ଗୀତାଞ୍ଜଳି ସାମନ୍ତରାୟ

ଉଇକିପିଡ଼ିଆ‌ରୁ
ଗୀତାଞ୍ଜଳି ସାମନ୍ତରାୟ
Born
ଶ୍ରଦ୍ଧାଞ୍ଜଳି ସାମନ୍ତରାୟ
Nationalityଭାରତୀୟ
Employerନ୍ୟାସନାଲ ଆଲୁମିନିୟମ କମ୍ପାନି
Known forଫୁଟବଲ ଖେଳାଳି
Parent(s)ନେତ୍ରାନନ୍ଦ, ରଶ୍ମି
Relativesଶ୍ରଦ୍ଧାଞ୍ଜଳି, ପୁଷ୍ପାଞ୍ଜଳି (ଭଉଣୀ), ଦେବଦତ୍ତ (ଭାଇ)[୧]

ଗୀତାଞ୍ଜଳି ସାମନ୍ତରାୟ, ଓଡ଼ିଶା ମହିଳା ଫୁଟବଲ ଦଳର ପ୍ରଥମ ଅଧିନାୟିକା । ତାଙ୍କ ନେତୃତ୍ୱରେ ପ୍ରଥମ ଥର ଓଡ଼ିଶାରେ ଏକ ମହିଳା ଫୁଟବଲ ଦଳ ଗଠନ କରାଯାଇଥିଲା ।[୨] ୧୯୯୨ରେ ଆସାମର ହାଫଲଙ୍ଗଠାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମହିଳା ଫେଡେରେସନ କପରେ ଏହି ଦଳ ଅଂଶଗ୍ରହଣ କରିଥିଲା ।[୩] ଗୀତାଞ୍ଜଳି ଫୁଟବଲ ବ୍ୟତିତ ଖୋ-ଖୋ ଖେଳରେ ମଧ୍ୟ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଛନ୍ତି ।[୪] ତାଙ୍କ କନିଷ୍ଠ ଭଉଣୀ ଶ୍ରଦ୍ଧାଞ୍ଜଳି ଭାରତ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଅଟନ୍ତି ।[୫]

ଆଧାର[ସମ୍ପାଦନା]

  1. ସମ୍ବାଦ ୦୫/୦୫/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୨ http://www.sambadepaper.com/Details.aspx?id=351914&boxid=35338527. Retrieved 5 May 2017. {{cite news}}: Missing or empty |title= (help)[permanent dead link]
  2. https://www.telegraphindia.com/1110919/jsp/orissa/story_14525059.jsp
  3. "ଜାତୀୟ ଫୁଟବଲରେ ଓଡ଼ିଆ". ସମ୍ବାଦ ୧୯/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୧. Retrieved 20 October 2017.[permanent dead link]
  4. http://orisports.com/PersonDetails.aspx?pId=NjU2
  5. http://archive.sambad.in/news/sports/74697.html[permanent dead link]