ଉଇକିପିଡ଼ିଆ:ଜାଣିବା କଥା

ଉଇକିପିଡ଼ିଆ ରୁ
ଉଇକିପିଡ଼ିଆକୁ ଜାଣିବା!

ସହଯୋଗ ସୂଚୀ: ପ୍ରଶ୍ନ · ଉଇକିକୋଡ଼ ଖୋଜା · ଜାଣିବା କଥା · ସାରକଥା ପଢ଼ିବା · ୱେବ ଚାଟ ଜରିଆରେ ସିଧା ସହଯୋଗ · ସହଯୋଗ · ଆଧାର · ଶିକ୍ଷଣ

Frequently Asked Questions (FAQs)
Shortcut:
FAQ ସୂଚୀ | FAQ | ଅବଲୋକନ | ପାଠକଗଣ | ବିଦ୍ୟାଳୟ | ସଙ୍ଗଠନ | ଅବଦାନ କରିବା | ସମ୍ପାଦନା | ପ୍ରଶାସନ | କାରିଗରୀ | ଅସୁବିଧା | ପ୍ରସଙ୍ଗ ବିଷୟବସ୍ତୁ | ଶ୍ରେଣୀସମୂହ | ସତ୍ତ୍ଵାଧୀକାର | ନକଲ | ବିବିଧ


ଇକିପିଡ଼ିଆ ବାବଦରେ ଥରକୁଥର ପଚରାଯାଇଥିବା ପ୍ରଶ୍ନସବୁର ଉତ୍ତରର ପି.ଡି.ଏଫ

ଭିତର ଚିଜ

ଉଇକିପିଡ଼ିଆ କ'ଣ?

ଉଇକିପିଡ଼ିଆ ଗୋଟିଏ ଖୋଲା ଅନଲାଇନ ଜ୍ଞାନକୋଷ ଯାହାକି ପୃଥିବି ସାରାର ଲେଖକମାନଙ୍କ ଦ୍ଵାରା ଲେଖାଯାଇଅଛି । ଇଂରାଜୀ ଉଇକିପିଡ଼ିଆ ସବୁଠୁ ବଡ଼ ଉଇକିପିଡ଼ିଆ । ଏଥିରେ ୩୮ଲକ୍ଷରୁ ଅଧିକ ଲେଖା ଅଛି । ୨୦ଟି ଭାରତୀୟ ଭାଷାକୁ ମିଶାଇ ଉଇକିପିଡ଼ିଆର ପ୍ରକଳ୍ପ ସବୁ ୨୮୨ରୁ ବେଶି ଭାଷାରେ ଅଛି । ଉଇକିପିଡ଼ିଆର ସବୁ ଲେଖା ନାନା ଲେଖକଙ୍କ ଠାରୁ ସୁଧରାଯାଇଅଛି ।

ଉଇକିପିଡ଼ିଆର ସହ-ତିଆରିକାର ଜିମି ଉଏଲସ ଉଇକିପିଡ଼ିଆକୁ "ଏକ ବହୁଭାଷୀ ଜ୍ଞାନକୋଷ ଯାହା ମାଗଣାରେ ପୃଥିବିର ଯେକୌଣସି ପାଠକକୁ ତା ନିଜ ଭାଷାରେ ଲେଖିବା ଓ ପଢ଼ିବାରେ ସାହାଯ୍ୟ କରେ" ବୋଲି କହନ୍ତି ।

ଉଇକି କଣ?

ସାଧାରଣ ଭାବରେ ଗୋଟିଏ ୱେବସାଇଟରେ କିଛି ଅଦଳବଦଳ କରିବା ପାଇଁ ବୈଷୟିକ ଜ୍ଞାନ ଓ ଲେଖକର ଅନୁମତି ଲୋଡ଼ା । ଉଇକି ଗୋଟିଏ ସଫ୍ଟୱାର ଯାହା ଆମକୁ ଏହି ସବୁ ଝିନଝଟରୁ ମୁକ୍ତି ଦେଇଥାଏ ଆଉ ବୈଷୟିକ ଜ୍ଞାନ ବିନା ବି ଖୋଲା ଭାବେ କିଛି ବି ଲେଖା ଲେଖିବାରେ, ବଦଳାଇବାରେ ଅବା ଲିଭାଇବାରେ କରିବାରେ ସାହାଯ୍ୟ କରିଥାଏ। ଯେହେତୁ ଉଇକି ସଫ୍ଟୱାରରେ ଲେଖାସବୁ ଲେଖିବା ଭାରି ସହଜ, ଏହା ଏକାସାଙ୍ଗେ ଗୁଡ଼ିଏ ଲେଖକଙ୍କୁ ଲେଖିବାରେ ସାହାଯ୍ୟ କରିଥାଏ ।

ଉଇକି ସଫ୍ଟୱାରକୁ ଉଆଡ଼ କନିଙ୍ଗହାମ ୧୯୯୪ରେ ତିଆରି କରିଥିଲେ । ମାର୍ଚ ୨୫ରେ ସେ ଉଇକିଉଇକିୱେବ ସଫ୍ଟୱାରକୁ ତିଆରିକରି www.c2.com ରେ ବାହାର କରିଥିଲେ । ସେ ନିଜେ ଏହାର ନାମ ଉଇକି ଦେବାକୁ ମତ ଦେଇଥିଲେ । ହନଲୁଲୁ ବିମାନଘାଟିରେ ଜଣେ କର୍ମଚାରିଠୁ ଏହି ଉଇକିଉଇକି ନାମଟି ପାଇଥିଲେ, ହାଉଆଇ ଭାଷାରେ ଯାହାର ମାନେ ଗତି

ଉଇକି ଓ ଉଇକିପିଡ଼ିଆ କଣ ଏକା ଜିନିଷ?

ନାମ, ଉଇକି ଓ ଉଇକିପିଡ଼ିଆ ଏକା ନୁହନ୍ତି । ଉଇକି, ଉଇକିପିଡ଼ିଆର ଆଉ ଗୋଟେ ନାମ ନୁହେଁ । ଉଇକି ଗୋଟିଏ ସଫ୍ଟୱାର ଯାହାକି ମିଳିତ ଲେଖାଲେଖିରେ ସାହାଯ୍ୟ କରିଥାଏ, ଉଇକିପିଡ଼ିଆ ଗୋଟିଏ ୱେବସାଇଟ ଯାହାକି ଉଇକି ସଫ୍ଟୱାରକୁ ବ୍ୟବହାର କରିଥାଏ । ଆହୁରି ମଧ୍ୟ, ଉଇକିପିଡ଼ିଆ ଉଇକି ସଫ୍ଟୱାର ବ୍ୟବହାର କରୁଥିବା କେତେଗୁଡ଼ିଏ ୱେବସାଇଟ ଭିତରୁ ଗୋଟେ । ଉଇକିପିଡ଼ିଆ ଇଣ୍ଟରନେଟରେ ଥିବା ସବୁଠୁ ବେଶି ଜଣାଶୁଣା ଆଉ ଢେର ଭଲ ଭଲ ଲେଖାରେ ଭରା ଉଇକି ୱେବସାଇଟ । ପ୍ରାୟ ଲୋକଙ୍କ ଭିତରେ ଉଇକି ଆଉ ଉଇକିପିଡ଼ିଆ ସମାନ ବୋଲି ଥିବା ଧାରଣା ଗୋଟିଏ ଭୁଲ ଧାରଣା ।

