ଶାନ୍ତନୁ ଆରୋରା

ଉଇକିପିଡ଼ିଆ‌ରୁ
Shantanu Arora
ଶାନ୍ତନୁ ଆରୋରା
ଶାନ୍ତନୁ ଆରୋରା
Background information
ଜନ୍ମ ସମୟରେ ନାମଶାନ୍ତନୁ
ଜନ୍ମ (1985-11-15) ୧୫ ନଭେମ୍ବର ୧୯୮୫ (ବୟସ ୩୮)
ନୂଆଦିଲ୍ଲୀ, ଭାରତ
ଶୈଳୀPop, Rock, Blues, Fusion, Country
ପେଷାଗାୟକ, ଶିକ୍ଷକ, ରଚକ
ବାଦ୍ୟଯନ୍ତ୍ରଗୀତାର, ପିଆନୋ, ଭୋକଲ
କାର୍ଯ୍ୟକାଳ୧୯୯୩ - ଆଜିପର୍ଯ୍ୟନ୍ତ
ୱେବସାଇଟhttp://www.shanschool.com


ଶାନ୍ତନୁ ଆରୋରା (ଜନ୍ମ : ୧୫ ନଭେମ୍ବର ୧୯୮୫) ଜଣେ ଗାୟକ ଏବଂ ଗୀତାର ବାଦକ, ଯିଏକି ଇଂରାଜୀ ଏବଂ ହିନ୍ଦୀ ସଙ୍ଗୀତରେ ନିଜର କଣ୍ଠଦାନ କରୁଛନ୍ତି । ସେ ୮ ବର୍ଷ ବୟସରେ ଗୀତାର ପାଇଁ ଟ୍ରେନିଙ୍ଗ ନେଇଥିଲେ , ଏବଂ ୧୦ ବର୍ଷ ବୟସରେ ନିଜ ଗାୟନର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ । ସେ ୧୨ ବର୍ଷ ବୟସରୁ ହିଁ ଯଥାରୀତି ଭାବେ "ଗୀତାର" ବାଦନରେ ସକ୍ରିୟ ହୋଇ ଯାଇଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଶାନ୍ତନୁ ଆରୋରା ୧୫ ନଭେମ୍ବର ୧୯୮୫ ମସିହାରେ ଦିଲ୍ଲୀର "ବସନ୍ତ କୁଞ୍ଜ"ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ "ସ୍ୱର୍ଗତ ଭରତ ଭୂଷଣ ଆରୋରା" ଏବଂ ମାତାଙ୍କ ନାମ "ଉଷା ଆରୋରା" । ତାଙ୍କ ପିତା ଜଣେ "ସିଭିଲ ଇଞ୍ଜିନିୟର ଥିଲେ ଏବଂ ମାତା ଏକ ବ୍ୟାଙ୍କର ଚାକିରୀରୁ ଅବସର ପ୍ରାପ୍ତ କରିସାରିଲେଣି । ତାଙ୍କ ଭଉଣୀ ନିଜର ଏକ କମ୍ପାନୀରେ ଚାକିରୀ କରୁଛନ୍ତି । ଶାନ୍ତନୁ ଯେତେବେଳେ ଏମ.ବି.ଏ ଶିକ୍ଷା ଅଧ୍ୟୟନ କରୁଥିଲେ , ସେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ତାଙ୍କ ମା' ପରିବାର ସମ୍ଭାଳିଥିଲେ ।

ଶିକ୍ଷା[ସମ୍ପାଦନା]

