ଗୁଗଲ ନାଓ

ଉଇକିପିଡ଼ିଆ‌ରୁ
ଗୁଗଲ ନାଓ
ମୁଖ୍ୟ ରଚୟିତାGoogle
ଡେଭେଲପରGoogle
ପ୍ରଥମ ରିଲିଜ୍ଜୁଲାଇ 9, 2012; 11 years ago (2012-୦୭-09)
ଷ୍ଟେବଲ୍ ରିଲିଜ୍5.5 / October 29, 2015
Operating systemAndroid 4.1.x Jelly Bean/Android 4.1+ ("Jelly Bean")
iOS 6.0+
Microsoft Windows, OS X, Linux, and Chrome OS (via Google Chrome)[୧][୨]
ଉପଲବ୍ଧ ଭାଷାEnglish
ପ୍ରକାରIntelligent personal assistant
ୱେବସାଇଟgoogle.com/landing/now/

ଗୁଗଲ ନାଓ ଏକ ବୁଦ୍ଧିମାନ୍ ନିଜସ୍ୱ ସହଜ୍ୟକାରି ଆପ୍ । ଗୁଗଲ ନାଓ ସେବା ଏବେ ଗୁଗୁଲ୍ ସର୍ଚ୍ରେ ଜଡ଼ିତ ହୋଇ ରହୁଛି । ଏବଂ ଗୁଗୁଲ୍ ସର୍ଚ୍ଟି ଆନଡ୍ରଏଡ୍ ଓ ଆଇ.ଓ.ଏସ୍ରେ ଉପଲବ୍ଧ ମଧ୍ୟ ହେଉଛି । ଏହା ପରେ ମଧ୍ୟ ନିଜସ୍ୱ କମ୍ପ୍ୟୁଟରରେ ଥିବା ଗୁଗୁଲ୍ କ୍ରୋମ୍ ନାମକ ଏକ ବେବ୍ ବ୍ରାଉଜରରେ ଗୁଗଲ ନାଓର ସୁବିଧା ମିଳୁଛି । ଗୁଗଲ ନାଓ ସ୍ୱଭାବିକ ଭାଷାର ଏକ ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଉଛି । ଏବଂ ଏହି ୟୁଜର୍ ଇନ୍ଟର୍ଫେସରୁ ସାହାଯ୍ୟ ନେଇ ସେ ପ୍ରଶ୍ନର ଉତ୍ତର ଦେଉଛି, ସପାରିଶ ବା ମତ ଦଉଛି ଓ ବେବ୍ରେ ଖୋଜି ଫଳାଫଳ ଦେଖାଉଛି । ଗୁଗଲ ନାଓ ଯେ ଖାଲି ପ୍ରଷ୍ନର ଉତ୍ତର ଦେଉଛି ଏହା ନୁହେ କିନ୍ତୁ ସେ ୟୁଜର୍ର ମନପସନ୍ଦର ଜିନିସର ତାଲିକା ରଖୁଛି ଏବଂ ତାକୁ ୟୁଜର୍କୁ ଦେଖାଉଚି । ୟୁଜର୍ ଜଣକ ତାଙ୍କର ନିଜସ୍ୱ ଇନ୍ଟରେସ୍ଟ ହିସାବରେ ତାଲିକା ଗଠନ କରିପାରିବେ ଓ ଗୁଗଲ ନାଓକୁ ସେହି ବିସୟରେ ଅଧୁନାତନ କରୁଚି । ସେ ୟୁଜରଙ୍କ ଇନ୍ଟରେସ୍ଟ ଅନୁସାରେ ମଧ୍ୟ ପୁର୍ବାନୁମାନ କରିପାରୁଛି ।

