ରାକ୍ଷୀ ଦାଶ

ଉଇକିପିଡ଼ିଆ‌ରୁ

ରାକ୍ଷୀ ଦାଶ ଜଣେ ଚଳଚ୍ଚିତ୍ର, ଧାରାବାହିକ, ବିଜ୍ଞାପନ ଓ କାର୍ଟୁନ ଫିଲ୍ମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ସେ ଜଣେ ରେଡିଓ ଜକି ଭାବେ କାମକରନ୍ତି । ଏହା ଛଡ଼ା ସେ ବିଭିନ୍ନ ଟିଭି ତଥା ମଞ୍ଚ କାର୍ଯ୍ୟକ୍ରମରେ ସଞ୍ଚାଳନ କରିଛନ୍ତି । ସେ ଜଣେ ଓଡ଼ିଶୀ ଓ ଛଉ ନୃତ୍ୟଶିଳ୍ପୀ । ସେ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ବିଭୁ କିଶୋରଙ୍କ ପତ୍ନୀ । "ବିଭୁ କିଶୋର ଚାରିଟେବୁଲ୍ ଟ୍ରଷ୍ଟ"ର ମ୍ୟାନେଜିଂ ଟ୍ରଷ୍ଟି ଦାୟିତ୍ୱ ନେଇଛନ୍ତି ରାକ୍ଷୀ ।[୧]

ବିବାହ ଓ ପରିବାର[ସମ୍ପାଦନା]

ରାକ୍ଷୀ ଗାୟକ ବିଭୁ କିଶୋରଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ଝିଅ ଈଶିତା (ବିଭା) । ରାକ୍ଷୀ ପାଞ୍ଚ ଭାଇ ଓ ଭଉଣୀ । ରାକ୍ଷୀ ହେଉଛନ୍ତି ଚତୁର୍ଥ । ସେ ସ୍ୱାମୀ ବିଭୁ କିଶୋର ଓ ଝିଅ ବିଭାଙ୍କ ସହିତ ଭୁବନେଶ୍ୱରରେ ରହୁଛନ୍ତି । ରାକ୍ଷୀଙ୍କ ବାପା ରାଧାକୃଷ୍ଣ ଦାଶ ଏବଂ ମାଆ ହେଉଛନ୍ତି ମନୋରମା ଦାଶ ।[୨]

ଅଭିନୟ ଜୀବନ[ସମ୍ପାଦନା]

ଶିଶୁକଳାକାର ଭାବେ ରାକ୍ଷୀଙ୍କର ଅଭିନୟ ଜୀବନ ଅାରମ୍ଭ ହୋଇଛି । ପ୍ରଫୁଲ୍ଲ ମହାନ୍ତିଙ୍କ ନିର୍ଦ୍ଦେଶିତ "ଭଙ୍ଗାସିଲଟ" ଚଳଚ୍ଚିତ୍ରରେ ରାକ୍ଷୀ ଶିଶୁ କଳାକାର ଭାବେ ଅଭିନୟ କରିଛନ୍ତି । ଦୂରଦର୍ଶନ ଓଡ଼ିଆେର ରାକ୍ଷୀ ମେଗାଧାରାବାହିକ "ଅାହୁତି"ରେ ଅଭିନୟ କରିଛନ୍ତି । "ମାଗୁଣିର ଶଗଡ଼" ଏବଂ "ବର୍ଷାବିନ୍ଦୁ" ପରି କ୍ଷୁଦ୍ର କଥାଚିତ୍ରରେ ଶିଶୁକଳାକାର ଭାବରେ ମଧ୍ୟ ସେ ଅଭିନୟ କରିଛନ୍ତି । ରାକ୍ଷୀ ଯେତେବେଳେ ଅଭିନୟ କରିବାକୁ ଚାହିଁଲେ ସେତେବେଳେ ତାଙ୍କୁ କମ୍ ଉଚ୍ଚତା ପାଇଁ କାମ ମିଳି ନ ଥିଲା । ରାକ୍ଷୀ ଓଡ଼ିଶୀ ଓ ଛଉ ନୃତ୍ୟ ମଧ୍ୟ ଶିଖିଛନ୍ତି । ଗୋଡଭାଙ୍ଗିଯିବା ପରେ ରାକ୍ଷୀ ନାଚ ଛାଡିଦେଲେ । ରାକ୍ଷୀଙ୍କୁ ରେଖା ଓ ଅମିତାଭ ବଚ୍ଚନଙ୍କ ଅଭିନୟ ବହୁତ ଭଲ ଲାଗେ । "ଦୁହିତା" (ଇଟିଭି)ରେ ପ୍ରଥମେ ଅଭିନୟ କରିଥିଲେ । ପରେ ପରେ "ସଂସ୍କାର" ଓ "ପରିଚୟ" ପରି ମେଗାଧାରାବାହିକରେ ଅଭିନୟ କଲେ । ଅଶୋକ ପତିଙ୍କ ବହୁ ଚଳଚ୍ଚିତ୍ରରେ ରାକ୍ଷୀ ଅଭିନୟ କରିଛନ୍ତି । ଅଶୋକପତିଙ୍କ ନିର୍ଦ୍ଦେଶିତ "ଦିଓ୍ବାନା ଦିଓ୍ବାନୀ", "ପ୍ରେମ ରୋଗୀ", "ଡ୍ରିମ୍ ଗାର୍ଲ" ଓ "ସଞ୍ଜୁସଞ୍ଜନା" ଅାଦି ଚଳଚ୍ଚିତ୍ରରେ ରାକ୍ଷୀଙ୍କୁ ଅଭିନୟ କରିବାର ସୁଯୋଗ ମିଳିଛି ।

ଭଏସ୍ ଡବିଂ[ସମ୍ପାଦନା]

ଭଏସ ଡବିଂ କାମ ସେ ବିବାହ ପରେ ଅାରମ୍ଭ କରିଥିଲେ । ପ୍ରଥମେ ସେ ଅନ୍ୟ ପାର୍ଶ୍ୱ କଳାକାରଙ୍କ ପାଇଁ ଭଏସ୍ ଦେଇଥିଲେ । ସେହିଠାରୁ ହିଁ ତାଙ୍କ ଭଏସ୍ ଡବିଂ କ୍ୟାରିୟର୍ ଅାରମ୍ଭ ହୋଇଥିଲା । ପାର୍ଶ୍ୱ ଅଭିନେତ୍ରୀଙ୍କ ପାଇଁ କଣ୍ଠସ୍ୱର ଦେବା ପରେ ସେ ନାୟିକାମାନଙ୍କ ପାଇଁ ଭଏସ୍ ଦେଇଥିଲେ । ଅାଉ ସେଥିରେ ସେ ସଫଳ ହୋଇଛନ୍ତି । "ପୁଅ ମୋର ଭୋଳାଶଙ୍କର" ହେଉଛି ରାକ୍ଷୀଙ୍କର ପ୍ରଥମ ଫିଲ୍ମ ଯେଉଁଥିରେ ରାକ୍ଷୀ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ନିମେନ୍ତ ଭଏସ୍ ଦେଇଥିଲେ । ରାକ୍ଷୀ ୧୯ କିମ୍ବା ୨୦ ବର୍ଷ ବୟସରେ ସବ୍ୟସାଚୀ ମହାପାତ୍ରଙ୍କର "ଜଙ୍ଗଲର ସାଥୀ" ସିରିଏଲ୍‌ରେ ୬୦ ବର୍ଷ ବୁଢ଼ୀ ଚରିତ୍ରର ଭଏସ୍ ଦେଇଥିଲେ । ଡବିଂ ପରେ ତାଙ୍କୁ କିଛିଟା ଫିଲ୍ମ ତଥା ସିରିଏଲ୍‌ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଅନେକ ଅଭିନେତ୍ରୀଙ୍କ ପାଇଁ କଣ୍ଠସ୍ୱର ଦେଇଥିଲେ ବି ସେ ରଚନା ବାନାର୍ଜୀ ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଭଏସ୍ ଦେଲାବେଳେ ତାଙ୍କୁ ବହୁତ ଖୁସି ଲାଗେ । ରେଖା ଓ ଝରଣା ଦାସଙ୍କ ଭଏସ୍ ତାଙ୍କୁ ବିଶେଷ ଭାବେ ଅନୁପ୍ରାଣିତ କରିଛି ।[୨]

ରେଡିଓ ଜକି[ସମ୍ପାଦନା]

