ମିଆ ଖଲିଫା
ମିଆ ଖଲିଫା | |
---|---|
ميا خليفة | |
ଜନ୍ମ |
(age ୩୧)[୧] ବେଇରୁଟ୍, ଲେବାନନ୍ | ଫେବୃଆରୀ ୧୦, ୧୯୯୩
ଜାତୀୟତା | ଯୁକ୍ତରାଷ୍ଟ୍ର ଆମେରିକା |
ଅନ୍ୟ ନାମ | ମିଆ କଲିଷ୍ଟା[୧] |
ବୃତ୍ତି(ସମୂହ) | ପୂର୍ବତନ ପର୍ଣ୍ଣ ଅଭିନେତ୍ରୀ ସୋସିଆଲ ମିଡ଼ିଆ ବ୍ୟକ୍ତିତ୍ୱ ୱେବ୍କ୍ୟାମେରା ମଡେଲ |
ସକ୍ରିୟ ବର୍ଷ | ୨୦୧୪-ଏବେଯାଏଁ |
ଉଚ୍ଚତା | 5 ft 2 in (1.57 m)[୧] |
ବୈବାହିକ-ସାଥୀ |
ରୋବର୍ଟ ସ୍ୟାଣ୍ଡବର୍ଗ୍
(m. ୨୦୨୦) |
ମିଆ ଖଲିଫା (ଜନ୍ମ: ୧୦ ଫେବୃଆରୀ ୧୯୯୩), ଜଣେ ଆମେରିକୀୟ ସୋସିଆଲ ମିଡ଼ିଆ ବ୍ୟକ୍ତିତ୍ୱ[୨] ଏବଂ ୱେବ୍କ୍ୟାମେରା ମଡେଲ[୩], ଯିଏକି ୨୦୧୪ରୁ ୨୦୧୫ ମଧ୍ୟରେ ପର୍ଣ୍ଣ ଅଭିନେତ୍ରୀ ଭାବରେ ପ୍ରସିଦ୍ଧିଲାଭ କରିଥିଲେ । ସେ ମିଆ କଲିଷ୍ଟା ନାମରେ ମଧ୍ୟ ଜଣାଶୁଣା ।
ମିଆ ବେଇରୁଟ୍ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୦୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ । ସେ ୨୦୧୪ ଅକ୍ଟୋବରରେ ପର୍ଣ୍ଣ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ଆରମ୍ଭ କରିଥିଲେ ଏବଂ ଡିସେମ୍ବରରେ ସେ ପ୍ରସିଦ୍ଧ ପର୍ଣ୍ଣ ୱେବ୍ସାଇଟ୍ ପର୍ଣ୍ଣହବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେ ଇସଲାମ ଧର୍ମର ପୋଷାକ ପରିଧାନ କରି ଏକ ଭିଡ଼ିଓରେ ନଜର ଆସିବାପରେ ତାଙ୍କୁ ବିରୋଧ କରାଯାଇଥିଲା ଏବଂ ମଧ୍ୟ ପୂର୍ବରେ ତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମାତ୍ର ତିନିମାସ କାମ କରିବା ପରେ ମିଆ ତାଙ୍କର ଅନ୍ୟାନ୍ୟ ରୁଚିରେ ଅଧିକ ଧ୍ୟାନ ଦେଇଥିଲେ ଏବଂ ପର୍ଣ୍ଣ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ଛାଡ଼ିଦେଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମିଆ ଖଲିଫା ୧୦ ଫେବୃଆରୀ ୧୯୯୩ରେ ବେଇରୁଟ୍, ଲେବାନନ୍ରେ ଜନ୍ମଗ୍ରହଣ କରିଥିଲେ । ୨୦୦୦ ମସିହାରେ ସେ ତାଙ୍କର ପରିବାର ସହ ଯୁକ୍ତରାଷ୍ଟ୍ର ଆମରିକାକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।[୪] ତାଙ୍କର ପରିବାର କ୍ୟାଥୋଲିକ୍ ଏବଂ ସେ ଜନ୍ମରୁ ସେହି ଧର୍ମ ସହ ଜଡ଼ିତ ଥିଲେ, ମାତ୍ର ଏବେ ସେ ସବୁ ସହିତ ସମ୍ପୃକ୍ତ ନାହାନ୍ତି ।