ଜ୍ୟାକଲିନ ଫର୍ଣ୍ଣାଡିସ

ଉଇକିପିଡ଼ିଆ‌ରୁ
ଜ୍ୟାକଲିନ ଫର୍ଣ୍ଣାଡିସ
ଜ୍ୟାକଲିନ ଫର୍ଣ୍ଣାଡିସ
Born
ଜ୍ୟାକଲିନ ଫର୍ଣ୍ଣାଡିସ

Nationality ଶ୍ରୀଲଙ୍କା
Educationସ୍ନାତକ (mass communication)
Alma materସିଡନୀ ୟୁନିଭରସିଟି
Occupationଅଭିନେତ୍ରୀ
Years active୨୦୦୯ - ଏବେଯାଏଁ
Known forଅଭିନେତ୍ରୀ
Parent(s)ଏଲରୋୟ
କିମ
Awardsଷ୍ଟାର ଡଷ୍ଟ ଆୱାର୍ଡ -୨୦୧୬

ଶ୍ରୀଲଙ୍କାର ମୂଳ ନିବାସୀ ଜ୍ୟାକଲିନ ଫର୍ଣ୍ଣାଡିସ ଜଣେ ମଡେଲ ତଥା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ । [୧]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

୧୧ ଅଗଷ୍ଟ ୧୯୮୫ରେ ବାହାରିନର ରାଜଧାନୀ ମାନାମାରେ ଜ୍ୟାକଲିନଙ୍କ ଜନ୍ମ । ପିତା ଏଲରୋୟ ହେଉଛନ୍ତି ଶ୍ରୀଲଙ୍କା ନିବାସୀ ଏବଂ ମାତା କିମ ହେଉଛନ୍ତି ମାଳୟେସିଆ ନିବାସୀ । ଅଜା କାନାଡା ନିବାସୀ । ପିତା ଥିଲେ ଶ୍ରୀଲଙ୍କାର ଜଣେ ସଂଗୀତକାର । ୧୯୮୦ରେ ତାମିଲ ଏବଂ ସିଂହଳୀ ମଧ୍ୟରେ ବେସାମରିକ ସଂଘର୍ଷ ସମୟରେ ନିଜକୁ ବଞ୍ଚାଇବାକୁ ସେ ବାହାରିନ ଚାଲିଗଲେ । ସେଠାରେ ତାଙ୍କର ଦେଖାହୁଏ କିମଙ୍କ ସହିତ । କିମ ଥିଲେ ବିମାନ ପରିଚାରିକା । ଜ୍ୟାକଲିନ ନିଜ ପରିବାରରେ ଚାରି ସନ୍ତାନଙ୍କ ମଧ୍ୟରେ ସର୍ବ କନିଷ୍ଠ ଥିଲେ । ମାତ୍ର ଚଉଦ ବର୍ଷ ବୟସରେ ସେ ବାହାରିନରେ ଟେଲିଭିଜନ ଶୋରେ ସୂତ୍ରଧର ରୂପେ କାମ କରିବା ଆରମ୍ଭ କରିଦେଇଥିଲେ । ବାହାରିନରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି ସେ ଅଷ୍ଟ୍ରେଲିଆର ସିଡନୀ ବିଶ୍ୱବିଦ୍ୟାଳୟରୁ mass communicationରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହାପରେ ସେ ଶ୍ରୀଲଙ୍କାରେ ଜଣେ ଟେଲି ସାମ୍ବାଦିକ ଭାବେ କାମ କଲେ । Berlitz school of languagesରେ ଯୋଗ ଦେଇ ସେ ସ୍ପେନ ଭାଷ ଶିକ୍ଷା କରିବା ସହ ତାଙ୍କର ଫ୍ରେଞ୍ଚ ଓ ଆରବୀ ଭାଷାରେ ଅଧିକ ଦକ୍ଷତା ହାସଲ କଲେ ।