ଶାନ୍ତନୁ ଆରୋରା ଗୌତମ ନଗରର ଏଫଆର. ଆଗ୍ନେଲ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ । ସେ ନିଜ ବିଦ୍ୟାଳୟରେ ସମାନ ସଙ୍ଗୀତ - ବାଦ୍ୟରେ ମନୋନୀତ ହୋଇଥିଲେ । ସେ ବିଭିନ୍ନ ବିଦ୍ୟାଳୟରେ ସଙ୍ଗୀତ ପ୍ରତିଯୋଗିତାରେ ଭାଗନେଇଥିଲେ ଏବଂ "ପେପ୍ସି ଷ୍ଟ୍ରୋମ, ବ୍ରଦର ବେର୍ଗିନ୍ସ, ଆଗ୍ନେଲ ଟ୍ୟାଲେଣ୍ଟ ଫିଷ୍ଟ" ପରି ବିଭିନ୍ନ ପୁରସ୍କାର ଜିତିଥିଲେ । ସେ "ବି.ଆଇ.ଟି.ଏସ ପିଲାନି (ରାଜସ୍ଥାନ) , ଜାନକୀ ଦେବୀ, ଆଇ. ଏଚ.ଇ" ପରି କଲେଜରେ ସଙ୍ଗୀତ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ । ଶାନ୍ତନୁ "ପି.ଜି.ଡ଼ି.ଏ.ଭି କଲେଜ", ଦିଲ୍ଲୀ ୟୁନିଭରସିଟିରେ ଇକନୋମିକ୍ସର ଛାତ୍ର ସହିତ ନିଜ କଲେଜ ବ୍ୟାଣ୍ଡର ଏକ ଅଂଶ ଥିଲେ । ସ୍ନାତକ ପରେ ସେ "ଶ୍ରୀ ସାରଦା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ରିସର୍ଚ୍ଚ (ଶ୍ରୀ ଏସ.ଆଇ.ଆଇ.ଏମ)" ନୂଆଦିଲ୍ଲୀରେ "ବ୍ୟବସାୟ" କ୍ଷେତ୍ରରେ ଏମ.ବି.ଏ କରିଥିଲେ । ଶାନ୍ତନୁ "ଉତ୍ସବ ସାବରୀ ଖାନ"ଙ୍କ ଅନୁଗାମୀ ଥିଲେ, ଯିଏ "ହିନ୍ଦୁସ୍ତାନୀ କ୍ଲାସିକାଲ ସଙ୍ଗୀତ"ର ଟ୍ରେନିଙ୍ଗ ଦେଉଥିଲେ ।

ସେ "ସିଳ୍କ ରାଉତ" ଏବଂ "ମୋହିତ ଚୌହାନ"ଙ୍କ ସହ ମିଶି ବିଭିନ୍ନ ବ୍ୟାଣ୍ଡ ସହିତ ୭ଟି ସୂରରେ ସଙ୍ଗୀତ ସମ୍ପାଦନା କରିଥିଲେ ।

ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ[ସମ୍ପାଦନା]

ଶାନ୍ତନୁ ଆରୋରା ଯେତେବେଳେ କଲେଜରେ ପାଠ ପଢ଼ୁଥିଲେ , ସେତେବେଳେ ସେ ସଙ୍ଗୀତ କ୍ଷେତ୍ରରେ ପଦୋନ୍ନତି କରିବା ପାଇଁ , ୨୦୦୪ ମସିହାରେ ଦିଲ୍ଲୀ ଏବଂ ଗୁଡ଼ଗାଓଁରେ "ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ" ନାମକ ନିଜର ଏକ ସଙ୍ଗୀତ ଏକାଡେମୀ ପ୍ରତିଷ୍ଠା କରିଥିଲେ ।

"ଶାନ'ସ୍ ସ୍କୁଲ" ବିଭିନ୍ନ ପ୍ରକାରର ସଙ୍ଗୀତ ଏବଂ ( ଗୀତାର , କ୍ୟାସିଓ, ବଂଶୀ, ଡ୍ରମ ଏବଂ ଭୋକଲ ) ପରି ବାଦ୍ୟ ଯନ୍ତ୍ରର ଶିକ୍ଷା ଦେଇଥାନ୍ତି । ସେହି ସ୍କୁଲ, ପିଲାମାନଙ୍କୁ ଆଗ୍ରହାନ୍ୱିତ କରିବା ପାଇଁ ଏବଂ ସେମାନେ କିପରି ନିଜଦ୍ୱାରା ସଙ୍ଗୀତର ରଚନା କରିପାରିବେ ସେଥିପାଇଁ ବିଭିନ୍ନ ପ୍ରକାରର ସଙ୍ଗୀତ ସଭା ଏବଂ କାର୍ଯ୍ୟକ୍ରମର ବ୍ୟବସ୍ଥାପନ କରିଥାନ୍ତି ।[୨]


"ଶାନ'ସ୍ ସ୍କୁଲ ଅଫ ମ୍ୟୁଜିକ" ୪ ବର୍ଷରୁ ଉର୍ଦ୍ଧ ଉଭୟ ପୁଅ ଏବଂ ଝିଅ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥା'ନ୍ତି । ବର୍ତ୍ତମାନ "ଶାନ'ସ୍ ସ୍କୁଲ" ୧୨ଟି ବିଦ୍ୟାଳୟ, ୩ଟି ଇଞ୍ଜିନିୟରିଂ ଓ ପି.ଜି.ଡ଼ି.ଏମ ୟୁନିଭରସିଟି ଏବଂ ୭ଟି କର୍ପୋରେଟର ପାଖାପାଖି ୮୦୦ ଛାତ୍ରଛାତ୍ରୀମାନଙ୍କୁ ଭିଭିନ୍ନ ଅଫର ପ୍ରଦାନ କରିଥିଲା ।[୩]

