ନିଲ ଆର୍ମଷ୍ଟ୍ରଙ୍ଗ
ନିଲ ଆଲଡେନ ଆର୍ମଷ୍ଟ୍ରଙ୍ଗ(୫ ଅଗଷ୍ଟ, ୧୯୩୦[୧] - ୨୫ ଅଗଷ୍ଟ, ୨୦୧୨[୨]) ଜଣେ ଆମେରିକୀୟ ମହାକାଶଚାରୀ, ଟେଷ୍ଟ ପାଇଲଟ, ଏରୋନଟିକ୍ସ ଇଞ୍ଜିନିୟର, ବିଶ୍ୱବିଦ୍ୟାଳୟ ପ୍ରାଧ୍ୟାପକ ତଥା ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ମଣିଷ ଥିଲେ । ମହାକାଶଚାରୀ ହେବା ପୂର୍ବରୁ ସେ ଆମେରିକୀର ସୈନ୍ୟ ବାହିନୀରେ କୋରିଆ ଯୁଦ୍ଧ(୨୫ ଜୁନ, ୧୯୫୦ - ୨୭ ଜୁଲାଇ, ୧୯୫୩)ରେ ଲଢିଥିଲେ । ୨୦ ଜୁଲାଇ, ୧୯୬୯ ଦିନ ୨୦:୧୭:୩୯ ୟୁ.ଟି.ସି. ସମୟରେ[୩] ବଜ ଆଲଡ୍ରିନଙ୍କ ସହିତ ନିଲ ଆର୍ମଷ୍ଟ୍ରଙ୍ଗ ଆପୋଲୋ-୧୧ ରେ ଚନ୍ଦ୍ରରେ ପଦାର୍ପଣ କରିଥିଲେ। ସେ ନିଜର ସମଗ୍ର ଜୀବନ କାଳରେ ମୋଟ ୮ଦିନ, ୧୪ ଘଣ୍ଟା, ୧୨ମିନିଟ, ୩୧ ସେକେଣ୍ଡ ମହାକାଶରେ ଅତିବାହିତ କରିଥିଲେ।
ବିଷୟସୂଚୀ |
ପ୍ରାଥମିକ ଜୀବନ [ସମ୍ପାଦନା]
ନିଲ ଆଲଡେନ ଆର୍ମଷ୍ଟ୍ରଙ୍ଗ ୧୯୩୦ ଅଗଷ୍ଟ ୫ ରେ ଓହାୟୋ ଅନ୍ତର୍ଗତ ୱ୍ଆପାକୋନେଟା ଠାରେ ଜନ୍ମଗ୍ରହଣ କରିଥିଲେ।ସେ ପାଠପଢା ପରେ ଆମେରିକାର ନୈସେନାରେ ଯୋଗଦେଇ କୋରିଆ ଯୁଦ୍ଧରେ ଅଂଶଗ୍ରହଣ କରିଥିଲେ।ଯୁଦ୍ଧ ଶେଷହେବା ପରେ ସେ ଏରୋନଟିକ୍ସରେ ହାଇସ୍ପଡ୍ ଫ୍ଲାଇଟ୍ ଷ୍ଟେସନରେ ଜଣେ ପାଇଲଟ ଭାବେ ନିଯୁକ୍ତ ହେଲେ।ପରେ ସେ ମହାକାଶଚାରୀ ହେବାକୁ ମନ ବଳେଇଥିଲେ।୧୯୫୮ ମସିହାରେ ଆମେରିକା ବୟୁସେନାର ମ୍ୟାନ୍ ଇନ୍ ସ୍ପେଶ ସୁନେଷ୍ଟ ପ୍ରୋଗ୍ରାମ ପାଇଁ ମନୋନୀତ ହେଇଥିଲେ।୧୯୬୦ରେ ସେ ସାମରିକ ମହାକାଶ ବିମାନ ବୋଇଂ ଏକ୍ସ-୨୦ ଡାଏନା-ସୋର୍ର ପାଇଲଟ ନିଯୁକ୍ତ ହେଲେ।୧୯୬୨ ମାର୍ଚ୍ଚ ୧୫ ରେ ମହାକାଶ ବିମାନ ଉଡାଣ ପାଇଁ ମନୋନୀତ ୬ ଜଣ ପାଇଲଟ-ଇଞ୍ଜିନିୟର ମଧ୍ୟରେ ସେ ସ୍ଥାନ ପାଇଥିଲେ।ସେ ସମୟରେ ନାସା ପକ୍ଷରୁ ମହାକାଶଚାରୀ ଚୟନ ପାଇଁ ପ୍ରାର୍ଥୀପତ୍ର ଗ୍ରହଣ କରାଯାଇଥିଲା।ଏଥିପାଇ ସେ ଆବେଦନ ପତ୍ର ପଠେଇଥିଲେ।ଦ୍ଵିତୀୟ ପର୍ଯ୍ୟାୟ ମନୋନୟନ ବେଳେ ତାଙ୍କୁ ମନୋନୀତ କରାଯାଇଥିଲା।ସେ ଜେମିନ-୮ ଓ ଜେମିନ -୧୧ ମହାକାଶଯାନ କାର୍ଯ୍ୟକ୍ରମରେ ସାମିଲ ହେଇ ମାହାକାଶ ଯାତ୍ରା କରିଥିଲେ।[୪]୧୯୬୭ ଜାନୁୟାରୀ ୨୭ ରେ ଆପୋଲୋ-୧ ମହାକାଶଯାନ କାର୍ଯ୍ୟକ୍ରମରେ ସେ ସାମିଲ ହେଇଥିଲେ।ଆପୋଲୋ-୧୧ ମହାକାଶଯାନ ଆର୍ମଷ୍ଟ୍ରଙ୍ଗ ଙ୍କ ସହ ତାଙ୍କର ଆଉ ଦୁଇଜଣ ସାଥୀ ବଜ ଆଲଡ୍ରିନ ଓ ମାଇକେଲ କୋଲିନଙ୍କୁ ନେଇ ଚନ୍ଦ୍ର ଅଭିମୂଖେ ଯାତ୍ରାକରିଥିଲା।ଏହି ମହାକାଶଯାନ ଚାରିଦିନ ମଧ୍ୟରେ ୪୦ଲକ୍ଷ କି.ମି ଯାତ୍ରାକରିଥିଲା।ଆର୍ମଷ୍ଟ୍ରଙ୍ଗ ଓ ଆଲଡ୍ରିନ ୧୯୬୯ ଜୁଲାଇ ୨୦ ରେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ।ସେଠାରେ ଆର୍ମଷ୍ଟ୍ରଙ୍ଗ ୨ ମିନିଟ ୩୨ ସେକେଣ୍ଡ ରହିଥିଲେ ଓ ସେହି ସମୟ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଆମେରିକୀୟ ଜାତୀୟ ପତକା ସ୍ଥାପନ କରିବା ସହିତ କିଛି ପଥର ସଂଗ୍ରହ କରିଥିଲେ।୧୯୬୯ ଜୁଲାଇ ୨୪ ରେ ହାୱ୍ଆଇର ପଶ୍ଚିମରେ ପ୍ରସାନ୍ତ ମହାସାଗରରେ ଥିବା ଆମେରିକାର ଯୁଦ୍ଧ ଜାହାଜ ରେ ଆପୋଲୋ-୧୧ ଅବତରଣ କରିଥିଲା।[୫]
