ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍‌ସ

ଉଇକିପିଡ଼ିଆ‌ରୁ
ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍‌ସ
ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ ଥିବା ଏକ ଛୁଆ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିPediatrics, toxicology
ଆଇସିଡ଼ି-୧୦Q86.0
ଆଇସିଡ଼ି-୯-ସିଏମ୍760.71
ରୋଗ ଡାଟାବେସ32957
ମେଡ଼ିସିନ-ପ୍ଲସ000911
ଇ-ମେଡ଼ିସିନped/767
MeSHD005310

ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍‌ (ଏଫଏଏସଡି) ଏକ ପ୍ରକାର ରୋଗର ଦଳ, ଯାହା ପିଲାଙ୍କର ହୁଏ ଓ ଯାହାର ମାଆ ଗର୍ଭାବସ୍ଥାରେ ଆଲକୋହୋଲ/ ମଦ୍ୟପାନ କରନ୍ତି । [୧] ପିଲାର ଅସ୍ୱାଭାବିକ ଆକୃତି, ଅଳ୍ପ ଉଚ୍ଚତା, ଅଳ୍ପ ଶାରୀରିକ ଓଜନ, ଛୋଟ ମୁଣ୍ଡ, ସମନ୍ୱୟର ଅଭାବ, କମ୍ ବୁଦ୍ଧିମତା, ବ୍ୟବ‌ହାରିକ ସମସ୍ୟା ଓ ଶ୍ରବଣ ସମସ୍ୟା ବା ଦୃଷ୍ଟି ସମସ୍ୟା ଦେଖାଯାଏ । [୧] ଏ ଭଳି ଲୋକଙ୍କର ସ୍କୁଲରେ ସମସ୍ୟା ହୁଏ, ନିୟମ ମାନିବାରେ ସମସ୍ୟା ହୁଏ, ବାରମ୍ବାର ଜେଲ ଯାଆନ୍ତି, ସଙ୍କଟଦାୟକ ଯୌନ କାରବାରରେ ଲିପ୍ତ ରହ‌ନ୍ତି ଓ ଆଲକୋହୋଲ ବା ଅନ୍ୟାନ୍ୟ ଡ୍ରଗ ନେବାରେ ସମସ୍ୟା ହୁଏ । [୨] ଏହି ଦଳର ସବୁଠାରୁ ଗମ୍ଭୀର ଧରଣର ରୋଗ ନାମ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ[୧] ଅନ୍ୟ ରୋଗମାନଙ୍କ ନାମ ପାର୍ସିଆଲ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ (ପିଏଫଏଏସ), ଆଲକୋହୋଲ ରିଲେଟେଡ ନିଉରୋଡେଭଲପମେଣ୍ଟାଲ ଡିଜଅର୍ଡ଼ର (ଏଆରଏନ‌ଡି) ଓ ଆଲକୋହୋଲ ରିଲେଟେଡ ବାର୍ଥ ଡିଫେକ୍ଟ (ଏଆରବିଡି) । [୧][୩]

ଫିଟାଲ ଆଲକୋହୋଲ ସ୍ପେକ୍ଟ୍ରମ ଡିଜଅର୍ଡ଼ର୍‌ ରୋଗ ଗର୍ଭାବସ୍ଥାରେ ଆଲକୋହୋଲ ପାନ କଲେ ହୁଏ । [୧] ଆମେରିକାର ଏକ ସର୍ଭେ ଅନୁସାରେ ୧୦ % ଗର୍ଭିଣୀମାନେ ବିଗତ ଏକ ମାସ ମଧ୍ୟରେ ଓ ୨୦ରୁ ୩୦ % ଗର୍ଭିଣୀ ଗର୍ଭାବସ୍ଥାର କୌଣସି ସମୟରେ ମଦ୍ୟପାନ କରିଥିଲେ । [୪] ପ୍ରାୟ ୪ % ଗର୍ଭିଣୀ ମହିଳାଙ୍କର [[[ଆଲକୋହୋଲ ଯୁଜ ଡିଜଅର୍ଡ଼ର ଥିଲା]] । [୫] ଗର୍ଭାବସ୍ଥାରେ ପାନ କରିଥିବା ମଦର ପରିମାଣ, ଗର୍ଭାବସ୍ଥାର ସମୟ ଓ କେତେ ସମୟ ଅନ୍ତରରେ ପାନ କରନ୍ତି ତାହା ଉପରେ ରୋଗ ସଙ୍କଟ ନିର୍ଭର କରେ । [୪] ଅଧିକ ବୟସର ମହିଳା, ଧୁମ୍ରପାନ ଓ ଦୁର୍ବଳ ସ୍ୱାସ୍ଥ୍ୟ ଥିବା ଗର୍ଭିଣୀଙ୍କର ରୋଗ ସଙ୍କଟ ଅଧିକ ଥାଏ । [୪] ଗର୍ଭାବସ୍ଥାରେ ବିପଦମୁକ୍ତ ସମୟ ବା ପରିମାଣ ଅଜ୍ଞାତ । [୧] ସ୍ୱଳ୍ପ ପରିମାଣ ଆଲକୋହୋଲ ସେବନରେ ବାହ୍ୟ ପରିବର୍ତ୍ତନ ହୁଏ ନାହିଁ କିନ୍ତୁ ବ୍ୟବ‌ହାରିକ ସମସ୍ୟା ହୋଇପାରେ । [୫] ଆଲକୋହୋଲ ବ୍ଲଡ଼ ବ୍ରେନ ବାରିଅର ପାର କରିପାରେ ଓ ବିକାଶଲାଭ କରୁଥିବା ଶିଶୁ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପକାଏ । [୬] ରୋଗୀର ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୧]