ସେହି କାର୍ଯ୍ୟକ୍ରମରେ " Rock your Freedom" ନାମକ ଏକ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥିଲା, ଯାହା (ଆଜତକ, ଡ଼ିଡ଼ି ନିଉଜ , ଟୋଟାଲ ଟିଭି, ରେଡ଼ିଓ ମିର୍ଚି ଏବଂ ଜି ନିଉଜ) ପରି ମେଡ଼ିଆମାନଙ୍କର ମନଯୋଗ ବଢାଇଥିଲା । " Delhi School house Rock" (ଏନ.ଡ଼ି.ଟି.ଭି ଇଣ୍ଡିଆ) ଏବଂ (ସି.ଏନ.ଇ.ବି)ର କଭର ପେଜ ହୋଇଥିଲା । [୪]


ସଫଳତା[ସମ୍ପାଦନା]

ଶାନ୍ତନୁ ଆରୋରାଙ୍କ ଲାଇଭ ଷ୍ଟେଜ ସୋ
  • ୨୦୦୬ ମସିହାରେ ରେଡ଼ିଓ ମିର୍ଚ୍ଚ ସହିତ ଉଲଟା ପୁଲଟା ନିତିନ _ ପ୍ରାଇମ ଟାଇମ ଏବଂ ସାଇମ-2007ରେ ପ୍ରସାରଣ କର୍ତ୍ତା ଥିଲେ ।
  • କ୍ରିକେଟ ୱାର୍ଲଡ କପ - ୨୦୦୭ ପାଇଁ CNN-IBN 7 (ପ୍ରାଇମ ଟାଇମ)ରେ ମୋହିତ ଅମରନାଥ ଏବଂ କ୍ରିସ ଶ୍ରୀକାନ୍ତଙ୍କ , ଅଞ୍ଜୁମ ଚୋପ୍ରା, ଭିଷେନ ସିଂ ବେଦୀ ଏବଂ କପିଲ ଦେବଙ୍କ ସହିତ ଦୂରଦର୍ଶନରେ ପ୍ରସାରଣ କରିଥିଲେ । [୫]
  • ଏନ.ଡ଼ି.ଟି.ଭି - ଆଇ.ଆଇ.ଟି ଦିଲ୍ଲୀ, ମାକ୍ସ ମୁଲ୍ଲାର, ସି.ଆଇ.ଟି.ଏମ କଲେଜ ଅଫ ଇଞ୍ଜିନିୟରିଂ , ଏୟାର ଫୋର୍ସ ବାଲ ଭାରତୀ ବିଦ୍ୟାଳୟ, ଏଫ.ଆର ଆଗ୍ନେଲ ବିଦ୍ୟାଳୟ ଏବଂ ଡନ ବୋସ୍କୋ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ବୃତ୍ତି ପାଇଁ ଜଜ୍ ଏବଂ ଅତିଥି ରୂପେ ସମ୍ପାଦାନକାର ଥିଲେ ।
  • ମାଙ୍ଗାଲୋରର ଏକ ସଙ୍ଗୀତ ସମାରୋହରେ ଉସ୍ତାଦ କମଳ ସାବରୀ ଖାନଙ୍କ ସହିତ "ସାରଙ୍ଗୀ ମୈଷ୍ଟ୍ରୋ"ରେ ସମ୍ପାଦନା କରିଥିଲେ ।
  • ଡିଓଲେକ୍ସ ପେଣ୍ଟ, ଆଡ଼ଭେଞ୍ଚର ପାର୍କ- ରୋହିଣୀ, ଆଇ.ବି.ଏମ ପରି ବିଭିନ୍ନ ପ୍ରକାର ସାମୂହିକ କ୍ଷେତ୍ରରେ ସମ୍ପାଦନ କରୁଥିଲେ ।
  • ଆରଭାଲିର Rock Your Freedom - ୨୦୦୮ରେ ଏକ ସଙ୍ଗୀତ ମୀଟ-ଅପର ସଂଗଠନ କରିଥିଲେ , ଯାହା (ଆଜତକ, ସାହାରା ନିଉଜ, ଟୋଟାଲ ଟିଭି, ଜି ନିଉଜ, ଡ଼ିଡ଼ି ନିଉଜ ଏବଂ ସିଏନଇବି)ର କଭର ଚିତ୍ର ବନିଥିଲା ।
  • ଦିଲ୍ଲୀ ସ୍କୁଲ ହାଉସ, ୧୪ ନଭେମ୍ବର ୨୦୦୯ରେ ଫାଦର ରକ- ଆନ ଇଣ୍ଟର ସ୍କୁଲ ପ୍ରତିଯୋଗିତାର ପ୍ରତିଷ୍ଠାତା ଥିଲେ । ତାଙ୍କର ସେହି ଇଭେଣ୍ଟ (ଏନ. ଡ଼ି.ଟି.ଭି ଇଣ୍ଡିଆ, ଦିଲ୍ଲୀ ଆଜତକ ଏବଂ ସି.ଏନ. ଇ.ବି)ର ଏକ ମାଧ୍ୟମ କ୍ଷେତ୍ର ହୋଇଥିଲେ ।[୬]
  • ବିଭିନ୍ନ ପ୍ରକାର କ୍ଲବ - ଇମପ୍ରଫେକ୍ଟୋ, ରୁଷ୍ଟ, ରୁଷ୍ଟ ବିଷ୍ଟ୍ରୋ, ଆଉଟ ଅଫ ଦି ବକ୍ସ, ରେଡ଼ିଓ ୨୧ ଏବଂ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିଥିଲେ ।

