ପ୍ରାଚୀ ବଂଶଲ

ଉଇକିପିଡ଼ିଆ‌ରୁ
ପ୍ରାଚୀ ବଂଶଲ
୨୦୨୩ ମସିହାରେ ବଂଶଲ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭ – ଏବେଯାଏଁ
ପ୍ରସିଦ୍ଧିଥପ୍‌କି ପ୍ୟାର୍ କି ୨
ଶ୍ରୀମଦ ରାମାୟଣ

ପ୍ରାଚୀ ବଂଶଲ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ହିନ୍ଦୀ ଧାରାବାହିକ ଥପ୍‌କି ପ୍ୟାର୍ କି ୨ରେ ବାଣୀ ଅଗ୍ରୱାଲ ସିଂହାନିଆ ଏବଂ ଶ୍ରୀମଦ ରାମାୟଣ ଧାରାବାହିକରେ ସୀତାଲକ୍ଷ୍ମୀ ଭୂମିକାରେ ଅଭିନୟ ପାଇଁ ସେ ଜଣାଶୁଣା ।[୧]

ଅଭିନୟ ଜୀବନ[ସମ୍ପାଦନା]

୨୦୧୭ ମସିହାରେ, ବଂଶଲ ବକୁଲା ବୁଆ କା ଭୂତ୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ ।[୨] ସେହିବର୍ଷ, ସେ ହମେଁ ହକ୍ ଚାହିୟେ...ହକ୍ ସେ ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅଙ୍କିତ ଭରଦ୍ୱାଜଙ୍କ ସହିତ ଏକ ରିପୋର୍ଟ ଭୂମିକାରେ ଅଭିନୟ କରିଥିଲେ ।[୩]

୨୦୨୨ ମସିହାରେ, ସେ ଥପ୍‌କି ପ୍ୟାର୍ କି ୨ ଧାରାବାହିକରେ ମୁଖ୍ୟ ନାୟିକା ଭାବରେ କାମ କରିଥିଲେ, ଯେଉଁଥିରେ ସେ ଆକାଶ ଆହୁଜାଙ୍କ ବିପକ୍ଷରେ ବାଣୀ "ଥପ୍‌କି" ଅଗ୍ରୱାଲ ସିଂହାନିଆ ଭୂମିକାରେ ଅଭିନୟ କରିଥିଲେ ।[୪] ୨୦୨୩ ମସିହାରେ, ସେ ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବରେ ଗଙ୍ଗା ଭୂମିକାରେ ଅଭିନୟ କରିଥିଲେ ।[୫]

୨୦୨୪ ମସିହାର ଜାନୁଆରୀ ମାସରୁ ପ୍ରସାରିତ ହୋଇଥିବା ଧାରାବାହିକ ଶ୍ରୀମଦ ରାମାୟଣରେ ସୁଜୟ ରେଉଙ୍କ ବିପକ୍ଷରେ ସୀତା/ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି ଧାରାବାହିକ ପାଇଁ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା ।[୭][୮]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୭ ହମେଁ ହକ୍ ଚାହିୟେ...ହକ୍ ସେ ରିପୋର୍ଟର୍ [୩]
୨୦୨୪ ଦି ଲଷ୍ଟ ଗାର୍ଲ [୯]

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା ମନ୍ତବ୍ୟ ଆଧାର
୨୦୧୭ ବକୁଲା ବୁଆ କା ଭୂତ
୨୦୨୨ ଥପ୍‌କି ପ୍ୟାର୍ କି ୨ ବାଣୀ "ଥପ୍‌କି" ଅଗ୍ରୱାଲ ସିଂହାନିଆ
୨୦୨୩–୨୦୨୪ ଶିବ ଶକ୍ତି – ତପ ତ୍ୟାଗ ତାଣ୍ଡବ ଗଙ୍ଗା [୧୦]
୨୦୨୪–ଏବେଯାଏଁ ଶ୍ରୀମଦ ରାମାୟଣ ସୀତା/ଲକ୍ଷ୍ମୀ [୧୧]

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଗୀତ ଗାୟକ(ମାନେ) ଆଧାର
୨୦୨୨ ବାଙ୍କେ ବିହାରୀ ଦିବ୍ୟା କୁମାର
୨୦୨୩ ରାହି

ଆଧାର[ସମ୍ପାଦନା]

  1. "Prachi Bansal on portraying Sita in Shrimad Ramayan: I feel like I have manifested this role for myself". The Times of India. 2023-12-08. Retrieved 2024-01-20.
  2. "Bakula Bua Ka Bhoot review: The light-hearted comedy show is perfect to entertain you on weekends". India Today. 25 June 2017. Retrieved 29 August 2018.
  3. ୩.୦ ୩.୧ "Humein Haq Chahiye…Haq Se - Movie". Bollywood Hungama (in ଇଂରାଜୀ). 1 November 2017. Retrieved 20 December 2020.
  4. "Prachi Bansal on replacing Jigyasa Singh in Thapki Pyar Ki 2: I really don't understand if she left the show on her own, why am I being trolled?". The Times of India. 2022-03-23. Retrieved 28 February 2023.
  5. "Prachi Bansal to portray Goddess Ganga in 'Shiv Shakti'". Outlook India. 2023-08-29. Retrieved 25 September 2023.
  6. "Shrimad Ramayan Promo: Prachi Bansal introduced as Sita in the new Sony Entertainment Television show". Bollywood Hungama. 8 December 2023. Retrieved 16 December 2023.
  7. "Sujay Reu And Prachi Bansal To Play Ram And Sita In Siddharth Kumar Tewary's Shrimad Ramayan". Times of India. Retrieved 28 November 2023.
  8. "Shrimad Ramayan Review, Episodes 1 and 2: A cinematic visual spectacle on small screen". Pinkvilla (in ଇଂରାଜୀ). Retrieved 4 January 2024.
  9. "Photos: Actress Prachi Bansal, director Aditya Ranoliya and others were snapped at the trailer launch of The Lost Girl". Bollywood Hungama (in ଇଂରାଜୀ). Retrieved 14 March 2024.
  10. "Colors to recreate the story of Shiv – Shakti on small screen; will feature Ram Yashvardhan and Subha Rajput". Bollywood Hungama (in ଇଂରାଜୀ). 8 May 2023. Retrieved 29 November 2023.
  11. "Shrimad Ramayan team goes on a pilgrimage to Ayodhya ahead of shows launch". Times Now News (in ଇଂରାଜୀ). 28 December 2023. Retrieved 28 December 2023.

ବାହାର ଲିଙ୍କ୍[ସମ୍ପାଦନା]