ଅଗ୍ନାଶୟ ଏଞ୍ଜାଇମ (ଡାକ୍ତରୀ ବ୍ୟବ‌ହାର)

ଉଇକିପିଡ଼ିଆ‌ରୁ
ଅଗ୍ନାଶୟ ଏଞ୍ଜାଇମ
Complex of lipase with colipase
Clinical data
Trade namesCreon, Pancreaze, Pancrex, others
AHFS/Drugs.commonograph
MedlinePlusa604035
Pregnancy
category
  • US: C (Risk not ruled out)
  • Rx-only
Routes of
administration
by mouth
ATC code
Identifiers
CAS Number
DrugBank
ChemSpider
  • none
UNII
ECHA InfoCard100.053.309 Edit this at Wikidata

ଅଗ୍ନାଶୟ ଏଞ୍ଜାଇମ (ଇଂରାଜୀ ଭାଷାରେ Pancreatic enzymes, ଅନ୍ୟ ନାମ ପାଙ୍କ୍ରିଲାଇପେଜ/ pancrelipaseପାଙ୍କ୍ରିଆଟିନ/ pancreatin) ଏକ ବ୍ୟବସାୟୀକ ମିଶ୍ରଣ ଯେଉଁଥିରେ ଆମିଲେଜ (amylase), ଲାଇପେଜ (lipase) ଓ ପ୍ରୋଟିଏଜ (protease) ଥାଏ ।[୧][୨] ଅଗ୍ନାଶୟ ଜନିତ ଅଭାବ ଯୋଗୁ ହେଉଥିବା ମାଲଆବସର୍ପସନ ସିଣ୍ଡ୍ରୋମ (pancreatic problems) ରୋଗରେ ବ୍ୟବ‌ହାର କରାଯାଏ ।[୧] ସିସ୍ଟିକ୍ ଫାଇବ୍ରୋସିସ୍, ଅଗ୍ନାଶୟ ନିଷ୍କାସନ (surgical removal of the pancreas), ଦୀର୍ଘକାଳୀନ ଅଗ୍ନାଶୟ ପ୍ରଦାହ ଇତ୍ୟାଦି ରୋଗମାନଙ୍କ ଯୋଗୁ ଏହି ଅଗ୍ନାଶୟ ସମସ୍ୟା ସୃଷ୍ଟି ହୁଏ । [୧][୩] ଏହି ଔଷଧକୁ ପାଟିରେ ଦିଆଯାଏ । [୧]

ଅଗ୍ନାଶୟ ଏଞ୍ଜାଇମର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ସାଧାରଣତଃ ବାନ୍ତି (vomiting), ପେଟ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ତରଳ ଝାଡ଼ା ହୋଇପାରେ ।[୧] ଅନ୍ୟାନ୍ୟ ପ୍ରତିକ୍ରିୟା ମଧ୍ୟରେ ମଳଦ୍ୱାର ପାଖରେ (perianal) ଜଳାପୋଡ଼ା ଓ ଅଧିକ ରକ୍ତ ୟୁରିକ ଏସିଡ (high blood uric acid) ହୋଇପାରେ । ଏହି ଏଞ୍ଜାଇମଗୁଡ଼ିକ ଘୁଷୁରୀରୁ (pig) ପ୍ରସ୍ତୁତ ହୋଇଥାଏ । ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[୩] ଏହାର ଉପାଦାନମାନ ହଜମକାରୀ ଏଞ୍ଜାଇମ (digestive enzyme) ଯାହା ମାନବ ଅଗ୍ନାଶୟରୁ (pancreas) ତିଆରି ହେଉଥିବା ଇଞ୍ଜାଇମ ସଦୃଶ ହୋଇଥାଏ ।[୪] ଚର୍ବି, ସ୍ଟାର୍ଚ୍ଚ ଓ ପୁଷ୍ଟିସାର ହଜମ (digest) କରିବାରେ ସାହାଯ୍ୟ କରେ ।[୩]

ଅତି କମ୍‌ରେ ୧୮୦୦ ଶତାବ୍ଦୀରୁ ଅଗ୍ନାଶୟ ଏଞ୍ଜାଇମ ବ୍ୟବ‌ହୃତ ହୋଇଆସୁଛି ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ସଂଯୁକ୍ତ ରାଷ୍ଟ୍ରରେ ଏହାର ଏହି ଔଷଧ ବାବଦ ଏକ ମାସର ଖର୍ଚ୍ଚ ପ୍ରାୟ ୧୧.୬୪ ପାଉଣ୍ଡ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୫୦ରୁ ୧୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ । [୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Pancrelipase". The American Society of Health-System Pharmacists. Retrieved 8 January 2017.
  2. "Pancreatin". The American Society of Health-System Pharmacists. Retrieved 8 January 2017.
  3. ୩.୦ ୩.୧ ୩.୨ ୩.୩ British national formulary : BNF 69 (69 ed.). British Medical Association. 2015. p. 82-83. ISBN 9780857111562.
  4. Stuhan, Mary Ann (2013). Understanding Pharmacology for Pharmacy Technicians (in ଇଂରାଜୀ). ASHP. p. 597. ISBN 9781585283606.
  5. Bagchi, Debasis; Swaroop, Anand; Bagchi, Manashi (2015). Genomics, Proteomics and Metabolomics in Nutraceuticals and Functional Foods (in ଇଂରାଜୀ). John Wiley & Sons. p. 274. ISBN 9781118930465.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 281. ISBN 9781284057560.