ଏଥିଲିନ ଗ୍ଲାଇକଲ ବିଷକ୍ରିୟା
ଏଥିଲିନ ଗ୍ଲାଇକଲ ବିଷକ୍ରିୟା | |
---|---|
ଇଂରାଜୀ ପ୍ରତିଶବ୍ଦ - Ethylene glycol toxicity | |
ବିଭାଗ | ଆଶୁ ଚିକିତ୍ସା[*] |
ଆଇସିଡ଼ି-୧୦ | T51.8 |
ଇ-ମେଡ଼ିସିନ | emerg/177 |
ଏଥିଲିନ ଗ୍ଲାଇକଲ ବିଷକ୍ରିୟା (ଇଂରାଜୀ ଭାଷାରେ Ethylene glycol poisoning) ହୁଏ ଯେତେବେଳେ ଏଥିଲିନ ଗ୍ଲାଇକଲ (ethylene glycol) ପାନ କରାଯାଏ । ପ୍ରାକ୍ ଲକ୍ଷଣରେ ବାନ୍ତି, ପେଟ ଯନ୍ତ୍ରଣା (abdominal pain) ଓ ନିଶାଗ୍ରସ୍ତ (intoxication) ହୁଏ । ପରବର୍ତ୍ତୀ ସମୟରେ ଚେତନା ଶକ୍ତି କମିଯାଏ (decreased level of consciousness), ମୁଣ୍ଡ ବିନ୍ଧା ଓ ବାତ (seizures) ଭଳି ଲକ୍ଷଣ ଦେଖାଯାଏ । ବୃକ୍କ ଅକର୍ମଣ୍ୟ ଓ ମସ୍ତିଷ୍କ ନଷ୍ଟ ଭଳି ଦୀର୍ଘକାଳୀନ କ୍ଷତି ହୁଏ । ଅତି ଅଳ୍ପ ପରିମାଣର ଏଥିଲିନ ଗ୍ଲାଇକଲ ପାନ କଲେ ମଧ୍ୟ ବିଷମୟ ଓ ମୃତ୍ୟୁ ହୋଇଯାଏ ।[୧]
ହିମାଙ୍କ କମେଇବା (antifreeze) ନିମନ୍ତେ ବ୍ୟବହୃତ ହେଉଥିବା ଏଥିଲିନ ଗ୍ଲାଇକଲ ଏକ ରଙ୍ଗହୀନ, ବର୍ଣ୍ଣହୀନ ଓ ଗନ୍ଧହୀନ ତରଳ ପଦାର୍ଥ ।[୧] ଏହା ଭୂଲ କ୍ରମେ ବା ଆତ୍ମହତ୍ୟା କରିବା ନିମନ୍ତେ ପାନ କରନ୍ତି । [୨] ଏହା ଦେହରେ ଭାଙ୍ଗିଯାଇ ଗ୍ଲାଓକୋଲିକ ଏସିଡ ଓ ଅକ୍ସାଲିକ ଏସିଡରେ ପରିଣତ ହୁଏ ଯାହା ଯୋଗୁ ଅଧିକାଂଶ ବିଷକ୍ରିୟା ହୁଏ ।[୧][୩] ପରିସ୍ରାରେ କ୍ୟାଲସିଅମ ଅକ୍ସାଲେଟ କ୍ରିସ୍ଟାଲ (calcium oxalate crystals) ମିଳିଲେ ବା ଏସିଡୋସିସ (acidosis) ବା ଅଧିକ ଅସମୋଲ ଗ୍ୟାପ (osmol gap) ରକ୍ତରେ ଥିଲେ ଏହି ରୋଗ ସନ୍ଦେହ କରାଯାଏ । ରକ୍ତରେ ଏଥିଲିନ ଗ୍ଲାଇକଲ ସ୍ତର ଅଧିକ ଥିଲେ ରୋଗ ନିଶ୍ଚିତ ହୁଏ କିନ୍ତୁ ଏହି ସୁବିଧା ସବୁ ଡାକ୍ତରଖାନାରେ ମିଳେନାହିଁ । [୧]
ତୁରନ୍ତ ଚିକିତ୍ସା କଲେ ସୁଫଳ ମିଳେ । ରୋଗୀର ସାଧାରଣ ଅବସ୍ଥାରେ ଉନ୍ନତି ଆଣିବା ପରେ ଆଣ୍ଟିଡୋଟ (antidote) ଦିଆଯାଏ । ପସନ୍ଦଯୋଗ୍ୟ ଫୋମେପିଜୋଲ (fomepizole) ଆଣ୍ଟିଡୋଟ ଦିଆଯାଏ, ନ ମିଳିଲେ ଇଥାନୋଲ (ethanol) ଦିଆଯାଏ । ଅଙ୍ଗ ନଷ୍ଟ ହୋଇଥିଲେ ବା ଉଚ୍ଚ ମାତ୍ରାର ଏସିଡୋସିସ ଥିଲେ ହେମୋଡାଏଲିସିସ (Hemodialysis) କରାଯାଏ । ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate), ଥିଆମିନ (thiamine) ଓ ମ୍ୟାଗନେସିଅମ (magnesium) ଇତ୍ୟାଦି ଔଷଧ ମଧ୍ୟ ଦିଆଯାଏ । [୨]
