ଛୁରିମ ଶେରପା

ଉଇକିପିଡ଼ିଆ‌ରୁ
ଛୁରିମ ଶେରପା
Born1984
ଲେଲେପ, ନେପାଳ
Nationalityନେପାଳ
Other namesଛୁରିମ
Occupationପର୍ବତରୋହି
Known forମାଉଣ୍ଟ ଏଭରେଷ୍ଟରେ ଚଢ଼ିଥିବା ମହିଳା
Parent
  • Dandu Sherpa (father)

ଛୁରିମ [୧] ଜଣେ ନେପାଳ ପର୍ବତରୋହି ଏବଂ ଗୋଟିଏ ସିଜିନରେ ଦୁଇ ଥର ମାଉଣ୍ଟ ଏଭରେଷ୍ଟରେ ଚଢ଼ିଥିବା ପ୍ରଥମ ମହିଳା ଅଟନ୍ତି । ତାଙ୍କର ଏହି ଉପଲବ୍ଧି ୨୦୧୩ [୨]ମସିହାରେ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ଼ରେ ସମ୍ବୋଧିତ ହୋଇଥିଲେ । 2012 ମସିହାରେ ସେ 12 ମଇ ଏବଂ 19 ମଇରେ ଏଭରେଷ୍ଟରେ ଚଢ଼ି ଏହି ଉପଲବ୍ଧିକୁ ପୁରଣ କରିଥିଲେ ।[୩] ଛୁରିମଙ୍କ ପାଇଁ ଏଭରେଷ୍ଟରେ ଚଢ଼ିଥିବା ପ୍ରଥମ ନେପାଳି ମହିଳା ପସାଙ୍ଗ ହ୍ଲାମୁ ଥିଲେ, ଯିଏ ପଞ୍ଚମ ଶ୍ରେଣୀରେ ପଢିଥିବା ଜଣେ ଝିଅରେ ଭବିଷ୍ୟ ଯୋଜନା ପାଇଁ ବୀଜ ବୁଣିଥିଲେ ଏବଂ ତାଙ୍କୁ ପ୍ରେରିତ କରିଥିଲେ ।[୪] ଏକ୍ସପିଡ଼ିଶନ ଡ଼ିପାର୍ଟମେଣ୍ଟଙ୍କ ଅନୁସାରେ ଆଜି ପର୍ଯ୍ୟନ୍ତ ଏଭରେଷ୍ଟରେ ଚଢ଼ିଥିବା ନେପାଳ ଲୋକଙ୍କ ସଂଖ୍ୟା 3,842 ଅଟେ, ଯେଉଁଥିରେ କେବଳ 219 ମହିଳା ଅଟନ୍ତି । [୫] ଛୁରିମ ପୂର୍ବୀ ନେପାଳର ତାପ୍ଲେଗଞ୍ଜର ଶେରପା ଅଟନ୍ତି । ସେ ସମସ୍ତ ଶେରପା ପରି ନିଜର ଏକ ନାମର ପ୍ରୟୋଗ କରିଥାନ୍ତି । [୬]

ଆଧାର[ସମ୍ପାଦନା]

  1. "Nepalese woman scales Mount Everest twice within days". Global Post. 2013-02-25.
  2. Francis Elliott (2013-02-26). "Climber becomes first woman to scale Everest twice in a year". The Times.
  3. "Guinness recognises woman Sherpa for scaling Everest twice in a season". The Hindu. 2013-02-25.
  4. Bibek Bhandari (2013-03-08). " "Childhood dream leads climber up Everest -- twice in one week". CNN.
  5. Bibek Bhandari (2013-03-08). " "Childhood dream leads climber up Everest -- twice in one week". CNN.
  6. BINAJ GURUBACHARYA (2013-02-25). "2 Everest climbs put Nepalese woman in record book". Denver Post.