ଧୂଆଁଧାର ଜଳପ୍ରପାତ

Coordinates: 23°07′30″N 79°48′47″E / 23.125°N 79.813°E / 23.125; 79.813 (Dhuandhar Fall)
ଉଇକିପିଡ଼ିଆ‌ରୁ
ଧୂଆଁଧାର ଜଳପ୍ରପାତ
(ହିନ୍ଦୀରେ धुआंधार)
ଗୋଧୂଳି ସମୟରେ ମଧ୍ୟ ପ୍ରଦେଶ ରାଜ୍ୟର ଭେଡ଼ାଘାଟ ନିକଟସ୍ଥ ଧୂଆଁଧାର ଜଳପ୍ରପାତ
ଅବସ୍ଥାନଜବଲପୁର ଜିଲ୍ଲା, ମଧ୍ୟ ପ୍ରଦେଶ
ଦିଗବାରେଣି23°07′30″N 79°48′47″E / 23.125°N 79.813°E / 23.125; 79.813 (Dhuandhar Fall)
ଉଚ୍ଚତା୩୦ ମିଟର୍ (୯୮ ଫୁଟ୍)
ଝରଣାନର୍ମଦା ନଦୀ

ଧୂଆଁଧାର ଜଳପ୍ରପାତ ମଧ୍ୟ ପ୍ରଦେଶ ରାଜ୍ୟ ଅନ୍ତର୍ଗତ ଜବଲପୁର ଜିଲ୍ଲାରେ ଅବସ୍ଥିତ ।[୧]

ନାମକରଣ[ସମ୍ପାଦନା]

“ଧୂଆଁ” ଓ “ଧାର” – ଏହି ଦୁଇ ଶବ୍ଦକୁ ମିଶାଇ ଜଳପ୍ରପାତର ନାମ ରଖାଯାଇଛି । ଜଳପ୍ରପାତର ଜଳଧାରା ପ୍ରସ୍ତର ଶଯ୍ୟାରେ ପିଟି ହେବା ଫଳରେ ଯେଉଁ ପାଣି ଛିଟିକା ସୃଷ୍ଟି ହୁଏ ତାହା ଏକ ଧୂଆଁର ଧାରାର ଭ୍ରମ ସୃଷ୍ଟି କରେ ବୋଲି ସେପରି ନାମକରଣ କରାଯାଇଛି । ସାଧାରଣତଃ ବ୍ୟବହାରିକ ଭାଷାରେ “ଭୀଷଣ” ଶବ୍ଦକୁ ଦର୍ଶାଇବା ପାଇଁ “ଧୂଆଁଧାର” ଶବ୍ଦ ବ୍ୟବହୃତ ହୋଇଥାଏ ।

ଜଳପ୍ରପାତ ସମ୍ବନ୍ଧୀୟ ତଥ୍ୟ[ସମ୍ପାଦନା]

ଭେଡ଼ାଘାଟ ଦେଇ ପ୍ରବାହିତ ନର୍ମଦା ନଦୀ ଶଯ୍ୟାସ୍ଥିଚ ଧୂଆଁଧାର ଜଳପ୍ରପାତର ଉଚ୍ଚତା ପ୍ରାୟ ୩୦ ମିଟର୍ । ଭେଡ଼ାଘାଟଠାରେ ଥିବା ମାର୍ବଲ୍ ପ୍ରସ୍ତର ଶଯ୍ୟା ଦେଇ ନର୍ମଦା ନଦୀ ଗତି କରେ ଓ ଏକ ସ୍ଥାନରେ ଅଣ-ଓସାରିଆ ଭାବେ ଗତି କରି ଜଳପ୍ରପାତରେ ପରିଣତ ହୁଏ । ଲମ୍ଫ ପ୍ରଦାନ କଲାବେଳେ ବହୁ ପରିମାଣର ଜଳରାଶି ପ୍ରସ୍ତର ଶଯ୍ୟାରେ ପିଟି ହେବାରୁ ଧୂମ୍ରର ଭ୍ରମ ସୃଷ୍ଟି ହୁଏ ଓ ଏହାର ଗର୍ଜ୍ଜନ ବହୁ ଦୂରରୁ ଶୁଣାଯାଇଥାଏ ।

