ତାରକ ଶାହା

ଉଇକିପିଡ଼ିଆ‌ରୁ

ତାରକ ସାହା ଜଣେ ଓଡ଼ିଆ ହାସ୍ୟ ଅଭିନେତା । ମଞ୍ଚ ନାଟକ, ଟିଭି ଧାରାବାହିକ ଓ ଚଳଚ୍ଚିତ୍ର ଆଦିରେ ହାସ୍ୟ ଅଭିନେତା ଭାବେ କାମକରିଥିଲେ । ଅବୋଲକରା ଚରିତ୍ରରେ ସେ ଅତିପରିଚିତ ଥିଲେ ।

କଟକ ସେଲଟର ଛକ ବଙ୍ଗାଳିସାହି ବାସଭବନରେ ଜନ୍ମଗ୍ରହଣ କରିଥିଲେ । ତାରକ ଶାହା ଆଜୀବନ ଅବିବାହିତ ରହିଥିଲେ । [୧]

ଅଭିନୟ ଜୀବନ[ସମ୍ପାଦନା]

ତାରକ ସାହା ୭୦ ଦର୍ଶକରେ ଅନ୍ନପୂର୍ଣ୍ଣା ଥିଏଟରରେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହର ପଟ୍ଟନାୟକହରିଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ସାହା ଅନେକ ନାଟକରେ ଅଭିନୟ କରିବା ସହ ଚଳଚ୍ଚିତ୍ର, ୧୦୦ରୁ ଅଧିକ ଟିଭି ଧାରାବାହିକ ଓ ଅନେକ ବିଜ୍ଞାପନରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଟିଭି ଧାରାବାହିକ ମଳୟ, ପ୍ରତିଭା, କଥା କହୁଥିଲେ ସରିବନି, ମା’ପରି ଅନେକରେ ତାଙ୍କୁ ପ୍ରତିଷ୍ଠା ମିଳିଥିବା ବେଳେ ହାସ୍ୟ ଧାରାବାହିକ ଗଡ଼ବଡ଼ର ‘ଅବୋଲକରା’ ଚରିତ୍ର ତାଙ୍କୁ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଏକ ବିଶେଷ ସ୍ଥାନର ଅଧିକାରୀ କରାଇଥିଲା । ଏହାସହ ରୁଚି ମସଲା ଓ ସ୍କେବିଡଲ ମଲମରେ ଅଭିନୟ କରି ସେ ବେଶ ପରିଚିତ ହୋଇଥିଲେ । ସେ ସ୍ମୃତି ନାଟ୍ୟ ସଂସଦଅନ୍ନପୂର୍ଣ୍ଣା ଥିଏଟରର ସଦସ୍ୟ ଥିଲେ । [୨]

ଦୀର୍ଘଦିନ ଅସୁସ୍ଥ ରହି ୨୦୧୭ ମସିହା ଜାନୁଆରୀ ୧୪ ତାରିଖରେ ଛାତିରେ ଯନ୍ତ୍ରଣା ସହ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ଆଧାର[ସମ୍ପାଦନା]

  1. "ହାସ୍ୟ ଅଭିନେତା ତାରକ ସାହାଙ୍କ ପରଲୋକ". Times of Odisha. Retrieved 14 January 2017.
  2. "ହାସ୍ୟ ଅଭିନେତା ତାରକ ସାହାଙ୍କ ପରଲୋକ". ସମ୍ବାଦ ଡଟ ଇନ. Retrieved 14 January 2017.[permanent dead link]