ଖୁଦି ନଡ଼ିଆ

ଉଇକିପିଡ଼ିଆ‌ରୁ

ସକାଳ ୯ଟା ବେଳେ ମହାପ୍ରଭୁଙ୍କୁ ଗୋପାଳବଲ୍ଲଭ ଭୋଗ କରାଯାଇଥାଏ।ଏହି ଭୋଗରେ ଖୁଦି ନଡ଼ିଆ ବା ନଡ଼ିଆ ପାତି ଭୋଗ କରାଯାଏ।

ଉପକରଣ[ସମ୍ପାଦନା]

  • ଶୁଖିଲା ନଡ଼ିଆ
  • ଚିନି ଅଧ କପେ

ପ୍ରସ୍ତୁତି[ସମ୍ପାଦନା]

ପ୍ରଥମେ ଶୁଖିଲା ନଡ଼ିଆରୁ ଛୋଟ ଛୋଟ,ସରୁ ସରୁ ନଡ଼ିଆ ବାହାର କରି ଅଲଗା ରଖନ୍ତୁ।ଚୁଲିରେ ପାତ୍ର ବସେଇ କରେଇକୁ ଗରମ କରି ଚିନି ପକାଇ ଘାଣ୍ଟନ୍ତୁ।ଚିନି ଅଠାଳିଆ ହୋଇ ଆସିଲେ ଏହି ଚିନିରେ ପ୍ରସ୍ତୁତ ହୋଇ ରହିଥିବା ନଡ଼ିଆ ପାତିକୁ ପକାଇ ଭଲକରି ଘାଣ୍ଟନ୍ତୁ।ନଡ଼ିଆ ପାତି ଚିନି ସିରାରେ ଲାଗି ମେଞ୍ଚି ମେଞ୍ଚି ହୋଇଗଲେ ଏହାକୁ ଚୁଲିରୁ ଓହ୍ଲାଇ ତଳେ ରଖିବେ।ଥଣ୍ଡା ହୋଇଗଲେ ବ୍ୟବହାର କରିପାରିବେ।ଏଥର ନଡ଼ିଆ ପାତି ବା ଖୁଦି ନଡ଼ିଆ ପ୍ରସ୍ତୁତ ହୋଇଗଲା।