ଏହା ପ୍ରଥମ ଥର ପାଇଁ "Android 4.1 ("Jelly Bean")" ଲୋଡ୍ ହେଇଥିବା Galaxy Nexusରେ ଜୁଲାଇ ୯, ୨୦୧୨ ମସିହାରେ ଦେଖିବାକୁ ମିଳିଥିଲା । ଏହା ଆଇ.ଓ.ଏସ୍ ପାଇଁ ଏପ୍ରିଲ୍ ୨୯, ୨୦୧୩ରେ ଆରମ୍ଭ ହୋଇଥିଲା । ଏବଂ ମାର୍ଚ୍ ୨୪, ୨୦୧୩ରେ ଏହା ଗୁଗୁଲ୍ କ୍ରୋମ୍ରେ ଦେଖିବାକୁ ମିଳିଥିଲା । "Popular Science" ଗୁଗୁଲ୍ ନାଓକୁ ୨୦୧୨[୩]ରେ "Innovation of the Year"ର ନାମରେ ନାମିତ କରିଥିଲା । ବର୍ତ୍ତମାନ ଗୁଗଲ ନାଓ ଆପେଲ୍ର ସିରି ଓ ମାଇକ୍ରୋସଫ୍ଟର କୋର୍ଟାନା ସହିତ ପ୍ରତିଜୋଗିତା କରୁଅଛି ।

ଇତିହାସ[ସମ୍ପାଦନା]

୨୦୧୧ର ଶେଷ ଆଡୁକୁ, ବିଭିନ୍ନ ଖବର ଆସିଲା କି ଗୁଗଲ ନିଜ ଉପକରଣ "ଗୁଗଲ ଭଏସ ସର୍ଚ୍ଚ"କୁ ବିଶେଷ ଭାବରେ ବିକାଶିତ କରିବାର ପ୍ରୟାସ ଚଳାଉଥିଲା। ଏହାର କୋଡ଼ ନାମ ପ୍ରଥମରେ "ମାଜେଲ" ଭାବେ ମନୋୟନ କରାଯାଇଥିଲା। ଏହି କୋଡ଼ ନାମଟି ମାଜେଲ ବ୍ୟାରେଟଙ୍କ, ତାଙ୍କ ପତ୍ନୀ ଜିନ ରୋଡେନବେରୀ ଆଉ "ଷ୍ଟାର ଟ୍ରେକ" ଫ୍ରାନ୍ଚାଇଜିରେ କମ୍ପ୍ୟୁଟର ସିଷ୍ଟମସ୍ଙ୍କ କଣ୍ଠ; ଏହାର ଅନ୍ୟ ଏକ କୋଡ଼ ନାମ "ଅସ୍ସୀଷ୍ଟାଣ୍ଟ" ବୋଲି ନାମକରଣ କରାଯାଇଥିଲା।

ଜୁନ ୨୭, ୨୦୧୨ରେ ଗୁଗଲ୍ ନାଓର ଉଦଘାଟନ ହୋଇଥିଲା ଆଣ୍ଦ୍ରଏଡ଼୍ ଜେଲ୍ଲୀବିନ୍ର ପ୍ରଦର୍ଶନ ଯେଉଁଟା କି ଗୁଗଲ ଆଇ/ଓରେ ହୋଇଥିଲା।

ଅକଟୁବର୍ ୨୮, ୨୦୧୨ରେ ଗୁଗଲ ନାଓ ଗୁଗଲ ପ୍ଲେ ଷ୍ଟୋରଦ୍ୱାରା ଏକ ଆପଡଟ ପାଇଲା ଯେଉଁଟା କି ଏଥିରେ ଜିମେଲ କାର୍ଡସର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେଲା। ଗୁଗଲ ନାଓ ଇଉଜରଙ୍କ ଜିମେଲ ଏକାଉଣ୍ଟରୁ ତଥ୍ୟ ସବୁକୁ ଗୁଗଲ ନାଓ ଆପ୍ ମଧ୍ୟରେ ପ୍ରଦର୍ଶନ କରେ। ଏହି ସବୁ ତଥ୍ୟ ମଧ୍ୟରେ ଥାଏ ଫ୍ଲାଇଟ ଇନ୍ଫୋର୍ମସନ, ପ୍ୟାକେଜ ଟ୍ରାକିଂ, ହୋଟେଲ ରିଜର୍ବେସନ୍ ଏବଂ ରେଷ୍ଟୁରାଂ ରିଜର୍ଭେସନ୍ ଦେଖାଏ(ଏହି ତଥ୍ୟ ସେଇ ସମୟ ଯାଏଁ ଦେଖାଏଂ ଜେଯାଏଁ ଇଉଜରଙ୍କ ଜିମେଲ ଏକାଉଣ୍ଟ ଏକ ଗୁଗଲ ଅପପ୍ସ ଏକାଉଣ୍ଟ ନୁହେଁ)। ଅନ୍ୟ ସବୁ ଉପକରଣଗୁଡ଼ିକ ମଧ୍ୟରେ ମୁଭି, କଂସର୍ଟ, ସ୍ଟକ ଏବଂ ନିଉଜ଼ ଜଡ଼ିତ କାର୍ଡ ଇଉଜରଙ୍କ ଲୋକେସନ, ସର୍ଚ୍ଚ ହିସ୍ଟ୍ରି ଉପରେ ଆଧାରିତ। ଏଥି ସାଥିରେ କ୍ୟାଲେଣ୍ଡର୍ ଘଟଣାଗୁଡ଼ିକ ଭାଏସ୍ ଇନ୍ପୁଟ୍ଦ୍ୱାରା ବନେଇବାକୁ।

