ଉଦୟଗିରି, ଆନ୍ଧ୍ରପ୍ରଦେଶ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଉଦୟଗିରି
ଉଦୟଗିରି ଗଡ଼
ଉଦୟଗିରି ଗଡ଼
Country India
StateAndhra Pradesh
DistrictNellore District
Elevation
230 m (750 ft)
Languages
Time zoneUTC+5:30 (IST)
PIN
524 226
Telephone code08620
ଯାନବାହାନ ପଞ୍ଚୀକରଣAP-26

ଉଦୟଗିରି,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ନେଲଲୋର ଜିଲ୍ଲାର  ଏକ ମଣ୍ଡଳ ସ୍ତରୀୟ ସହର । [୧]

ଭୌଗୋଳିକ ଅବସ୍ଥିତି [ସମ୍ପାଦନା]

ଉଦୟଗିରିର ଭୌଗୋଳିକ ଅବସ୍ଥିତି  14°52′00″N 79°19′00″E / 14.8667°N 79.3167°E / 14.8667; 79.3167.[୨] ଠାରେ । ସମୁଦ୍ରପତ୍ତାନଠାରୁ ଏହା ୭୫୭ ଫୁଟ ଉପରେ । 

ଇତିହାସ [ସମ୍ପାଦନା]

ଉଦୟଗିରିର ଜଣା ଇତିହାସ ୧୪ଶ ଶତାବ୍ଦୀର । ଏହା ଓଡ଼ିଶାର ତତ୍କାଳୀନ  ଲାଙ୍ଗୁଳା ଗଜପତିଙ୍କ ରାଜ୍ୟର ରାଜଧାନୀ ରହିଥିଲା । ୧୫୧୨ ମସିହା ସମୟକୁ ଏହା ବିଜଯନଗରର କୃଷ୍ଣଦେବ ରାୟଙ୍କ ଅଧୀନକୁ ଆସିଥିଲା ।ଲାଙ୍ଗୁଳା ଗଜପତି ନିରଣନ କରିଥିବା ଉଦୟଗିରି ଦୁର୍ଗ ଚତୁର୍ଦିଗରୁ ଦୁର୍ଗମ ଥିଲା । ପୂର୍ବ ଦିଗରେ ଥିବା ଏକମାତ୍ର ଜଙ୍ଗଲ ରାସ୍ତା ଦେଇ ଏହା ଭିତରକୁ ପ୍ରବେଶ ସମ୍ଭବ ଥିଲା । କୃଷ୍ଣଦେବ ରାୟ ଏହାକୁ ୧୮ ମାସ କାଳ ଘେରେଇ ରାଖୀ ଯୁଦ୍ଧ କରିବା ପରେ ଏହାକୁ ଅଧିକାର କରିବାକୁ ସକ୍ଷମ ହେଇଥିଲେ ।  ଏହି ଯୁଦ୍ଧରେ ଗଜପତି ରାଜା ପ୍ରତପୁରୁଦ୍ର ଦେବଙ୍କ ପରାଜୟ ହେଇଥିଲା । 

ଗଜପତି ଓ ବିଜଯନଗର ସାମ୍ଭ୍ରାଜ୍ୟର ଶାସନ କାଳରେ ଦୁର୍ଗର ପରିବର୍ଦ୍ଧନ କାର୍ଯ୍ୟ ହେଇଥିଲା । ସମୁଦାୟ ସହର ଓ ଚତୁପାର୍ଶ୍ୱରେ ଥିବା ପାହାଡକୁ ପ୍ରାଚୀରଦ୍ୱାରା ଅବଦ୍ଧ କରାଯାଇଥିଲା । ଏହି ପ୍ରାଚୀର ପାହାଡ ଉପରର ୧୦୦୦ ଫୁଟ ଉତ୍ଛ ସ୍ଥାନ ପାଇଁ ମଧ୍ୟ ନିର୍ମିତ ହେଇଥିଲା । ଦୁର୍ଗ ମଧ୍ୟରେ ୧୩ଟି ପ୍ରସାଦ ଥିଲା । ଏସଡ଼ବଲଇଉ ମଧ୍ୟରୁ ୮ଟି ପାହାଡ ଉପରେ ଓ ଅନନ୍ୟଗୁଡ଼ିକ ପାହାଡର ତଲଦେଶରେ ଥିଲା । ଏହା ମଧ୍ୟରେ ସୁନ୍ଦର ମନ୍ଦିର ଓ ଉଦ୍ୟାନ ମାନ ମଧ୍ୟ ନିର୍ମିତ ହେଇଥିଲା । 

ବିଜଯନଗର ସମ୍ଭ୍ରାଜ୍ୟ  ର ପାଟଣା ପରେ ଗୋଲୁଣ୍ଡା ମୁଖିଆ ମାନଙ୍କଦ୍ୱାରା ଏହା ଶାସିତ ହେଲା । ଗୋଳକୁନ୍ଦାର ମୁଖ୍ୟ ସୁଲତାନ ଅବଦୁଲ୍ଲା ମନ୍ଦିର ଉପରେ ଥିବା ମସ୍ଜିଦ ନିର୍ମାଣ କରିଥିବା କଥା ମସଜିଦର କାନ୍ଥରେ ଲେଖା ରହିଛି । ଏହା ପରେ ଏହା ଆର୍କଟର ନବାବଙ୍କ ଅଧୀନକୁ ଆସିଲା । ସେ ମୁସ୍ତାଫା ଅଲି ଖାନଙ୍କୁ ତାହା ଜାଗିର ଭାବରେ ପ୍ରଦାନ କରିଥିଲେ । ତାଙ୍କ ବଂଶଧରମାନେ ଏହାକୁ ୧୮୩୯ ମସିହା ଯାଏ ଶାସନ କରିଥିଲେ ଓ ସେମାନେ ବିଶ୍ୱାସ ଘାତକତା କରିବାରୁ ତାହା ପୁନଶ୍ଚ ନବାବଙ୍କ ଅଧୀନକୁ ଗଲା । 

ବର୍ତ୍ତମାନ ଏହି ସହରକୁ ' ନବାବି ଆଡ୍ଡା " କୁହାଯାଇଥାଏ । ଏଠାରେ ସଂଖ୍ୟାଧିକ ମୁସଲମାନ ସଂପ୍ରଦାଯ ଲୋକ ରହିବା ସହ ଏଠାରେ ଉର୍ଦ୍ଦୁ ଓ ହିନ୍ଦୀ ଉଭୟ ଭାଷା ତେଲୁଗୁ ସହ ପ୍ରଚଳିତ । ଏହି ସ୍ଥାନ ନେଲଲୋରଠାରୁ ୯୬ କିଲୋମିଟର ଦୂର । 

ଆଧାର [ସମ୍ପାଦନା]

  1. "List of Sub-Districts". Census of India. Retrieved 2007-03-26.
  2. Falling Rain Genomics.

ବାହାର ଲିଙ୍କ [ସମ୍ପାଦନା]