ପାକିସ୍ତାନୀ ଭୋଜନ
ପାକିସ୍ତାନୀ ଭୋଜନ ଦକ୍ଷିଣ ଏସିଆର ବିଭିନ୍ନ ଭାଗର ଭୋଜନର ଏକ ମିଶ୍ରିତ ପ୍ରକାର ଅଟେ ।[୧] ଏମିତି ଭି ପାକିସ୍ତାନୀ ଖାଦ୍ୟ ପ୍ରଣାଳୀ ଉତ୍ତର ଭାରତୀୟ ଖାଦ୍ୟ ପ୍ରଣାଳୀ ଉପରେ ଆଧାରିତ ଅଟେ କିନ୍ତୁ ଏହା ଉପରେ ମଧ୍ୟ ଏସିଆ ଏବଂ ପଶ୍ଚିମ ଏସିଆର ଭୋଜନ ବ୍ୟବସ୍ଥାର ମଧ୍ୟ ପ୍ରଭାବ ରହିଛି ଓ ଏହା ମାଂସ ଉପରେ ଆଧାରିତ ହୋଇଥାଏ ।[୨][୩] ମୋଗଲ ଭୋଜନ ଶୈଳୀ ମଧ୍ୟ ପାକିସ୍ତାନ ରେଷ୍ଟୁରାଣ୍ଟରେ ବହୁମାତ୍ରାରେ ଲୋକପ୍ରିୟ ଅଟେ ।
ପାକିସ୍ତାନର ଭୋଜନ ଶୈଳୀ ଏହି କ୍ଷେତ୍ର ଆଧାରରେ ଅଲଗା-ଅଲଗା ହୋଇଥାଏ ଏବଂ ଏହି ଦେଶର ସାଂସ୍କୃତିକ ଏବଂ ସଂଜତୀୟ ବିବିଧତାକୁ ରେଖାଙ୍କିତ କରିଥାଏ । ଏହାର ପୂର୍ବଭାଗ - ସିନ୍ଧ ଏବଂ ପଞ୍ଜାବର ବ୍ୟଞ୍ଜନ ଅଧିକ ମସଲାଯୁକ୍ତ ହୋଇଥାଏ ଏବଂ ସେଥିରେ ଦକ୍ଷିଣ ଭାରତୀୟ ପାକବିଧିର ପ୍ରଭାବ ଦେଖାଯାଇଥାଏ ।
ବଡ଼ ସହରରେ ଅନ୍ତରାଷ୍ଟ୍ରୀୟ ବ୍ୟଞ୍ଜନ ଏବଂ ଫାଷ୍ଟଫୁଡ଼କୁ ମଧ୍ୟ ଖୁବ ପସନ୍ଦ କରାଯାଇଥାଏ । ସ୍ଥାନୀୟ ଏବଂ ବିଦେଶୀ ଭୋଜନର ସମିଶ୍ରଣରେ ତିଆରି ଫୁଇଜନ (ପାକିସ୍ତାନୀ ଚାଇନିଜ) ବଡ଼ ସହରରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ତା'ସହିତ ଜୀବନଶୈଳିରେ ହେଉଥିବା ପରିବର୍ତ୍ତନ କାରଣରୁ ଅଡିନାରି ମସଲା ମିଶ୍ରଣର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ଏହାସତ୍ତ୍ୱେ ପାକିସ୍ତାନର ବିବିଧତା ହେତୁ ପ୍ରତ୍ୟେକ ଘରେ ପ୍ରସ୍ତୁତ ବ୍ୟଞ୍ଜନ ଏକା ନାମରେ ହୋଇଥିଲେ ମଧ୍ୟ ତାହାର ସ୍ୱାଦ ଏବଂ ଗଠଣି ଅଲଗା ହୋଇଥାଏ ।
ହଲାଲ
[ସମ୍ପାଦନା]ମୁସଲମାନ ଦେଶରେ ଇସଲାମୀୟ ଆଇନର ପାଳନ କରାଯାଇଥାଏ ଯେଉଁଠାରେ କେବଳ ' ହଲାଲ (ଧାର୍ମିକ ମାନ୍ୟତା ପ୍ରାପ୍ତ) ବସ୍ତୁ ଖାଇବା-ପିଇବାର ମାନ୍ୟତା ଦିଆଯାଇଥାଏ । ଏହି ଆଇନ ପରି ଖାଇବା-ପିଇବା ଯୋଗ୍ୟ ପଦାର୍ଥ ଛଡା ତାହାକୁ ତିଆରି କରିବାର ପ୍ରଣାଳୀ ମଧ୍ୟ ସାମିଲ ହୋଇଥାଏ । ଏହି ଆଇନ ଖାସ ରୂପେ ବିଭିନ୍ନ ପ୍ରକାର ମାଂସ ଉପରେ ଲାଗୁ ହୋଇଥାଏ ।
ଐତିହାସିକ ପ୍ରଭାବ
[ସମ୍ପାଦନା]ପାକିସ୍ତାନର ରାଷ୍ଟ୍ରୀୟ ଭୋଜନ ଶୈଳୀ ଇଣ୍ଡୋ-ଆର୍ଯ୍ୟନ ସଂସ୍କୃତି ଏବଂ ମୁସଲିମ ଭୋଜନ ପରମ୍ପରାର ବଂଶ ପରମ୍ପରା ଗତ ହୋଇଥାଏ । ଏହି ଭୂ ଭାଗର ପ୍ରାଚୀନତମ ସଭ୍ୟତାର ମୋହନ-ଜୋ-ଦରୋ ଏବଂ ହରପ୍ପା ସଭ୍ୟତା ସାମିଲ ହୋଇଛି ।[୪] ୩୦୦ ବର୍ଷ ପୂର୍ବ କାଳରେ ବହୁ ପ୍ରକାର ପଶୁ-ପକ୍ଷୀ ଉପରେ ଆଧାରିତ ଭୋଜନ ବିଧି ପ୍ରଚଳିତ ଥିଲା । ତା'ସହିତ ହଳଦୀ, ଅଳେଇଚ, କଳା ମରିଚ ଏବଂ ସୋରିଷ ପରି ମସଲା ଉତ୍ପାଦନ କରାଯାଉଥିଲା ଏବଂ ଖାଦ୍ୟରୂପେ ଗ୍ରହଣ କରାଯାଉ ଥିଲା ।[୫] ପାଖାପାଖି ୧୦୦୦ ବର୍ଷ ପର୍ଯ୍ୟନ୍ତ, ଗହମ ଏବଂ ଚାଉଳ ହିଁ ସିନ୍ଧୁ ଘାଟି ସଭ୍ୟତା ମାଧ୍ୟମରେ ଖାଦ୍ୟ ପଦାର୍ଥରେ ସାମିଲ ଥାଏ। [୬]
