ସୁନୀଲ କୁମାର ପୃଷ୍ଟି

ଉଇକିପିଡ଼ିଆ‌ରୁ
ସୁନୀଲ କୁମାର ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ(1963-05-13)ମଇ ୧୩, ୧୯୬୩
ବରଗଡ଼
ମୃତ୍ୟୁ୨୨ ମଇ ୨୦୨୪(2024-05-22) (ବୟସ ୬୧)
ଭୁବନେଶ୍ୱର
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦେହ ଦେଉଳ
ତନୁଲତାର କବିତା
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮)
ଜୀବନସାଥୀଗୀତା ଦିକ୍ଷୀତ
ସନ୍ତାନସୃଜନ ସାରସ୍ୱତ (ପୁଅ)

ସୁନୀଲ କୁମାର ପୃଷ୍ଟି (୧୩ ମଇ ୧୯୬୩ - ୨୨ ମଇ ୨୦୨୪), ଜଣେ ଓଡ଼ିଆ କବି ଓ ସମ୍ପାଦକ ଥିଲେ ।[୧] ତାଙ୍କ କେତେକ ଉଲ୍ଲେଖନୀୟ ରଚନା ମଧ୍ୟରେ କବିତା ସଙ୍କଳନ ଚିହ୍ନା ଚିହ୍ନା ନିର୍ଜନତା (୧୯୮୮), ପୁଅ ପାଇଁ ପ୍ରାଥନା (୨୦୦୧), କବିତା ସଂକଳନ ତନୁଲତାର କବିତା (୨୦୦୮), ଅସଫଳତା କବିତା (୨୦୦୮), ନୀରବତାର ନାଁ ନାହିଁ (୨୦୨୦‌), ମନୋଜ୍ଞ ମନୋଜ ଗଳ୍ପମାଳା (୨୦୧୩) ଏବଂ ଦେହ ଦେଉଳ ଆଦି ଅନ୍ୟତମ । ତନୁଲତାର କବିତା ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ସେ ଓଡ଼ିଆ ପତ୍ରିକା ସଚିତ୍ର ବିଜୟା (୧୯୯୬ ଅକ୍ଟୋବରରୁ ୨୦୦୯), ସାହିତ୍ୟ ପୃଥିବୀ (୨୦୧୦ରୁ ୨୦୧୨) ଓ ଶିଶିର (୨୦୧୩ରୁ ୨୦୧୭) ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ସୁନୀଲ କୁମାର ୧୯୬୩ ମଇ ମାସ ୧୩ ତାରିଖରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ଓ ଆଧୁନିକ ବରଗଡ଼ ଜିଲ୍ଲାର ବରଗଡ଼ ସହରରେ ଜନ୍ମଗ୍ରହଣ କରିଥିଲେ । ରାୟଗଡ଼ାରେ ଉଚ୍ଚ ଶିକ୍ଷା ସମାପ୍ତ କରିବା ପରେ ସେ ଜେକେ ପେପରମିଲ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।[୩] ପରେ ସେ ଚାକିରୀ ଛାଡ଼ି ସଂପୂର୍ଣ୍ଣ ଭାବରେ ସାହିତ୍ୟ ରଚନା ଓ ସମ୍ପାଦନା ଆରମ୍ଭ କରିଥିଲେ । ସେ ଅଧ୍ୟାପିକା ଗୀତା ଦିକ୍ଷୀତଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ସୃଜନ ସାରସ୍ୱତ ନାମରେ ଜଣେ ପୁତ୍ର ସନ୍ତାନ ଅଛନ୍ତି ।[୪]

ରଚନାବଳୀ[ସମ୍ପାଦନା]

  • ଦେହ ଦେଉଳ
  • ଚିହ୍ନା ଚିହ୍ନା ନିର୍ଜନତା (୧୯୮୮)[୫]
  • ପୁଅ ପାଇଁ ପ୍ରାଥନା (୨୦୦୧)
  • ଅସଫଳତା କବିତା (୨୦୦୮)
  • ତନୁଲତାର କବିତା (୨୦୦୮)
  • ମନୋଜ୍ଞ ମନୋଜ ଗଳ୍ପମାଳା (୨୦୧୩; ବିଜୟାନନ୍ଦ ସିଂହ ଏବଂ ସୁନୀଲ କୁମାର ପୃଷ୍ଟିଙ୍କଦ୍ୱାରା ସହ-ସମ୍ପାଦିତ)[୬]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

୨୦୨୪ ମଇ ୨୨ ତାରିଖରେ ହୃଦ୍‌ଘାତ ଯୋଗୁ ତାଙ୍କର ୬୨ ବର୍ଷ ବୟସରେ ଭୁବନେଶ୍ୱରରେ ଦେହାନ୍ତ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. Orissa reference: glimpses of Orissa. TechnoCAD Systems. 2001.
  2. "Odisha Sahitya Akademi". odishasahityaakademi.org. Retrieved 2019-02-21.
  3. "ପରଲୋକରେ କବି ସୁନୀଲ କୁମାର ପୃଷ୍ଟି". www,sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 23 May 2024. Retrieved 23 May 2024.
  4. ୪.୦ ୪.୧ Ray, Abhishek (2024-05-22). "ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କ ପରଲୋକ". OdishaLIVE. Retrieved 2024-05-22.
  5. Indian Literature, Volume 36. pp. ୧୦୧୪.
  6. "National Library Online Cataoge". opac.nationallibrary.gov.in. National Library. Retrieved 4 March 2019. {{cite web}}: Cite has empty unknown parameter: |dead-url= (help)
  7. Indian Literature. Sahitya Akademi. July 2005.