ଉଇକିପିଡ଼ିଆର ଇତିହାସ

ରିକ ଗେଟସଙ୍କ ତିଆରି ଇଁଟରପିଡ଼ିଆରୁ ପ୍ରଥମେ ସଭିଙ୍କ ଦ୍ଵାରା ବଦଳାଯାଇପାରୁଥିବା ଭାଷାକୋଷର ଚିନ୍ତା ବାହାରିଥିଲା । ହେଲେ ଖାଲି ଯୋଜନାରୁ ବାହାରକୁ ଏହି ଚିନ୍ତା ଯାଇପାରିନଥିଲା । ନୁପିଡ଼ିଆ (Nupedia) ଆଉ ଗୋଟିଏ ଚିନ୍ତାଧାରାରେ ତିଆରି କରାଯାଇଥିଲା ଯେଉଁଥିରେ ଛାମୁଆଁ ଲେଖାଳିମାନଙ୍କର ଅଭିଜ୍ଞତାକୁ ଆଖି ଆଗରେ ରଖି ତିଆରି କରାଯାଇଥିଲା । ଯେହେତୁ ଲେଖାର ମାନ ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା, ନୁପିଡ଼ିଆ ଧିରେ ଧିରେ ବଢ଼ିଚାଲୁଥିଲା । ତେଣୁ ନୁପିଡ଼ିଆର କାମ କୁ ବଢ଼ାଇବା ପାଇଁ ଜିମି ଆଉ ସାଁଗର ଉଇକିପିଡ଼ିଆ ତିଆରିଲେ, ଯାହାକି ସମସ୍ତଙ୍କ ଦ୍ଵାରା ବଦଳାଯାଇପାରୁଥିବା ଗୋଟିଏ ଜ୍ଞାନକୋଷଥିଲା । ଲେଖାର ମାନ ଆଉ ଲୋକପ୍ରିୟ ହେବାରେ ଉଇକିପିଡ଼ିଆ ତାର ମୂଳ ନୁପିଡ଼ିଆରୁ ଉପରକୁ ବଢିଲା । ଆଜି ସେହି ଜ୍ଞାନକୋଷର ଅନ୍ୟନାମ ପାଲଟିଛି ଉଇକିପିଡ଼ିଆ ।

ଉଇକିପିଡ଼ିଆ ଏକ ଅଣ-ଲାଭକାରୀ ସଙ୍ଗଠନ ଉଇକିମିଡ଼ିଆ ଫାଉଣ୍ଡେସନ (http://wikimediafoundation.org) ଦ୍ଵାରା ସଁଭଳାଯାଉଛି ।

ଉଇକିପିଡ଼ିଆ ଓଡ଼ିଶା।/ଭାରତ ସରକାରଙ୍କ ଦ୍ଵାରା ତିଆରି କରାଯାଇଛି କି?

ଉଇକିପିଡ଼ିଆ ଏକ ଅଣ-ଲାଭକାରୀ ସଙ୍ଗଠନ ଯାହା ଉଇକିମିଡ଼ିଆ ଅଧିନରେ କାମ କରୁଛି । ଏହି ସଙ୍ଗଠନ ଏକ ସରକାରୀ ସଙ୍ଗଠନ ନୁହେଁ/ସରକାରଙ୍କ ସାହାଯ୍ୟରେ ଚାଲେନାହିଁ । ଉଇକିମିଡ଼ିଆକୁ ଚଳାଇବା ପାଇଁ ଦରକାର ଟଙ୍କା ସାଧାରଣ ଲୋକଙ୍କ ଅନୁଦାନରୁ ଆସିଥାଏ । ଯେତେବେଳେ ଉଇକିପିଡ଼ିଆ ଏବେ ଅନେକ ନାମ କଲାଣି ସରକାର ଉଇକିପିଡ଼ିଆକୁ ସାହାଯ୍ୟ କରିବାକୁ ହାତ ବଢ଼ାଇଲେଣି ।

ମୁଁ ଲେଖିବାକୁ ଯାଉଥିବା ଲେଖାଟିରେ ମୋର ଖୁବ ଭଲ ଜ୍ଞାନ ଥିବା ଦରକାର କି ?

ଏହା ଲୋକଙ୍କ ମନରେ ଥିବା ଏକ ଭୁଲ ଧାରଣା, ଖାଲି ଏଇଥି ପାଇଁ ହିଁ ଲୋକେ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁନାହାନ୍ତି । ସତ କଥା ହେଉଛି ଆପଣଙ୍କୁ ନିଜ ଲେଖା ପାଇଁ ନିପୁଣ ହେବା କିଛି ଦରକାର ନାହିଁ । ଏମିତିରେ, ଗୋଟିଏ ବି ଉଇକିପିଡ଼ିଆ ଜଣେ ଲେଖାଳିର ଲେଖା ନୁହେଁ । ସବୁ ଲେଖା ଅଲଗା ଅଲଗା ଦେଶର ଆଉ ଅଲଗା ଅଲଗା ବେଉସାର ଲୋକଙ୍କର ଅବଦାନ ।

