ପଗ୍ (କୁକୁର ପ୍ରଜାତି)
ପଗ୍ ଏକପ୍ରକାର ଛୋଟ-କୁକୁର ପ୍ରଜାତି ଯେଉଁମାନେ ନିଜର ଲୋକକୋଚା ଓ ଛୋଟ ଚେପଟାନାକିଆ ମୁହଁ ଏବଂ ବଙ୍କା ଲାଞ୍ଜରୁ ଚିହ୍ନା ପଡ଼ିଥାନ୍ତି I ଏହି ପ୍ରଜାତି ମୁଖ୍ୟତଃ କଳା କିମ୍ବା ଇଷତ୍ ହଳଦିଆ ରଙ୍ଗରେ ଦେଖାଯାନ୍ତି I
ଅନୁମାନ କରାଯାଏ ପଗମାନେ ଷୋଡଶ ଶତାବ୍ଦୀରେ ପ୍ରଥମେ ଚାଇନାରୁ ଇଉରୋପ ମହାଦେଶ ଆସିଥିଲେ ଏବଂ ପଶ୍ଚିମ ଇଉରୋପରେ ଧୀରେ ଧୀରେ ନିଜର ସଂଖ୍ୟା ବୃଦ୍ଧି କରିଥିଲେ I ତା'ପରେ ସଂଯୁକ୍ତ ରାଷ୍ଟ୍ରର ମହାରାଣୀ ଭିକ୍ଟୋରିଆ ପଗ୍ ପ୍ରଜାତିର କୁକୁରମାନଙ୍କୁ ଗୃହପାଳିତ କୁକୁର ଭାବେ ରଖିବା ଆରମ୍ଭ କଲେ, ଯାହା ଏବେ ତାଙ୍କର ପରବର୍ତ୍ତୀ ବଂଶଧରମାନେ ମଧ୍ୟ କରିଆସୁଛନ୍ତି I ପଗମାନଙ୍କର ଜୀବନସୀମା ସାଧାରଣତଃ ୧୨ରୁ ୧୫ ବର୍ଷ I
ପଗମାନେ ଅତି ସାମାଜିକ ଏବଂ ନମ୍ର ସ୍ୱଭାବର କୁକୁର ହୋଇଥିବାରୁ ଆମେରିକୀୟ କୁକୁର ସଂଘ ଏମାନଙ୍କୁ ଭଲ ସ୍ୱଭାବ ଏବଂ ସୁନ୍ଦର କୁକୁର ଭାବେ ବର୍ଣ୍ଣନା କରିଛି I ଏପରିକି ୨୦୦୪ ମସିହାରେ ଆୟୋଜିତ ବିଶ୍ୱ କୁକୁର ପ୍ରଦର୍ଶିନୀରେ ଏକ ପଗ୍ ବିଜୟୀ କୁକୁରଭାବେ ନିର୍ବାଚିତ ହୋଇଥିଲା I
ଶାରୀରିକ ଗଠନ
[ସମ୍ପାଦନା]ଅଷ୍ଟଦଶ ଶତାବ୍ଦୀରେ ପଗମାନଙ୍କୁ ଲମ୍ବା ଏବଂ କ୍ଷୀଣ ଶରୀରବିଶିଷ୍ଟ ଭାବେ ବର୍ଣ୍ଣନା କରାଯାଇଥିଲା,[୧] ମାତ୍ର ଏବେ ହୃଷ୍ଟପୃଷ୍ଟ ଶରୀର ଏବଂ ଉନ୍ନତ ମାଂସପେଶୀ ଏହି ପ୍ରଜାତିର ବିଶେଷ ଶାରୀରିକ ଲକ୍ଷଣ I ଏମାନଙ୍କର ଚମଡ଼ା ଖୁବ ନରମ ଏବଂ ରଙ୍ଗ ପ୍ରାୟ କଳା କିମ୍ବା ଇଷତ ହଳଦିଆ ରଙ୍ଗର I[୨]ଲାଞ୍ଜଟି ସବୁବେଳେ ମୋଡ଼ି ହୋଇ ରହିଥାଏ I
ସେମାନଙ୍କର ଗୋଡ ଚାରୋଟି ମଧ୍ୟ ସୃଦୃଢ଼ ଏବଂ ସିଧା I
ଇତିହାସରେ ସ୍ଥାନ
[ସମ୍ପାଦନା]ଚିନୀୟ ଇତିହାସରେ ପଗ୍
[ସମ୍ପାଦନା]ପୁରାତନ ସମୟରେ ପଗମାନେ ଚିନୀୟ ରାଜାରାଜୁଡ଼ା କିମ୍ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ସହିତ ରହିଆସୁଥିଲେ ଏପରିକି ପଗମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୈନ୍ୟମାନେ ନିଯୁକ୍ତ ହେଉଥିଲେ I ତାପରେ ଧୀରେ ଧୀରେ ଏଇ ପ୍ରଜାତି ଏସିଆର ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଲେ I ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ପଗମାନଙ୍କୁ ଗୃହପାଳିତ ପଶୁଭାବେ ନିଜ ସହିତ ରଖିଲେ I
ଷୋଡଶ ଏବଂ ସପ୍ତଦଶ ଶତାବ୍ଦୀରେ
