ଅଭିଗମ୍ୟତା

ଉଇକିପିଡ଼ିଆ‌ରୁ

ଅଭିଗମ୍ୟତା ଅକ୍ଷମତା ଭୋଗୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ, ଯନ୍ତ୍ର, ସୁବିଧା ଓ ପରିବେଶର ଡିଜାଇନକୁ ସୂଚାଇଥାଏ ।[୧] ଅଭିଗମ ଡିଜାଇନ ଓ ଅଭିଗମ ବିକାଶ ଅଭ୍ୟାସ "ସିଧାସଳଖ ଅଭିଗମ୍ୟତା" (ଯଥା କାହାର ସାହାଯ୍ୟ ବିନା) ଓ ଜଣେ ବ୍ୟକ୍ତିଙ୍କ ସହଯୋଗୀ ପ୍ରଯୁକ୍ତି ସଙ୍ଗତି ଅନୁସାରେ "ପରୋକ୍ଷ ଅଭିଗମ୍ୟତା" (ଯଥା କମ୍ପ୍ୟୁଟର ସ୍କ୍ରିନ ରିଡ଼ର) ନିଶ୍ଚିତ କରିଥାଏ ।

ଅଭିଗମ୍ୟତା "ବ୍ୟବହାର ସୁଲଭତା" ଭାବେ ଦେଖାଯାଇପାରେ ଓ କିଛି ବ୍ୟବସ୍ଥା ବା ବସ୍ତୁଠାରୁ ଉପକୃତ ହୋଇପାରେ । ଏହି ଅବଧାରଣା ଅକ୍ଷମତା ଥିବା ଲୋକଙ୍କ ପାଇଁ ଅଭିଗମ୍ୟତା ସଚଳ କରିବା ଉପରେ କିମ୍ବା ସହଯୋଗୀ ପ୍ରଯୁକ୍ତି ବ୍ୟବହାର କରି ଅଭିଗମ୍ୟତା ସଚଳ କରିବା ଉପରେ ଧ୍ଯାନଦେଇଥାଏ । ତେବେ ଅଭିଗମ୍ୟତାର ଗବେଷଣା ଓ ବିକାଶ ସଭିଙ୍କ ପାଇଁ ସୁବିଧା ଆଣିଦେଇଥାଏ ।[୨][୩][୪][୫][୬]

ଅଭିଗମ୍ୟତାକୁ ବ୍ୟବହାରକାରିତା ସଙ୍ଗେ ନେଇ ଦ୍ୱନ୍ଦରେ ପଡ଼ିବା ଅନୁଚିତ । ବ୍ୟବହାରକାରିତା, କୁଶଳତା ଓ ସନ୍ତୋଷ ସହ ନିର୍ଦ୍ଦିଷ୍ଟ ଲକ୍ଷ ହାସଲ ନିମନ୍ତେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନିମନ୍ତେ ଉତ୍ପାଦଟିଏ (ଯଥା ଏକ ଯନ୍ତ୍ର, ସୁବିଧା କିମ୍ବା ପରିବେଶ) ବ୍ୟବହାର କରାଯାଇପାରିବା ବ୍ୟବହାରକାରିତାର ଅନ୍ତର୍ଗତ ।

ଅଭିଗମ୍ୟତା ବହୁଳଭାବେ ସାର୍ବଜନୀନ ଡିଜାଇନ ସହିତ ଗଭୀରଭାବେ ସଂଯୁକ୍ତ । ସାର୍ବଜନୀନ ଡିଜାଇନ ବିଭିନ୍ନ ପ୍ରକାରେ ସକ୍ଷମ, ବିଭିନ୍ନ ବ୍ୟାପକ ପରିସ୍ଥିତିରେ କାମ କରିପାରୁଥିବା ଲୋକମାନଙ୍କ ନିମନ୍ତେ ଉତ୍ପାଦ ତିଆରି ସହ ସଂଯୁକ୍ତ । ଏହା (ଅକ୍ଷମତା ଥାଉ କି ନ ଥାଉ) ସବୁ ଲୋକଙ୍କ ନିମନ୍ତେ ବିଭିନ୍ନ ଜିନିଷ ସୁଲଭ କରାଇବା ବାବଦରେ ।

ବ୍ରାଜିଲର କୁରିଟିବାରେ ସର୍ବସାଧାରଣ ଗମନାଗମନ ସାର୍ବଜନୀନ ଅଭିଗମ୍ୟତା ଦିଆଯାଇଥାଏ ।

ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି[ସମ୍ପାଦନା]

ଏହି ବର୍ମିଂହାମ, ଦକ୍ଷିଣ ମଧ୍ୟଭୂଖଣ୍ଡ, ଅପର୍ଚୁନିଟିସ ଫେଆର ଅକ୍ଷମତା ଥିବା ଲୋକମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କ ଚାକିରି, କି କି ସୁବିଧା, ସହଯୋଗ ଓ ସୁଯୋଗ ରହିଛି ଜାଣିବା ନିମନ୍ତେ ହୋଇଥିଲା ।

