ଫ୍ଲୋରାଇଡ ଚିକିତ୍ସା

ଉଇକିପିଡ଼ିଆ‌ରୁ
ଫ୍ଲୋରାଇଡ
Fluoride is sold in tablets for cavity prevention.
Clinical data
Trade namesOrthoWash, PerioMed, others
AHFS/Drugs.commonograph
Routes of
administration
by mouth
ATC code
Legal status
Legal status
Identifiers
CAS Number
ChemSpider
  • none

ଫ୍ଲୋରାଇଡ ଚିକିତ୍ସା (ଇଂରାଜୀ ଭାଷାରେ Fluoride therapy) ଅର୍ଥ ଚିକିତ୍ସା କ୍ଷେତ୍ରରେ ଫ୍ଲୋରାଇଡର (fluoride) ବ୍ୟବ‌ହାର ପଦ୍ଧତି ।[୨] ୬ ମାସ ବୟସରୁ ଉର୍ଦ୍ଧ୍ୱ ପିଲାଙ୍କର ଦନ୍ତ କ୍ଷୟ (tooth decay) ହେଉଥିଲେ ଓ ରହୁଥିବା ସ୍ଥାନରେ ପାନୀୟ ଜଳରେ (drinking water) ଫ୍ଲୋରାଇଡ (fluoride) ପରିମାଣ କମ୍ ଥିଲେ ପ୍ରତିଷେଧ ନିମନ୍ତେ ଫ୍ଲୋରାଇଡ ପରିପୂରକ ଦିଆଯାଏ ।[୩] ଏହା ତରଳ, ବଟିକା ବା ପେଷ୍ଟ ଆକାରରେ ବ୍ୟବ‌ହାର କରାଯାଏ । ଯେଉଁ ସ୍ଥାନରେ ଜନ ସାଧାରଣଙ୍କ ନିମନ୍ତେ ଫ୍ଲୋରାଇଡ ମିଶ୍ରିତ ଜଳ (fluoridated) ସରବରାହ କରାଯାଏ ସେ ସ୍ଥାନରେ ଅଧିକ ଫ୍ଲୋରାଇଡ ପାଟିରେ ଦେବା ଆବଶ୍ୟକ ନୁହେଁ ।[୪] କେତେକ ହାଡ଼ ବେମାରୀରେ (bone diseases) ଏହା ବ୍ୟବ‌ହାର ହୁଏ । [୫]

ସାଧାରଣ ମାତ୍ରାରେ ଏହି ଔଷଧ ଦେଲେ ମଧ୍ୟ କେତେକ ସ୍ଥଳରେ ଦାନ୍ତରେ (teeth) ଧଳା ଦାଗ white marks ଦେଖାଯାଏ । ମାତ୍ରାଧିକ ଡୋଜ ହେଲେ ଦାନ୍ତ ହଳଦିଆ ବା ମାଟିଆ ରଙ୍ଗ ଧାରଣ କରେ ।[୪] ଫ୍ଲୋରାଇଡ ଚିକିତ୍ସାରେ ସୋଡ଼ିଅମ ଫ୍ଲୋରାଇଡ (sodium fluoride) ବ୍ୟବ‌ହାର କଲେ ମଧ୍ୟ ସ୍ଟାନସ ଫ୍ଲୋରାଇଡ (stannous fluoride) ଦିଆଯାଇପାରେ ।[୪][୫] ଏସିଡ ଯୋଗୁ ହେଉଥିବା କ୍ଷୟ କମେଇଦିଏ, ଦାନ୍ତ ମିନେରାଲ (remineralisation) ବୃଦ୍ଧି କରେ ଓ ଜୀବାଣୁ (bacteria) ଗତିବିଧି କମ୍ କରେ । [୫] ଦାନ୍ତ ସ‌ହିତ ସମ୍ପର୍କରେ ଆସି ଏହା କାମ କରେ ।[୩][୫]

ସନ ୧୯୪୦ରୁ ଦାନ୍ତ କ୍ଷୟ ପ୍ରତିରୋଧ ନିମନ୍ତେ ଫ୍ଲୋରାଇଡ ବ୍ୟବ‌ହାର କରାଗଲା ।[୬] ସୋଡ଼ିଅମ ଫ୍ଲୋରାଇଡ ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏକ ମାସର ଖର୍ଚ୍ଚ ପ୍ରାୟ ୦.୩୬ ପାଉଣ୍ଡ ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅତି ଦାମିକା ନୁହେଁ ।[୮]

ଆଧାର[ସମ୍ପାଦନା]

  1. Mosby's Review Questions for the National Board Dental Hygiene Examination (in ଇଂରାଜୀ). Elsevier Health Sciences. 2013. p. 231. ISBN 9780323226318.
  2. Weiner, Eugene R. (2008). Applications of Environmental Aquatic Chemistry: A Practical Guide, Second Edition (in ଇଂରାଜୀ) (2 ed.). CRC Press. p. 389. ISBN 9781420008371.
  3. ୩.୦ ୩.୧ WHO Model Formulary 2008 (PDF). World Health Organization. 2009. pp. 501–502. ISBN 9789241547659. Retrieved 8 January 2017.
  4. ୪.୦ ୪.୧ ୪.୨ ୪.୩ British national formulary : BNF 69 (69 ed.). British Medical Association. 2015. pp. 699–700. ISBN 9780857111562.
  5. ୫.୦ ୫.୧ ୫.୨ ୫.୩ "Fluorides". The American Society of Health-System Pharmacists. Retrieved 8 January 2017.
  6. Murray, John J.; Nunn, June H.; Steele, James G. (2003). The Prevention of Oral Disease (in ଇଂରାଜୀ). OUP Oxford. p. 53. ISBN 9780192632791.
  7. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 217. ISBN 9781284057560.