ଡିସେମ୍ବର ୫,୨୦୧୨ରେ ଗୁଗଲ ସର୍ଚ୍ଚ ଆପ୍ଲିକେସନକୁ ଏକ ନୂଆ ଅପଡେଟ ଗୁଗଲ ନାଓରେ ଏକାଧିକ ଫିଚର୍ସ ପ୍ରଦାନ କଲା , ଉଦାହରଣ ସ୍ୱରୂପ, ନିଅର୍ବାଏ ଇଭେଣ୍ଟସଙ୍କ ପାଇଁ କାର୍ଡସର ବ୍ୟବସ୍ଥା, ଏକ ସଂଗ୍ରହାଳୟରେ ଥିବାବେଳେ କ୍ୟାମେରାରେ ସର୍ଚ୍ଚ କରିବା, ଇମେଲରୁ ମିଳିଥିବା ଏୟାରପ୍ଲେନ ବୋଡିଙ୍ଗ ପାସସେସ। ଏଥି ସହିତ ଗୁଗଲ ନାଓ ଏବେ ପାଣିପାଗ ସମ୍ବନ୍ଧିତ, ଆସୁଥିବା ଜନ୍ମଦିନ ପାଇଁ ଇତ୍ୟାଦି କାର୍ଡସ୍ ଏବଂ ସେହି ମାସରେ ଜଣେ କେତେ ବାଇକ ଚଳେଇଛନ୍ତି, କେତେ ଚାଲିଛନ୍ତି ସେସବୁ ତଥ୍ୟ ମଧ୍ୟ କାର୍ଡସ୍ ସାହାଯ୍ୟରେ ପ୍ରଦର୍ଶିତ କରିଥାଏ। ଏହି ଅପଡେଟରେ ନିଯେ ନିଜ କଣ୍ଠରୁ କାହିକି ଗୁଗଲ ପ୍ଲସରେ ପୋଷ୍ଟ କରିବା, ଗୀତ ଗୁଡିକୁ ଚିହ୍ନଟ କରିବା, ବାର କୋଡ଼୍ ଗୁଡିକୁ ମଧ୍ୟ ସ୍କାନ କରିବାର ବ୍ୟବସ୍ଥା ମଧ୍ୟ ଆସିଲା। କିନ୍ତୁ ୨.୫ ଅପଡେଟରେ ଗୁଗଲ "ସର୍ଚ୍ଚ ଉଇଥ୍ କ୍ୟାମେରା" ବ୍ୟବସ୍ଥା ଟିକୁ ସ୍ଥାନଚ୍ୟୁତ କରିଥିଲେ ଅଜଣା କାରଣ ଯୋଗୁ।

ମାର୍ଚ୍ଚ ୨୧,୨୦୧୩ରେ ଗୁଗଲର ଏକ୍ସଏଛୁଟିଭ ଚେୟାରମ୍ୟାନ, ଏରିକ ସ୍ଖିମିଡ଼ ଏହା କହିଥିଲେ ଯେ ଗୁଗଲ ଅପଲ୍କୁ ଏକ ଆଇ.ଓ.ଏସ୍ ଭର୍ସନ୍ର ଗୁଗଲ ଆପ୍ ପ୍ରଦାନ କରିଛନ୍ତି। ଏବେ ଖାଲି ଆପଲ୍କୁ ଏହି ଆପ୍ ଟିକୁ ସ୍ୱୀକୃତି ପ୍ରଦାନ କରିବା ବାକି ଥିଲା। ପରେ ସେ କହିଲେ ଯେ ଏହି କଥା ସତ୍ୟ ନୁହେଁ। ଏହା ବ୍ୟତୀତ, ଗୁଗଲ ନାଓ ଅପ୍ରେଲ ୨୮, ୨୦୧୩ରେ ଆଇ.ଓ.ଏସ୍ ପାଇଁ ଉପଲବ୍ଧ ହୋଇଥିଲା।