ପରିବାର [ସମ୍ପାଦନା]
ସେ ୧୯୫୬ ଜାନୁୟାରୀ ୨୮ରେ ଜାନେଟ ସେରନଙ୍କୁ ବିବାହ କରିଥିଲେ।ତାଙ୍କର ଦୁଇ ପୁତ୍ର ସନ୍ତାନ ଏରିକ ଓ ମାର୍କ ଅଛନ୍ତି।
ପୁରସ୍କାର [ସମ୍ପାଦନା]
ତାଙ୍କୁ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ପ୍ରେସିଡେନସିଆଲ ମେଡଲ୍ ଅଫ ଫ୍ରିଡମ ପୁରସ୍କାର ପ୍ରଦାନ କରିଥିଲେ।କଂଗ୍ରେସନାଲ ସ୍ପେଶ ମେଡାଲ ଅଫ ଅନର ଏବଂ କଂଗ୍ରେସନାଲ ଗୋଲ୍ଡ ମେଡାଲ୍ ଭଳି ପୁରସ୍କାର ଲାଭକରିଥିଲେ।[୬]
ଆଧାର [ସମ୍ପାଦନା]
- ↑ "ନିଲ ଆର୍ମଷ୍ଟ୍ରଙ୍ଗ - ନାସା". NASA. http://www.jsc.nasa.gov/Bios/htmlbios/armstrong-na.html. Retrieved May 18, 2011.
- ↑ "Neil Armstrong Dead At Age 82". August 25,. http://www.huffingtonpost.com/2012/08/25/neil-armstrong-dead-age-82_n_1830343.html. Retrieved 2012-08-25.
- ↑ Jones, Eric M.. "The First Lunar Landing, time 109:24:48". http://www.history.nasa.gov/alsj/a11/a11.step.html. The accuracy to the second of Apollo 11 events differs in different NASA logs.
- ↑ http://www.jsc.nasa.gov/Bios/htmlbios/armstrong-na.html
- ↑ http://history.nasa.gov/ap11ann/astrobios.htm#Armstrong
- ↑ http://www.jsc.nasa.gov/Bios/htmlbios/armstrong-na.html
ବାହାର ଆଧାର [ସମ୍ପାଦନା]
| Neil Armstrong ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
- neilarmstronginfo.com (official Armstrong family-maintained home page)
- Neil Armstrong's Official NASA Biography
- ନିଲ ଆର୍ମଷ୍ଟ୍ରଙ୍ଗ (ଇଣ୍ଟରନେଟ ମୁଭି ଡାଟାବେସରେ)
- Appearances on C-SPAN
- Works by or about ନିଲ ଆର୍ମଷ୍ଟ୍ରଙ୍ଗ in libraries (WorldCat catalog)
- Neil Armstrong Honored as an Ambassador of Exploration
- Cosmos magazine, October 2006
- ନିଲ ଆର୍ମଷ୍ଟ୍ରଙ୍ଗ at Find a Grave
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |