ଆଣ୍ଟିଭେନମ

ଉଇକିପିଡ଼ିଆ‌ରୁ
ଆଣ୍ଟିଭେନମ
Milking a snake for the production of antivenom.
Clinical data
Synonymsantivenin, antivenene
AHFS/Drugs.commonograph
Routes of
administration
injection
ATC code
Identifiers
ChemSpider
  • none

ଆଣ୍ଟିଭେନମ (ଇଂରାଜୀ ଭାଷାରେ Antivenom, ବା ଆଣ୍ଟିଭେନିନ /antivenin, ଭେନମ ଆଣ୍ଟିସେରମ/venom antiserum ବା ଆଣ୍ଟିଭେନମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ/ antivenom immunoglobulin) ଏକ ଔଷଧ ଯାହା ଆଣ୍ଟିବଡିରୁ (antibodies) ପ୍ରସ୍ତୁତ କରାଯାଏ ଓ ବିଷାକ୍ତ ଜନ୍ତୁ କାମୁଡ଼ିଥିବା (venomous) ରୋଗୀଙ୍କର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଉଲ୍ଲେଖନୀୟ ବିଷକ୍ରିୟା ଲକ୍ଷଣ ଥିଲେ ବା ଉଚ୍ଚମାତ୍ରାର ସଙ୍କଟ ଥିଲେ ଏହି ଔଷଧ ଦେବାକୁ ସୁପାରିସ କରାଯାଏ । ଜନ୍ତୁର ଜାତି ଓ ପ୍ରଜାତି ଅନୁସାରେ ଆଣ୍ଟିଭେନମ ଆବଶ୍ୟକ ହୁଏ । ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ଏହାର ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହୋଇପାରେ । ଏହାଦ୍ୱାରା ସେରମ ସିକନେସ (serum sickness), ଅଣନିଶ୍ୱାସି (shortness of breath), ଓ ଆନାଫାଇଲାକ୍‌ସିସ ହୋଇପାରେ ।[୧] ନିର୍ଦ୍ଦିଷ୍ଟ ପ୍ରାଣୀର ବିଷ ସଂଗ୍ରହ କରି ଅନ୍ୟ ଗୃହପାଳିତ ପଶୁଙ୍କୁ କ୍ଷୁଦ୍ର ପରିମାଣରେ ଇଞ୍ଜେକସନ ଦିଆଯାଏ । ଏହି ଗୃହପାଳିତ ପଶୁଙ୍କଠାରୁ ଆଣ୍ଟିବଡି ସଂଗ୍ରହ କରି ପରିସ୍କାର କରାଯାଏ ।[୨] ବୁଢ଼ିଆଣି ଦଂଶନ (spider bites), ସାପ କାମୁଡ଼ା (snake bites), ମାଛ କାମୁଡ଼ା (fish stings) ଓ ବିଛା ଦଂଶନ ‌(scorpion stings) ନିମନ୍ତେ ଭିନ୍ନ ଭିନ୍ନ ଧରଣର ଆଣ୍ଟିଭେନିନ ମିଳେ ।[୩]

ସନ ୧୮୦୦ରେ ପ୍ରଥମେ ଆଣ୍ଟିଭେନିନ ପ୍ରସ୍ତୁତ କରାଯାଇଥିଲା ଓ ୧୯୫୦ ମସିହାରୁ ବ୍ୟବ‌ହାର କରାଗଲା ।[୨][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ପ୍ରକାର ଅନୁସାରେ ଏକ ଭାଏଲର ମୂଲ୍ୟ ୯.୦୦ରୁ ୧୧୮.୮୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ୨,୩୦୦୦ ଆମେରିକୀୟ ଡଲାର ।[୭][୮] }}

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 396-397. ISBN 9789241547659. Retrieved 8 January 2017.
  2. ୨.୦ ୨.୧ Dart, Richard C. (2004). Medical Toxicology (in ଇଂରାଜୀ). Lippincott Williams & Wilkins. p. 250-251. ISBN 9780781728454.
  3. British national formulary : BNF 69 (69 ed.). British Medical Association. 2015. p. 43. ISBN 9780857111562.
  4. Gad, Shayne Cox (2007). Handbook of Pharmaceutical Biotechnology (in ଇଂରାଜୀ). John Wiley & Sons. p. 692. ISBN 9780470117101.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Antivenom Serum". International Drug Price Indicator Guide. Archived from the original on 27 February 2017. Retrieved 8 December 2016.
  7. Lewis, Danny (11 September 2015). "Why A Single Vial Of Antivenom Can Cost $14,000". Smithsonian. Retrieved 9 January 2017.
  8. "One step closer to cheaper antivenom". ScienceDaily. 3 September 2015. Retrieved 9 January 2017.