ବିଶ୍ଵ ସ୍ଵପରାୟଣତା ସଚେତନ ଦିବସ
ଉଇକିପିଡ଼ିଆ ରୁ
ପ୍ରତିବର୍ଷ ୨ ଅପ୍ରେଲ କୁ ବିଶ୍ଵ ସ୍ଵପରାୟଣତା ସଚେତନ ଦିବସ ଭାବେ ପାଳନ କରାଯାଏ । ସ୍ଵପରାୟଣତା ମସ୍ତିଷ୍କର କାର୍ଯ୍ୟ ପ୍ରଣାଳୀକୁ ପ୍ରଭାବିତ କରେ ଓ ଲୋକ ମାନେ କଣ ଦେଖନ୍ତି, ଶୁଣନ୍ତି ଓ ଅନୁଭବ କରନ୍ତି, ସେଗୁଡ଼ିକ ଭଲକରି ବୁଝିବାକୁ ଏହା ବାଧା ଦେଇଥାଏ ସ୍ଵପରାୟଣତା କଣ ପାଇଁ ହୁଏ ତାର କାରଣ ଜଣା ନାହିଂ; ତେଣୁ କରି ତାର ଆରୋଗ୍ୟ ମଧ୍ୟ ନାହିଁ ସ୍ଵପରାୟଣତା ସାମାଜିକ, ଶିକ୍ଷା, ଆର୍ଥିକ, ଜାତି କିମ୍ବା ଧର୍ମର ଭିନ୍ନତା ମାନେନହିଁ
ସ୍ଵପରାୟଣତାର ଲକ୍ଷଣ ଶିଥିଳ ସାମାଜିକ ଏବଂ ଶିଖିବାର ଅକ୍ଷମତା କୁ ନେଇ ଗମ୍ଭିର କ୍ଷିଣତା ପର୍ଯ୍ୟନ୍ତ ହୋଇପାରେ ସ୍ଵପରାୟଣତାଗ୍ରସ୍ତ କିଛି ପିଲା କେବେବି କହିବା ଶିଖିପାରନ୍ତି ନାହିଁ କେତେକ ଯୋଗାଯୋଗ ପାଇଁ କ୍ଵଚିତ ଭାଷା ବ୍ୟବହାର କରନ୍ତି