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତିବର୍ଷ ୫୦୦୦ରୁ ଅଧିକ ରୋଗୀ ଏହି ବିଷକ୍ରିୟାରେ ପୀଡ଼ିତ ହୋଇ ଆସନ୍ତି ।[୪] ଏହି ରୋଗୀ ସାଧାରଣତଃ ପୁରୁଷ ଓ ଯୁବକ ହୋଇଥାଆନ୍ତି ।[୩] ସନ ୧୯୩୦ରୁ ଏହି ବିଷକ୍ରିୟା ବିଷୟ ରିପୋର୍ଟ ହୋଇଆସୁଛି । ସନ ୧୯୩୭ରେ ଏଥିଲିନ ଗ୍ଲାଇକଲ ମିଶ୍ରିତ ଏକ ଔଷଧର ବ୍ୟବହାର ଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେବାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ଏଫଡିଏ ଆକ୍ଟ ସନ ୧୯୩୮ରେ ତିଆରି ହେଲା ଯାହା ଫଳରେ ପ୍ରତି ନୂଆ ଔଷଧକୁ ବିକ୍ରୟ ପୂର୍ବରୁ ନିରାପତ୍ତା ପ୍ରମାଣ ଦେବାକୁ ପଡ଼ିଲା । [୫] ପିଇବାକୁ ନିରୁତ୍ସାହିତ କରିବା ନିମନ୍ତେ ଆଣ୍ଟିଫ୍ରିଜ ସହିତ ପିତା ଜିନିଷ ମିଶ୍ରିତ କରାଯିବା ପଦ୍ଧତି ଫଳପ୍ରଦ ହେଲାନି । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Kruse, JA (October 2012). "Methanol and ethylene glycol intoxication". Critical care clinics. 28 (4): 661–711. PMID 22998995.
- ↑ ୨.୦ ୨.୧ ୨.୨ Beauchamp, GA; Valento, M (September 2016). "Toxic Alcohol Ingestion: Prompt Recognition And Management In The Emergency Department". Emergency medicine practice. 18 (9): 1–20. PMID 27538060.
- ↑ ୩.୦ ୩.୧ Ferri, Fred F. (2016). Ferri's Clinical Advisor 2017: 5 Books in 1 (in ଇଂରାଜୀ). Elsevier Health Sciences. p. 794. ISBN 9780323448383.
- ↑ Naidich, Thomas P.; Castillo, Mauricio; Cha, Soonmee; Smirniotopoulos, James G. (2012). Imaging of the Brain: Expert Radiology Series (in ଇଂରାଜୀ). Elsevier Health Sciences. p. 960. ISBN 0323186475.
- ↑ Shaw, Leslie M. (2001). The Clinical Toxicology Laboratory: Contemporary Practice of Poisoning Evaluation (in ଇଂରାଜୀ). Amer. Assoc. for Clinical Chemistry. p. 197. ISBN 9781890883539.