ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପଧାନପଡ଼ା

ଉଇକିପିଡ଼ିଆ‌ରୁ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପଧାନପଡ଼ା ଭଦ୍ରକ ଜିଲ୍ଲାରେ ଅବସ୍ଥିତ ଏକ ଉଚ୍ଚ ବିଦ୍ୟାଳୟ, ଯାହାକି ୨୦୦୪ ମସିହାରେ ପ୍ରତିଷ୍ଠା କରାଯାଇଥିଲା ।[୧]

ଅବସ୍ଥିତି ଓ ଇତିହାସ[ସମ୍ପାଦନା]

ଏହି ବିଦ୍ୟାଳୟଟି ପଧାନପଡ଼ା ପଞ୍ଚାୟତର ଏକମାତ୍ର ଉଚ୍ଚ ବିଦ୍ୟାଳୟ । ପୂର୍ବରୁ ନିଳୋକ ଓ ପଧାନପଡ଼ା ପଞ୍ଚାୟତ ଏକା ସାଙ୍ଗରେ ଥିବାବେଳେ ପଧାନପଡ଼ା ପଞ୍ଚାୟତ ଅଧିନରେ ଦୁଇଟି ଉଚ୍ଚ ବିଦ୍ୟାଳୟ; ନିଳୋକ ଉଚ୍ଚ ବିଦ୍ୟାଳୟ ଓ ଏପି ହାଇସ୍କୁଲ, ଦୋଳପଦି ଆସୁଥିଲା, ମାତ୍ର ୨୦୦୨ରେ ନିଳୋକ ପଞ୍ଚାୟତ ଅଲଗା ହୋଇଯିବା ଫଳରେ ଏହି ପଞ୍ଚାୟତରେ କୌଣସି ଉଚ୍ଚ ବିଦ୍ୟାଳୟ ନଥିଲା । ତେଣୁ ୨୦୦୪ ମସିହାରେ ପଞ୍ଚାୟତର ଲୋକମାନଙ୍କ ସାହାଯ୍ୟରେ ଏହି ସ୍କୁଲଟି ଆରମ୍ଭ କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ପାଇଛି ।

ଭଦ୍ରକ ଜିଲ୍ଲାର ବନ୍ତର ବ୍ଲକଠାରୁ ପାଖାପଖି ୩ କିଲୋମିଟର ଦୂରରେ ଏହି ବିଦ୍ୟାଳୟଟି ଅବସ୍ଥିତ ।

ଆଧାର[ସମ୍ପାଦନା]

  1. "Schools in India | List of Govt and Private Schools in India | State Wise School List". schools.org.in. Retrieved 2024-01-17.