ଚେତନ ଭଗତ

ଉଇକିପିଡ଼ିଆ‌ରୁ
ଚେତନ ଭଗତ
Bhagat in the "Meet the Author" programme at the Sharjah International Book Fair on 21 November 2011
Bhagat in the "Meet the Author" programme at the Sharjah International Book Fair on 21 November 2011
ଜନ୍ମ ଓ ଜନ୍ମସ୍ଥାନ (1974-04-22) ୨୨ ଅପ୍ରେଲ ୧୯୭୪ (ବୟସ ୪୯)
ନୂଆ ଦିଲ୍ଲୀ, ଭାରତ
ବୃତ୍ତିଲେଖକ
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଆର୍ମି ପବ୍ଲିକ ସ୍କୁଲ, ଦିଲ୍ଲୀ
ଆଇଆଇଟି, ଦିଲ୍ଲୀ
ଆଇଆଇଏମ୍, ଅହମଦାବାଦ
ସାହିତ୍ୟ କୃତିFive Point Someone
2 States
ଜୀବନସାଥୀଅନୁଷା ଭଗତ
ସନ୍ତାନ
ୱେବସାଇଟ
ନିଜ ୱେବସାଇଟ

ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀ ବକ୍ତା ଚେତନ ଭଗତ ଆଜି ଭାରତୀୟ ଯୁବପିଢିଙ୍କ ରୋଲ୍ ମଡେଲ୍ । ଚେତନଙ୍କ ଲିଖିତ ୬ଟି ପୁସ୍ତକ ଫାଇଭ୍ ପଏଣ୍ଟ ସମୱାନ୍ , ୱାନ୍ ନାଇଟ୍ ଆଟ୍ କଲ୍ ସେଣ୍ଟର୍ , ଦ ଥ୍ରି ମିଷ୍ଟଟେକ୍ ଅଫ୍ ମାଇଁ ଲାଇଫ୍ , ଟୁ ଷ୍ଟେଟସ୍ , ଓ ରିଭଲ୍ୟୁସନ୍ ୨୦୨୦ : ଲଭ୍ , କରପସନ୍ ଆଣ୍ଡ ଆମ୍ବିସନ୍,ହାଫ୍ ଗାଲଫ୍ରେଣ୍ଡ୍ । ୨୦୧୦ରେ ସେ ଟାଇମ୍ସର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ପାଇଥିଲେ ।[୧]

ଜୀବନ ଓ ପରିବାର[ସମ୍ପାଦନା]

ଏପ୍ରିଲ ୨୨ , ୧୯୭୪ରେ ନୂଆ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଜଣେ ଆର୍ମି ମ୍ୟାନ ଓ ମା ସରକାରୀ କର୍ମଚାରୀ ଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଚେତନଙ୍କ ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ଆର୍ମି ସ୍କୁଲ୍ରେ ହୋଇଥିଲା । ଏହାପରେ ସେ ଆଇଆଇଟି ଦିଲ୍ଲୀରୁ ମେକାନିକାଲ ଇଂଜିନିୟରିଂ ପାସ କରିବା ପରେ ସେ ଆଇଆଇଏମ୍ ଅହମଦାବାଦରେ ମ୍ୟାନେଜମେଣ୍ଟରେ ଡିଗ୍ରି ହାସଲ କରିଥିଲେ । ଅହମ୍ମଦାବାଦରେ ପଢୁଥିବା ସମୟରେ ସେ ତାଙ୍କ ବ୍ୟାଚର ବେଷ୍ଟ ଆଉଟ୍ ଗୋଇଁ ଷ୍ଟୁଡେଣ୍ଟ ହେବାର ଗୌରବ ଅର୍ଜନ କରିଥିଲେ । ସେହି ସମୟରେ ଚେତନ ତାଙ୍କ ଦକ୍ଷିଣ ଭାରତୀୟ ସହପାଠିନୀ ଅନୁସା ସୁର୍ଯ୍ୟନାରାୟଣଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୮ରେ ସେ ଅନୁସାଙ୍କୁ ବିବାହ କରିଥିଲେ । ଚେତନ ଏହାପରେ ତାଙ୍କ ପରିବାର ସହ ହଂକଂ ଯାଇ ଗୋଲମ୍ୟାନ ସାଚସରେ ଇନଭେଶ୍ଚମେଣ୍ଟ ବ୍ୟାଙ୍କର ଭାବେ କାମ କରିଥିଲେ ।୧୧ବର୍ଷ ହଂକଂରେ କାମ କରିବା ପରେ ଚେତନଙ୍କ କିନ୍ତୁ ବ୍ୟାଭ୍କ ଚାକିରିରେ ମନ ଲାଗିନଥିଲା । ସେ ବ୍ୟାଙ୍କ ଚାକିରି ଛାଡି ଲେଖାଲେଖି କରିବା ପାଇଁ ମୁମ୍ବାଇ ଚାଲିଅସିଥିଲେ ।

ଲେଖକ ଜୀବନ[ସମ୍ପାଦନା]