ଆଲକୋହୋଲ ପାନ ନ କଲେ ଏହି ରୋଗ ପ୍ରତିରୋଧ କରିହେବ । [୭] ଏହି କାରଣରୁ ଡାକ୍ତରୀ ଅନୁସ୍ଠାନ ଗର୍ଭାବସ୍ଥାରେ ମଦ୍ୟପାନ ବାରଣ କରନ୍ତି । [୮][୯][୧୦] ଏହି ରୋଗ ସ୍ଥାୟୀ ହେଲେ ମଧ୍ୟ ଉପଚାରଦ୍ୱାରା ଫଳ ଉନ୍ନତ ହୋଇପାରେ । [୧] ପିତାମାତା-ଶିଶୁ ବାର୍ତ୍ତାଳାପ, ବ୍ୟବ‌ହାର ବଦଳ ପ୍ରଚେଷ୍ଟା ଓ ଔଷଧ ସାହାଯ୍ୟରେ ଚିକିତ୍ସା କରାଯାଏ । [୧୧]

ଆମେରିକା ଓ ଦକ୍ଷିଣ ୟୁରୋପରେ ୨ରୁ ୫ % ଲୋକଙ୍କୁ ଏଫଏଏସଡି ରୋଗ ହୋଇଥାଏ । [୧୨] ପ୍ରତି ଏକ ହଜାରରେ ୦.୨ରୁ ୯ ଜଣଙ୍କୁ ଏଫଏଏସ ରୋଗ ହୁଏ । [୧୨] ଦକ୍ଷିଣ ଆଫ୍ରିକାରେ କେତେକ ସ୍ଥାନରେ ଏହା ୯ % ହୋଇପାରେ । [୩] ପୁରାତନ କାଳରୁ ଆଲକୋହୋଲର ଖରାପ ପ୍ରଭାବ ବର୍ଣ୍ଣନା କରାହୋଇଆସିଛି । [୩] ସନ ୨୦୦୨ର ଏକ ଆକଳନ ଅନୁସାରେ ଜଣେ ଏଫଏଏସ ରୋଗୀର ସାରା ଜୀବନର ରୋଗ ନିମନ୍ତେ ଖର୍ଚ୍ଚ ପ୍ରାୟ ୨ ନିୟୁତ ଆମେରିକିୟ ଡଲାର । [୧୨] ସନ ୧୯୭୩ରେ ପ୍ରଥମେ ଫିଟାଲ ଆଲକୋହୋଲ ସିଣ୍ଡ୍ରୋମ ନାମ ବ୍ୟବ‌ହୃତ ହୋଇଥିଲା । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Facts about FASDs". April 16, 2015. Retrieved 10 June 2015.
  2. Coriale, G; Fiorentino, D; Di Lauro, F; Marchitelli, R; Scalese, B; Fiore, M; Maviglia, M; Ceccanti, M (2013). "Fetal Alcohol Spectrum Disorder (FASD): neurobehavioral profile, indications for diagnosis and treatment". Rivista di psichiatria. 48 (5): 359–69. PMID 24326748.
  3. ୩.୦ ୩.୧ ୩.୨ ୩.୩ Riley, EP; Infante, MA; Warren, KR (June 2011). "Fetal alcohol spectrum disorders: an overview". Neuropsychology review. 21 (2): 73–80. PMID 21499711.
  4. ୪.୦ ୪.୧ ୪.୨ "Fetal Alcohol Exposure". April 2015. Retrieved 10 June 2015.
  5. ୫.୦ ୫.୧ McHugh, RK; Wigderson, S; Greenfield, SF (June 2014). "Epidemiology of substance use in reproductive-age women". Obstetrics and gynecology clinics of North America. 41 (2): 177–89. PMID 24845483.
  6. Fetal Alcohol Spectrum Disorder: Management and Policy Perspectives of FASD. John Wiley & Sons. 2011. pp. 73–75. ISBN 9783527632565.
  7. "Alcohol Use in Pregnancy". April 17, 2014. Retrieved 10 June2015. {{cite web}}: Check date values in: |accessdate= (help)
  8. Vice Admiral Richard H. Carmona (2005). "A 2005 Message to Women from the U.S. Surgeon General" (PDF). Retrieved 12 June 2015.
  9. Committee to Study Fetal Alcohol Syndrome, Division of Biobehavioral Sciences and Mental Disorders, Institute of Medicine (1995). Fetal alcohol syndrome : diagnosis, epidemiology, prevention, and treatment. Washington, D.C.: National Academy Press. ISBN 0-309-05292-0.{{cite book}}: CS1 maint: multiple names: authors list (link)
  10. "Australian Government National Health and Medical Research Council". Archived from the original on 5 November 2012. Retrieved 4 November 2012.
  11. Roszel, EL (13 April 2015). "Central nervous system deficits in fetal alcohol spectrum disorder". The Nurse practitioner. 40 (4): 24–33. PMID 25774812.
  12. ୧୨.୦ ୧୨.୧ ୧୨.୨ "Data & Statistics Prevalence of FASDs". Center for Disease Control and Prevention. April 16, 2015. Retrieved 10 June 2015.