ପିଲାଟି ଦିନରୁ ଜ୍ୟାକଲିନଙ୍କ ଅଭିନ୍ନେତ୍ରୀ ହେବାକୁ ଚାହୁଁଥିଲେ ଏବଂ ହଲିଉଡ ଚଳଚ୍ଚିତ୍ରରେ ଜଣେ ତାରକା ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଅବଶ୍ୟ ସେ ଅଭିନୟ କଳା ପାଇଁ John School of Acting.ରୁ ତାଲିମ ମଧ୍ୟ ଗ୍ରହଣ କରିଥିଲେ । ଟେଲି ରିପୋର୍ଟର ଭାବେ କାମ କରିବା ବେଳେ ସେ ମଡେଲିଂ କରିବା ଆରମ୍ଭ କଲେ । ଏହି ସମୟରେ ସେ Miss Universe Sri Lankaର ବିଜେତା ହେଲେ ।

ଅଭିନୟ ଜୀବନ[ସମ୍ପାଦନା]

୨୦୦୯ରେ ଏକ ମଡେଲିଂ କାର୍ଯ୍ୟ ସଂପାଦନାର୍ଥେ ସେ ଭାରତ ଆସି ପହଞ୍ଚିଲେ । ଥିଏଟର ନିର୍ଦ୍ଦେଶକ ବେରି ଜନଙ୍କ ତତ୍ତ୍ୱବଧାନରେ ସେ ଅଭିନୟ ଶିକ୍ଷା କଲେ ଏବଂ ସୁଜୟ ଘୋଷଙ୍କ ହିନ୍ଦୀ କଥାଚିତ୍ର ଆଲ୍ଲାଦୀନ ପାଇଁ ଅଡିସନ ଦେଇ ମନୋନୀତ ହେଲେ । ଆଲ୍ଲାଦୀନ ତାଙ୍କର ପ୍ରଥମ ଅଭିନୀତ କଥାଚିତ୍ର ଥିଲା ।.[୨] କଥାଚିତ୍ରଟି ବ୍ୟବସାୟିକ ସଫଳତା ଲାଭ କରିପାରି ନ ଥିଲା ।,[୩] ତଥାପି ନିଜର ଅଭିନୟ ଦକ୍ଷତା ପ୍ରମାଣ କରି ସେ ନବାଗତା ଅଭିନେତ୍ରୀ ଭାବେ ସେ Star Debut of the Year - Femaleର ବିଜେତା ହେଲେ । [୪]

୨୦୧୦ରେ ହିନ୍ଦୀ ଚଳଚ୍ଚିତ୍ର ଜାନେ କାହାଁ ସେ ଆୟୀ ହୈରେ ରିତେଶ ଦେଶମୁଖଙ୍କ ବିପକ୍ଷରେ ଅଭିନେତ୍ରୀ ହେଲେ । ଚଳଚ୍ଚିତ୍ରଟିରେ ସେ ଏପରି ଏକ ପାତ୍ରର ଅଭିନୟ କରିଥିଲେ ଯେଉଁଥିରେ ଶୁକ୍ର ଗ୍ରହରୁ ଆସିଥିବା ଝିଅଟି ପୃଥିବୀରେ ଅବତରଣ କରି ପ୍ରେମିକ ସନ୍ଧାନରେ ଘୁରିବୁଲୁଛି । ଚଳଚ୍ଚିତ୍ରଟି ସେତେଟା ଲୋକପ୍ରିୟ ହୋଇପାରିଲା ନାହିଁ । ସେହି ବର୍ଷ ସେ ସାଜିଦ ଖାନ ନିର୍ଦ୍ଦେଶିତ ହାସ୍ୟ ଚଲଚ୍ଚିତ୍ର ହାଉସ ଫୁଲର ଏକ ସଂଗୀତରେ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଥିଲେ ।.[୫]

