ଶବ୍ଦ (ଧ୍ଵନି)
ଶବ୍ଦ ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନ ଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ
ବିଷୟସୂଚୀ |
ଶବ୍ଦ ସଂଚରଣ [ସମ୍ପାଦନା]
ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ ଅଲଗା ହୁଏ ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ
ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣ ଦ୍ୱାରା ପ୍ରଭାବିତ ହୁଏ:
- ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ ଏହି ସମ୍ପର୍କ, ତାପମାତ୍ରା ଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ
- ସଂଚରଣ ମାଧ୍ୟମର ନିଜସ୍ୱ ଗତି ଦ୍ୱାରା ମଧ୍ୟ ପ୍ରଭାବିତ ହୁଏ ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ
- ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ
ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ)
ଶବ୍ଦର ଧାରଣା [ସମ୍ପାଦନା]
ପ୍ରତ୍ୟେକ ଜୀବ କ୍ଷେତ୍ରରେ ଶବ୍ଦର ଅନୁଭବ କିଛି ବାରମ୍ବାରତା ମଧ୍ୟରେ ସୀମିତ ଥାଏ ମାନବ ପାଇଁ ୨୦ ହର୍ଜ୍ରୁ ୨୦,୦୦୦ ହର୍ଜ୍ ହେଉଛି ସାଧାରଣ ପରିସର, ଯଦିଓ ଏହା ନିର୍ଦ୍ଦିଷ୍ଟ ନୁହେଁ ଉର୍ଦ୍ଧ୍ୱ ସୀମା ବୟସ ବଢିବା ସହିତ କମେ ଅନ୍ୟ ଜୀବମାନଙ୍କର ଶୁଣିବାର ଅଲଗା ପରିସର ଥାଏ ଦୃଷ୍ଟାନ୍ତ ସ୍ୱରୂପ, କୁକୁରମାନେ ୨୦ କିଲୋହର୍ଜ୍ରୁ ଅଧିକ ଶବ୍ଦ ଶୁଣି ପାରନ୍ତି, ମାତ୍ର ୪୦ ହର୍ଜ୍ରୁ କମ୍ ଶବ୍ଦ ଶୁଣି ପାରନ୍ତି ନାହିଁ ନିଜ ଶ୍ରବଣ ଇନ୍ଦ୍ରିୟକୁ ବ୍ୟବହାର କରି ବିଭିନ୍ନ ଜୀବ ବିପଦ ଚିହ୍ନଟ, ପଥପ୍ରଦର୍ଶନ, ଶିକାର ଓ ଯୋଗାଯୋଗ ପରି କାମ କରିଥାନ୍ତି ପୃଥିବୀର ବାୟୁମଣ୍ଡଳ, ଜଳ ଏବଂ ଅଗ୍ନି, ବର୍ଷା, ପବନ, ଭୂକମ୍ପ ଭଳି ପ୍ରାକୃତିକ ପ୍ରକ୍ରିୟା ନିର୍ଦ୍ଦିଷ୍ଟ ଶବ୍ଦ ସୃଷ୍ଟି କରନ୍ତି ବେଙ୍ଗ, ପକ୍ଷୀ, ଜଳଜ ଓ ସ୍ଥଳଜ ସ୍ତନ୍ୟପାୟୀ ମାନଙ୍କ ପରି ଅନେକ ଜୀବଙ୍କର ଶବ୍ଦ ସୃଷ୍ଟି କରିବାର ବିଶେଷ ଅଙ୍ଗ ଥାଏ କିଛି ଜୀବ କଥା କୁହନ୍ତି ଓ ଗୀତ ମଧ୍ୟ ବୋଲନ୍ତି ମାନବମାନେ ତ ସଂଗୀତ, ଟେଲିଫୋନ୍, ରେଡିଓ ଭଳି ବିଦ୍ୟା ଦ୍ୱାରା ଶବ୍ଦ ସୃଷ୍ଟି, ରେକର୍ଡ୍, ପ୍ରେରଣ ଓ ପ୍ରସାରଣ ମଧ୍ୟ କରିଥାନ୍ତି ମାନବର ଶବ୍ଦ ଗ୍ରହଣର ବିଜ୍ଞାନକୁ ସାଇକୋଆକୋଷ୍ଟିକ୍ସ୍ କୁହାଯାଏ
ଶବ୍ଦର ବିଜ୍ଞାନ [ସମ୍ପାଦନା]
ଶବ୍ଦକୁ ସୂଚାଉଥିବା ଯାନ୍ତ୍ରିକ କମ୍ପନ କଠିନ, ତରଳ, ଗ୍ୟାସ୍ ଓ ପ୍ଲାଜ୍ମାରେ ଗତି କରିପାରେ ମାଧ୍ୟମ ହିଁ ଶବ୍ଦକୁ ସହଯୋଗ କରେ ସଂଚରଣ ପାଇଁ ଶୂନ୍ୟରେ ଶବ୍ଦ ଗତି କରିପାରେ ନାହିଁ
ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ତରଙ୍ଗ [ସମ୍ପାଦନା]
ତରଳ, ଗ୍ୟାସ୍ ଓ ପ୍ଲାଜ୍ମା ମଧ୍ୟ ଦେଇ ଗତି କରୁଥିବା ଶବ୍ଦକୁ ସଂକୋଚନ ତରଙ୍ଗ ମଧ୍ୟ କୁହାଯାଏ ଯଦିଓ କଠିନରେ ଶବ୍ଦ ଉଭୟ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ ଭାବରେ ଗତି କରିପାରେ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
| ଉଇକି କଥାରେ Sound ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
| ଉଇକିବହିରୁ ବହିଟିଏ ଜାଣିବା: |
| ଉଇକିପିଡ଼ିଆ କମନସରେ: Sound ଉପରେ ମାଧ୍ୟମ ରହିଅଛି |
| Wikisource has original text related to this article: |
- Sounds Amazing; a KS3/4 learning resource for sound and waves
- HyperPhysics: Sound and Hearing
- Introduction to the Physics of Sound
- Hearing curves and on-line hearing test
- Audio for the 21st Century
- Conversion of sound units and levels
- Sound calculations
- Audio Check: a free collection of audio tests and test tones playable on-line
- More Sounds Amazing; a sixth-form learning resource about sound waves