ବିଶ୍ୱ ଅଣ୍ଡା ଦିବସ

ଉଇକିପିଡ଼ିଆ‌ରୁ
(ବିଶ୍ଵ ଅଣ୍ଡା ଦିବସରୁ ଲେଉଟି ଆସିଛି)
ବିଶ୍ୱ ଅଣ୍ଡା ଦିବସ

ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ଆଇ. ଇ. ସି.(ଇଣ୍ଟର୍‌ନେସନାଲ୍ ଏଗ୍‌ କମିସନ୍), ଭିଏନା ସମ୍ମିଳନୀରେ ପ୍ରଥମେ ପାଳନ କରାଗଲା ।[୧] ତା' ପରଠୁ ବିଶ୍ୱବାସୀ ଏହି ଦିନକୁ ଅଣ୍ଡା ଦିବସ ରୂପେ ପାଳନ କରି ଆସୁଛନ୍ତି । ଉଚ୍ଚସ୍ତରୀୟ ପ୍ରୋଟିନ୍‌ ସହିତ ଉତ୍ତମ ଗୁଣ ସମ୍ପନ୍ନଯୁକ୍ତ ହୋଇଥିବାରୁ ଖାଦ୍ୟ ସାରଣୀରେ ଅଣ୍ଡାକୁ ସାମିଲ କରିବା ପାଇଁ ଏହି ଦିନ ଲୋକଙ୍କୁ ପ୍ରୋତ୍ସାହିତ କରାଯାଏ । [୨] ସାରା ବିଶ୍ୱର ଅଣ୍ଡା ବ୍ୟବସାୟୀ ଉତ୍ତମ ଗୁଣବତ୍ତା ବିଶିଷ୍ଟ ଅଣ୍ଡା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଏହାର ଉପାଦେୟତକୁ ପ୍ରଚାର ମାଧ୍ୟମରେ ବୁଝାଇବା ପାଇଁ ଏହି ଦିନ ଚେଷ୍ଟା କରାଯାଇଥାଏ ।[୩]

ଅଣ୍ଡାରେ ରହିଥିବା ଉପାଦାନ[ସମ୍ପାଦନା]

ଅଣ୍ଡା ଏକ ସୁଷମ ଖାଦ୍ୟ ଓ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର । ସୁସ୍ଥ ରହିବା ପାଇଁ ପ୍ରତିଦିନ ଗୋଟିଏ ସିଝା ଅଣ୍ଡା ଖାଇବା ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥାନ୍ତି । ତେବେ ଗୋଟିଏ ସିଝା ଅଣ୍ଡାରେ ଥିବା ପୁଷ୍ଟିଯୁକ୍ତ ଉପାଦାନଗୁଡ଼ିକ ହେଲା:-[୪]

  • ଭିଟାମିନ୍ A  : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୬%
  • ଫୋଲେଟ୍  : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୫%
  • ଭିଟାମିନ୍ B5 : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୭%
  • ଭିଟାମିନ୍ B12: ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୯%
  • ଭିଟାମିନ୍ B2 : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୧୫%
  • ଫସ୍‌ଫରସ୍  : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୯%
  • ସେଲେନିୟମ୍‌  : ଅନୁସଂଶିତ ଆହାର ଭତ୍ତା(ଆର୍‌.ଡି.ଏ)ର ୨୨%
  • ଅଣ୍ଡାରେ ଉଚିତ୍ ମାତ୍ରାରେ ଭିଟାମିନ୍ D, ଭିଟାମିନ୍ E, ଭିଟାମିନ୍ K, ଭିଟାମିନ୍ B6, କ୍ୟାଲ୍‌ସିୟମ୍ ଓ ଜିଙ୍କ୍ ମଧ୍ୟ ମିଳିଥାଏ ।

ଆଧାର[ସମ୍ପାଦନା]

  1. "ବିଶ୍ୱ ଅଣ୍ଡା ଦିବସ". Cute calendar. Retrieved 9 October 2015.
  2. "ବିଶ୍ୱ ଅଣ୍ଡା ଦିବସ". Prameya odia news. Archived from the original on 5 March 2016. Retrieved 10 October 2015.
  3. "IEC". International Egg Commission. Archived from the original on 4 March 2016. Retrieved 9 October 2015.
  4. "Proven Health Benefits of Eggs". Authority Nutrition. Archived from the original on 6 May 2014. Retrieved 9 October 2015.