ମଧୁମେହ ଟାଇପ ୧

ଉଇକିପିଡ଼ିଆ‌ରୁ
ମଧୁମେହ ଟାଇପ ୧
ଇଂରାଜୀ ପ୍ରତିଶବ୍ଦ: T1D, insulin-dependent diabetes,[୧] juvenile diabetes[୨]
ନୀଳ ବୃତ୍ତ, ମଧୁମେହର ଚିହ୍ନ ।[୩]
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E10.
ଆଇସିଡ଼ି-୯-ସିଏମ୍250.01
ଓଏମ୍‌ଆଇଏମ୍222100
ରୋଗ ଡାଟାବେସ3649
ମେଡ଼ିସିନ-ପ୍ଲସ000305
ଇ-ମେଡ଼ିସିନmed/546
MeSHD003922

ମଧୁମେହ ଟାଇପ ୧ (ଇଂରାଜୀ ଭାଷାରେ Diabetes mellitus type 1 ବା type 1 diabetes) ଏକ ପ୍ରକାର ମଧୁମେହ ରୋଗ ଯେଉଁଥିରେ ଯଥେଷ୍ଟ ଇନସୁଲିନ ତିଆରି ହୁଏନାହିଁ ।[୪] ଇନସୁଲିନ ଅଭାବ ଯୋଗୁ ରକ୍ତ ଶର୍କରା ସ୍ତର ବୃଦ୍ଧି ପାଏ ।[୧] ବାରମ୍ବାର ପରିଶ୍ରା କରିବା), ଅଧିକ ଶୋଷ ହେବା (increased thirst), ଅଧିକ ଭୋକ ହେବା (increased hunger) ଓ ଓଜନ ହ୍ରାସ ଇତ୍ୟାଦି ସ୍ୱାଭାବିକ ଲକ୍ଷଣ ପ୍ରକାଶ ପାଏ ।[୪] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଝାପସା ଦୃଷ୍ଟି (blurry vision), ଥକ୍କା ଲାଗିବା (feeling tired) ଓ କ୍ଷତ ବା ଘାଆ ଶୁଖିବାରେ ଡେରି ହୁଏ ।[୨] ଅଳ୍ପ ଦିନ ମଧ୍ୟରେ ଏହି ଲକ୍ଷଣ ଗୁଡ଼ିକ ପ୍ରକାଶ ପାଏ । [୧]

ଅଦ୍ୟାବଧି ମଧୁମେହ ଟାଇପ ୧ ରୋଗର କାରଣ ଅଜ୍ଞାତ ଅଛି ।[୪] ପରିବେଶ ଓ ଜେନେଟିକ କାରଣ ଯୋଗୁ ଏହି ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୧] ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣକର ଏ ରୋଗ ଥିଲେ ଅନ୍ୟମାନଙ୍କର ସଙ୍କଟ ରହେ ।[୫] ଅଟୋଇମ୍ମ୍ୟୁନିଟି (autoimmune) କାରଣରୁ ଅଗ୍ନାଶୟ ମଧ୍ୟରେ ଥିବା ବିଟା ଜୀବକୋଷ ନଷ୍ଟ ହେବା ଯୋଗୁ ଏହା ହୁଏ ।[୨] ରକ୍ତରେ ଥିବା ରକ୍ତ ଶର୍କରା ସ୍ତର ବା ଏ୧ସି (A1C) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୬][୫] ଅଟୋଆଣ୍ଟିବଡି (autoantibody) ପରୀକ୍ଷା କରି ମଧୁମେହ ଟାଇପ ୨ ରୋଗରୁ ପୃଥକ୍ କରାଯାଏ । [୫]

