କାନିକା

ଉଇକିପିଡ଼ିଆ‌ରୁ
କାନିକା
ଆରମ୍ଭ
ମୂଳ ଜାଗାଭାରତ
ଖାଇବାର ସବିଶେଷ
ଖାଇବାର ମେଳଣଗୋପାଳ ବଲ୍ଲଭ ଭୋଗ
ମୂଳ ଉପାଦାନଚାଉଳ, ଚିନି, ଘିଅ

କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ ।[୧] ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ଯାଏ ଏହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ ।[୨]

ଉପାଦାନ[ସମ୍ପାଦନା]

ଚାଉଳ - ୧ କିଲୋ-କୃଷ୍ଣଭୋଗ-ବାସୁମତି
ଚିନି - ୩୫୦ ଗ୍ରାମ
ଡାଳଚିନି - ୫୦ ଗ୍ରାମ
ଲବଙ୍ଗ - ୫ ଗ୍ରାମ
ଜାଇଫଳ - ୧/୨ ଚାମଚ ଗୁଣ୍ଡ
କିସମିସ - ୫୦ ଗ୍ରାମ
ଅଳେଇଚ - ୮ ଗୋଟା
ବୁଟଡାଲି - ୧ ମୁଠା
ତେଜପତ୍ର - ୨ ଗୋଟା
ଘିଅ - ୨୦୦ ଗ୍ରାମ କିମ୍ବା ୩୦୦ ଗ୍ରାମ
ପାଣି - ୨ କେଜି ବା ୨.୫ କେଜି
ଲୁଣ - ପରିମାଣ ଟିକେ କମ୍ ପକାଇଲେ ଭଲ
ଗୁଜୁରାତି - ୮ରୁ ୧୦ ଗୋଟା

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ ଚୁଲିରେ ଡେଇକ୍‌ଚି ବସାଇ ପାଣି ଦିଅନ୍ତୁ । ପାଣି ଗରମ ହୋଇ ଆସିଲେ ଡାଲ୍‌ଚିନିକୁ ଅଧାବାଟି ଏଇ ପାଣିରେ ପକାନ୍ତୁ । ଡାଲଚିନି ପୁରା ବାଟି ହେଲେ ବି ଭଲ ହେବ । ଅଳେଇଚ, ଗୁଜୁରାତି ଅଧାଅଧା ଛେଚି ପକାନ୍ତୁ । ତେଜପତ୍ର, ଲବଙ୍ଗ ମଧ୍ୟ ପକାନ୍ତୁ । ପାଣି ଫୁଟି ଆସିଲେ ଚାଉଳ ଓ ବୁଟଡାଲିକୁ ଏକାଠି ଧୋଇ ଫୁଟିବାଆସିବା ପାଣିରେ ପକାନ୍ତୁ । ଚାଉଳ ଫୁଟି ଆସିଲେ ଲୁଣ ପକାନ୍ତୁ । ଅଧା କାନିକା ହୋଇ ଆସିଲେ ଚିନି ଦେଇ ଗୋଳାନ୍ତୁ । ଅଧା ଘିଅ ପକାନ୍ତୁ । କାନିକା ହୋଇ ଆସିଲେ ବାକି ଡାଲ୍‌ଚିନିକୁ ଗୁଣ୍ଡକରି ପକାନ୍ତୁ । ବାକି ଘିଅକୁ ମଧ୍ୟ ପକାଇ ଗୋଳେଇ ଦେଖନ୍ତୁ । କାନିକା ହୋଇ ଯାଇଥିବ । ତା' ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ ।

ଆଧାର[ସମ୍ପାଦନା]

  1. "କାନିକା". ସମ୍ବାଦ. 17 September 2017. Retrieved 17 September 2017.[permanent dead link]
  2. Lord Jagannath. Sanbun Publishers. 2010. pp. 121–. ISBN 978-93-80213-22-4.