ରେଡିଓ ଜକିରେ ମଧ୍ୟ ରାକ୍ଷୀ ନିଜ ଲାଗି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିିଛନ୍ତି । ୯୩.୫ ଏସ୍ଏଫ୍ଏମ୍‌ରେ ରେଡିଓ ଜକି ଭାବରେ ପ୍ରଥମେ କାମ ଅାରମ୍ଭ କରିଥିଲେ । ବିଗ୍ ଏଫ୍.ଏମ୍ ୯୨.୭ରେ କାମ କରିଛନ୍ତି । ରେଡିଓ ଚକଲେଟ୍ ୧୦୪ ଏଫ୍.ଏଫ୍‌ଏମ୍‌ରେ ଫ୍ରିଲାନ୍‌ସର୍‌ ଭାବେ ମଧ୍ୟ କାମ କରୁଛନ୍ତି । SOA Community ରେଡିଓରେ କାମ କରିଛନ୍ତି ।[୨]

ଅଭିନୀତ ଫିଲ୍ମ୍[ସମ୍ପାଦନା]

  • ଭଙ୍ଗା ସିଲଟ (ଶିଶୁ କଳାକାର)
  • ମାଗୁଣିର ଶଗଡ଼ (ଶିଶୁ କଳାକାର)
  • ରାଜକୁମାର
  • ଡ୍ରିମ୍ ଗାର୍ଲ
  • ପ୍ରେମରୋଗୀ
  • ସଞ୍ଜୁ ଓ ସଞ୍ଜନା
  • ଦିଓ୍ବାନା ଦିଓ୍ବାନୀ
  • ଇସ୍କ୍ ତୁ ହି ତୁ
  • ଅାଶିକ୍

ମେଗାଧାରାବାହିକ[ସମ୍ପାଦନା]

  • ପଡୋଶୀ
  • ଅାହୁତି
  • ଚିତ୍ରବିଚିତ୍ର
  • ମୁଁ ତୁମକୁ ଭଲପାଏ
  • ନାରୀ
  • ମହୁଖା
  • ସଂସ୍କାର
  • ଭାଗ୍ୟବିଧାତା
  • ପୂଣ୍ୟତୋୟା
  • ପରିଚୟ
  • ସାହାନାଇ
  • ଇଲୋ ବୋପାଲୋ (କମେଡ଼ି ସୋ)
  • ପରୀ (ଚନ୍ଦ୍ରବଦନୀ ଭୂମିକା)
  • ନିର୍ଭୟ (ହିନ୍ଦୀ)
  • ଚଉଶଦ କଳାୟେଁ (ହିନ୍ଦୀ)
  • ନାଟକ
  • ବିଦ୍ରୋହ ନିଜ ବିରୁଦ୍ଧରେ
  • ଟିଙ୍ଗାବୁଢ଼ା
  • ବଞ୍ଚିବାକୁ ହେଲେ

ଭଏସ୍ ଡବିଂ[ସମ୍ପାଦନା]

ଚଳଚ୍ଚିତ୍ର[ସମ୍ପାଦନା]

