୀ ମଧ୍ୟରେ ନୀରଦପ୍ରଭା, ଜଣେ ଗାଳ୍ପିକ ଓ ସମ୍ପାଦକ ଭାବରେ ଓଡ଼ିଆ ସାହିତ୍ୟରେ ନିଜର ଅବଦାନ ରଖିଛନ୍ତି ।[୧] ସେ ଉତ୍କଳ ମହିଳା ସମିତିର ପ୍ରାକ୍ତନ ଅଧ୍ୟକ୍ଷ ମଧ୍ୟ ଥିଲେ ।
ସାହିତ୍ୟ କୃତି[ସମ୍ପାଦନା]
- ଆଲୋଡ଼ନ
- ମନ ନିର୍ଝର
- ସାଆନ୍ତାଣୀ
- ଭିତର ଅଗଣା
ପାରିବାରିକ ଜୀବନ[ସମ୍ପାଦନା]
ନୀରଦପ୍ରଭା, ସାହିତ୍ୟିକ ଦିବ୍ୟସିଂହ ପଟ୍ଟନାୟକଙ୍କ କନ୍ୟା ଓ ଗବେଷକ ସୁରସିଂହ ପଟ୍ଟନାୟକଙ୍କ ଭଉଣୀ ଥିଲେ । ସେ ବିପ୍ଳବୀ କବି ଅନନ୍ତ ପଟ୍ଟନାୟକଙ୍କ ଧର୍ମପତ୍ନୀ ଓ କବି ଅମରେଶ ପଟ୍ଟନାୟକ ତାଙ୍କ ପୁତ୍ର ଅଟନ୍ତି ।[୨]
ଆଧାର[ସମ୍ପାଦନା]
- ↑ Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
- ↑ "ନୀରଦପ୍ରଭା ଶ୍ରଦ୍ଧାଞ୍ଜଳି". ସଞ୍ଚାର ୦୨/୧୦/୨୦୧୬ ପୃଷ୍ଠା ୮-୯. Retrieved 3 October 2016.