ସମ୍ବଲପୁର ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ

ସମ୍ବଲପୁର ରେଳ ଷ୍ଟେସନ ଭାରତୀୟ ରାଜ୍ୟ ଓଡ଼ିଶାର ସମ୍ବଲପୁର ସହରର କେନ୍ଦ୍ର ସ୍ଥଳୀରେ ରହିଛି । ଏହା ଥିବା ଅଞ୍ଚଲକୁ କ୍ଷେତରାଜପୁର କୁହା ଯାଉଥିବାରୁ ଏହାକୁ କ୍ଷେତରାଜପୁର ଷ୍ଟେସନ ବୋଲି ମଧ୍ୟ କୁହାଯାଇଥାଏ । ସମ୍ବଲପୁର ସହର ଅଧୀନରେ ସମ୍ବଲପୁର ରୋଡ଼ , ସମ୍ବଲପୁର ସିଟି ଓ ହୀରାକୁଦ ଷ୍ଟେସନ ମଧ୍ୟ ରହିଛି ।

ସମ୍ବଲପୁର ଷ୍ଟେସନର ଦୃଶ୍ୟ
12586 ସମ୍ବଲପୁର -ହାୱଡା ଏକ୍ସପ୍ରେସ

 

ଇତିହାସ [ସମ୍ପାଦନା]

ଏହି ଷ୍ଟେସନ ୧୯୬୦ ମସିହାରେ ଆରମ୍ଭ ହୋଇଥିଲା କେବଳ କୋତ୍ତଭରମ-କୋରାପୁଟ-ଜୟପୁର ଲାଇନକୁ ନେଇ ।[୧] ପରେ ଟିଟିଲାଗଡ଼-ଝାରସୁଗୁଡ଼ା-ରାଉରକେଲା ଲାଇନ ଯୋଗ ହେଲା ପରେ ଏହା ଜଙ୍କସନର ମାନ୍ୟତା ପ୍ରାପ୍ତ ହେଲା । ୧୯୮୩ରେ ଆରମ୍ଭ[୨] ହେଇଥିବା ସମ୍ବଲପୁର-ତାଳଚେର ଲାଇନ ୧୯୯୮ରେ ସମ୍ପୂର୍ଣ୍ଣ ହେଲା ପରେ ଏହି ଲାଇନଦ୍ୱାରା ସମ୍ବଲପୁରରୁ ଭୁବନେଶ୍ୱରକୁ ସିଧା ସଳଖ ଯୋଗାଯୋଗ ସମ୍ଭବ ହେଇ ପାରିଛି । ଏବେ ଏହି ମାର୍ଗ ଦେଇ ଭୁବନେଶ୍ୱରକୁ ଉତ୍ତର ଭରତର ବିଭିନ୍ନ ଅଞ୍ଚଳକୁ ଟ୍ରେନ ଶୀଘ୍ର ଯାତାୟତ କରିପାରୁଛି । 

ରେଳ ଅନୁଷ୍ଠାନ [ସମ୍ପାଦନା]

ନୂତନ ଭାବେ ହେଇଥିବା ପୂର୍ବତଟ ରେଳପଥ ଅଧୀନରେ ସମ୍ବଲପୁର ରେଳ ଦିଭିଜନ ରହିଛି । ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରଠାରେ ଅଛି । 

ଲାଇନ ଦୋହରିକରଣ ଓ ବିଦ୍ୟୁତିକରଣ[ସମ୍ପାଦନା]

ଟିଟିଲାଗଡ-ସମ୍ବଲପୁର-ଝାରସୁଗୁଡା ରେଳ ପଥ ଓ ସମ୍ବଲପୁର - ଅନୁଗୁଳ ରେଳପଥର ଲାଇନ ଦୋହରିକରଣ ମଧ୍ୟ କରାଯାଇଛି ।[୩] ଏହି ଲାଇନରେ ବିଦ୍ୟୁତିକରଣ କାର୍ଯ୍ୟ ମଧ୍ୟ କରାଯାଇଛି ।[୪]


ଆଧାର [ସମ୍ପାଦନା]

  1. Baral, Chitta. "History of Indian Railways in Orissa" (PDF). Retrieved 2012-11-27.
  2. "Talcher-Sambalpur Project". Process Register. Retrieved 2012-11-27.
  3. "Blueprint for railway electrification" (PDF). Railway Board. Retrieved 2012-12-08.
  4. afraaz. "Sambalpur Station - 68 Train Departures ECoR/East Coast Zone - Railway Enquiry". indiarailinfo.com. Retrieved 2018-01-11.

ବାହାର ଲିଙ୍କ [ସମ୍ପାଦନା]