ଆସନ୍ତୁ ଉଦାହରଣଟିଏ ନେଇ ପରଖ କରିବା । ଭାବନ୍ତୁ କି କମ୍ପ୍ୟୁଟର ଉପରେ ଭୁବନେଶ୍ଵରର ସ୍କୁଲ ପିଲାଟିଏ ଲେଖାଟିଏ ଲେଖିବାକୁ ଚାଁହୁଛି, ସେ ଖାଲି କମ୍ପ୍ୟୁଟରର ସାଧାରଣ ବ୍ୟବହାର ଉପରେ କିଛି ଧାଡ଼ି ଲେଖିଦେଲା । କିଛି ଦିନ ପରେ ଇଞ୍ଜିନିୟରିଙ୍ଗ ପିଲାଟିଏ ସେ ଲେଖାକୁ ଦେଖି ସେଥିରେ କିଛି ନୁଆ କଥା ମିଶାଇଲା । ଆଉ କିଛି ଦିନ ପରେ ବେଙ୍ଗାଲୁରୁର କମ୍ପ୍ୟୁଟର ଇଞ୍ଜିନିୟର ଜଣେ ସେଥିରେ କିଛି ଚିତ୍ର ଆଉ ନିହାତି ଦରକାରି ଲେଖା ଆଉ କମ୍ପ୍ୟୁଟର କେମିତି କାମକରେ ସେକଥା ମିଶାଇଲେ । ଆଉ ସେମିତି ହୋଇ ସେ ଲେଖାଟିରେ କେତେ ଲୋକଙ୍କ ଲେଖା ମିଶି ଧିରେ ଧିରେ ବଢ଼ିଚାଲିଲା । ଏହି ସମାନ କଥା ସବୁ ଉଇକିପିଡ଼ିଆ ଲେଖାରେ ହୁଏ । ଆଉ ଆପଣ ବି ଏଥିରେ ସାମିଲ ହୋଇପାରିବେ । ନୁଆ ଲେଖା ମିଶାଇବା ଆଉ ପୁରୁଣା ଲେଖାକୁ ସୁଧାରି ଓଡ଼ିଆ ଉଇକିପିଡ଼ିଆକୁ ଆପଣ ସାରା ପୃଥିବିର ଭଲ ଉଇକିପିଡ଼ିଆଙ୍କ ଭିତରେ ଗୋଟିଏ କରିପାରିବେ ।

ଉଇକିପିଡ଼ିଆରେ କେଉଁ କେଉଁ ଲେଖା ରହିବା ଦରକାର ଓ କଣ ଦରକାର ନାହିଁ, ଏହା ଉପରେ କିଛି ନୀତି ନିୟମ ଅଛି କି?

ଆପଣ କିଛି ବି ବିଷୟରେ ଉଇକିପିଡ଼ିଆରେ ଲେଖିପାରିବେ, ତେବେ ଲେଖାଟି ଜ୍ଞାନକୋଷ ଯୋଗ୍ୟ ହେବା ଦରକାର । ଲେଖାଗୁଡ଼ିକୁ ଜ୍ଞାନକୋଷ ଯୋଗ୍ୟ କରିବା ଲାଗି ଉଇକିପିଡ଼ିଆର କିଛି ନୀତି ନିୟମ ଅଛି ।

ଉଇକିପିଡ଼ିଆରେ ମୁଁ ଲେଖିଥିବା ଲେଖାଟିକୁ ଅନେକେ ବଦଳାଉଛନ୍ତି, ଏମିତି କାହିଁକି ?

ଉଇକିପିଡ଼ିଆର ଲେଖା ସବୁ ଜଣେ ଲୋକର ନୁହେଁ । ଏହା ଏକ ମିଳିତ ପ୍ରକଳ୍ପ, ଆଉ କେହି ଜଣେ ଏହାର ମାଲିକାନା ରଖିପାରିବ ନାହିଁ । ଏହାର ନୂଆ ସଙ୍କଳନ/ଲେଖା ମିଶାଣ/ବଦଳ କରାଯାଇପାରିବ । ବ୍ୟବହାରକାରୀମାନଙ୍କ ଲେଖାର ବଦଳକୁ ନେଇ ଉପୁଜିଥିବା କିମ୍ବା ଉଇକିପିଡ଼ିଆର ଲେଖା ଭରସା ଯୋଗ୍ୟ ଜାଗାରୁ ନେବାର ଅସୁବିଧାକୁ ସୁଧାରିବା ପାଇଁ ଉଇକିପିଡ଼ିଆର ନିଜର ନୀତି ନିୟମ ଅଛି ।

ଉଇକିପିଡ଼ିଆରେ କିଏ କିଏ ଭାଗ ନେଇ ପାରିବେ?

ଯେକୌଣସି ଚଳଣିର, ଧରମ ଅବା କରମକୁସଳତା ଥିବା କେହି ବି ଜ୍ଞାନ ବାଣ୍ଟିବାକୁ ଚାହୁଁଥିଲେ ଉଇକିପିଡ଼ିଆରେ ଭାଗ ନେଇ ପାରିବେ । ଏହା ଭିତରେ ସ୍କୁଲ ପିଲା, ଅବସର ନେଇସାରିଥିବା ମିଲିଟାରି ଲୋକେ, ଚାଷି, ଘରୁଆ ଲୋକେ, ସଫ୍ଟୱାର ଚାକିରିଆ, ସରକାରୀ ଚାକିରିଆ ବା ଆଉ କେହି ଏଥିରେ ଭାଗ ନେଇ ପାରିବେ। ଗୁଡ଼ିଏ ଅଲଗା ଅଲଗା ଚିନ୍ତାଧାରାର ଲୋକେ ଉଇକିପିଡ଼ିଆରେ ଏକାଠି ହେଉଛନ୍ତି ନିଜର ଆଉ ଅନ୍ୟ ମାନଙ୍କର ଜ୍ଞାନ ବଢ଼ାଇବା ପାଇଁ, ଆଉ ତା ସହ ନିଜ ପରପିଢ଼ି ପାଇଁ ବି କିଛି ଜ୍ଞାନ ଛାଡ଼ିଯାଉଛନ୍ତି ।

ଉଇକିପିଡ଼ିଆ ଇଂରାଜୀ ବ୍ୟତୀତ ଅଲଗା ଭାଷାରେ ମିଳୁଛି କି? ଓଡ଼ିଆ କି ଅଲଗା ଭାରତୀୟ ଭାଷାରେ ଉଇକିପିଡ଼ିଆ ଅଛି କି?