ଗୁଗଲ୍ କ୍ରୋମ କୋଡ଼ ରିଭିଉ ଉପରେ ଆଧାରିତ ଯାହା କି ଡିସେମ୍ବର ୨୦୧୨ରୁ ଆରମ୍ଭ ହୋଇଛି, ଗୁଗଲ ନାଓ ଗୁଗଲ କ୍ରୋମ୍ର ଡେସ୍କଟପ ବିବରଣରେ ସାମିଲ ହେବାର ସମ୍ଭାବନା ଥିଲା। ସିନେଟ୍ ସେଥ ରୋଷେନବ୍ଳାଟଙ୍କ ମତରେ ଏହା ଶୁଣାଯାଉଛି କି ଗୁଗଲ ନାଓ ଆଇଗୁଗଲକୁ ରିପ୍ଲେସ୍ କରିବ ନଭେମ୍ବର ୨୦୧୩୨ ସୁଦ୍ଧା। ମଇ ୧୫, ୨୦୧୩ରେ ଏବଂ ଗୁଗଲ ଆଇ/ଓ ୨୦୧୩ରେ ଗୁଗଲ ଏହା ଘୋଷଣା କରିଛନ୍ତି ଯେ ଗୁଗଲ ନାଓ ଡେସ୍କଟପରେ ରିଲିଜ୍ ହେବ। ଏହି ବ୍ୟବସ୍ଥାଟି କେବଳ ଗୁଗଲ କ୍ରୋମ ଅଥବା ଗୁଗଲ କ୍ରୋମ ଓ.ଏସ୍ରୁ ହିଁ ବ୍ୟବହାର ଯୋଗ୍ୟ। ଜାନୁଆରୀ ୧୬, ୨୦୧୪ରେ ଗୁଗଲ ନାଓର ଏକ ପ୍ରମ୍ଭିକ ଭର୍ସନ ଟିଏ ଡେସ୍କଟପ ମାନଙ୍କରେ ଉପଲବ୍ଧ ହୋଇଥିଲା ଗୁଗଲ କ୍ରୋମ କନାରୀ ଜରିଆରେ, ଯଦିଓ ଏହି ଆପ୍ କିଛିଟା କାର୍ଡସ ଯେଉଁଗୁଡା ମୋବାଇଲ ଅନୁରୂପରେ ମହଜୁଦ ଅଟେ, ଉଦାହରଣ ସ୍ୱରୂପ, ପବ୍ଲିକ୍ ଆଲର୍ଟ୍, ନିଅର୍ବାଏ ଫୋଟସ, ଆକ୍ଟିଭିଟି ସମ୍ମାରି ଏବଂ ସ୍ଟକ୍ସ। ମାର୍ଚ୍ଚ ୨୪, ୨୦୧୪ରେ ଗୁଗଲ ଗୁଗଲ ନାଓ ଅପଡେଟ୍ ଗୁଗଲ କ୍ରୋମ୍ ବ୍ୟବହରକର୍ତାମାନେ ଯେଉଁମାନେ ନିଜ ଗୁଗଲ ଆକାଉଣ୍ଟରେ ଲଗ୍ ଇନ୍ ଥିଲେ।

କାର୍ଯ୍ୟ ସମ୍ବନ୍ଧିଅ[ସମ୍ପାଦନା]

