ସୁରେଖା ଯାଦବ

ଉଇକିପିଡ଼ିଆ‌ରୁ
Surekha Yadav
ସୁରେଖା ଯାଦବ
ଜନ୍ମ
Surekha R. Bhosale

(1965-09-02) ୨ ସେପ୍ଟେମ୍ବର ୧୯୬୫ (ବୟସ ୫୮)
ପ୍ରସିଦ୍ଧିIndia's first female (locopilot) train driver
ବୈବାହିକ-ସାଥୀShankar Yadav
ସନ୍ତାନ2
ପିତାମାତାSonabai & Ramchandra Bhosale

ସୁରେଖା ଯାଦବ(ଜନ୍ମ -୨ ସେପ୍ଟେମ୍ବର ୧୯୬୫ ) ଜଣେ ମହିଳା ରେଳ ଇଞ୍ଜିନ ଡ୍ରାଇଭର । [୧][୨] ସେ ୧୯୮୮ ମସିହାରେ ଭାରତୀୟ ରେଳବାଇରେ ପ୍ରଥମ ମହିଳା  ଡ୍ରାଇଭର ଭାବରେ ଯୋଗଦାନ କରିଥିଲେ । ୨୦୦୦ ଏପ୍ରିଲ ମାସରେ ଭରତର ୪ଟି ମେଟ୍ରୋପାଳିତାନ ସହରରେ " ମହିଳା ସ୍ପେଶିଆଲ " ଟ୍ରେନର ପ୍ରଚାଳନ ହେଲା ବେଳେ କେନ୍ଦ୍ର ରେଳ ଡିଭିଜନ ତରଫରୁ ସେ ପ୍ରଥମ " ମହିଳା ସ୍ପେଶିଆଲ " ଟ୍ରେନ ଚଳେଇଥିଲେ । ମାର୍ଚ ୨୦୧୧ରେ ସେ ଡେକାନ କୁଇନ ଟ୍ରେନକୁ ପୁନେରୁ ମୁମ୍ବାଇ ଛତ୍ରପତି ଟର୍ମିନସ ଯାଏ ଦୁର୍ଗମ ଅଥଚ ସୁନ୍ଦର ପଥ ଦେଇ ଚଳେଇବାରେ ପ୍ରଥମ ଏସୀୟ ମହିଳା ହେବାର ଗୌରବ ଅର୍ଜନ କରିଥିଲେ । [୩][୪] ଏହି ଯାତ୍ରା ପରେ ମୁମ୍ବାଇର ମେୟର ତାଙ୍କୁ ବ୍ୟକ୍ତିଗତ ଭାବରେ ଅଭିନନ୍ଦନ ଜଣେଇଥିଲେ ।   .[୧]

ପ୍ରାରମ୍ଭିକ ଜୀବନ [ସମ୍ପାଦନା]

୨, ସେପ୍ଟେମ୍ବର ୧୯୬୫ରେ ମହାରାଷ୍ଟ୍ର ରାଜ୍ୟର ସତାରାଠାରେ ସୁରେଖାଙ୍କ ଜନ୍ମ ହେଇଥିଲା ।ତାଙ୍କ ପିତା ଜଣେ କୃଶକ ଥ୍ଲେ ଓ ୫ଟି ସନ୍ତାନ ସନ୍ତତି  ଙ୍କ ପିତା ଥିଲେ । ସୁରେଖା ସବୁଠୁ ବଡ଼ ଥିଲେ । ସେ ସତାରା ପବ୍ଲିକ ସ୍କୁଲ ଶିକ୍ଷା ଲାଭ କଳା ପରେ ଏଲେକ୍ଟ୍ରିକଳ ଇଂଜିନିଯରିଂରେ ଡିପ୍ଲୋମା କରିଥିଲେ । ତାହା ପରେ ସେ ଭାରତୀୟ ରେଳବାଇରେ ଚାକିରି ପାଇବା ସୁଯୋଗପାଇବାରୁ ଆଉ ଅଧିକାନ ପଢ଼ି ଚାକିରିରେ ଯୋଗ ଦେଇଥିଲେ । 

କାର୍ଯ୍ୟ ଜୀବନ [ସମ୍ପାଦନା]

 ୧୯୮୭ ମସିହାରେ ସେ ଭାରତୀୟ ରେଳ ବିଭାଗରେ ଯୋଗ ଦେଇ ଟ୍ରେନି ଡ୍ରାଇଭର ଭାବରେ କାର୍ଯ୍ୟ ଶିକ୍ଷା ଲାଭ କଲେ । ୧୯୮୯ରେ ସେ ନିୟମିତ ଭାବରେ ଏସିଷ୍ଟାଣ୍ଟ ଡ୍ରାଇଭର ରହିଥିଲେ । ସେ ରେଳବାଇର ଟ୍ରାକ ପରିକ୍ଷ୍ୟା କରିବା କାର୍ଯ୍ୟରେ ଇଞ୍ଜିନ ଚଳଉଥିଲେ । ସେ ୧୯୯୬ ମସିହାରେ  ମାଲବାହୀ ରେଳଗାଡି ଚାଳନା କରିଥିଲେ ।୨୦୦୦ ମସିହାରେ ସେ ଯାତ୍ରୀବାହି ଟ୍ରେନ ଡ୍ରାଇଭର ଭାବରେ ନିଯୁକ୍ତ ହେଇଥିଲେ । ୨୦୧୧ ମସିହାରେ ତାଙ୍କୁ ଏକ୍ସପ୍ରେସ/ ମେଲ ଟ୍ରେନ ଡ୍ରାଇଭର ଭାବରେ ପ୍ରମୋଶନ ହେଇଥିଲା । ବର୍ତ୍ତମାନ ସେ କଲ୍ଯାଣଠାରେ ଥିବା ଡ୍ରାଇଭର ଟ୍ରେନିଂ ପ୍ରତିଷ୍ଠାନରେ ନୂତନ ଡ୍ରାଇଭରମାନଙ୍କୁ ଟ୍ରେନିଂ ପ୍ରଦାନ କରୁଛନ୍ତି ।  