୨୮୨ରୁ ବେଶି ଭାଷାରେ ଉଇକିପିଡ଼ିଆ ଅଛି । ଆଉ ଓଡ଼ିଆରେ ବି ଉଇକିପିଡ଼ିଆ ଅଛି । ପ୍ରଥମ ଉଇକିପିଡ଼ିଆ ଇଂରାଜୀରେ ହୋଇଥିଲା, ଯାହାକି ୨୦୦୧ ଜାନୁଆରୀରେ ଆରମ୍ଭ ହୋଇଥିଲା । ୨ ମାସ ପରେ ମାର୍ଚ ୨୦୦୧ରେ, ଉଇକିପିଡ଼ିଆ ଜର୍ମାନ ଭାଷାରେ କାମ କରିବା ଆରମ୍ଭ କଲା । ତାର କିଛି ମାସ ପରେ ଫ୍ରେଞ୍ଚ, ଚାଇନିଜ, ଡଚ, ହିବୁରୁ, ଇଟାଲିଅ, ରୁସିଅ ଆଦି ଭାଷାରେ ତିଆରି ହେଲା । ପ୍ରଥମ ବର୍ଷ କୌଣସି ଭାରତୀୟ ଭାଷାର ନିଜର ଉଇକିପିଡ଼ିଆ ନଥିଲା । ଜୁନ ୨୦୦୨ ରେ ଓଡ଼ିଆ, ପଞ୍ଜାବି ଓ ଆସାମିରେ ଉଇକିପିଡ଼ିଆ ତିଆରି ହେଲା । ୨୦୦୨ ଡିସେମ୍ବରରେ ମାଲୟାଲାମରେ ତିଆରି ହେଲା । ୨୦୦୩ ବେଳକୁ ଅନେକ ଭାରତୀୟ ଭାଷାରେ ଉଇକିପିଡ଼ିଆ ତିଆରି ହେଲା । ଫେବ୍ରୁଆରୀରେ ଭୋଜପୁରି ଆରମ୍ଭ ହେଲା, ମେ'ରେ ମରାଠି, ଜୁନରେ କନ୍ନଡ଼, ଜୁଲାଇରେ ହିନ୍ଦୀ, ସେପ୍ଟେମ୍ବରରେ ତାମିଲ, ତେଲୁଗୁ ଓ ଗୁଜରାଟି ଡିସେମ୍ବରରେ ଆଉ ବଁଗଳା ୨୦୦୪ ଜାନୁଆରୀରେ ତିଆରି ହୋଇଛି । ଏବେ ପାଳି ଭାଷାରେ ଓ ସଁସ୍କୃତରେ ଉଇକିପିଡ଼ିଆ ତିଆରି ହୋଇଛି ।

ଇଂରାଜୀ ଉଇକିପିଡ଼ିଆରେ ସବୁଠୁ ବେଶି ଲେଖା ଅଛି, ୨୦୧୦ ଏପ୍ରିଲ ବେଳକୁ ୩୩ ଲକ୍ଷରୁ ବେଶି ଲେଖା ଥିଲା । ଓଡ଼ିଆ ଉଇକିପିଡ଼ିଆ ଏ ଯାଏଁ ୨,୫୫୬ଟି ଲେଖା ଅଛି।

ମୋତେ ଭଲ ଭାବେ ଇଂରାଜୀ ଜଣା, ଓଡ଼ିଆ ଉଇକିପିଡ଼ିଆରେ କାହିଁକି ଯୋଗ ଦେବି?

ଆପଣ ହୁଏତ ଭଲ ଭାବେ ଇଂରାଜୀ ଜାଣିଥାଇପାରନ୍ତି, ହେଲେ ସେଇଟି ନିଜ ମାତୃଭାଷାକୁ ଛାଡ଼ିଦେବାର ଗୋଟିଏ କାରଣ ହୋଇ ନ ପାରେ । ଆପଣ ନିଜର ଉଚ ଇଂରାଜୀ ଜ୍ଞାନକୁ ବ୍ୟବହାର କରି ଗୁଡ଼ାଏ ଜଣା ଅଜଣା କଥା ଏକାଠି କରି ଓଡ଼ିଆରେ ଆଉଥରେ ଲେଖିପାରିବେ । ଏହା ଭଲ ଭାବେ ଇଂରାଜୀ ଜାଣି ନଥିବା ଓ ଓଡ଼ିଆରେ ଉଇକିପିଡ଼ିଆ ପଢ଼ିବାକୁ ଚାହୁଁଥିବା ଲୋକଙ୍କୁ ସାହାଯ୍ୟ କରିବ ।

ଢେରେଗୁଡ଼ିଏ ଛୋଟ ଛୋଟ ଜାଣିବା କଥା ଇଂରାଜୀ ଉଇକିପିଡ଼ିଆରେ ଭାଷା ଓ ଭାବର ତଫାତ ସକାଶେ ଏଯାଏଁ ଅଜଣା ହୋଇ ରହିଛି | ସେସବୁ ଜାଣିବା କଥାକୁ ଇଂରାଜୀ ଠାରୁ ଆଞ୍ଚଳିକ ଭାଷାରେ ବେଶି ସହଜରେ ଲେଖି ହେବ । ଆଉ ସେସବୁ ଲେଖା ଯଦି ଇଂରାଜୀ ଭଲ ଭାବରେ ଥାଏ କିଛି ଏମିତି ପାଠକ ଓ ଲେଖାଳି ଦରକାର ଯିଏ ଦୁଇଟି ଜାକ ଭାଷା ଭଲ ଭାବରେ ଜାଣିଥିବ । ବେଳେବେଳେ ଇଂରାଜୀରେ ଅନୁବାଦ ଟିକେ କଠିଣ ଆଉ ଲେଖାର ଭାବ ସରିଯାଏ ଅନୁବାଦ ଭିତରେ ।

ଅନେକ ଭାରତୀୟ ଇଂରାଜୀରେ ସେତେ ପ୍ରାଞ୍ଜଳ ନୁହନ୍ତି, ହେଲେ ଲୋକେ ସେମାନଙ୍କ ମାତୃଭାଷାରେ ସହଜରେ କଥାଭାଷା ଓ ଲେଖାଲେଖି କରିପାରନ୍ତି । ଆଉ ଇଂରାଜୀ ଜାଣିନଥିବା ଲୋକଙ୍କୁ ବି ନୂଆ ନୂଆ କଥା ଜାଣିବାରୁ ରୋକିବାର କିଛି କାରଣ ନାହିଁ ।

ମୁଁ ଓଡ଼ିଆ ଉଇକିପିଡ଼ିଆରେ ଲେଖିବାକୁ ଚାହୁଁଛି, ହେଲେ ଓଡ଼ିଆ ଟାଇପ କରିଜାଣିନାହିଁ, କେମିତି ଲେଖିବି/ବଦଳାଇବି?

ଓଡ଼ିଆ ଉଇକିପିଡ଼ିଆରେ ଟାଇପ କରିବାପାଇଁ କେତେ ଗୁଡ଼ିଏ ବାଟ ଅଛି । ଓଡ଼ିଆ ଉଇକିପିଡ଼ିଆ ଭିତରେ ଗୋଟିଏ ଉପକରଣ (Tool) ଅଛି ଯେଉଁଥିରେ କିଛି ବି ବାହାର ଟୁଲ ବିନା ଆପଣ ଓଡ଼ିଆରେ ଟାଇପ କରିପାରିବେ । ଏହା ଇଂରାଜୀ ଇନପୁଟରୁ ଆପେ ଆପେ ଓଡ଼ିଆକୁ ବଦଳାଇଦେବ, ଏଥିରେ ଇନସ୍କ୍ରିପ୍ଟ ବି ଅଛି, ତେଣୁ ଲେଖାଲେଖି ପାଇଁ ସେତେ ଅସୁବିଧା ହବନି । ଯଦି କିଛି ସହଯୋଗ ଦରକାର ତେବେ ସାହାଯ୍ୟ:ଓଡ଼ିଆରେ ଟାଇପ ଓଡ଼ିଆରେ ଲେଖି ଖୋଜିବା ବାକ୍ସ (Search Box) ଭିତରେ ଟାଇପ କଲେ ଓଡ଼ିଆ ଉଇକିପିଡ଼ିଆରେ ଢେରେ କଥା ଜାଣିହେବ ।

ମୁଁ ଉଇକିପିଡ଼ିଆରେ କାହିଁକି ଲେଖିବି? ଏଥିରେ ମୋର କଣ ଲାଭ ହେବ?

