୨ଜି

ଉଇକିପିଡ଼ିଆ‌ରୁ

୨ଜି(କିମ୍ବା ୨-ଜି) ବେତାର ଟେଲିଫୋନ ଯନ୍ତ୍ରବିଜ୍ଞାନର ଦ୍ୱିତୀୟ ପିଢ଼ୀର ଏକ ଉଦ୍ଭାବନ । ଦ୍ୱିତୀୟ ପିଢ଼ୀର ୨ଜି ସେଲୁଲାର ଟେଲିକମ ନେଟ‌ୱାର୍କ ବ୍ୟବସାୟୀକ ଭାବରେ ୧୯୯୧ରେ ଫିନଲାଣ୍ଡରେ ରେଡିଓଲିଞ୍ଜା(ଏବେ ଏଲିସା OYJର ଏକ ଅଂଶ)ଦ୍ୱାରା ଆରମ୍ଭ କରାଯାଇଥିଲା ।[୧] ୨ଜି ପଦ୍ଧତି ଏସ୍ଏମ୍ଏସ୍‌ଦ୍ୱାରା ବାର୍ତ୍ତା ପଠେଇବାର ବ୍ୟବସ୍ଥା ଆରମ୍ଭ କରିଥିଲା । ୨ଜି ପଦ୍ଧତି ଅନେକ ମୋବାଇଲ ଫୋନ ନେଟ‌ୱାର୍କ‌କୁ ଆକ୍ଷରିକ ବାର୍ତ୍ତା, ଛବିସ‌ହ ବାର୍ତ୍ତା ଓ ଏମ୍ଏମ୍ଏସ୍ ପଠେଇବାକୁ ସାମର୍ଥ୍ୟ କରାଇଥିଲା । ୨ଜି ନେଟ‌ୱାର୍କରେ ପଠାଯାଉଥିବା ସମସ୍ତ ଅକ୍ଷରିକ ବାର୍ତ୍ତା କେବେଳ ପାଇବାକୁ ଥିବା ଲୋକ ହିଁ ଗ୍ରହଣ କରିପାରିବ ଏବଂ ପଢ଼ିପାରିବ ।

୨ଜି ଆରମ୍ଭ ହେବା ପରେ, ପୂର୍ବବର୍ତ୍ତୀ ମୋବାଇଲ ଟେଲିକମ ପ୍ରଣାଳୀକୁ ୧ଜି ଭାବରେ ଗ୍ରହଣ କରାଗଲା । ୧ଜିରେ ବେତାର ତରଙ୍ଗ ଆନାଲୋଗ ଥିବା ବେଳେ ୨ଜିରେ ବେତାର ତରଙ୍ଗ ଡିଜିଟାଲ ରହିଲା । ଉଭୟ ବ୍ୟବସ୍ଥାରେ ମୋବାଇଲର କଥୋପକଥନ ଶୁଣିବାକୁ ଟାୱାରକୁ ଟାୱାର ସ‌ହ ଯୋଡ଼ିବା ପାଇଁ ଡିଜିଟାଲ ସଂକେତିକରଣ ପ୍ରକ୍ରିୟା ବ୍ୟବ‌ହାର କରାଗଲା ।

୨ଜି ଏମିତି ଭାବରେ ୨.୫ଜି, ୨.୭୫ଜି, ୩ଜି ଓ ୪ଜି ରୂପରେ ରୂପାନ୍ତରିତ ହୋଇଛି । ତ‌ଥାପି ଏବେବି ବିଶ୍ୱରେ କିଛ ସ୍ଥାନରେ ୨ଜିର ବ୍ୟବ‌ହାର ଚାଲିଛି ।

୨ଜି ପଦ୍ଧତି[ସମ୍ପାଦନା]

ମାପକ ଅନୁସାରେ ୨ଜି ପଦ୍ଧତିକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା: Time Division Multiple Access (TDMA)ଏବଂ Code Division Multiple Access (CDMA) ।

