ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ‌
ସ୍ଥାପିତ୨୦୧୫
ପ୍ରକାରସାର୍ବଜନୀନ
କୁଳାଧିପତିଗଣେଶୀ ଲାଲ
କୁଳପତିଅତନୁ କୁମାର ପତି
ଅବସ୍ଥାନସମ୍ବଲପୁର, ଓଡ଼ିଶା, ଭାରତ
ଅନୁବନ୍ଧନୟୁ.ଜି.ସି.
ୱେବସାଇଟwww.gmuniversity.ac.in


ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଇଂରାଜୀ: Gangadhar Meher University) ଓଡ଼ିଶାର ସମ୍ବଲପୁରସ୍ଥିତ ଏକ ବିଶ୍ୱବିଦ୍ୟାଳୟ । ଏହା NAACଦ୍ୱାରା 'A' ଗ୍ରେଡର ମାନ୍ୟତା ପାଇଥିବା ଏକ ବିଶ୍ୱବିଦ୍ୟାଳୟ । ପୂର୍ବରୁ ଏହା ସମ୍ବଲପୁରର ଗଙ୍ଗାଧର ମେହେର ମହାବିଦ୍ୟାଳୟ ନାମରେ ୧୯୪୪ ମସିହାରୁ ଜଣା ଥିଲା ।

ଗଙ୍ଗାଧର ମେହେର ମହାବିଦ୍ୟାଳୟ ବାବଦରେ [ସମ୍ପାଦନା]

୧୯୪୪ ମସିହାରେ ସମ୍ବଲପୁର ସହରରେ ଗଙ୍ଗାଧର ମେହେର ମହାବିଦ୍ୟାଳୟ 'ସମ୍ବଲପୁର କଲେଜ' ନାମରେ ପ୍ରତିଷ୍ଠିତ ହୋଇ ତତ୍‌କାଳୀନ ଜିଲ୍ଲା ସ୍କୁଲରେ କାର୍ଯ୍ୟ କରୁଥିଲା । ପରେ କବି ଗଙ୍ଗାଧର ମେହେରଙ୍କ ନାମାନୁସାରେ ଏହାର ନାମ 'ଗଙ୍ଗାଧର ମେହେର କଲେଜ' ହେଲା । ଏହା ପ୍ରଥମେ ଓଡ଼ିଶାର ଏକମାତ୍ର ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ ହେଇଥିଲା । ଉଲ୍ଲେଖ ଯୋଗ୍ୟ ଯେ ଉତ୍କଳ ବିଶ୍ୱବିଦ୍ୟାଳୟ ୧୯୪୩ ମସିହାରେ ହିଁ ସ୍ଥାପିତ ହେଇଥିଲା । ପରେ ୧୯୬୭ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ପରେ ଏହା ସେହି ବିଶ୍ୱବିଦ୍ୟାଳୟ ସହ ସ୍ୱତଃଅନୁବନ୍ଧିତ ହେଲା ।

୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହେଇଥିବା ଏହି ସହ ଶିକ୍ଷା ମହାବିଦ୍ୟାଳୟ ୨୦୧୫ ବେଳକୁ ଏକ ସମ୍ପୂର୍ଣ୍ଣ ସ୍ନାତକୋତ୍ତର ମହାବିଦ୍ୟାଳୟରେ ପରିଣତ ହେଇ ପ୍ରାୟ ୪୫୦୦ ଛାତ୍ର ଛାତ୍ରୀ ଓ ୧୯ଟି ବିଭାଗ ସହ ଚାଲିଛି । ଏଥିରେ ପାରମ୍ପରିକ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗ ସହ କମ୍ପ୍ୟୁଟର ପ୍ରୟୋଗ ବିଭାଗ, ବୟନ କଳା ବିଭାଗ, ଫଟୋଗ୍ରାଫି ଶିକ୍ଷା ବିଭାଗ ଆଦି ଆଧୁନିକ ବିଭାଗ ସବୁ ରହିଛି । ବିଭିନ୍ନ କର୍ମନିଯୁକ୍ତି ଭିତ୍ତିକ ବିଭାଗ ଯଥା Diploma in Bio-Informatics, B.B.A., M.B.A. and B.Sc. Information Science and Telecommunication ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । 

ସ୍ୱୟଂଶାସନ ମାନ୍ୟତା [ସମ୍ପାଦନା]

୧୯୯୧ ମସିହାରୁ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ଦ୍ୱାରା ସ୍ୱୟଂଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହାଦ୍ୱାରା ଏହି ମହାବିଦ୍ୟାଳୟ ନିଜର ପରୀକ୍ଷା ପରିଚାଳନା ସହ, ପାଠ୍ୟଖସଡ଼ା, ନୂତନ ବିଷୟ ଆରମ୍ଭ କରିବାର ସୁଯୋଗ ପାଇଲା । ଚାରିଟି ବିଭାଗରେ M.Phill ସ୍ତରୀୟ ପାଠ୍ୟକ୍ରମ ମଧ୍ୟ ଏଠାରେ ଉପଲବ୍ଧ । 

ଆବେଦନ[ସମ୍ପାଦନା]

ଏହାର ଯୁକ୍ତ ୨ ଓ ଯୁକ୍ତ ୩ ସ୍ତରରେ ନାମଲେଖା ଓଡ଼ିଶା ସରକାରଙ୍କ SAMS ମାଧ୍ୟମରେ ହେଉ ଥିବା ବେଳେ ସ୍ନାତକୋତ୍ତର ଶ୍ରେଣୀରେ ବିଶ୍ୱବିଦ୍ୟାଳୟର ନିଜସ୍ୱ ମାନଦଣ୍ଡ ଅନୁସାରେ ଚୟନ ହୁଏ । ଏହାର M.C.A. ବିଭାଗ ପାଇଁ ନାମଲେଖା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତରଫରୁ ହାଉଥିବା ଜଏଣ୍ଟ ଏଣ୍ଟରାନ୍ସ ପରୀକ୍ଷା ଜରିଆରେ ହେଇଥାଏ ।

ଆଧାର[ସମ୍ପାଦନା]