ମୁଆଁ ଗଡ଼ା

ଉଇକିପିଡ଼ିଆ‌ରୁ

ମୁଆଁ ଗଡ଼ା ଓଡ଼ିଶାର ଏକ ଲୋକ ପ୍ରଥା ସାଧାରଣତଃ ଓଡ଼ିଶାର ପୁରପଲ୍ଲୀରେ ଦେଖାଯାଏ ।

କଥା କହିବା ଆରମ୍ଭ କରିନଥିବା ପିଲାଙ୍କ ପାଟି ଫିଟାଇବା ପାଇଁ ଏପରି ଏକ ବିଶ୍ୱାସର ଆଶ୍ରୟ ନିଆଯାଏ ।

ବିଧି[ସମ୍ପାଦନା]

ଛୁଆର ଦୁଇ ବର୍ଷ ବେଳକୁ ଛୁଆଠାରେ ବାକ୍ ବିକାଶ ବିଳମ୍ବ ଥିଲେ ପରିବାର ଲୋକେ ଚିନ୍ତାରେ ପଡ଼ନ୍ତି । କୌଣସି ହାଟ ପାଳି ଦିନ ଶୁଦ୍ଧପୂତ ହୋଇ ପରିବାର ଲୋକେ ପାଖ ହାଟକୁ ଯାନ୍ତି । ହାଟରେ ଗୁଡ଼ିଆ ପସରାମାନ ଖୋଲା ହୋଇ ମୁଆଁ ବିକ୍ରି ହେଉଥାଏ । ସେଇଠି ଗୋଟିଏ ମୁଆଁ କିଣି ପାଖ ମନ୍ଦିରରେ ପୂଜାର୍ଚ୍ଚନା କରି ସେହି ହାଟ ବାଲିରେ ତଳେ ଗଡ଼ାଇ ଦିଅନ୍ତି । ତାପରେ ସେହି ମୁଆଁକୁ ଆଣି ଛୁଆକୁ ଗୋଟା ଖାଇବାକୁ ଦିଆଯାଏ । ମୁଆଁ ଖାଇବାର କିଛି ଦିନ ପରେ ପିଲାଠାରେ କଥା କହିବା ଦେଖାଯାଏ ।

ହାଟରେ ଗଡାଇବା ଉଦ୍ଦେଶ୍ୟ ହେଉଛି ହାଟରେ ଘୋ..ଘା.. ବେଶିଥାଏ । ଧ୍ୱନି ପ୍ରଦୂଷଣ ସ୍ଥାନରେ ମୁଆଁ ଗଡ଼ିଥିବାରୁ ସେଥିରେ ଧ୍ୱନି ମନ୍ତୁରିତ ହୋଇଥିବାର ବିଶ୍ୱାସ କରାଯାଏ । ସେହି ମୁଆଁକୁ ଖାଇଲେ ଧ୍ୱନି ମୁଖ ମଧ୍ୟକୁ ପ୍ରବେଶ କରିଥାଏ ଏବଂ ବାକ୍ୟ ଆକାରରେ ବାହାରିଥାଏ ।

ଦେଖାଯାଏ କେତେକାଂଶରେ ସଫଳତା ମିଳେ । ଏପରି ବିଶ୍ୱାସର ବାକ୍ ସମାଧାନ ହେବାରେ କୌଣସି ନିଶ୍ଚିତତା ନାହିଁ । ଉପାୟ ଶୁନ୍ୟ ହୋଇ ପରିବାର ଏପରି ଏକ ବିଶ୍ୱାସର ଆଶ୍ରୟ ନିଏ ।

ଆଧାର[ସମ୍ପାଦନା]