ମେନିଙ୍ଗୋକୋକାଲ ଟିକା

ଉଇକିପିଡ଼ିଆ‌ରୁ
ମେନିଙ୍ଗୋକୋକାଲ ଟିକା
Vaccine description
Target diseaseନାଇସେରିଆ ମେନିଞ୍ଜାଇଟିଡିସ୍‌
Type?
Clinical data
Trade namesMenactra, Menomune, MenAfriVac, Other
AHFS/Drugs.commonograph
MedlinePlusa607020
Pregnancy
category
  • Category C
Routes of
administration
Intramuscular (conjugate), Subcutaneous (polysaccharide)
ATC code
Legal status
Legal status
Identifiers
ChemSpider
  • none
 ☒NcheckY (what is this?)  (verify)

ମେନିଙ୍ଗୋକୋକାଲ ଟିକା ଯେ କୌଣସି ଟିକାକୁ ବୁଝାଏ ଯାହା ନାଇସେରିଆ ମେନିଞ୍ଜାଇଟିଡିସ୍‌ ସଂକ୍ରମଣକୁ ପ୍ରତିରୋଧ କରେ । [୧] ଟିକାର ବିଭିନ୍ନ ସଂସ୍କରଣ ମିଳୁଛି ଯାହା କେତେକ ବା ସମସ୍ତ ମେନିଙ୍ଗୋକୋକସ୍ ଏ, ସି, ଡବ୍ଲ୍ୟୁ ଓ ୱାଇ ବିରୁଦ୍ଧରେ କାର୍ଯ୍ୟକ୍ଷମ ହୁଏ । ଏହି ଟିକା ଗୁଡ଼ିକ ୮୫ରୁ ୧୦୦% କାର୍ଯ୍ୟକ୍ଷମ ହୁଅନ୍ତି । [୧] ଏହି ଟିକା ବ‌ହୁଳ ଭାବରେ ଦେଲେ ମେନିଞ୍ଜାଇଟିସ୍ସେପ୍‌ସିସ୍ ରୋଗୀ ସଂଖ୍ୟା କମିଯାଏ । [୨][୩] ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଦିଆଯାଏ ।[୧]

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଉଛି ଯେ ଯେଉଁଠାରେ ମଧ୍ୟମ ବା ଅତ୍ୟଧିକ ରୋଗ ହେଉଛି ବା ବାରମ୍ବାର ପ୍ରକୋପ ହେଉଛି ସେଠାରେ ରୁଟିନ ଟିକାକରଣ ଆବଶ୍ୟକ ।[୧][୪] ସ୍ୱଳ୍ପ ସଙ୍କଟାପନ୍ନ ଦେଶମାନଙ୍କରେ କେବଳ ଅଧିକ ସଂକଟ ଥିବା ଜାଗାରେ ଟିକା ଦେବା ଉଚିତ ।[୧] ଆଫ୍ରିକା ମେନିଞ୍ଜାଇଟିସ ବେଲ୍ଟରେ ୧ରୁ ୩୦ ବର୍ଷ ବୟସ୍କ ସମସ୍ତ ଲୋକଙ୍କୁ ମେନିଙ୍ଗୋକୋକାଲ ଏ କଞ୍ଜୁଗେଟ ଟିକା ଦେବାକୁ ଚେଷ୍ଟା କରା [୪] କାନାଡ଼ା ଓ ଆମେରିକାରେ ସବୁ କିଶୋର ବୟସର ଲୋକଙ୍କୁ ଓ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ରୁଟିନ ଭାବରେ ସମସ୍ତ ୪ ପ୍ରକାର ଟିକା ଦିଆଯାଉଛି ।[୧] ମକ୍କାକୁ ଯାଇ ହଜ କରିବାକୁ ଯାଉଥିବା ଲୋକଙ୍କୁ ଏହି ଟିକା ଦେବା ଆବଶ୍ୟକ । [୧]

ଏହି ଟିକା ସାଧାରଣତଃ ନିରାପଦ । କେତେକ ଲୋକଙ୍କର ଟିକା ନେବା ସ୍ଥାନ ଫୁଲିଯାଏ ଓ ଲାଲ ଦେଖାଯାଏ ।[୧] ଗର୍ଭାବସ୍ଥାରେ ମଧ୍ୟ ଏହାର ବ୍ୟବ‌ହାର ବିପଦମୁକ୍ତ ଜଣାଯାଏ ।[୪] ନିୟୁତ ଲୋକରେ ଜଣକର ଅତ୍ୟଧିକ ଆଲର୍ଜି ହୁଏ । [୧]

ପ୍ରଥମ ମେନିଙ୍ଗୋକୋକାଲ ଟିକା ସନ ୧୯୭୦ରେ ମିଳିଲା ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ସନ ୨୦୧୪ରେ ୩.୨୩ରୁ ୧୦.୭୭ ଆମେରିକୀୟ ଡଲାର ।[୭] ଆମେରିକାରେ ଏହାର ମୂଲ୍ୟ ଗୋଟେ କୋର୍ସ ପିଛା ୧୦୦ରୁ ୨୦୦ ଡଲାର ।[୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Meningococcal vaccines: WHO position paper" (PDF). Weekly epidemiological record. 47 (86): 521-540. Nov 2011. PMID 22128384.
  2. Patel, M; Lee, CK (25 January 2005). "Polysaccharide vaccines for preventing serogroup A meningococcal meningitis". The Cochrane database of systematic reviews (1): CD001093. PMID 15674874.
  3. Conterno, LO; Silva Filho, CR; Rüggeberg, JU; Heath, PT (19 July 2006). "Conjugate vaccines for preventing meningococcal C meningitis and septicaemia". The Cochrane database of systematic reviews (3): CD001834. PMID 16855979.
  4. ୪.୦ ୪.୧ ୪.୨ "Meningococcal A conjugate vaccine: updated guidance, February 2015" (PDF). Weekly epidemiological record. 8 (90): 57-68. 20 Feb 2015. PMID 25702330.
  5. Barrett, Alan D.T. (2015). Vaccinology : an essential guide. p. 168. ISBN 9780470656167.
  6. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  7. "Vaccine, Meningococcal". International Drug Price Indicator Guide. Archived from the original on 10 May 2017. Retrieved 6 December 2015.
  8. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 315. ISBN 9781284057560.