ଅଜିଙ୍କ୍ୟ ରାହାଣେ

ଉଇକିପିଡ଼ିଆ‌ରୁ
ଅଜିଙ୍କ୍ୟ ରାହାଣେ
Ajinkya Rahane in June 2016
ବ୍ୟକ୍ତିଗତ ତଥ୍ୟ
ନାମAjinkya Madhukar Rahane
ଜନ୍ମ (1988-06-06) ୬ ଜୁନ ୧୯୮୮ (ବୟସ ୩୫)
Ashwi KD, Maharashtra, India
ଡାକ ନାମJinks
ଉଚ୍ଚତା5 ft 7 in (1.70 m)
ବ୍ୟାଟିଂ ପ୍ରକାରRight-handed
ବୋଲିଂ ପ୍ରକାରRight-arm medium
ଭୂମିକାBatsman
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 278)22 March 2013 v Australia
ଶେଷ ଟେଷ୍ଟ24 January 2018 v South Africa
ପ୍ରଥମ ଦିନିକିଆ (cap 191)3 September 2011 v England
ଶେଷ ଦିନିକିଆ1 February 2018 v South Africa
ଦିନିକିଆ ଜାମା ନମ୍ବର27
ପ୍ରଥମ ଟି୨୦ (cap 39)31 August 2011 v England
ଶେଷ ଟି୨୦28 August 2016 v West Indies
ଟି୨୦ ଜାମା ନମ୍ବର27
ଘରୋଇ ଦଳ ତଥ୍ୟ
YearsTeam
2007–presentMumbai
2008–2010Mumbai Indians
2011–2015, 2018Rajasthan Royals
2016 - 2017Rising Pune Supergiants
Career statistics
ପ୍ରତିଯୋଗିତା Test ODI FC LA
ମ୍ୟାଚ ସଂଖ୍ୟା 18 58 82 121
ମୋଟ ରନ 1353 1,705 7,170 4,045
ବ୍ୟାଟିଂ ହାର 43.64 31.00 56.90 35.17
ଶତକ/ଅର୍ଦ୍ଧଶତକ 4/7 2/10 24/31 6/25
ସର୍ବାଧିକ ରନ 147 111 265* 187
ବଲ ସଂଖ୍ୟା 2228 108 42
ଉଇକେଟ 0 3
ବୋଲିଂ ହାର 14.33
ଇନିଙ୍ଗସରେ ୫ଟି ଉଇକେଟ 0
ମ୍ୟାଚରେ ୧୦ଟି ଉଇକେଟ n/a
ସବୁଠୁ ଭଲ ବୋଲିଂ 2/36
କ୍ୟାଚ/ଷ୍ଟମ୍ପିଙ୍ଗ 17/– 32/– 72/– 59/–
Source: Cricinfo, 29 July 2015

ଅଜିଙ୍କ୍ୟ ମଧୁକର ରାହାଣେ (ଜନ୍ମ ୬ ଜୁନ ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ମୁମ୍ବାଇ ଘରୋଇ ଦଳରୁ ପ୍ରତିନିଧିତ୍ୱ କରନ୍ତି । ସେ ଜଣେ ଡାହାଣହାତୀ ବ୍ୟଟ୍ସମ୍ୟାନ ଯିଏ ତାଙ୍କ ପ୍ରଥମ ଆତର୍ଜାତୀୟ ମ୍ୟାଚ Twenty20 ମ୍ୟାଚରୁ ଇଂଲଣ୍ଡ ବିପକ୍ଷରେ ୨୦୧୧ରେ ଆରମ୍ଭ କରିଥିଲେ ଓ ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୧୩ରେ ଆରମ୍ଭ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ରାହାଣେ ହେଉଛନ୍ତି ମଧୁକର ବାବୁରାଓ ରାହାଣେ ଓ ସୁଜାତା ରାହାଣେ ପ୍ରଥମ ସନ୍ତାନ । ତାଙ୍କର ଜଣେ ସାନ ଭାଇ ଓ ଭଉଣୀ ଅଛନ୍ତି । ରାହାଣେ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ପ୍ରବିନ ଆମ୍ରେଙ୍କଠାରୁ କୋଚିଙ୍ଗ ନେଉଥିଲେ । ସେ ଏସଭି ଯୋଶୀ କଲେଜରୁ ଯୁକ୍ତ୨ ପାସ କରିଥିଲେ । ରାହାଣେ ୨୬ ସେପ୍ଟେମ୍ବର ୨୦୧୪ରେ ରାଧିକା ଧୋପାବକରଙ୍କୁ ବିବାହ କରିଥିଲେ । ଏହା ଏକ ପ୍ରେମ ବିବାହ ଥିଲା ।

କ୍ୟାରିୟର[ସମ୍ପାଦନା]

ରାହାଣେ ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ୧୯ ବର୍ଷ ବୟସରେ ମୁମ୍ବାଇ ତରଫରୁ ଖେଳିଥିଲେ । ସେ ତାଙ୍କ ପ୍ରଥମ ରଣଜୀ ଟ୍ରଫି ୨୦୦୭/୦୮ରେ ଖେଳିଥିଲେ । ୨୦୦୮-୦୯ର ରଣଜୀ ମ୍ୟାଚରେ ସେ ୧୦୮୯ ରନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୨୦୧୧ରେ ୱେଷ୍ଟଇଣ୍ଡିସ ବିପକ୍ଷରେ ଟେଷ୍ଟ ଖେଳିବା ପାଇଁ ମନୋନୟନ ହୋଇଥିଲେ କିନ୍ତୁ ମ୍ୟାଚ ଖେଳିବାକୁ ସୁଯୋଗ ପାଇ ନଥିଲେ । ୨୨ ମାର୍ଚ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ସେ ନିଉଜିଲାଣ୍ଡ ବିପକ୍ଷରେ ଓ ଦିନିକିଆ ମ୍ୟାଚରେ ପ୍ରଥମ ଶତକ ଇଂଲଣ୍ଡ ବିପକ୍ଷରେ କରିଥିଲେ ।

ଆଧାର[ସମ୍ପାଦନା]