ପ୍ରେରଣା[ସମ୍ପାଦନା]

ଶାନ୍ତନୁ ଆରୋରାଙ୍କୁ ମୁଖତଃ ଭାବେ , ମିଚେଲ ଜ୍ୟାକ୍ସନ, ଏ.ଆର ରେହେମାନ ଏବଂ ଆର.ଡ଼ି ବୁରମ୍ୟାନଙ୍କଠାରୁ ପ୍ରେରଣା ମିଳିଥିଲା । ତାଙ୍କର ସବୁଠାରୁ ବଡ଼ ପ୍ରେରଣା ଦାତକ ହେଲେ ନିଜ ମାତା-ପିତା, ଯିଏ ତାଙ୍କୁ ସର୍ବଦା ସଙ୍ଗୀତ ଗାଇବା ପାଇଁ ଉତ୍ସାହିତ କରିଥିଲେ ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସ୍କୁଲ ଏବଂ କଲେଜ ସ୍ତରରେ ଶାନ୍ତନୁ (ପେପ୍ସି ଷ୍ଟ୍ରମ, ବିଟ୍ସ ପିଲାନି , କାନଫ୍ଲୁଏନ୍ସ, ଶ୍ରୀ ରାମ କଲେଜ ଅଫ କମର୍ସ, ଆଇ ପି କଲେଜ, ମିରିଣ୍ଡା ହାଉସ , ରୋଟାରୀ କ୍ଲବ ଦିଲ୍ଲୀ ଇଉନିଭରସିଟି) ପରି ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମର ୫୦ଟି ପ୍ରତିଯୋଗିତାରେ ସକ୍ରିୟତାର ସହିତ ସଙ୍ଗୀତ ପ୍ରଦର୍ଶନ କରି ସଫଳତା ପାଇଥିଲେ ।
  • ICONGO ଏବଂ LAMPର ଆନ୍ତର୍ଜାତିକ ରାଜ୍ୟମଣ୍ଡଳରେ ସଙ୍ଗୀତ ପ୍ରଦର୍ଶନ କରି "କରମ ବୀର ଚକ୍ର" ଆୱାର୍ଡ ପାଇଥିଲେ ।

ଆଧାର[ସମ୍ପାଦନା]

  1. "Shantanu Aurora - Justdial". Justdial.com. Archived from the original on 2019-09-21. Retrieved 2019-09-21.
  2. "Shan's School of music, South City - Acoustic Guitar, Base Guitar, Bass Guitar, Casio". shanschool.com. Retrieved 25 September 2019.[permanent dead link]
  3. "Guitar Basics For Bloomers". ipassio.com. Retrieved 25 September 2019.
  4. "Keyboard – Western". uni1.co.in. Retrieved 25 September 2019.[permanent dead link]
  5. "Songdew - Listen to Alternative songs by Shantanu Arora". songdew.com. Retrieved 4 April 2017.
  6. "Shantanu Arora LIVE & Acoustic at Locale - A starclinch.com Presentation!". allevents.in. Retrieved 4 April 2017.