[୫] ସେ ତାଙ୍କର କୈଶୋର ଅବସ୍ଥାରେ ମେରୀଲ୍ୟାଣ୍ଡରରେ ବାସ କରୁଥିଲେ ଏବଂ ସେଠାରେ ସେ ତାଙ୍କର ସ୍କୁଲବେଳେ ଲାକ୍ରୋସ୍ ଖେଳୁଥିଲେ ।[୨] ଏହାର କିଛି ବର୍ଷପରେ ସେ ଟେକ୍ସାସ୍ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ହାସଲ କରିଥିଲେ ।[୬] ୨୦୧୧ ଫେବୃଆରୀରେ ମିଆଙ୍କୁ ୧୮ ବର୍ଷ ହେଲା ପରେ ସେ ଜଣେ ଆମେରିକୀୟଙ୍କୁ ବିବାହ କରିଥିଲେ ।[୪]
ପର୍ଣ୍ଣଗ୍ରାଫି
[ସମ୍ପାଦନା]ମିଆ ୨୦୧୪ ଅକ୍ଟୋବର ମାସରରେ ପର୍ଣ୍ଣ ଚଳଚ୍ଚିତ୍ରରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୭] ସେ ହ୍ୱାଟଆବର୍ଗର ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[୮][୯] ଏହାର କିଛିଦିନ ପରେ ପ୍ରସିଦ୍ଧ ପର୍ଣ୍ଣ ୱେବ୍ସାଇଟ୍ ପର୍ଣ୍ଣହବ୍ରେ ମିଆଙ୍କର ଭିଡ଼ିଓ ୧୫ଲକ୍ଷରୁ ଅଧିକ ବ୍ୟବହାରକାରୀ ଦେଖିଥିଲେ ଏବଂ ସେହି ୱେବ୍ସାଇଟ୍ରେ ଅଧିକ ଖୋଜାଯାଇଥିବା ଚରିତ୍ର ପାଲଟିଯାଇଥିଲେ ସେ ।[୭] ସେହିବର୍ଷ ଡିସେମ୍ବର ୨୮ରେ ପର୍ଣ୍ଣହବ୍ ୱେବ୍ସାଇଟ୍ରେ ତାଙ୍କୁ ପ୍ରଥମ ସ୍ଥାନ ମିଳିଥିଲା ।[୧୦]
ମିଆଙ୍କୁ ପର୍ଣ୍ଣହବ୍ ୱେବ୍ସାଇଟ୍ରେ ପ୍ରଥମ ସ୍ଥାନ ମିଳିବା ପରେ ତାଙ୍କୁ ଅନେକ ହତ୍ୟା ଧମକ ଆସିଥିଲା । ତାଙ୍କୁ ମୁଖ୍ୟତଃ ଅନ୍ଲାଇନ୍ରେ ଅନେକ ହତ୍ୟା ଧମକ ଆସିଥିଲା । ସେ ଇସଲାମ ଧର୍ମକୁ ନଷ୍ଟ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । ଏମିତିକି କେହି କେହି ତାଙ୍କର ମସ୍ତକ ଛେଦନ କରି ମାରିବାକୁ ମଧ୍ୟ ବାହାରି ପଡ଼ିଥିଲେ । ସେ ନର୍କ ଭୋଗିବେ ବୋଲି ଗୋଟିଏ ସନ୍ଦେଶ ମଧ୍ୟ ତାଙ୍କ ପାଖକୁ ଆସିଥିଲା, ଯାହାର ଉତ୍ତରେ ସେ କହିଥିଲେ, "ମୁଁ ମାତ୍ର ଏବେ ଏବେ କିଛି କରିବାକୁ ବାହାରିଛି ।"[୧୧] ଏମିତିକି ଲେବାନନ୍ସର ଖବରକାଗଜଗୁଡ଼ିକ ତାଙ୍କ ଉପରେ ଏମିତି କିଛି ଲେଖା ଛାପିଥିଲେ, ଯାହା ସେଠାକାର ପାରିପାର୍ଶ୍ୱିକ ପରିସ୍ଥିତି ତୁଳନାରେ ତୁଚ୍ଛ ଥିଲା ।[୧୨]
ମିଆଙ୍କୁ ଏମିତି ଧମକ ଅଲଗା ଅଲଗା ଦେଶରୁ ମଧ୍ୟ ଆସିଥିଲା ।[୧୧][୧୩] ପର୍ଣ୍ଣହବ୍ର ତଥ୍ୟ ଅନୁସାରେ ୨୦୧୫ ମସିହା ଜାନୁଆରୀ ୩ରୁ ୬ ମଧ୍ୟରେ ମିଆ ଖଲିଫାଙ୍କ ବିଷୟରେ ୫ ଗୁଣା ଅଧିକ ବ୍ୟବହାରକାରୀ ଖୋଜିଥିଲେ । ଏଥିରେ ଥିବା ବ୍ୟବହାରକାରୀ ମୁଖ୍ୟତଃ ଲେବାନନ୍, ସିରିୟା, ଜୋର୍ଦାନ୍ ଭଳି ଦେଶରୁ ଥିଲା ।