ଜଣଙ୍କ ପାଇଁ ଅସମ୍ଭବ ଏକ କାମ କରିବା ପାଇଁ ତିଆରି ହୋଇଥିବା ଏକ ନୂଆ ଯନ୍ତ୍ର ହେଉଛି ସହଯୋଗୀ ପ୍ରଯୁକ୍ତି । ଏହାର କେତେକ ଉଦାହରଣ ହେଲା ନୂଆ କମ୍ପ୍ୟୁଟର ସଫ୍ଟଓଏର ପ୍ରୋଗ୍ରାମ, ଶୁଣିବା ସୁବିଧା, ଓ ବର୍ଣ୍ଣାନ୍ଧମାନେ ଚିହ୍ନିପାରିବା ଭଳି ମାନକ ରଙ୍ଗ ଥିବା ଟ୍ରାଫିକ ଆଲୁଅ ସମେତ ସହଯୋଗୀ ଶୁଣିବା ଯନ୍ତ୍ର

ବଦଳ କିମ୍ବା ଖାପ ଖୁଏଇବା, ଆଗରୁ ଥିବା ଯନ୍ତ୍ରର ପଦ୍ଧତି, କିମ୍ବା ଆଗରୁ ଥିବା ଯନ୍ତ୍ରର ନୂଆ ବ୍ୟବହାର ହେଲା ଅନୁକୂଳ ପ୍ରଯୁକ୍ତି । ଉଦାହରଣଗୁଡ଼ିକ ହେଲା ରିମୋଟ କଣ୍ଟ୍ରୋଲର ବ୍ୟବହାର, କିମ୍ବା କାମ ସମ୍ପୂର୍ଣ୍ଣ କରିବାରେ ଚଳନ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ କମ୍ପ୍ୟୁଟରର ୱାର୍ଡ଼ ପ୍ରୋସେସିଂ ପ୍ରୋଗ୍ରାମରେ ଅଟୋକମ୍ପ୍ଲିଟ (ଶବ୍ଦ ପୂରଣ) ସୁବିଧା । ହୁଇଲ ଚେୟାର ଟାୟାରକୁ ବଦଳ ଆଉ ଏକ ଉଦାହରଣ । ଟାୟାରକୁ ଓସାରିଆ କଲେ ହୁଇଲ ଚେୟାର ବ୍ୟବହାରକାରୀମାନେ ନରମ ପୃଷ୍ଠଭୂମି ଯଥା ଗଭୀର ସ୍କି ପାହାଡ଼ ଓ ବାଲି ବେଳାଭୂମି ଆଦିକୁ ଯାଇପାରିବେ ।

ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି ଭିନ୍ନକ୍ଷମ ଲୋକଙ୍କ ପାଇଁ ଅଧିକ ସ୍ୱାଧୀନ ଭାବେ ବଞ୍ଚିବାର ଏକ ବାଟ ତିଆରି କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ଏଥି ସହିତ ସେମାନେ ସାମାଜିକ ମୁଖ୍ୟସ୍ରୋତରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇପାରନ୍ତି । ସହଯୋଗୀ ପ୍ରଯୁକ୍ତି ଓ ଅନୁକୂଳ ପ୍ରଯୁକ୍ତି ଉପଲବ୍ଧ କରିବା ପାଇଁ ଜନସାଧାରଣଙ୍କୁ ଶିକ୍ଷାଦେବା, ଆଇନ କାନୁନରେ ଏସବୁ ରଖିବା ଓ ପ୍ରଯୁକ୍ତିଗୁଡ଼ିକ କାମରେ ଲଗାଇବା ଜରୁରୀ ହୋଇଛି ।

ଆଧାର[ସମ୍ପାଦନା]

  1. "The Role of Accessibility in a Universal Web". Proceeding W4A '14 Proceedings of the 11th Web for All Conference Article No. 17. 2014. ISBN 978-1-4503-2651-3. Retrieved 2014-12-17. {{cite web}}: Cite uses deprecated parameter |authors= (help)
  2. "Federal Communications Commission". FCC on Telecommunications Accessibility for the Disabled. 1999.
  3. Goldberg, L. (1996). "Electronic Curbcuts: Equitable Access to the Future". Getty Center for the History of Art and the Humanities and the Getty Art History Information Program, Cyberspace/Public Space: the Role of Arts and Culture in Defining a Virtual Public Sphere. Archived from the original on April 27, 1999.
  4. Jacobs, S. (1999). "Section 255 of the Telecommunications Act of 1996: Fueling the Creation of New Electronic Curbcuts".
  5. Valdes, L. (2003). "Accessibility on the Internet".
  6. Brewer, J. "Access to the World Wide Web: Technical and Policy Aspects". Universal Design Handbook (1st ed.). New York: MacGraw-Hill. {{cite book}}: Unknown parameter |editors= ignored (|editor= suggested) (help)

ବାହାର ଲିଙ୍କ[ସମ୍ପାଦନା]