  • ସେଇ ଝିଅଟି (ବୀଣା ମହାରଣାଙ୍କ ପାଇଁ)
  • ପୁଅ ମୋର ଭୋଳାଶଙ୍କର (ରଚନା ବାନାର୍ଜୀଙ୍କ ପାଇଁ)
  • ଲକ୍ଷ୍ମଣରେଖା (ରଚନା ବାନାର୍ଜୀଙ୍କ ପାଇଁ)
  • ଶାଶୂ ହାତକଡ଼ି ଭାଉଜବେଡି (ଶ୍ରୀଲେଖାଙ୍କ ପାଇଁ)
  • ଗଙ୍ଗାଯମୁନା (ରଚନା ବାନାର୍ଜୀଙ୍କ ପାଇଁ ଦ୍ୱେତ ସ୍ୱର)
  • କଣ୍ଢେଇ ଅାଖିରେ ଲୁହ (ରଚନା ବାନାର୍ଜୀଙ୍କ ପାଇଁ)
  • ସ୍ତ୍ରୀ (ଅର୍ଚ୍ଚନା ଜୋଗଲେକରଙ୍କ ପାଇଁ)
  • ଲକ୍ଷ୍ମୀ ପ୍ରତିମା (ରଚନା ବାନାର୍ଜୀଙ୍କ ପାଇଁ)
  • ପରଦେଶୀ ବାବୁ
  • ଗଙ୍ଗଶିଉଳି
  • ମନ ରହିଗଲା ତୁମରିଠାରେ
  • ବାବୁ ପର୍ଶୁରାମ (ସ୍ମିତା ମହାନ୍ତିଙ୍କ ପାଇଁ)
  • ଧର୍ମ ସହିଲେ ହେଲା ( ରଚନା ବାନାର୍ଜୀଙ୍କ ପାଇଁ)
  • ମୋ କୋଳ ତୋ ଝୁଲଣା (ରଚନା ବାନାର୍ଜୀଙ୍କ ପାଇଁ)
  • ସିନ୍ଦୂର ନୁହେଁ ଖେଳଘର (ରଚନା ବାନାର୍ଜୀଙ୍କ ପାଇଁ)
  • ପବିତ୍ର ବନ୍ଧନ (ରଚନା ବାନାର୍ଜୀଙ୍କ ପାଇଁ)
  • କିଏ ପୋଛିବ ମାଅା ଅାଖିର ଲୁହ (ଲିଜା ଦାସଙ୍କ ପାଇଁ)
  • ରାମ ଲକ୍ଷ୍ମଣ
  • ଧର୍ମଦେବତା
  • ସତମିଛ
  • ସିଂହବାହିନୀ
  • ରାଜାରାଣୀ
  • ସନ୍ତାନ(ରଚନା ବାନାର୍ଜୀଙ୍କ ପାଇଁ)
  • ପୁଅ ଭାଙ୍ଗିଦେଲା ସୁନା ସଂସାର
  • ବିଶ୍ୱ ପ୍ରକାଶ (ନନ୍ଦିତା ଦାସଙ୍କ ପାଇଁ)
  • ସଞ୍ଜୁ ଓ ସଞ୍ଜନା
  • ପ୍ରେମରୋଗୀ
  • ପ୍ରେମ ଅଢ଼େଇ ଅକ୍ଷର
  • ସୁପରଷ୍ଟାର୍
  • ତୋ ଅାଖିରେ ମୁଁ
  • ଅାରେ ସାଥୀ ଅା
  • ଡ୍ରିମ୍‌ଗାର୍ଲ
  • କଥା ଦେଇଥିଲି ମାଅାକୁ
  • ଭଉଁରୀ ଏବଂ ଅାହୁରି ଅନେକ

ଧାରାବାହିକ[ସମ୍ପାଦନା]

  • ଅନ୍ତାକ୍ଷରୀ
  • ଜଗନ୍ନାଥ
  • ବିଧାତାର ଖେଳ
  • ଅନ୍ୱେଷିତା
  • ଶିବଲୀଳା
  • ଅନନ୍ୟା

ହିନ୍ଦୀ ଧାରାବାହିକ[ସମ୍ପାଦନା]

  • ପଡୋଶୀ
  • ପଲାଶା
  • ସିନ୍ଦୂର୍ପା
  • ଜୀବନଧାରା
  • ସମ୍ରାଟ ଖାରବେଳ[୨]

ରେଡିଓ ଜକି[ସମ୍ପାଦନା]

  • ଏ ଡାଏରୀ ଅଫ୍ ଏ ହାଉସ୍ ଓ୍ବାଇଫ୍ (୧୦୪ ଏଫ୍.ଏଫ୍)
  • ଅାପଣଙ୍କ ସଖୀ ଅାପଣଙ୍କ ସାକ୍ଷୀ ରାକ୍ଷୀ (୯୨.୭ ଏଫ୍.ଏମ୍)

ପୁରସ୍କାର[ସମ୍ପାଦନା]

  • ବେଷ୍ଟ୍ ଡବିଂ ଅାର୍ଟିଷ୍ଟ୍ (ଓଡ଼ିଆ ଫିଲ୍ମ୍ ଫେୟାର୍ ୨୦୧୩)

ଆଧାର[ସମ୍ପାଦନା]

  1. "ସଂଗୀତରେ ନବରସ ପରସ, ଅକ୍ଷୟ ତୁମେ ଆଜି ବି କିଶୋର". ସମ୍ବାଦ. Retrieved 23 February 2018.
  2. ୨.୦ ୨.୧ ୨.୨ ୨.୩ କାଦମ୍ବିନୀ. 2016.