ଗୁଗଲ ନାଓ ଏବେ ଗୁଗଲର ଖୋଜିବା ପ୍ରଣାଳୀର ମୁଖ୍ୟ ଉପକରଣ ଭାବେ ଜଣା ଯାଉଛି। ଏହା ବ୍ୟବହାରକାରୀଦ୍ୱାରା କରା ଯାଉଥିବା ବାରମ୍ବାର କାର୍ଯ୍ୟକୁ ଆକଳନ କରି ବ୍ୟବହାରକାରୀର ଫୋନ୍ରେ ପ୍ରାସଙ୍ଗିକ ବାର୍ତା କାର୍ଡ ଭାବରେ ଦେଖାଇଥାଏ । ଏହି କାର୍ଯ୍ୟ ପ୍ରଣାଳୀ ଗୁଗଲର ନଲେଜ୍ ଗ୍ରାଫ୍ର ସାହାଯ୍ୟରେ ପ୍ରଚଳିତ ହୋଇଥାଏ ।

ବିଶେସିତ କାର୍ଡସ୍ ବର୍ତ୍ତମାନ ସମୟରେ ନିମ୍ନଲିଖିତ ଜିନିଷରେ ଗଠିତ:

୧:ଗତିବିଧି ସାରାମର୍ମ
୨:ଜନ୍ମଦିନ
୩:ବୋର୍ଡଇଂ ପାଶ୍
୪:କନସର୍ଟସ୍
୫:ଦେଶର ଚଳନ୍ତି ମୁଦ୍ରା
୬:କାହାଣୀ ଏବଂ ତାଯା ଖବର ବନେଇବା
୭:ଘଟଣା
୮:ଘଟଣା ଅନୁସମାରକ
୯:aeroplane ସୂଚନା
୧୦:ସାଙ୍ଗଙ୍କ ଜନ୍ମଦିନଜନ୍ମଦିନ
୧୧:ହୋଟେଲ
୧୨:ଜାଗା ଅନୁସ୍ମାରକ
୧୩:ସିନେମା
୧୪:ପାର୍ଶ୍ୱବର୍ତୀ ଆକର୍ଷଣମାନ
୧୫:ପାର୍ଶ୍ୱବର୍ତୀ ଘଟଣା
୧୬:ପାର୍ଶ୍ୱବର୍ତୀ ଫଟୋ ଉଠେଇବା ଜାଗା
୧୭:ନୂଆ ଏଲବମ୍/ବହି/ଭିଡିଓ ଗେମ୍/ଟିଭି ଅଧ୍ୟାୟ
୧୮:ସମାଚାର ବିଷୟବସ୍ତୁ
୧୯:ଆଗାମୀ ନିଯୁକ୍ତି
୩୦:ପ୍ୟାକେଜ୍
୩୧:ଗାଡି ପାର୍କ କରିବା ଅବସ୍ଥିତି
୩୨:ଜାଗା ସବୁ
୩୩:ବସ୍ତୁମାନ
୩୪:ଜନସାଧାରଣ ସୂଚନା
୩୫:ଜନସାଧାରଣ ପ୍ରେରଣ
୩୬:ଗବେଷଣା ବିଷୟବସ୍ତୁ
୩୭:ରେଷ୍ଟୁରାଂଟ ବୁକିଂ
୩୮:ଖେଳ
୪୦:ସ୍ଟକ ବଜ଼ାର
୪୧:ଘରକୁ ପହଂଚିବା ପାଇଁ ସମୟ
୪୩:ସମୟ ଅନୁସ୍ମାରକ
୪୫:ଟ୍ରାଫ୍ଫିକ୍
୪୬:ଅନୁବାଦ
୪୭:ପାଣିପାଗ
୪୮:ୱେବ ସାଇଟ୍ ଆପଦେଟ୍
୪୯:କଣ କଣ ଦେଖିବେ

ନାଓ ଅନ୍ ଟ୍ୟାପ୍

ଆଧାର[ସମ୍ପାଦନା]

  1. Summers, Nick (2014-01-16). "Google Now arrives in Chrome Canary with weather, sports scores, traffic and event reminder cards". The Next Web. Retrieved 2014-01-16.
  2. Ravenscraft, Eric (2014-03-24). "Google Now Comes to Chrome, Is Out of Beta". Lifehacker. Retrieved 2014-04-03.
  3. "Google Now wins 'Innovation of the Year', runs laps around 'outdated' Siri". BGR. 2012-11-15. Retrieved 2012-12-26.

ବାହାର ଲିଙ୍କ[ସମ୍ପାଦନା]