ଆମ ଜୀବନକାଳରେ ଆମେ ଅନେକ କଥା ଜାଣିଥାଉ, ଯାହା ଆମକୁ ଅନେକ ସମୟରେ ଅଲଗା ଅଲଗା ଜାଗାରୁ ମିଳିଥାଏ। ଯଦି ଆମେ ଏହି ଜ୍ଞାନକୁ ବାକିମାନଙ୍କ ଭିତରେ ନ ବାଣ୍ଟୁ ତାହେଲେ ଏହା ଆମ ଜୀବନ ସହ ଏ ପୃଥିବିରୁ ଚାଲିଯିବ । ଆଜି ଯାଏଁ ଏହିପରି କେତେ ଜ୍ଞାନ କେୱେବି ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ, କାରଣ କେହି କେବେ ତାକୁ ବାକିମାନଙ୍କ ପାଇଁ ସାଇତି ରଖିଯାଇ ନାହାନ୍ତି। ଉଇକିପିଡ଼ିଆରେ ଆମେ ଏହିପରି କେତେ ଦରକାରି ଜିନିଷ ଲେଖିପାରିବା ଯାହା ଆସନ୍ତା ପିଢ଼ି ପାଇଁ ବହୁ କାମରେ ଆସିବ ।

ଆମ ଜ୍ଞାନକୁ ବାକିମାନଙ୍କ ଭିତରେ ବାଣ୍ଟିବା ଦ୍ଵାରା ଏହା ଦିନକୁ ଦିନ ବଢି ଚାଲିଥାଏ । ଆଜି ଆମେ ଯାହା ସବୁ ଜାଣିଛୁ, ତାହା କାଲି ଆମକୁ କିଏ ଜଣେ ଶିଖାଇଥିଲା । ତେଣୁ ଏହିପରି ଆମେ ବି ଆଜି ଆମର ଜଣା କଥାଜାକ ସଭିଙ୍କ ଭିତରେ ବାଣ୍ଟି ପାରିବା ।

ଉଇକିପିଡ଼ିଆର ଲେଖାଳି ଅଲଗା ଅଲଗା ଉଇକି ଲେଖାଗୁଡିକୁ ସବୁବେଳେ ବଦଳାଇବାରେ ଦ୍ଵାରା ଲେଖାସବୁ କାଳ ସାଙ୍ଗେ ତାଳ ଦେଇ ବଦଳୁଥାଏ ଯାହା ଇଣ୍ଟରନେଟର ବାକିସବୁ ଜାଗାରେ ମିଳିବା ବିରଳ । ଉଇକିରେ କିଛି ଲେଖିବା ଆଗରୁ ଉଇକି ଲେଖାଳିମାନେ ବହୁ ସମୟରେ ସେହି ପ୍ରସଙ୍ଗ ଉପରେ କିଛି ଅଧିକ ପଢାପଢି କରିଥାନ୍ତି,ଯାହା ନିଜ ଦରକାରରେ ବି ଆସିଥାଏ । ଧିରେ ଧିରେ ଗୋଟିଏ ଲେଖାକୁ ଅନ୍ୟ ଜ୍ଞାନୀମାନେ ଠିକଭାବରେ ବଦଳାଇବାରୁ ସଭିଏଁ ଏହି ବିଷୟରେ ସନ୍ତୁଳିତ ଓ ସଠିକ ଛବି ପାଇଥାନ୍ତି । ଏହିପରି କିଛି ଗୋଟେ ବିଷୟରେ ରୁଚି ରଖିଥିବା ଲୋକେ ଏକାଠି ନିଜ ନିଜ ଭିତରେ ଜଣା ଅଜଣା କଥା ବଦେବାନେବାରେ ଲାଭ ପାଇଥାନ୍ତି ।

ଓଡିଆ ଉଇକିପିଡ଼ିଆରେ ଲେଖାଲେଖି କଲେ ମୋତେ କିଛି ଆର୍ଥିକ ସାହାଯ୍ୟ ମିଳିବ କି ?

ନା । ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ କିଛି ଆର୍ଥିକ ସାହାଯ୍ୟର କିଛି ବ୍ୟବସ୍ଥା ନାହିଁ । କିନ୍ତୁ ହଁ, ଉଇକିପିଡିଆରେ ଲେଖାଲେଖି ଦ୍ଵାରା ଆପଣଙ୍କ ବିଭିନ୍ନ ଜ୍ଞାନ ପୁଣି ସତେଜ ହୋଇଉଠେ, ଯାହା ଆପଣ ଭୁଲିଯାଇଥାନ୍ତେ ।

ଓଡ଼ିଆ ଉଇକିପିଡ଼ିଆର ଛୋଟ ଇତିହାସଟିଏ ମୋତେ କହିବେ କି ?

ଓଡ଼ିଆରେ ଟାଇପ କରିବା ଓ ପଢ଼ିବା ସେତେ ସହଜ ନଥିଲା । ଇଉନିକୋଡ଼ ବାହାରିବା ଯାଏଁ ଏହି ଅସୁବିଧା ଏମିତି ଥିଲା । କିଛି ବର୍ଷପରେ ଓଡ଼ିଆର ସବୁ ଅକ୍ଷରକୁ ଏକାଠି କରି ଇଉନିକୋଡ଼ ଲିପି (ଫଣ୍ଟ) ତିଆରି ହେଲା । ଓଡ଼ିଆ ଇଉନିକୋଡ଼ରେ ଥିବା ପଢ଼ିବା ଓ ଲେଖିବା ଅସୁବିଧା ଗୁଡ଼ିକୁ ସୁଧାରିବା ପରେ ଏବେ ଏହା ବ୍ୟବହାରକାରୀମାନଙ୍କ ପାଇଁ ଭାରି ସହଜ ହୋଇ ପାରିଛି ।

ଓଡ଼ିଆ ଉଇକିପିଡ଼ିଆ (http://or.wikipedia.org/) ୨୦୦୨ରେ ଆରମ୍ଭ ହୋଇଥିଲା । ପ୍ରଥମ ଭାରତୀୟ ଭାଷାଭାବେ ଓଡ଼ିଆ, ପଞ୍ଜାବି ଓ ଅସିମିଆ ତିନୋଟି ଭାଷାରେ ଉଇକିପିଡ଼ିଆ ତିଆରି ହୋଇଥିଲା । ହେଲେ ତା'ପରେ ବିଶେଷ କିଛି କାମ ନ ହୋଇ ଏହା ସେମିତି ପଡ଼ିରହିଥିଲା । କିଛି ଦିନ ତଳେ କିଛି ଓଡ଼ିଆ ଉଇକିଆଳିଙ୍କ ଚେଷ୍ଟାରେ ଏହା ପୁଣି ଥରେ ସଚଳ ହୋଇଛି । ମାଲାୟାଲମ ଉଇକିଆଳି ଜୁନେଦଙ୍କ ଚେଷ୍ଟାଯୋଗୁଁ ଓଡ଼ିଆରେ ଟାଇପ କରିବା ଟୁଲଟି ତିଆରି କରାଯାଇଛି ଯେଉଁଟି ଆପଣଙ୍କୁ ସହଜରେ ଟାଇପ କରିବାରେ ସାହାଯ୍ୟ କରିବ । ଓଡ଼ିଆ ଉଇକିପିଡ଼ିଆରେ ଆଗରୁ ସେତେ ବେଶି କାମ ହୋଇନାହିଁ, ତେବେ ଯେହେତୁ ଏହାର ବିକାଶ ଏଇମାତ୍ର ଆରମ୍ଭ ହୋଇଛି ତେଣୁ ଭଲ ମାନର ଲେଖା ଦେଇ ହିଁ କେବଳ ଏହାକୁ ଉନ୍ନତ ଉଇକିପିଡ଼ିଆଙ୍କ ଭିତରେ ଗଣାଯାଇପାରିବ ।

ଉଇକିପିଡ଼ିଆ ବାହାରେ ଆଉ କିଛି ପ୍ରକଳ୍ପ ଅଛିକି ?

ଉଇକିପିଡ଼ିଆ କାମରେ ସଫଳ ହେବାପରେ ଉଇକିମିଡ଼ିଆ ଫାଉଣ୍ଡେସନ ଅନଲାଇନ ଶବ୍ଦକୋଷ, ଉଇକ୍ସିନାରି ତିଆରି କରାଗଲା । ଉଇକ୍ସିନାରି ଅନେକ ଗୁଡ଼ିଏ ଭାଷାରେ ମାଗଣାରେ ମିଳୁଥିବା ଗୋଟିଏ ଶବ୍ଦକୋଷ । ଉଇକିପୋଥି- ଗୋଟିଏ ମାଗଣା ବହିର ଭଣ୍ଡାର ଯେଉଁଥିରେ ପଢ଼ା ବହି ସାଙ୍ଗକୁ ଅନେକ ମାନୁଆଲ ମିଳିପାରିବ ମାଗଣାରେ, ଉଇକିକୋଟସ- ଢଗଢମାଳି, ଲୋକକଥା, ବାଣି ଓ ଚିରକାଳ ମନେରହିବା ଭଳି କଥା ସବୁକୁ ନେଇ ଏହା ତିଆରି, କମନସ- ଏକ ଅନଲାଇନ ମିଡ଼ିଆ ସାଇତା ଜାଗା, ଯାହା ଭିତରେ ଚିତ୍ର, ଭିଡ଼ିଓ ଓ କଥା ସବୁକୁ ସାଇତାଯାଇପାରିବ ।

ଓଡ଼ିଆରେ ଖାଲି ଉଇକିପିଡ଼ିଆ ଓ ଉଇକ୍ସିନାରି ପାଇଁ କାମ କରାଯାଉଅଛି, ବାକି ଗୁଡିକରେ କାମ ଆରମ୍ଭ କରିବାକୁ ପଡ଼ିବ ।

ଆମ ପାଖରେ ଇଂରାଜୀ ଉଇକିପିଡ଼ିଆ ଥିଲାବେଳେ ଓଡ଼ିଆରେ ଉଇକି ପ୍ରକଳ୍ପ ସବୁ କାହିଁକି ଦରକାର ?

ଉଇକିମିଡ଼ିଆ ସଁଘର (ଉଇକିପିଡ଼ିଆ ବି ଏହା ଭିତରେ ଅଛି) ମୂଳ ଲକ୍ଷ ଜ୍ଞାନକୁ ମାଗଣାରେ ଓ ସହଜରେ ଲୋକଙ୍କ ପାଖରେ ପହଞ୍ଚେଇବା, ଓଡ଼ିଆ ଉଇକିପିଡ଼ିଆ ଲୋପପାଉଥିବା ଓ ସାଧାରଣ ବ୍ୟବହାରରୁ କମିଯାଉଥିବା ଓଡ଼ିଆ ଭାଷାରେ ସେହି ଜ୍ଞାନକୁ କମ୍ପୁଟର ବ୍ୟବହାର କରିପାରୁଥିବା ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ତିଆରି କରାଯାଇଛି ।

ଏବେକାର ଯୁଗରେ ସ୍କୁଲ ପଢ଼ା ବେଶି ପିଲାଙ୍କୁ ଉପରେ ବେଶି ନଜର ଦେଇ ତିଆରି କରାଯାଉଛି, ଜ୍ଞାନ ଏକାଠି କରିବା, ପଢ଼ା ବହିର ବାହାରେ ଚିନ୍ତା କରିବା ପାଇଁ ପିଲାଙ୍କୁ ତିଆରି କରାଯାଉଛି । ସ୍କୁଲରେ, ଘରେ ସବୁଠି ଇଣ୍ଟରନେଟର ବ୍ୟବହାର ହେଉଛି, ଆଉ ତା ଦେଇ ପିଲାମାନେ ଅନେକ ସୁଯୋଗର ସୁବିଧା ନେଇ ପାରିବେ, ଖାସ କରି ଉଇକିପିଡ଼ିଆ ଓଡ଼ିଆର ଲେଖା ସବୁରୁ ଢେର କଥା ଶିଖି ପାରିବେ । ଓଡ଼ିଆ ଉଇକିପିଡ଼ିଆ ନାନାଦି ବିଭାଗ: ଇତିହାସଠୁ ଆରମ୍ଭ କରି ଭୂଗୋଳ, ତାରାବିଜ୍ଞାନ, ସାହିତ୍ୟରେ ଅନେକ କଥା ଶିଖିପାରିବେ । ଦୁନିଆଯାକର ଜ୍ଞାନକୁ ଏକାଠି କରିବାର ଏହା ସବୁଠୁ ସୁବିଧା ଓ ସଳଖ ବାଟ । ନିଜେ ଜାଣନ୍ତୁ ଓ ବାକିମାନଙ୍କୁ ବି ଜଣାନ୍ତୁ ଆଉ ତା ସଙ୍ଗେ ଆମ ଭାଷାକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ ।

ମୁଁ ଉଇକିପିଡ଼ିଆରେ ଲେଖାର ତଥ୍ୟରେ ଥିବା ଭୁଲଭଟକା ସବୁ ଉପରେ ଲେଖିବା କଥା ଭାବୁଛି, ଉଇକିପିଡ଼ିଆର ପରିଛାମାନେ ଏହା ଉପରେ କିଛି କହିବେ କି ?

ଏହିଭଳି ଭୁଲଭଟକା ବହୁ ପୁରୁଣା କାଳରୁ ଚଳିଆସିଥିବା ଚଳଣି ଉପରେ ଥିବା ଲେଖାରେ ଥାଇପାରେ । ପୁରୁଣା ଚଳଣିର କଥାସବୁ ଜାଣିବାର ମିଡ଼ିଆରେ (ଖବର କାଗଜ, ବହି, ବ୍ଲଗ, ଟେଲିଭିଜନ) ବାହାରିସାରିଥିବା ଲେଖାର ତଥ୍ୟରେ ଥିବା ଭୁଲ ଜାଣିବାର କିଛି ବାଟ ନଥାଏ, ସେସବୁ ମିଡ଼ିଆ ଓ ଉଇକିପିଡ଼ିଆ ଭିତରେ ତଫାତ ହେଉଛି ଉଇକିପିଡ଼ିଆ ଖୋଲା ଓ ସଭିଙ୍କ ଦ୍ଵାରା ବଦଳାଯାଇପାରିବ । ଉଇକିପିଡ଼ିଆ ଆପଣଙ୍କୁ ତଥ୍ୟରେ ଥିବା ଭୁଲସବୁକୁ ସୁଧାରିବାକୁ ସୁଯୋଗଦିଏ । ଉଇକିପିଡ଼ିଆରେ କେମିତି ଠିକ ଲେଖା ରହିବ ତାହା ଦେଖିବା ସବୁ ପାଠକଙ୍କର ମୂଳ କାମ ହେବା ଉଚିତ ଆଉ ସଭିଏଁ ଏଥିରେ ଭାଗ ନେଇ ଭୁଲ ସବୁକୁ ସୁଧାରିବା ଦରକାର ।

ଆପଣ ନୂଆ ଲେଖାଟିଏ ଲେଖିବା ବେଳେ ଟିକେ ଲେଖାର ମାନ ଓ ତଥ୍ୟସବୁ ଠିକ ଅଛି କି ନାମ ଦେଖିନେବେ, ଯାହା ଲେଖାଟିକୁ ପଢିବାଯୋଗ୍ୟ କରିବ । ଉଇକିପିଡ଼ିଆରେ ଲେଖାସବୁ ଥରକରେ ଠିକ ହୁଏନାହିଁ, ଅନେକ ଥର ବଦଳ ହେବା ପରେ ଯାଇ ପୁରା ଠିକ ଲେଖାଟିଏ ମିଳେ । ତେଣୁ ଆପଣଙ୍କୁ ଅନୁରୋଧ, ଉଇକିପିଡ଼ିଆର ଏହି ଲେଖାରେ ଭାଗ ନିଅନ୍ତୁ, ଆଉ ଲେଖାର ଭୁଲ ସବୁ ସୁଧାରିବାରେ ଭାଗ ନିଅନ୍ତୁ । ଅନେକ ଲୋକଙ୍କ ଦ୍ଵାରା ଲେଖାଗଲେ ଲେଖାରେ ଥିବା ଭୁଲସବୁ ସୁଧୁରିଯିବ ଓ ଶେଷରେ ପୁରା ଠିକ ଲେଖାଟିଏ ପାଠକମାନଙ୍କ ପାଖକୁ ଆସିବ । ଆଉ ଉଇକିପିଡ଼ିଆରେ ଲେଖାସବୁ ଖୁବ ସହଳ ଉଇକିଆଳିଙ୍କ ଦ୍ଵାରା ପଢ଼ା ଓ ବଦଳାଯାଏ, ତେଣୁ ଆପଣଙ୍କ ଲେଖାଟି ୫ ମିନିଟ ଭିତରେ ପୁରୁଣା ହୋଇଯାଇଥିବ ଓ ବଦଳା ଯାଇସାରିଥିବ ।

ଉଇକିପିଡ଼ିଆ ଭଳି ଖୋଲା ଜ୍ଞାନକୋଷର ଭଲ ମନ୍ଦ ଗୁଣ ସବୁ କଣ ?

ଉଇକିପିଡ଼ିଆରେ ଥିବା ଲେଖା ସବୁ ବହୁ ଉତ୍ସାହି ଲୋକଙ୍କ ସହଯୋଗରେ ବଢ଼େ । ଉଇକିର ଯେକୌଣସି ପ୍ରସଙ୍ଗ ଧରିନିଆଯାଉ,ଏହା ବିଷୟରେ କିଛି ଲୋକଙ୍କୁ ବହୁତ ଜଣା ଥାଇପାରେ, କିଛିଙ୍କୁ ସେହି ଭାଷାର ଅନେକ କିଛି ଜଣା ଥିବ, କିଛି ବ୍ୟାକରଣରେ ପଟୁ ଆଉ କିଛି ସେହି ବିଷୟରେ ପଣ୍ଡିତ ଥିବେ । ଯେତେବେଳେ ଏମିତି ଲୋକେ ଏକାଠି ଗୋଟିଏ ବିଷୟରେ ଲେଖାଲେଖି ଆଉ ସମ୍ପାଦନା କରନ୍ତି, ଧିରେ ଧିରେ ଭଲ ଉଇକି ଲେଖାଟିଏ ଗଢ଼ିଉଠେ ।

ଉଇକି ସହ ଯୋଡ଼ା ଲୋକମାନେ ସବୁବେଳେ ସହଯୋଗ ମନୋଭାବ ନେଇ ଏଠାକୁ ଆସନ୍ତି । ଏଠି ପରସ୍ପର ଭିତରେ ଜ୍ଞାନର ଦେବାନେବା ଦ୍ଵାରା ସମସ୍ତଙ୍କର ଲାଭ ହୁଏ । କିନ୍ତୁ କାଳକ୍ରମେ କିଛି ଖଳ ଲୋକ ବି ଉଇକି ସହ ଜୋଡ଼ି ହୋଇଯାନ୍ତି,ଯେଉଁମାନଙ୍କ ଖରାପ ବୁଦ୍ଧିକୁ ଚିହ୍ନିବାକୁ ବେଶି ସମୟ ଲାଗେ ନାହିଁ । ଉଇକିପିଡ଼ିଆର ନୀତି ଅନୁସାରେ ଆମେ ଏଠି ଲେଖୁଥିବା ବିଷୟ ସବୁ ବିଶ୍ୱାସଯୋଗ୍ୟ ସୂତ୍ରରୁ ଆସିଥିବା ଦରକାର ଓ ସତ ହେଇଥିବା ଦରକାର । କିନ୍ତୁ ଉଇକିପିଡ଼ିଆର ଖୋଲା ବଦଳ ଗୁଣ ଯୋଗୁଁ କେହି ବି କୌଣସି ବି ଲେଖାର ଭାବ ଆଉ ସତପଣିଆକୁ ବଦଳାଇପାରେ । ବହୁତ ସମୟରେ ଏହିଭଳି ଖଳ ବଦଳ ଗୁଡିକ ମନ୍ଦବୁଦ୍ଧି ବା କୁତୁହଳରେ କରାଯାଏ । କିନ୍ତୁ ଗୋଟିଏ ସଚେତନ ଥିବା ଉଇକି ସଙ୍ଘ ଏହି ସବୁ ଖରାପ କାମକୁ ବିରୋଧ କରିଥାଏ ଏବଂ ଠିକ କରିଥାଏ ।

କେଉଁସବୁ ଉଇକି ପ୍ରକଳ୍ପ ଓଡ଼ିଆ ଉଇକିରେ ଏବେ ସଚଳ ଅଛି ?

ଓଡ଼ିଆ ସଙ୍ଘ ସଚଳ ହେଲେ ଆମକୁ ଓଡ଼ିଆ ଉଇକି କଥା ଓ ବାକି ଉଇକି ପ୍ରକଳ୍ପ ସବୁ ଆରମ୍ଭ କରିବାକୁ ପଡ଼ିବ ।

ଉଇକିପିଡ଼ିଆରେ ଲେଖାଲେଖି ବା ବଦଳାଇବା ବିଷୟରେ କିଛି ପଚାରିବାକୁ ଥିଲେ କାହାକୁ ପଚାରିବି ?

ଉଇକି ବିଷୟରେ ଥରକୁଥର ପଚରାଯାଇଥିବା ପ୍ରଶ୍ନ ଗୁଡିକ ଆପଣ ଓଡ଼ିଆ ଉଇକିପିଡ଼ିଆରେ ଏହି ସାହାଯ୍ୟ ଫରଦରୁ ପାଇ ପାରିବେ । ଆପଣ ଏ ବାବଦରେ ଯେକୌଣସି ସଚଳ ଓଡ଼ିଆ ଉଇକିପିଡ଼ିଆ ବ୍ୟବହାରକାରୀଙ୍କୁ ବି ପଚାରି ପାରିବେ । ତଥାପି ଯଦି ଆପଣଙ୍କ ଠିକ ଉତ୍ତର ନ ମିଳିଲା, ଆପଣ ଆମକୁ ଏହି ଠିକଣା wikipedia-or@lists.wikimedia.org ରେ ଇ-ମେଲ କରି ପାରନ୍ତି । ଆମେ ଏହି ଇ-ମେଲର ଯଥା ଶୀଘ୍ର ଉତ୍ତର ଦେବାକୁ ଚେଷ୍ଟା କରିବୁ ।

ମୁଁ ଇଂରାଜୀ ଉଇକିରେ ଲଗ ଇନ ନାମ ତିଆରି କରି ସାରିଛି। ମୁଁ କଣ ସେହି ଏକା ଲଗ ଇନ ନାମ ଓଡ଼ିଆ ଉଇକି ପାଇଁ ବି ବ୍ୟବହାର କରି ପାରିବି ?

ହଁ । ଆପଣ ସବୁ ଉଇକି ପ୍ରୋଜେକ୍ଟରେ ଗୋଟିଏ ଲଗ ଇନ ନାମ ବ୍ୟବହାର କରି ପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଲଗ ଇନ ନାମ ବା ଖାତାକୁ ବିଭିନ୍ନ ଉଇକି ପ୍ରୋଜେକ୍ଟ ପାଇଁ ଏକୀକରଣ କରିବାକୁ ପଡିବ । ଏ ବାବଦରେ ଆଧିକ ଜାଣିବା ପାଇଁ ଏହି ଲିଙ୍କ help page on metawiki କୁ ଯାଆନ୍ତୁ ବା ସାହାଯ୍ୟ ପାଇଁ ଓଡ଼ିଆ ଉଇକି ଇ-ମେଲ wikipedia-or@lists.wikimedia.org କୁ ମେଲ କରନ୍ତୁ ।

ଓଡ଼ିଆ ଉଇକିପିଡ଼ିଆ ପାଇଁ ଗୁଗଲ ଓ ୟାହୁ ଗ୍ରୁପ ଭଳି କିଛି ଆଲୋଚନା ଗୋଠ ଅଛି କି ? ମୁଁ ଓଡ଼ିଆ ଉଇକିଆଳିଙ୍କ ସଙ୍ଗେ ଅନଲାଇନ ଚାଟ କରିପାରିବି କି ?

ହଁ, ଓଡ଼ିଆ ଉଇକିପିଡ଼ିଆର ଏକ ମେଲ ତାଲିକା ଅଛି । ସେହି ମେଲ ତାଲିକାଟିରେ ନିଜ ନାମ ଲେଖାଇ ଆପଣ ବାକି ଉଇକିଆଳିଙ୍କ ସଙ୍ଗେ ଆଲୋଚନା କରିପାରିବେ । ମେଲ ତାଲିକାରେ ନାମ ଲେଖାଇବା ପାଇଁ ଏଠାକୁ କୁ ଯାଆନ୍ତୁ ଆଉ ଆଲୋଚନା କରନ୍ତୁ ।

ଏକ ଫ୍ରିନୋଡ଼ ଇଣ୍ଟରନେଟ ରିଲେ ଚାଟ (IRC) ଓଡ଼ିଆ ଉଇକିପିଡ଼ିଆ ପାଇଁ ବି ଅଛି ଯେଉଁଥିରେ ଆପଣ ଅନଲାଇନରେ ଥିବା ପୃଥିବି ଯାକର ଓଡ଼ିଆ ଉଇକିଆଳିଙ୍କ ସାଙ୍ଗରେ ଆଲୋଚନା କରିପାରିବେ ।

  • Server: irc.freenode.net
  • Channel: #wikipedia-or

ଆହୁରି ଅଧିକ ଜାଣିବା ପାଇଁ ସାହାଯ୍ୟ ପୃଷ୍ଠାଟି ଦେଖନ୍ତୁ ।

ଆହୁରି କିଛି ପ୍ରଶ୍ନ ଥିଲେ wikipedia-or@lists.wikimedia.org ବା odiawiki@gmail.com କୁ ମେଲ ପଠାନ୍ତୁ ।

ନିଜର ଟୁଲ

ନିଆରା
କାମ
ଦିଗବାରେଣି
ଯୋଗାଯୋଗ
ସହଯୋଗ କରନ୍ତୁ
ଉପକରଣ
ଅଲଗା ଭାଷା