[ସମ୍ପାଦନା]ପଗମାନେ ଇଉରୋପୀୟ ବିଚାରାଳୟମାନଙ୍କରେ ବହୁ ଜଣାଶୁଣା ଥିଲେ ପମ୍ପପି ନାମକ ପଗଟିଏ ରାଜକୁମାରଙ୍କର ଜୀବନ ରକ୍ଷା କରିବା ପରେ ୧୫୭୨ ମସିହାରେ ହାଉସ ଅଫ ଅରେଞ୍ଜର ସରକାରୀ କୁକୁରଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ I
ଏମାନେ ଅନ୍ୟ ଇଉରୋପୀୟ ଦେଶମାନଙ୍କରେ ମଧ୍ୟ କ୍ରମେ ପରିଚିତ ହେଲେ I ପଗମାନଙ୍କୁ ସୁରକ୍ଷା କୁକୁର ଭାବେ ମଧ୍ୟ ନିୟୋଜିତ କରାଗଲା I
ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ
[ସମ୍ପାଦନା]ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଚିତ୍ରକାର ଉଇଲିଅମ ହୋଗାର୍ଥ ଅନେକ ପଗଙ୍କୁ ପାଳିଥିଲେ, ସେଥିମଧ୍ୟରୁ ଗୋଟିଏ ଲଣ୍ଡନସ୍ଥିତ ଟାଟେ ଗ୍ୟାଲେରୀରେ ତାଙ୍କ ନିଜର ଆତ୍ମଚିତ୍ର ଚିତ୍ରିତ ହୋଇଛି I[୩]
ଊନବିଂଶ ଶତାବ୍ଦୀରେ ମଧ୍ୟ ରାଣୀ ଭିକ୍ଟୋରିୟା ଏହି ପ୍ରଜାତିକୁ ନିଜ ସହିତ ରଖିଥିଲେ I ସମୟକ୍ରମେ ତାଙ୍କର ଏହି ରୁଚି ପରମ୍ପରାପରି ପରପିଢ଼ିକୁ ମଧ୍ୟ ବ୍ୟାପିଯାଇଛି I ଉଲ୍ଲେଖନୀୟଯୋଗ୍ୟ ଯେ ଅଷ୍ଟଦଶ ଓ ଊନବିଂଶ ଶତାବ୍ଦୀରେ ଅଙ୍କାଯାଇଥିବା ଚିତ୍ରଗୁଡିକରେ ଏହି ପ୍ରଜାତିକୁ ଲମ୍ବା ଗୋଡ଼ ଏବଂ ନାକ ସହ ଦର୍ଶାଯାଇଛି, ଯାହାକି ସେମାନଙ୍କର ବର୍ତ୍ତମାନର ଶାରୀରିକ ରୂପଠାରୁ ଭିନ୍ନ I
ଇତିହାସ ପୃଷ୍ଠାରୁ କେତୋଟି ଚିତ୍ର
[ସମ୍ପାଦନା]-
୧୭୬୧ ମସିହାରେ ପିଲାମାନଙ୍କ ସହିତ ପଗ୍
-
୧୮୦୨ ମସିହାରେ ଅଙ୍କାଯାଇଥିବା ଏକ ପୁରୁଷ ପଗ୍ ଚିତ୍ର
-
୧୮୧୦ ମସିହାରେ ଅଙ୍କାଯାଇଥିବା ଏକ ଚିତ୍ରରେ ପଗ୍
-
୧୮୭୦ରେ ଜଣେ ଯୁବତୀଙ୍କ ସହ ପଗ୍
-
୧୮୫୯ରେ ଲିଖିତ 'ଦ ଡଗ୍ ଇନ୍ ହେଲଥ୍ ଆଣ୍ଡ ଡିଜିଜେସ୍' ଶୀର୍ଷକ ବହିରେ ପଗ୍
-
୧୯୧୫ରେ ପଗ୍
-
୧୯୦୦ ମସିହାରେ ପଗ୍
-
୧୮୩୬-୧୯୧୮ ଅବଧିରେ ପଗ୍
ଆଧାର
[ସମ୍ପାଦନା]- ↑ Farr, Kendall; Montague, Sarah (1999). Pugs in Public. New York: Stewart, Tabori & Chang, a division of U.S. Media Holdings. ISBN 1-55670-939-0.
- ↑ Color: The colors are fawn or black. The fawn color should be decided so as to make the contrast complete between the color and the trace and mask.
- ↑ William Hogarth. The Painter and his Pug, 1745. Tate Gallery, London, England. www.tate.org.uk. Retrieved 9 April 2013.
ବାହ୍ୟ ଆଧାର
[ସମ୍ପାଦନା]- Pugs at Curlie