[୫] ଏକ ବିଟିଶ୍ ପତ୍ରିକା ଲୋଡେଡ୍ରେ ପ୍ରକାଶିତ ଖବର ଅନୁସାରେ ମିଆ ବିଶ୍ୱର ୧୦ ଜଣ ପର୍ଣ୍ଣ ଅଭିନେତ୍ରୀଙ୍କ ମଧ୍ୟରେ ୫ମ ସ୍ଥାନରେ ଥିଲେ ।[୧୪] କିଛି ଲୋକ ମଧ୍ୟ ମିଆଙ୍କୁ ସମର୍ଥନ କରିଥିଲେ । କେହି କେହି ମିଆଙ୍କ ବିଷୟରେ କିଛି ବିଜ୍ଞାପନ ମଧ୍ୟ କରିଥିଲେ ।[୧୫] ୨୦୧୫ ଜାନୁଆରୀରେ ଏକ ସଙ୍ଗୀତ ନିର୍ମାତା ସଂସ୍ଥା ମିଆଙ୍କ ପ୍ରତି ନିଜର ସମର୍ଥନ ଦେଖାଇବା ପାଇଁ ତାଙ୍କ ନାମ ଶୀର୍ଷକ ରଖି ଏକ ଗୀତ ନିର୍ମାଣ କରିଥିଲେ ।[୧୬]
୨୦୧୬ରେ ଏକ ସାକ୍ଷାତକାରରେ ମିଆ ମାତ୍ର ତିନିମାସ ପାଇଁ ପର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ବୋଲି ପ୍ରକାଶ କରିଥିଲେ । ସେତେବେଳକୁ ସେ ବର୍ଷ ପୂର୍ବରୁ ତାଙ୍କର କାର୍ଯ୍ୟ ବନ୍ଦ କରିଦେଇଥିବା କଥା କହିଥିଲେ । ଏହି କାର୍ଯ୍ୟ ତାଙ୍କ ପାଇଁ ନଥିଲା ବୋଲି କହିବା ସହ ସେ ଏକ ସାଧାରଣ ଜୀବନଯାପନ କରିବାକୁ ପସନ୍ଦ କରିବେ ବୋଲି ମତ ରଖିଥିଲେ । ତାଙ୍କର କାର୍ଯ୍ୟକୁ ନେଇ ଉଠିଥିବା ବିବାଦଠାରୁ ସେ ନିଜର ଦୂରେଇ ରଖିବାକୁ ଏହିଭଳି ନିଷ୍ପତ୍ତି ନେଇଥିଲେ ।[୨] ୨୦୧୬ ମଇ ଯାଏଁ ମିଆ ଜଣେ ୱେବକ୍ୟାମେରା ମଡେଲ ଭାବରେ କାର୍ଯ୍ୟ କରିଥିଲେ ।[୩] ଜାନୁଆରୀ ୨୦୧୭ରେ ଦିଆଯାଇଥିବା ଏକ୍ସହାମେଷ୍ଟରର ସର୍ଭକ୍ଷଣ ଅନୁସାରେ ୨୦୧୬ ମସିହାରେ ସବୁଠାରୁ ଅଧିକ ଖୋଜିଥିବା ପର୍ଣ୍ଣ ଅଭିନେତ୍ରୀ ଭିତରେ ମିଆ ପ୍ରଥମ ସ୍ଥାନରେ ଥିଲେ ।[୧୭][୧୮]
ଅନ୍ୟାନ୍ୟ କାର୍ଯ୍ୟ
[ସମ୍ପାଦନା]୨୦୧୭ ଅକ୍ଟୋବର ମାସରୁ ୨୦୧୮ ଫେବୃଆରୀ ପର୍ଯ୍ୟନ୍ତ ଏକ ନିତିଦିନିଆ ଖେଳ କାର୍ଯ୍ୟକ୍ରମର ୟୁ-ଟ୍ୟୁବ୍ ଚେନାଲରେ ମିଆ ଖଲିଫା ଗିଲବର୍ଟ ଆରେନାସ୍ଙ୍କ ସହ ଉପସ୍ଥାପନା କାର୍ଯ୍ୟ କରିଥିଲେ ।[୧୯][୨୦]
୨୦୧୬ ନଭେମ୍ବର ମାସରେ ମିଆଙ୍କୁ ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାଳୟରୁ ଏକ ଅନ୍ଲାଇନ୍ ଦରଖାସ୍ତ ମାଧ୍ୟମରେ ଡକାଯାଇଥିଲା ଏବଂ ମିଆଙ୍କୁ ସାଉଦି ଆରବିଆରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ଦୂତ ଭାବରେ ନିଯୁକ୍ତି କରାଯାଇଥିଲା ।[୨୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Fay Strang (January 5, 2015). "Who is Mia Khalifa? Everything you need to know about Lebanese beauty who's PornHub's number one porn star". Daily Mirror. Retrieved January 7, 2015.