ମହେଶ ଭଟ୍ଟ ନିର୍ଦ୍ଦେଶିତ ମର୍ଡର-୨ ଥିଲା ଜ୍ୟାକଲୀନଙ୍କ ପ୍ରଥମ ବ୍ୟବସାୟିକ ସଫଳ ଚଳଚ୍ଚିତ୍ର । ଅଭିନୟ ଜୀବନରେ ଏହି ଚଳଚ୍ଚିତ୍ର ତାଙ୍କୁ ଏକ ନୂତନ ସ୍ଥାନ ପ୍ରଦାନ କରିଥିଲା ।.[୬][୭][୮] ପର ବର୍ଷ ଅକ୍ଷୟ କୁମାର ଅବଂ ଜନ ଆବ୍ରାହମଙ୍କ ସହ ତାଙ୍କ ଅଭିନୀତ ଚଳଚ୍ଚିତ୍ର ହାଉସଫୁଲ-୨ ମୁକ୍ତିଲାଭ କଲା । ଚଲଚ୍ଚିତ୍ରଟି ବ୍ୟବସାୟିକ ସଫଳତା ଲାଭ କଲେ ବି ଜ୍ୟାକଲୀନଙ୍କ ଅଭିନୟ ସେତେଟା ପ୍ରଶଂସନୀୟ ହୋଇପାରି ନ ଥିଲା । ଏହ ସତ୍ତ୍ୱେ ସେ ଶ୍ରେଷ୍ଠ ସହ କଳାକାର ଭାବେ ଆଇଫା ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ ।[୯]

ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ନାମ ଭୂମିକା ଟୀକା
୨୦୦୯ ଆଲ୍ଲାଦିନ ଜେସମିନ
୨୦୧୦ ଜାନେ କାହାଁ ସେ ଆୟୀ ହୈ ତାରା
୨୦୧୦ ହାଉସଫୁଲ ଧନ୍ନୋ
୨୦୧୧ ମର୍ଡର-୨ ପ୍ରିୟା
୨୦୧୨ ହାଉସଫୁଲ-୨ ବବି କପୁର
୨୦୧୩ ରେସ-୨ ଔମିଷା
୨୦୧୩ ରାମେୟା ୱାସ୍ତାବେୟା ଅଜ୍ଞାତ
୨୦୧୪ କିକ ଡଃ ଶୟନା ମେହେରା
୨୦୧୫ ରୟ ଆୟେଶା/ଟିୟା
୨୦୧୬ ହାଉସଫୁଲ-୩ ଗଙ୍ଗା
୨୦୧୬ ଢିଶୁମ ଇଶିକା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଇତ୍ୟାଦି

ଆଧାର[ସମ୍ପାଦନା]

  1. "Bollywood's highest paid actor". Archived from the original on 2 December 2017. Retrieved 15 May 2018.
  2. Hegde, Rajul (21 April 2011). "How Yana, Kalki learnt Hindi". Rediff.com. Archived from the original on 30 October 2014. Retrieved 19 May 2018.
  3. "Bollywood 2009 in a nutshell". Zee News. 28 December 2009. Archived from the original on 4 March 2016. Retrieved 19 May 2018.
  4. "Birthday Special: Jacqueline Fernandez' 30 Most Heartwarming Adorable Moments!". Yahoo! Movies. 11 August 2015. Archived from the original on 5 March 2016. Retrieved 5 September 2015.
  5. "Making of 'Apka Kya Hoga' – Dhanno (Housefull)". Bollywood Hungama. Archived from the original on 22 December 2015. Retrieved 6 September 2015.
  6. "Why Jacqueline Fernandez Doesn't Regret 'Bold' Role in Murder 2". NDTV. 2 February 2015. Archived from the original on 20 September 2015. Retrieved 5 September 2015.
  7. "John can make a rice–sack look sexy: Jacqueline". The Times of India. 13 April 2012. Retrieved 8 May 2012.
  8. "Murder 2 Box Office Details: Super Hit". Box Office India. Archived from the original on 11 ସେପ୍ଟେମ୍ବର 2015. Retrieved 5 ସେପ୍ଟେମ୍ବର 2015.
  9. "Barfi! leads IIFA nominations with 13 nods". NDTV. 22 April 2013. Archived from the original on 27 May 2014. Retrieved 6 September 2015.