ବର୍ତ୍ତମାନ ପାକିସ୍ତାନର ରାସ୍ତାରେ ଦକ୍ଷିଣ ଏସିଆରେ ଇସ୍ଲାମର ଆଗମନ ଏହି ଭୂଭାଗର ଭୋଜନ ଉପରେ ବଡ଼ ପ୍ରଭାବ ପକାଇଥିଲେ । ଇସଲାମୀୟ ଭୋଜନ ଆଇନ ଅନୁସାରେ ଘୁଷୁରୀର ମାଂସ ଏବଂ ମଦର ସେବନ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଥାଏ । ଏହି ପ୍ରକାରେ ପାକିସ୍ତାନୀ ଭୋଜନ ଶୈଳୀରେ ଅନ୍ୟପ୍ରକାର ମାଂସ ଯେପରି, ଗୋମାଂସ, ମାଛ ଏବଂ କୁକୁଡ଼ାର ପ୍ରୟୋଗ ହୋଇଥାଏ । ଏହାସହିତ ପରିବା ଏବଂ ପ୍ରାକୃତିକ ରୂପେ ମିଳୁଥିବା ଫଳ ଏବଂ କ୍ଷୀର ପଦାର୍ଥର ଉପଯୋଗ କରାଯାଇଥାଏ ।
ମୂଳ ଅବୟବ
[ସମ୍ପାଦନା]ପାକିସ୍ତାନୀ ଖାଦ୍ୟ ସାଧାରଣତଃ ମହକ ଏବଂ ଅଧିକ ମସଲା ଯୁକ୍ତ ପାଇଁ ବିଖ୍ୟାତ । କେବେକେବେ କିଛି ଖାଦ୍ୟରେ ତେଲର ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ । ସମଗ୍ର ପାକିସ୍ତାନରେ ବନାଉଥିବା ଭୋଜନରେ କଳା ମରିଚ, ଜାୟିତ୍ରୀ, ଅଳେଇଚ, ଡାଲଚିନି, ଲବଙ୍ଗ, ଜାଇଫଳକୁ ମସଲା ରୂପେ ବ୍ୟବହାର କରାଯାଏ । ଜିରା , ଲଙ୍କା ପାଉଡର ବ୍ୟବହାରରେ ଭୋଜନକୁ ଅଳ୍ପ ରାଗ କରାଯାଏ । ବହୁ ପ୍ରକାର ସୁଗନ୍ଧ ଯୁକ୍ତ ମିଶ୍ରଣ ମସଲା ପାଉଡ଼ରରେ ପ୍ରସ୍ତୁତ ଗରମ ମସଲା ମଧ୍ୟ ବହୁ ଭୋଜନରେ ବ୍ୟବହୃତ ହୋଇଥାଏ ।
ଗ୍ୟାଲେରି
[ସମ୍ପାଦନା]-
A variety of dishes cooked by Barbecue
-
Seekh kebab (minced meat on skewers), a famous Pakistani food specialty
-
Chapati (bread) with a piece of chicken meat
-
Peshwari naans freshly made in the tandoor (open oven)
-
Sindhi biryani
-
Gulab jamun
ଆଧାର
[ସମ୍ପାଦନା]- ↑ Taus-Bolstad, S (2003), Pakistan in Pictures. Lerner Publishing Group. ISBN 978-0-8225-4682-5
- ↑ "Wine Brands: Success Strategies For New Markets, New Customers, and New Trends". Retrieved 25 February 2015.
- ↑ "Food and Drink of Pakistan". Archived from the original on 25 February 2015. Retrieved 25 February 2015.
- ↑ Diamond 1997, p. 100
- ↑ "Curry, Spice & All Things Nice: Dawn of History". Menumagazine.co.uk. Retrieved 7 February 2011.
- ↑ Great Silk Road: Pakistani National Cuisine
ବାହାର ଲିଙ୍କ
[ସମ୍ପାଦନା]- Pakistani Recipes
- Pakistani cuisine at Curlie
- Pakistani Food