- ↑ ୨.୦ ୨.୧ ୨.୨ Dan Steinberg (July 13, 2016). "A former porn star has become one of D.C.'s loudest sports fans on social media". The Washington Post. Retrieved July 13, 2016.
- ↑ ୩.୦ ୩.୧ Sara G (May 7, 2016). "Mia Khalifa Interview". howareyoubb.com. Retrieved December 7, 2016.
- ↑ ୪.୦ ୪.୧ Laura Smith-Spark and Roba Alhenawi (January 7, 2015). "Songs and death threats for Lebanese American porn star Mia Khalifa". CNN. Retrieved January 7, 2015.
- ↑ ୫.୦ ୫.୧ "Mia Khalifa, a Lebanon-born porn star, is getting 'scary' death threats". BBC. Retrieved January 8, 2015.
- ↑ Taylor Wofford (January 6, 2015). "Meet Mia Khalifa, the Lebanese Porn Star Who Sparked a National Controversy". Newsweek. Retrieved January 7, 2015.
- ↑ ୭.୦ ୭.୧ "Why porn is exploding in the Middle East". Salon (website). Alternet. January 15, 2015. Retrieved January 18, 2015.
- ↑ "Mia Khalifa's parents furious over porn career". Ya Libnan. January 7, 2015. Retrieved January 19, 2015.
- ↑ Ogilve, Jessica (July 24, 2015). "Inside Mia Khalifa's Mysterious Rise to Porn Superstardom". Complex. Archived from the original on January 2, 2016. Retrieved December 8, 2015.
- ↑ Adam Taylor (January 6, 2015). "The Miami porn star getting death threats from Lebanon". The Washington Post. Retrieved January 7, 2015.
- ↑ ୧୧.୦ ୧୧.୧ Saul, Heather. "Mia Khalifa ranked site's top adult actress". The Independent. Retrieved January 7, 2015.
- ↑ "Lebanese porn star Mia Khalifa sparks controversy in Lebanon". Lebanese Examiner. January 3, 2015. Retrieved July 19, 2016.
- ↑ Nick Kotecki (January 7, 2015). "Lebanese American porn actress Mia Khalifa receives death threats". Chicago Sun-Times. Archived from the original on August 31, 2017. Retrieved January 7, 2015.
- ↑ "The world's 10 most notorious porn stars – Mia Khalifa". Loaded. July 13, 2016. Retrieved July 17, 2016.
- ↑ Kotecki, Nick (January 7, 2015). "Lenanese American porn actress Mia Khalifa receives death threats". Pittsburgh Sun-Times. The Sun-Times Media Group. Archived from the original on January 19, 2015. Retrieved January 18, 2015.
- ↑ Gil Kaufman (January 7, 2015). "Hijab-Wearing Porn Star Mia Khalifa Got Her Own Theme Song Courtesy of Timeflies". MTV. Archived from the original on January 10, 2015. Retrieved January 7, 2015.
- ↑ Brown, Jessica. "Meet the world's most popular porn star – they're from Lebanon". The Independent.
- ↑ Cuddihy, Tony. "The most searched-for porn actress on the planet has been revealed as Mia Khalifa". Joe.ie.
- ↑ Dan Steinberg (October 10, 2017). "Gilbert Arenas and Mia Khalifa will co-host a daily sports talk show for Complex". Washington Post. Retrieved October 11, 2017.
- ↑ Dan Steinberg (March 6, 2018). "Porn star Mia Khalifa to launch Twitch show". Daily Mail. Retrieved March 16, 2018.
- ↑ "Petitioners suggest Trump name US-Lebanese ex-porn star as Saudi envoy". The Jerusalem Post. November 29, 2016. Retrieved November 30, 2016.
ବାହାର ଆଧାର
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ମିଆ ଖଲିଫା