ସ୍ମାର୍ଟ ସିଟି

ଉଇକିପିଡ଼ିଆ‌ରୁ

ସ୍ମାର୍ଟ ସିଟି ଏଭଳି ଏକ ସହର ,ଯେଉଁଠି ସମସ୍ତ ମୌଳିକ ଭିତ୍ତିଭୂମି ରହିବ । ଏହାଦ୍ୱାରା ସବୁକିଛି ହାତ ପାହାନ୍ତାରେ ମିଳିଯିବ । ଏହା ସହ ଏକ ସୁସ୍ଥ ଓ ସୁନ୍ଦର ବାତାବରଣ ମଧ୍ୟରେ ବଞ୍ଚିବାକୁ ଲୋକେ ସୁଯୋଗ ପାଇବେ । ସ୍ମାର୍ଟ ରଣନୀତିଦ୍ୱାରା ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆସିବ ।

ମୌଳିକ ଭିତ୍ତିଭୂମି[ସମ୍ପାଦନା]

  • ଉପଯୁକ୍ତ ଜଳ
  • ବିଜୁଳି ଯୋଗାଣ
  • ପରିମଳ
  • ଆଇଟି ସଂଯୋଗ
  • ଆବର୍ଜନା ପରିଚାଳନା
  • ଉନ୍ନତ ଗମନାଗମନ
  • ନାଗରିକ ଅଂଶଗ୍ରହଣ
  • ସେମାନଙ୍କ ଭଳି ମୌଳିକ ଭିତ୍ତିଭୂମି ।

ସହରଗୁଡିକରେ ଭିଡ ଯୋଗୁ ଲୋକମାନେ ଅଫିସ ବା ଅନ୍ୟ କାମରେ ଯିବା ପାଇଁ ସମସ୍ୟାରେ ପଡିଥାନ୍ତି । କିନ୍ତୁ ସ୍ମାର୍ଟ ସିଟିରେ ସେଭଳି ସମସ୍ଯା ରହିବ ନାହିଁ । ସହର ଭିତରେ ଯେ କୌଣସି ସ୍ଥାନକୁ ଯିବାକୁ ୫ରୁ ୧୦ ମିନିଟ ସମୟ ଲାଗିବ । ଭିତ୍ତିଭୂମି ବ୍ୟବସ୍ଥାକୁ ଏଭଳି ଭାବେ ବନାଯିବା, ଯାହାଦ୍ୱାରା ଯିବା ଆସିବା ସହଜ ହୋଇ ଯିବ ।

ସ୍ମାର୍ଟ ସଲ୍ୟୁସନ[ସମ୍ପାଦନା]

ଉନ୍ନତ ବା ହାଇଟେକ୍ ଟେକ୍ନୋଲୋଜି ବ୍ୟବହାର କରି ଲୋକଙ୍କୁ ଠିକ ସୂଚନା ଠିକ ସମୟରେ ପ୍ରଦାନ କରିବା,ତୁରନ୍ତ ଅଭିଯୋଗ ପ୍ରତିକାର,ଇଲେଟ୍ରୋନିକ ଭିତ୍ତିରେସେବା ପ୍ରଦାନ,୧୦୦% ଆବର୍ଜନା ଜଳ ପରିଚାଳନା,ସ୍ମାର୍ଟ ମିଟର ଓ ପରିଚାଳନା,ଜଳ ଗୁଣବତ୍ତା ପରୀକ୍ଷଣ,ଅକ୍ଷୟ ଶକ୍ତି,ସବୁଜ ଆବାସ,ସ୍ମାର୍ଟ ପାର୍କିଂ ଓ କୁଶଳୀ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ।

ଏରିଆ ଭିତ୍ତିକ ବିକାଶ[ସମ୍ପାଦନା]

ସହର ଅଞ୍ଚଳକୁ ଛାଡି ଅତିକମରେ ୫୦୦ ଏକର ଅନ୍ୟ ଏରିଆକୁ ସାମିଲ କରାଯିବ । ନାଗରିକଙ୍କୁ ସାମିଲ କରି ଯୋଜନା ପ୍ରସ୍ତୁତ କରାଯିବ ଓ ଅଭିନବ ଯୋଜନା ଜରିଆରେ ଏକ ଖୋଲା ସ୍ଥାନରେ ସ୍ମାର୍ଟ ସଲ୍ୟୁସନ ପ୍ରଚାଳନ କରାଯିବ ।

