ଭାଙ୍ଗ

ଉଇକିପିଡ଼ିଆ‌ରୁ
ଭାଙ୍ଗ ପାନୀୟ ତିଆରି ପଦ୍ଧତି
ଜୟସାଲମର, ରାଜସ୍ଥାନରେ ଥିବା ଏକ ଭାଙ୍ଗ ଦୋକାନ
ଗୁଆହାଟି, ଆସାମ, ଭାରତରେ ଜଣେ ମହିଳା କାନାବିସ ଓ ଭାଙ୍ଗ ବିକ୍ରୟ କରୁଛି

ଭାଙ୍ଗ (ହିନ୍ଦୀ ଭାଷାରେ: भांग) ଏକ ପ୍ରକାର ନିଶା ଦ୍ରବ୍ୟ ଯାହା ଗଞ୍ଜେଇ ଗଛ (କାନାବିସ/ cannabis) ନାମକ ଏକ ଗଛରୁ ସଂଗ୍ରହ କରାଯାଏ ଓ ଭାରତୀୟ ଉପମହାଦେଶରେ ଖାଦ୍ୟ ଓ ପାନୀୟରେ ମିଶେଇ ଏକ ମନଉତ୍ତେଜକ ଔଷଧ ଭାବରେ ବ୍ୟବ‌ହାର କରାଯାଏ । କାନାବିସର ପତ୍ର ଓ କଢ଼ ନେଇ ଖଲରେ ରଖି ପୁଆ ସାହାଯ୍ୟରେ ବାଟିଦିଆଯାଏ/ପେଷ୍ଟ କରିଦିଆଯାଏ । ଏହି ମିଶ୍ରଣରେ ଦୁଧ, ଘିଅ ଓ ମସଲା ମିଶେଇ ଦେବାପରେ ନିଶା ପାନୀୟ ନିମନ୍ତେ ପ୍ରସ୍ତୁତ ହୋଇଯାଏ ଯାହା ମଦ୍ୟପାନ ଭଳି କାମ କରେ ଓ ଏହାକୁ ଭାଙ୍ଗ କୁହାଯାଏ । ଲସିରେ ମିଶେଇ ଏହାକୁ ଲୋକମାନେ ପିଅନ୍ତି । ଭାଙ୍ଗରେ ଘିଅ ଓ ଚିନି ମଶେଇ ହାଲୁଆ କରନ୍ତି ଓ ଛୋଟ ଛୋଟ ଗୋଲି ଆକାରରେ ତିଆରି କରନ୍ତି ଯାହାକୁ ହିନ୍ଦିରେ ଗୋଲି (କାଣ୍ଡି ବା ପିଲ୍) କ‌ହନ୍ତି । [୧]

ଭାରତର ଗ୍ରାମୀଣ ଇଲାକାରେ କାନାବିସର ଔଷଧୀୟ ଗୁଣ ଥିବା ବିଚାର କରାଯାଏ । ଉପ‌ଯୁକ୍ତ ମାତ୍ରାରେ ଖାଇଲେ ଜ୍ୱର, ନାଳଝାଡ଼ା, ସନସ୍ଟ୍ରୋକ ଓ କଫ ଉପଶମ କରେ । ଖାଦ୍ୟରୁଚି ବଢ଼ାଏ ଓ ହଜମ କରାଏ । କ‌ହିବା ତୃଟିରେ ସାହାଯ୍ୟ କରେ ଓ ଦେହକୁ ସତେଜ କରେ ।

ଭାରତୀୟ ଉପମହାଦେଶ[ସମ୍ପାଦନା]

ଭାଙ୍ଗକୁ ଏକ ନିଶାଦ୍ରବ୍ୟ ଭାବରେ ଭାରତୀୟ ଉପମହାଦେଶ ଶତାବ୍ଦୀ ବ୍ୟାପି ବ୍ୟବ‌ହାର କରାଯାଉଛି ।

ଇତିହାସ[ସମ୍ପାଦନା]

ପୁରାଣ ଯୁଗରୁ ଭାଙ୍ଗର ପ୍ରଚଳନ ଭାରତରେ ଅଛି ଓ ଏହା ଉତ୍ତର ଭାରତୀୟ ସଂସ୍କୃତିର ଏକ ଅଂଶ । ସାଧୁମାନେ ଏହାର ଉତ୍ତେଜକ ଗୁଣକୁ ବ୍ୟବ‌ହାର କରି ଭଗବାନ ସାନ୍ନିଧ୍ୟ ପାଇବା ନିମନ୍ତେ ଅଧିକ ଧ୍ୟାନ ରତ ହୁଅନ୍ତି ।

ସନ ୧୫୯୬ରେ ଜାନ ହୁଗେନ ଭାନ ଲିନସୋଟେନ (Jan Huyghen van Linschoten) ନାମକ ଜଣେ ଡଚ୍‌ଭଷୀ ଲୋକ ତାଙ୍କର ପୂର୍ବଦିଗ ଯାତ୍ରାର ବିବରଣୀ ୩ପୃଷ୍ଠାରେ ଲିପିବଦ୍ଧ କରିଥିଲେ ଯେଉଁଥିରେ ମିଶରର ହସିସ୍ (Hashish), ତୁର୍କୀର ବୋଜା (Boza) ଓ ବର୍ନାଭି (Bernavi) ଓ ଆରବର ବୁର୍ସଜ (Bursj) ଇତ୍ୟାଦିର ବର୍ଣ୍ଣନା ଥିଲା ।[୨]

ଥୋମାସ ବାୱରେ (Thomas Bowrey)ଙ୍କୁ ଭାଙ୍ଗ ବ୍ୟବ‌ହାର ବିଷୟରେ ପ୍ରଥମେ ଲେଖିଥିବା କଥା ଐତିହାସିକ (Richard Davenport-Hines) ଉଲ୍ଲେଖ କରିଛନ୍ତି । [୩]

ଭାଙ୍ଗ ପଣା

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.originalweedrecipes.com/indian-bhang/
  2. Burnell, Arthur Coke; Tiele, P.A (1885). The voyage of John Huyghen van Linschoten to the East Indies. from the old English translation of 1598: the first book, containing his description of the East. London: The Hakluyt Society. pp. 115–117. {{cite book}}: Unknown parameter |lastauthoramp= ignored (|name-list-style= suggested) (help) Full text at Internet Archive. Chapter on Bangue.
  3. Davenport-Hines, Richard (2001). The pursuit of oblivion: A global history of narcotics 1500—2000. London: Weidenfeld & Nicolson. pp. 1–2. ISBN 0297643754.

ବାହାର ଲିଙ୍କ[ସମ୍ପାଦନା]