ତଳକୋଣ ଜଳପ୍ରପାତ

ଉଇକିପିଡ଼ିଆ‌ରୁ

ତଳକୋଣ ଜଳପ୍ରପାତ , ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଚିତତୁର ଜିଲ୍ଲାର ଭେଙ୍କଟେଶ୍ୱର ଜାତୀୟ ପାର୍କଠାରେ ଅବସ୍ଥିତ । ଏଠାରେ ଥିବା 270 ମିଟର ଜଳପ୍ରପାତ ଆନ୍ଧ୍ରପ୍ରଦେଶ ର[୧] ସର୍ବୋଚ୍ଚ ଜଳପ୍ରପାତ । ଏଠାରେ ଭଗବାନ ସିଦ୍ଧେଶ୍ୱରଙ୍କ ମନ୍ଦିର ଜଳପ୍ରପାତ ନିକଟରେ ରହିଛି ।

Location[ସମ୍ପାଦନା]

Panoramic view of Sri Venkateswara National Park along the Eastern Ghats near Talakona

ଚିତତୁର ଜିଲ୍ଲାର ନରବାଇଲୁ ଗ୍ରାମ ନିକଟରେ ଏହା ରହିଛି । .[୨] ଏହା ତିରୁପତିଠାରୁ 58 କିଲୋମିଟର ଓ ବାଙ୍ଗାଲୋରଠାରୁ 250 କିଲୋମିଟର ଦୂରରେ ଅବସ୍ଥିତ । ଏହା ଜଳପ୍ରପାତ ସହ ଏକ ଶୈଳ ନିବାସ ଭାବରେ ମଧ୍ୟ ଥାଇ ଏଠାରେ ଜୈବ  ମଣ୍ଡଳ ଅଭୟାରଣ୍ୟ ରହିଛି । 

ବ୍ୟୁପତ୍ତି [ସମ୍ପାଦନା]

 ଏଠାରେ ଥିବା ପର୍ବତ ତିରୁମାଳା ପର୍ବତ ରେଞ୍ଜର ଏକ ଅଂଶ ଓ ତେଲୁଗୁ ଭାଷାରେ "ତଳକୋଣ " କହିଲେ " ଶେଷଞ୍ଚଳର ଶେଷ ପାହାଡ "କୁ ବୁଝାଏ । ସେହି ଅନୁସାରେ ପ୍ରପାତର ନାମ ତଳକୋଣ ରହିଛି । .[୨]

ପଶୁପକ୍ଷୀ ଓ ବୃକ୍ଷଳତା [ସମ୍ପାଦନା]

ଏଠାରେ ବହୁ ବିରଳ ପ୍ରଜାତିର ପଶୁ , ଭାରତୀୟ ବିଶାଳ ନେଉଳ , ପାନ୍ଥର , ପରକୁପାଇନ ଚିତଳ , ସଂବର ଆଦି ରହିଥାନ୍ତି । ଏହା ବ୍ଯତୀତ ଏଠାରେ ବହୁ ବୈଧ ବୃକ୍ଷୀ ସହ ବିରଳ ବୃକ୍ଷୀ ମଧ୍ୟ ରହିଥାନ୍ତି । ଚନ୍ଦନ ବୃକ୍ଷ ଓ ଔଷଧୀୟ  ପାଇଁ ମଧ୍ୟ ଏହି ଅଞ୍ଚଳ ପ୍ରସିଦ୍ଧ । 

ପର୍ଯ୍ୟଟନ [ସମ୍ପାଦନା]

Talakona waterfall view

ଏଠାରେ ଥିବା ଘଞ୍ଚ ଅରଣ୍ୟ ସହ ଜଳପ୍ରପାତ ପର୍ଯ୍ୟଟକଙ୍କ ପାଇଁ ବହୁ ଆକର୍ଷଣୀୟ ହେଇଥାଏ । ଟ୍ରେକିଙ୍ଗ ପାଇଁ ମଧ୍ୟ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି । 35/40 ଫୁଟ ଉପରେ ଏଠାରେ ଏକ 240 ମିଟର ଲମ୍ବ ରୋପ ୱେ ମଧ୍ୟ ରହିଛି । ଏଠାରେ ଥିବା 140 ବର୍ଷ ପ୍ରାଚୀନ ସିଦ୍ଧେଶ୍ୱର ମନ୍ଦିରକୁ ଅନେକ ଅଞ୍ଚଳରୁ ଭକ୍ତମାନେ ଆସନ୍ତି । 

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]