ଟାଇପ ୧ ମଧୁମେହ ନିମନ୍ତେ କୌଣସି ପ୍ରତିଷେଧ ବ୍ୟବସ୍ଥା ନାହିଁ ।[୪] ବଞ୍ଚିବା ନିମନ୍ତେ ସ୍ୱାଭାବିକ ଭାବରେ ଇନସୁଲିନ ଚିକିତ୍ସା ଆବଶ୍ୟକ ହୁଏ ।[୧] ଇନସୁଲିନ ଠିକ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ବା ଇନସୁଲିନ ପମ୍ପ insulin pump ସାହାଯ୍ୟରେ ଦିଆଯାଏ ।[୭] ଏହାର ଚିକିତ୍ସାରେ ମଧୁମେହ ଖାଦ୍ୟ (diabetic diet ଓ ବ୍ୟାୟାମ ଅତି ଆବଶ୍ୟକ ହୁଏ ।[୨] ଚିକିତ୍ସିତ ନ ହେଲେ ଅନେକ ଜଟିଲାତା ପ୍ରକାଶ ପାଏ ।[୪] ଶୀଘ୍ର ହେଉଥିବା ଜଟିଳ ଅବସ୍ଥା: ମଧୁମେହ କିଟୋଏସିଡୋସିସ (diabetic ketoacidosis) ଓ ନନ୍ କିଟୋଟିକ ହାଇପରଅସମୋଲାର କୋମା (nonketotic hyperosmolar coma ନାମ ଉଲ୍ଲେଖନୀୟ ।[୫] ହୃଦରୋଗ, ସ୍ଟ୍ରୋକ, ବୃକ୍‌କ ଫେଲ, ପାଦ ଘାଆ ଓ ମଧୁମେହ ରେଟିନୋପାଥି ଇତ୍ୟାଦି ଦୀର୍ଘକାଳୀନ ଜଟିଳ ରୋଗ ହୋଇପାରେ । [୪] ଅଧିକନ୍ତୁ, ଅତ୍ୟଧିକ ଇନସୁଲିନ ଦେବାଯୋଗୁ ସ୍ୱଳ୍ପ ରକ୍ତଶର୍କରା ଜନିତ ଜଟିଳତା ସୃଷ୍ଟି ହୁଏ ।[୫]

ସମସ୍ତ ମଧୁମେହ ରୋଗର ୫ରୁ ୧୦% ଟାଇପ ୧ ମଧୁମେହ ରୋଗ ।[୮] ପୃଥିବୀରେ ଏହି ରୋଗ ପୀଡ଼ିତ ଲୋକ ସଂଖ୍ୟା ଅଜ୍ଞାତ ଅଛି, ଯଦିଓ ହିସାବରୁ ଦେଖାଯାଏ, ୮୦,୦୦୦ପିଲାଙ୍କୁ ପ୍ରତିବର୍ଷ ଏହି ରୋଗ ହେଉଛି ।[୫] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୧ରୁ ୩ ନିୟୁତ ଲୋକଙ୍କର ଏହି ରୋଗ ଥିବା ହିସାବରୁ ଜଣାଯାଏ ।[୫][୯] ନୂଆ ରୋଗ ହେବା ହାର ଦେଶ ଅନୁଯାୟୀ ପୃଥକ୍ ହୁଏ: ପ୍ରତି ଏକ ଲକ୍ଷ ଲୋକରେ ପୂର୍ବ ଏସିଆଲାଟିନ ଆମେରିକାରେ ଜଣେ, ସ୍କାଣ୍ଡିନେଭିଆକୁଏଟରେ ୩୦ ଜଣଙ୍କୁ ନୂଆ ରୋଗ ହୁଏ ।[୧୦][୧୧] ପିଲା ଦିନରୁ ଓ ଅଳ୍ପ ବୟସ୍କ ଯୁବାବସ୍ଥାରୁ ଏହି ରୋଗ ଆରମ୍ଭ ହୁଏ ।[୧]

ଭିଡିଓ ତର୍ଜମା

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Causes of Diabetes". NIDDK. August 2014. Retrieved 31 July 2016.
  2. ୨.୦ ୨.୧ ୨.୨ ୨.୩ "Types of Diabetes". NIDDK. February 2014. Retrieved 31 July 2016.
  3. "Diabetes Blue Circle Symbol". International Diabetes Federation. 17 March 2006. Archived from the original on 5 August 2007. Retrieved 16 August 2016.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Diabetes Fact sheet N°312". WHO. June 2016. Retrieved 31 July 2016.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Chiang, J. L.; Kirkman, M. S.; Laffel, L. M. B.; Peters, A. L. (16 June 2014). "Type 1 Diabetes Through the Life Span: A Position Statement of the American Diabetes Association". Diabetes Care. 37 (7): 2034–2054. doi:10.2337/dc14-1140. PMID 24935775.
  6. "Diagnosis of Diabetes and Prediabetes". NIDDK. May 2015. Retrieved 31 July 2016.
  7. "Alternative Devices for Taking Insulin". NIDDK. July 2016. Retrieved 31 July 2016.
  8. Daneman D (11 March 2006). "Type 1 diabetes". Lancet. 367 (9513): 847–58. doi:10.1016/S0140-6736(06)68341-4. PMID 16530579.
  9. "FAST FACTS Data and Statistics about Diabetes". American Diabetes Association. Archived from the original on 16 December 2015. Retrieved 25 July 2014.
  10. Global report on diabetes (PDF). World Health Organization. 2016. p. 26-27. ISBN 978-92-4-156525-7. Retrieved 31 July 2016.
  11. Skyler, Jay (2012). Atlas of diabetes (4th ed.). New York: Springer. p. 67-68. ISBN 978-1-4614-1028-7.