  • ଜିଏସଏମ(GSM), ଇଉରୋପରୁ ଏହାର ଆରମ୍ଭ ହୋଇଥିଲା କିନ୍ତୁ ଉତ୍ତର ଆମେରିକାର ବାହାରେ ବିଶ୍ୱର ବାକିତକ ଅଞ୍ଚଳ ଏହାକୁ ବ୍ୟବ‌ହାର କରୁଛି । ଏ ପର୍ଯ୍ୟନ୍ତ ବିଶ୍ୱରେ ୮୦ ପ୍ରତିଶତରୁ ଅଧିକ ବ୍ୟବ‌ହାରକାରୀ ଏହାକୁ ବ୍ୟବ‌ହାର କରୁଛନ୍ତି । ୬୦ରୁ ଅଧିକ GSM ବ୍ୟବ‌ହାରକାରୀ ମଧ୍ୟ ୪୫୦ ମେଗାହର୍ଜର ଧ୍ୱନି ତରଙ୍ଗ CDMA2000 ବ୍ୟବ‌ହାର କରୁଛନ୍ତି ।[୨]
  • IS-୯୫, ଆମେରିକାରେ ଓ ଏସିଆର କିଛି ଅଂଶରେ ବ୍ୟବ‌ହାର ହେଉଛି । ସମଗ୍ର ବିଶ୍ୱରେ ୧୭ ପ୍ରତିଶତ ବ୍ୟବ‌ହାରକାରୀ ଏହାକୁ ବ୍ୟବ‌ହାର କରୁଛନ୍ତି ।
  • ପିଡିସି(PDC), JDC (Japanese Digital Cellular) ଭାବରେ ଜଣାଯାଏ । ଏହା ମୁଖ୍ୟତଃ ଜାପାନରେ ବ୍ୟବ‌ହାର କରାଯାଏ ।
  • ଆଇଡିଇଏନ(iDEN), ଯୁକ୍ତରାଷ୍ଟ୍ରର କାନାଡ଼ାରେ ବ୍ୟବ‌ହାର ହୁଏ ।
  • IS-136 a.k.a. D-AMPS ଏକଦା ଆମେରିକାରେ ବ୍ୟବ‌ହୃତ ହେଉଥିଲା । ଏହାର GSM ସ‌ହ ଅନେକ ସାମଞ୍ଜସ୍ୟ ରହିଛି ।

୨ଜି ସେବା ଏବେ ନିଜସ୍ୱ ଯୋଗାଯୋଗ ସେବା ଭାବରେ ଯୁକ୍ତରାଷ୍ଟ୍ରମାନଙ୍କରେ ଗଣାଯାଏ ।

କ୍ଷମତା, ସୁବିଧା, ଅସୁବିଧା[ସମ୍ପାଦନା]

କ୍ଷମତା[ସମ୍ପାଦନା]

ମୋବାଇଲ ଫୋନ ଓ ଟାୱାର ମଧ୍ୟରେ ଡିଜିଟାଲ ତରଙ୍ଗ ସାହାଯ୍ୟରେ ଦୁଇ ପ୍ରକାରରେ ବ୍ୟବ‌ହାରିକ କ୍ଷମତା ବୃଦ୍ଧି କରାଯାଏ:

  • ଆନାଲୋଗ ସ୍ୱର ତ‌ଥ୍ୟ ଅପେକ୍ଷା ଡିଜିଟାଲ ସ୍ୱରର ତ‌ଥ୍ୟ ଅନେକ କିଛି ଉପାୟ ମାନର ବ୍ୟବ‌ହାରଦ୍ୱାରା ସମାନ ରେଡିଓ ତରଙ୍ଗରେ ଅଧିକ ଫୋନ ପରବ‌ହ‌ନର ସ‌ହାୟକ ହୁଏ ।
  • ମୋବାଇଲ ଫୋନରୁ ବା‌ହାରୁଥିବା ରେଡ଼ିଓ ତରଙ୍ଗକୁ କମାଇବା ଡିଜିଟାଲ ଯନ୍ତ୍ରଗୁଡ଼ିକର ନିର୍ମାଣ କରାଯାଇଛି । ମୋବାଇଲର ଆକାର ଛୋଟ କରିବାକୁ ଏହା ନିର୍ମାଣ କରାଯାଇଛି, ଯାହାଫଳରେ ସମାନ ସ୍ଥାନରେ ଅଧିକ ସଂଖ୍ୟକ ଫୋନ ନିର୍ମାଣ କରିହେବ । ମୋବାଇଲ ଟାୱାର ଓ ଦରକାରୀ ଉପକରଣର ଦର କମିବାପାଇଁ ଏହି ସବୁ ସମ୍ଭବ ହୋଇପାରିଛି ।

୨ଜି ତ‌ଥ୍ୟର ପରିବ‌ହ‌ନ କ୍ଷମତା:[୩]

  • GPRS (General Packet Radio Service) ସାହାଯ୍ୟରେ ସର୍ବାଧିକ ୫୦କିଲୋବିଟ୍‌ (ବାସ୍ତବରେ ୪୦କିଲୋବାଇଟ୍) ପର୍ଯ୍ୟନ୍ତ ତ‌ଥ୍ୟ ପରିବ‌ହ‌ନ କରିହେବ ।
  • EDGE (Enhanced Data Rates for GSM Evolution) ସାହାଯ୍ୟରେ ସର୍ବାଧିକ ୧୦୦୦କିଲୋବିଟ୍‌ (ବାସ୍ତବରେ ୫୦୦କିଲୋବିଟ୍) ପର୍ଯ୍ୟନ୍ତ ତ‌ଥ୍ୟ ପରିବ‌ହ‌ନ କରିହେବ ।