ସେ ଯୋଗଦାନ କଳା ବେଳେ ରେଳ ଡ୍ରାଇଭର କାର୍ଯ୍ୟ କେବଳ ପୁରୁଷ ମାନଙ୍କଦ୍ୱାରା ସମ୍ଭବ ବୋଲି କୁହା ଯାଉଥିଲା । ତେବେ ସୁରେଖା ପ୍ରଥମ କରି ରେଳ ଡ୍ରାଇଭର ଭାବରେ ଅତି ସୂଚାରୁ ଭାବରେ କାର୍ଯ୍ୟ କରି ଆଦର୍ଶ ପଲତିଯାଇଥିଲେ । ତାଙ୍କର ଉଦାହରଣ ଯୋଗୁଁ ବର୍ତ୍ତମାନ ଭାରତୀୟ ରେଳରେ ୫୦ରୁ ଉର୍ଦ୍ଧ ମହିଳା ଡ୍ରାଇଭର କାର୍ଯ୍ୟ କରୁଛନ୍ତି । ସେ ସର୍ବଦା ଖୁବ ସାବଧାନତାର ସହ ଟ୍ରେନ ଚଳେଇଥାନ୍ତି ଓ ସମସ୍ତ ପ୍ରକାର ସୁରକ୍ଷ୍ୟା ପ୍ରତି ଧ୍ୟାନ ଦେଇ ଥାନ୍ତି । ତାଙ୍କ କରଜ୍ୟକାଳ ମଧ୍ୟରେ ସେ କେବେ ଦୁର୍ଘଟଣା ସହ ଜଡ଼ିତ ହେଇ ନାହାନ୍ତି ।  [୫]  ସେ ସମସ୍ତ ପ୍ରକାର ଟ୍ରେନ ଚଳେଇଛନ୍ତି । ଏହା ସହ ସେ ମହିଳା ମାନଙ୍କ ବିରୁଦ୍ଧରେ ହାଉଥିବା ଯୌନ ଶୋଷଣ ନିରାକରଣ ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିଛନ୍ତି । 

୧୯୯୧ ମସିହାରେ ସେ " ହମ କିସି ସେ କମ ନହିଁ " ନାମକ ଏକ ସିରିୟାଲରେ ମଧ୍ୟ ଅଭିନୟ କରିଥିଲେ । ଜାତୀୟ ସ୍ତରରେ ଟିଭିରେ ତାଙ୍କର ସାକ୍ଷତକାର ଅନେକ ଥର ପ୍ରକାଶ ହୋଇଛି ।  ଆନ୍ତର୍ଜାତିକ ଟିଭିରେ ମଧ୍ୟ ସେ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି । .[୨]

ବ୍ୟକ୍ତିଗତ ଜୀବନ [ସମ୍ପାଦନା]

ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ପୋଲିସ ବିଭାଗରେ ଇନିସପେକ୍ଟର ଥିବା ଶଙ୍କର ଯାଦବଙ୍କୁ ସୁରେଖା 1990 ମସିହାରେ ବିବାହ କରିଥିଲେ । ତାଙ୍କର ଦୁଇଟି ପୁତ୍ର ବର୍ତ୍ତମାନ ଶିକ୍ଷାଲାଭ କରୁଛନ୍ତି ଓ ତାଙ୍କ ସ୍ୱାମୀ ତାଙ୍କୁ ତାଙ୍କର କାର୍ଯ୍ୟରେ ସର୍ବଦା ଉତ୍ଶାହ ପ୍ରଦାନ କରିଥାନ୍ତି । 

Awards Received[ସମ୍ପାଦନା]

  • Jijau puraskar (1998)
  • Women achievers award (2001) (by lions)
  • Rashtriya mahila aayog, delhi (2001)
  • Lokmat sakhi manch (2002)
  • S.B.I. Platinum jubilee year celebrations (2003-2004)
  • Sahyadri hirkani award (2004)
  • Prerna puraskar (2005)
  • G.M.award (2011)
  • Woman achievers award (2011) (by central railway)
  • RWCC Best Women award of year 2013. For first lady locopilot on Indian Railways on date 5 April 2013
  • GM award for first lady locopilot on Indian Railways. April 2011

ଅଧିକ ପଠନ [ସମ୍ପାଦନା]

  • List of firsts in India

ଆଧାର [ସମ୍ପାଦନା]

  1. ୧.୦ ୧.୧ & Rights 2001, p. 185.
  2. ୨.୦ ୨.୧ Hanshaw 2003, p. 96.
  3. "Realigning the tracks". The Hindu. 8 January 2013.
  4. "Mumbai Western Railway believes in woman-power". DNAIndia. 9 March 2011.
  5. {{cite web}}: Empty citation (help)