ମେଘାଳି ମାଳବିକା ସ୍ୱାଇଁ

ଉଇକିପିଡ଼ିଆ‌ରୁ

ମେଘାଳି ମାଳବିକା ସ୍ୱାଇଁ ଗୁଗୁଲ ଗାର୍ଲ ଭାବେ ପରିଚିତ ଓଡ଼ିଶାର ଜଣେ ଶିଶୁ ପ୍ରତିଭା ଅଟନ୍ତି । ଅସାଧାରଣ ସ୍ମୃତିଶକ୍ତିଧାରିଣୀ ମେଘାଳି ୨୦୧୭ ମସିହାରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ ।[୧]

ମେଘାଳି ମାଳବିକା ସ୍ୱାଇଁ ବିଶ୍ୱ ଆଟଲାସ ଉପରେ ନଜର ପକାଇବା ମାତ୍ରେ ଦେଶର ନାମ, ତାର ରାଜଧାନୀ, ପାହାଡ଼ ଏବଂ ସମୁଦ୍ରର ନାମ ଅନାୟସରେ କହିପାରନ୍ତି । ସବୁ ଦେଶର ପ୍ରଚଳିତ ମୁଦ୍ରା ଓ ଅର୍ଥନୀତି ବିଷୟରେ ନିର୍ଭୁଲ ଭାବରେ କହି ୨୦୧୭ ମସିହା ଜାନୁଆରୀରେ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ନିଜ ନାମ ସ୍ଥାନିତ କରାଇବାର ଗୌରବ ହାସଲ କରିଥିଲେ ।

ବାଲ୍ୟ ଜୀବନ, ଶିକ୍ଷା ଓ ପ୍ରତିଭା ପରିଚୟ[ସମ୍ପାଦନା]

ମେଘାଳି ଭୁବନେଶ୍ୱରର ନୟାପଲ୍ଲୀଠାରେ ରହନ୍ତି । ସେ ସ୍ଥାନୀୟ ଡିଏଭି ସ୍କୁଲରେ ଷ୍ଟାଣ୍ଡାର୍ଡ ୧ରେ ପଢ଼ନ୍ତି । ତାଙ୍କ ବାପା ପ୍ରଫୁଲ୍ଲ କୁମାର ସ୍ୱାଇଁ ଗଞ୍ଜାମ ଛତ୍ରପୁରରେ ଉପ ଜିଲ୍ଲାପାଳ ଭାବେ କାର୍ଯ୍ୟକରନ୍ତି । ମେଘାଳୀଙ୍କୁ ଯେତେବେଳେ ଅଢ଼େଇ ବର୍ଷ ବୟସ ସେତେବେଳେ ତାଙ୍କ ବାପା ଘରକୁ ଏକ ମାନଚିତ୍ର ନେଇ ଆସିଥିଲେ । ମେଘାଳି ମାନଚିତ୍ରକୁ କିଛି ସମୟ ନିରେଖି ରହିବା ପରେ ସେଥିରେ ଦର୍ଶା ଯାଇଥିବା ସମସ୍ତ ସ୍ଥାନର ନାମ ନିର୍ଭୁଲ ଭାବେ ଉଚ୍ଚାରଣ କରିବା ଦେଖି ପିତାମାତା ଆଶ୍ଚର୍ୟ୍ୟ ହୋଇଥିଲେ । ଡୋରେମନ, ଛୋଟାଭୀମ ଆଉ କ୍ରିଷ୍ଣା କମିକ୍ସର ପ୍ରେତ୍ୟକ ଧାଡି ଉଚ୍ଚାରଣ କରୁଥିବା ଦେଖି ମେଘାଳିଙ୍କ ମନେ ରଖିବା ଶକ୍ତି ବିଷୟରେ ସୂଚନା ପାଇଥିଲେ ।[୨]

ଆଧାର[ସମ୍ପାଦନା]

  1. http://kanaknews.com/google-girl-meghali-malabika-of-bbsr/&grqid=-TH93x6d&hl=en-IN[permanent dead link]
  2. http://m.khabarodisha.com/Personality/Google-girl-in-Odisha-8704&grqid=b7cOyPr9&hl=en-IN[permanent dead link]