ସୁବିଧା[ସମ୍ପାଦନା]

ଡିଜିଟାଲ ଫୋନରେ ସୃଷ୍ଟି ହେଉଥିବା କିଛି କୋଳାହଳ କମିଯାଉଥିବାବେଳେ ଶୁଣାଯାଉଥିବା ସ୍ୱରର ମାନ କମିଯାଇଥାଏ । ତେଣୁ ଡିଜିଟାଲ ଫୋନରେ କଥାହେଲାବେଳେ କଣ୍ଠସ୍ୱରର ତରଙ୍ଗ ଟିକେ କମିଯାଇଥାଏ ।

ଅସୁବିଧା[ସମ୍ପାଦନା]

  • ଅଳ୍ପ ଜନସଂଖ୍ୟାଥିବା ସ୍ଥାନମାନଙ୍କରେ ପ୍ରବାହିତ ଦୁର୍ବଳ ଡିଜିଟାଲ ତରଙ୍ଗ ସବୁ ଫୋନ‌କୁ ଟାୱାର ପାଖରେ ପ‌ହ‌ଞ୍ଚାଇବା ପାଇଁ ଯଥେଷ୍ଟ ନୁହେଁ । ଅଧିକ ତରଙ୍ଗରେ ଚାଲୁଥିବା ୨ଜି ପ୍ରଣାଳୀରେ ଏହା ଏକ ବଡ଼ ଅସୁବିଧା କିନ୍ତୁ ଅଳ୍ପ ତରଙ୍ଗରେ ଚାଲୁଥିବା ପ୍ରଣାଳୀପାଇଁ କୌଣସି ପ୍ରତିବନ୍ଧକ ନୁହେଁ । ଜାତୀୟ ଅଧିନିୟମ ଅନୁସାରେ ଦେଶମାନଙ୍କରେ ୨ଜି ପ୍ରଣାଳୀ ଚାଲିବ କି ନାହିଁ ନିର୍ଦ୍ଧାରଣ କରାଯାଏ ।
  • ଆନାଲୋଗ ଅପେକ୍ଷା ଡିଜିଟାଲରେ ତ‌ଥ୍ୟ କ୍ଷୟର ପରିମାଣ ବ‌ହୁତ ନ‌ଗଣ୍ୟ । ଏହା ଉଭୟ ସୁବିଧା ଓ ଅସୁବିଧାର ପ୍ରତୀକ । ଉତ୍ତମ ପରିବେଶରେ ଡିଜିଟାଲର ସ୍ୱର ବ‌ହୁତ ସୁନ୍ଦର । କିନ୍ତୁ ଆଂଶିକ ଖରାପ ପରିବେଶରେ ଆନାଲୋଗରେ ଠିକଠାକ ଶୁଣାଯାଉଥିବାବେଳେ ଡିଜିଟାଲରେ କିଛିଟା ଅସ୍ପଷ୍ଟ ଶୁଭାଯାଏ । ପରିବେଶ ବେଶି ଖରାପ ହେଲେ, ଡିଜିଟାଲରେ ଫୋନ ବନ୍ଦ ହୋଇଯାଏ କିନ୍ତୁ ଆନାଲୋଗରେ ଅଧିକ ସମୟ ଧରି ପରିବ‌ହ‌ନ ଜାରି ରଖିଥାଏ ଏବଂ ଅତିକମରେ ବୁଝିଲାପରି କିଛି ସ୍ୱର ପଠାଇବାରେ ସାହାଯ୍ୟ କରେ ।

ବିକାଶ[ସମ୍ପାଦନା]

ସ୍ୱରସେବା ଓ କମ ତ‌ଥ୍ୟ ପରିବ‌ହ‌ନ ପାଇଁ ୨ଜି ନେଟ‌ୱାରକର ପ୍ରସ୍ତୁତି ହୋଇଛି(IMT-୨୦୦୦ ଦସ୍ତାବିଜରେ ବର୍ଣ୍ଣିତ), କିନ୍ତୁ ଏବେକାର ଦିନରେ ପ୍ରଚଳିତ ୩ଜି ସେବା ତୁଳନାରେ ଟିକେ ଧିରେ ଚଲୁଥିବାରୁ ସାଧାରଣ ଜନତା ଏହାକୁ ୨.୫ଜି କିମ୍ବା ୨.୭୫ଜି ଭାବରେ ଗ୍ରହଣ କରୁଛନ୍ତି ।