କିଭଳି କାର୍ଯ୍ୟ କରିବ[ସମ୍ପାଦନା]

ସରକାରଙ୍କ ତରଫରୁ ଗାଇଡଲାଇନ ଘୋଷଣା କରାଯିବା ପରେ ସ୍ମାର୍ଟ ଚ୍ୟାଲେଞ୍ଜ ପ୍ରତିଯୋଗିତା ପାଇଁ ସହର ନାମ ଦେବା ପାଇଁ ରାଜ୍ୟଗୁଡିକୁ କୁହାଯିବ । ପ୍ରତିଯୋଗୀତରେ ସଫଳ ହେଲେ ସବୁ କେନ୍ଦ୍ର ପକ୍ଷରୁ ୫ ବର୍ଷ ପାଇଁ ୧୦୦ କୋଟି ତାଙ୍କ ପ୍ରଦାନ କରାଯିବ । କିନ୍ତୁ ସ୍ମାର୍ଟ ସିଟି ପାଇଁ ମନୋନୀତ ହେବାକୁ ଥିବା ରାଜ୍ୟ ପାଇଁ ଆଗାମୀ ୧୦ ବର୍ଷରେ କେନ୍ଦ୍ର ୧୦୦୦ କୋଟି ଟଙ୍କା ଯୋଗେଇ ଦିଆଯିବ ବୋଲି କୁହାଯାଇଛି । ସରକାରୀ ଘରୋଇ ସହଭାଗିତା(ପିପିପି)ଭିତ୍ତିରେ ଏକ ପ୍ରକଳ୍ପ ନିର୍ମାଣ ହେବ ।

ସ୍ମାର୍ଟ ସିଟିଜ କାଉନସିଲ ଇଣ୍ଡିଆ[ସମ୍ପାଦନା]

ଆମେରିକାର ସ୍ମାର୍ଟ ସିଟିଜ କାଉନସିଲର ଏକ ଅଂଶ ଭାବେ ଏହି ସଂସ୍ଥା ଗଠନ କରାଯାଇଛି । ଏହି ସଂସ୍ଥା ଏକ କନସୋଟିୟମ ଭାବେ କାର୍ଯ୍ୟ କରୁଛି । ଏଥିରେ ୧୦୦ରୁ ଅଧିକ ସଦସ୍ୟ ରହିଥିବା ବେଳେ ୧୪୦ଟି ଦେଶରେ ଏହା କାମ କରୁଛି ।

ପରବର୍ତ୍ତୀ ପଦକ୍ଷେପ[ସମ୍ପାଦନା]

ଦେଶରେ ସ୍ମାର୍ଟ ସିଟି ସୃଷ୍ଟି କରିବା ପାଇଁ ଘୋଷଣା ସାରିଥିବା ବେଳେ ଏଥି ପାଇଁ ପ୍ରସ୍ତୁତି ପର୍ବ ଜାରି ରହିଛି । ତେବେ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ୧୦୦ଟି ସହରକୁ ମନୋନୀତ କରାଯିବ । ଏ ନେଇ blumberg philanthropijଦ୍ୱାରା ଏକ ସିଟି ଚ୍ୟାଲେଞ୍ଜ ପ୍ରତିଯୋଗିତା ଆୟୋଜିତ ହେବ । ଚଳିତ ବର୍ଷ ୨୦ଟି ସହରକୁ ସ୍ମାର୍ଟ ସିଟି ଭାବେ ମନୋନୀତ କରାଯିବ ଓ ଆଉ ୨ ବର୍ଷରେ ୪୦ଟି ଚିହ୍ନଟ କରାଯିବ ।

ଆଧାର[ସମ୍ପାଦନା]

  • ପ୍ରମେୟ, ସୋମବାର ୪ ମଇ ୨୦୧୫,
ପୃଷ୍ଠା ୨