ଶରତ ପୂର୍ଣ୍ଣିମା ଦିନ ନର୍ମଦା ମହୋତ୍ସବ ପାଳିତ ହୋଇଥାଏ ଓ ଧୂଆଁଧାର ଜଳପ୍ରପାତ ବୁଲିଯିବା ପାଇଁ ଏହା ପ୍ରକୃଷ୍ଟ ସମୟ । ଜହ୍ନ ଆଲୋକ ମାର୍ବଲ୍ ପଥର ଉପରେ ପଡ଼ି ରୂପା ପରି ଝଲସି ଉଠେ ଓ ଅପୂର୍ବ ଶୋଭା ସୃଷ୍ଟି କରେ । ଧୂଆଁଧାର ଜଳପ୍ରପାତ ଦେଖିବା ସହିତ ଭେଡ଼ାଘାଟର ପ୍ରସ୍ତରଘେରା ଉପତ୍ୟକାରେ ନୌକାବିହାରର ମଧ୍ୟ ଆନନ୍ଦ ଉପଭୋଗ କରିହେବ । ସୂର୍ଯ୍ୟାସ୍ତ ସମୟରେ ମାର୍ବଲ୍ ଉପରେ ସୂର୍ଯ୍ୟ କିରଣ ପଡ଼ି ସେଗୁଡ଼ିକ ହଳଦିଆ ରଙ୍ଗର ଆଭା ସୃଷ୍ଟି କରନ୍ତି ।[୨]

ଧୂଆଁଧାର ଜଳପ୍ରପାତର କେବଲ୍ କାର୍ ସେବା[ସମ୍ପାଦନା]

ନର୍ମଦା ନଦୀର ପୂର୍ବ ତଟରୁ ଓ ପଶ୍ଚିମ ତଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିହେବ । ଭେଡ଼ାଘାଟରୁ ଧୂଆଁଧାର ଜଳପ୍ରପାତ ପାଖରେ ପହଞ୍ଚିବା ପାଇଁ ଏକ କେବଲ୍ କାର୍ ସେବା ମଧ୍ୟ ରହିଛି । ଭେଡ଼ାଘାଟର ପ୍ରବେଶ ଦ୍ୱାର ନିକଟରେ ଏହି କେବଲ୍ କାର୍ ସେବା ଉପଲବ୍ଧ । ଏହି ସେବା ପୂର୍ବ ତଟରୁ ଆରମ୍ଭ ହୋଇ ନଦୀ ଅତିକ୍ରମ କରି ନଦୀର ପଶ୍ଚିମ ତଟରେ ଶେଷ ହୁଏ । ୮୫ ଟଙ୍କା ଭାରତୀୟ ମୁଦ୍ରା ବିନିମୟରେ ଏହି ସେବା ଉପଭୋଗ କରିହେବ । ଦ୍ୱିପ୍ରହର ୧:୩୦ରୁ ୨:୦୦ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ମଧ୍ୟାହ୍ନ ଭୋଜନ ପାଇଁ ବିରତି ଥିବାରୁ ଏହି ସମୟରେ କେବଲ୍ କାର୍ ସେବା ବନ୍ଦ ରହେ ।

ଚିତ୍ର ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Jabalpur– a center of Kalchuri and Gond dynasties". Tourism - Falls & Views. Jabalpur district administration. Retrieved 2010-07-02.
  2. "10 Breathtaking Waterfalls in Indian Subcontinent". Deepak Singh (in ଆମେରିକୀୟ ଇଂରାଜୀ). Archived from the original on 2016-03-25. Retrieved 2016-03-19.