୨.୫ଜି(GPRS)[ସମ୍ପାଦନା]

୨.୫ଜି ପ୍ରଣାଳୀରେ ୨ଜିର ପ୍ୟାକେଟ ସ୍ୱିଚକୁ ଛାଡ଼ି ସାର୍କିଟ ସ୍ୱିଚର ପ୍ରଣଳୀ ବ୍ୟବ‌ହାର କରାଗଲା । ପ୍ୟାକେଟ ସ୍ୱିଚରେ ତ‌ଥ୍ୟ ପ୍ରବାହ‌ନ ପାଇଁ ଭାଗ ଭାଗ କରିବାକୁ ଅଧିକ ସମୟ ଲାଗେ ସେଥିପାଇଁ ତ‌ଥ୍ୟ ପ୍ରବାହ‌ନ ଅପେକ୍ଷାକୃତ ଧୀର ହୋଇଥାଏ । General Packet Radio Service (GPRS)ର ଆସିବା ପରେ ୩ଜିକୁ ପରିବର୍ତ୍ତନ କରିବାର ଧାରା ସୃଷ୍ଟି ହେଲା । ସେହିଭଳି ୨.୫ଜିର ଆବାହ‌ନ ପରେ CDMA୨୦୦୦ ନେଟ‌ୱାର୍କ ମଧ୍ୟ ଆରମ୍ଭ ହେଲା ।

୨.୭୫ଜି(EDGE)[ସମ୍ପାଦନା]

GPRS ନେଟ‌ୱାର୍କ ୮PSK ଏନ‌କୋଡ଼ିଙ୍ଗ ସ‌ହିତ EDGE ରୂପେ ବିକାଶ ହେଲା । ଏହି ଫୋନ ପ୍ରାଣାଳୀ ତ‌ଥ୍ୟ ପ୍ରାବାହ‌ନର ବେଗକୁ ବଢ଼ାଇଛି । ଯୁକ୍ତରାଷ୍ଟ୍ରରେ ୨୦୦୩ରେ EDGE ପ୍ରଥମ କରି ଆରମ୍ଭ ହୋଇଥିଲା ।

GSM ପରିବାରର ଏକ ସଦସ୍ୟ ଭାବରେ EDGE ୩GPPର ମାନ‌କ ପ୍ରାପ୍ତ ହୋଇଛି । ଏହି ସେବା GSM/GPRSଠାରୁ ୩ଗୁଣା ଅଧିକ ସୁବିଧା ପ୍ରଦାନ କଲା । ୨ଜି ଡିଜିଟାଲ ସେବାରେ କ୍ଷୁଦ୍ର ସନ୍ଦେଶ, କଲର ଆଇଡି ଏବଂ କଲ ଫର‌ୱାର୍ଡି ଆଦି ସୁବିଧା ଉପଲବ୍ଧ ହେଲା ।

୨ଜି ସେବାର ବନ୍ଦ[ସମ୍ପାଦନା]

ଅଷ୍ଟ୍ରେଲିଆ[ସମ୍ପାଦନା]

୨୦୧୬ର ଶେଷସୁଦ୍ଧା ୨ଜି ସେବାକୁ ବନ୍ଦ କରିବାକୁ ଟେଲଷ୍ଟ୍ରା(Telstra) ଘୋଷଣା କରିଛି ।[୪]

୨୦୧୭ ଅପ୍ରେଲ ସୁଦ୍ଧା ୨ଜି ସେବାକୁ ବନ୍ଦ କରିବାକୁ ଅପ୍ଟସ(Optus) ଘୋଷଣା କରିଛି ।[୫]

କାନାଡ଼ା[ସମ୍ପାଦନା]

ରୋଜର(Rogers) ହେଉଛି ଏମିତି ଏକ ସଂସ୍ଥା ଯାହାର କେବଳ ହିଁ ୨ଜି ସେବା ଚାଲିଛି ।

ଆଧାର[ସମ୍ପାଦନା]

  1. "ରେଡିଓଲାଞ୍ଜିର ଇତିହାସ". 20 April 2004. Archived from the original on 23 October 2006. Retrieved 24 August 2016.
  2. "CDMA Worldwide". Archived from the original on 30 January 2010. Retrieved 23 December 2009.
  3. "Wi-Fi and mobile Internet (3G or 4G)". Proximus. Retrieved 28 October 2016.
  4. Wright, Mike. "It's time to say goodbye old friend". Telstra Exchange. Archived from the original on 13 July 2016. Retrieved 28 October 2016.
  5. Pearce, Rohan (5 August 2015). "Optus to shut down 2G network in 2017". Computer World. Archived from the original on 9 April 2016. Retrieved 28 October 2016.