ଲେଖାଲେଖି କରିବାରେ ତାଙ୍କର ପ୍ରବଳ ନିଶା ଥିବାରୁ ସେ ବ୍ୟାଙ୍କ ଚାକିରି ଛାଡି ସିଧା ମୁମ୍ବାଇ ଚାଲିଆସିଥିଲେ । ୨୦୦୪ରେ ଚେତନଙ୍କ ପ୍ରଥମ ପୁସ୍ତକ ଫାଇଭ ପଏଣ୍ଟ ସମୱାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଥିଲା। ଏହି ପୁସ୍ତକଟି ତାଙ୍କ ଆଇଆଇଟି ଛାତ୍ର ଜୀବନ ଉପରେ ଆଧାରିତ ଥିଲା । ଏହି ପୁସ୍ତକଟି ଚେତନଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ଥିଲା । ଏହି ପୁସ୍ତକ ଉପରେ ଆଧାରିତ ଅମିର ଖାନଙ୍କ ଅଭିନୀତ ଥ୍ରି ଇଡିଅଟସ ଫିଲ୍ମ ଲୋକପ୍ରିୟତାର ଶିର୍ଷରେ ଥିଲା। ୨୦୦୫ରେ ଚେତନଙ୍କ ଦ୍ୱିତୀୟ ବହି ୱାନ ନାଇଟ୍ ଆଟ୍ ଦ କଲ୍ ସେଣ୍ଟର ବହି ଆସିଥିଲା । ସେହି ବହିକୁ ଆଧାର କରି ହିନ୍ଦୀ ଚଳଚ୍ଚିତ୍ର ହ୍ୟାଲୋ ନିର୍ମାଣ କରାଯାଇଥିଲା। ଏହାର ତିନି ବର୍ଷ ପରେ ଦ ଥ୍ରୀ ମିଷ୍ଚେକସ୍ ଅଫ୍ ମାଇଁ ଲାଇଫ୍ ବଜାରକୁ ଆସିଲା । ଏହି ବହି କ୍ରିକେଟ୍, ରାଜନୀତି ଓ ପ୍ରେମର ତ୍ରିକୋଣୀୟ ପ୍ରେମ ସମ୍ପର୍କ ଉପରେ ଆଧାରିତ । ଏହା ଉପରେ ହିନ୍ଦୀ ଚଳଚ୍ଚିତ୍ର କାଇ ପୋଚେ ନିର୍ମାଣ ହୋଇ ବେଶ ଚର୍ଚ୍ଚାରେ ରହିଥିଲା । ଚେତନଙ୍କ ପୁସ୍ତକ ଟୁ ଷ୍ଟେଟସ୍ ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ନିର୍ମାଣ ହେଉଛି । ଏହା ୨୦୧୪ରେ ମୁକ୍ତିଲାଭ କରିବ । ଏଥିରେ ଆଲିଆ ଭଟ୍ଟ ଓ ଅର୍ଜୁନ କପୁର ଅଭିନୟ କରୁଛନ୍ତି । ଏହାପରେ ଟୁ ଷ୍ଟେଟସ୍ - ଦ ଷ୍ଟୋରି ଅଫ୍ ମାଇଁ ମ୍ୟାରେଜ୨୦୦୯, ରିଭଲ୍ୟୁସନ୍ ୨୦୨୦ ୨୦୧୧ ଓ ହ୍ୟାଟ୍ ୟଙ୍ଗ ଇଣ୍ଡିଆ ଓ୍ୱାଣ୍ଟସ୍ ୨୦୧୨ ଆସିଥିଲା । ଚେତନଜଣେ ମୋଟିଭେସନାଲ ସ୍ପିକର ମଧ୍ୟ । ସେ ଆଇଆଇଟି ଓ ମ୍ୟାନେଜମେଣ୍ଟର ଛାତ୍ରମାନଙ୍କୁ ଅନେକ ସମୟରେ ଉଦବେଧନ ଦେଇଥାନ୍ତି। ଚଳଚ୍ଚିତ୍ରଜଗତରେ ମଧ୍ୟ ସେ କବଜା କରିସାରିଲେଣି । ହ୍ୟାଲୋ, ଥ୍ରି ଇଡିଅଟସ ଓ କାଇପୋଚେ ଫିଲ୍ମ ତାଙ୍କ ରଚିତ ପୁସ୍ତକଗୁଡ଼ିକ ଉପରେ ତିଆରି ହୋଇଛି । ଚେତନ ହ୍ୟାଲୋ ଫିଲ୍ମ ପରେ ଏବେ କିକ୍ର କାହାଣୀ ଲେଖୁଛନ୍ତି। ଚେତନ କେବଳ ଉପନ୍ୟାସ ମଧ୍ୟରେ ନିଜକୁ ସିମିତ ରଖିନାହାନ୍ତି ଜଣେ ସମାଜ ସଚେତକ ଭାବେ ସେ ବିଭିନ୍ନ ସମ୍ବାଦପତ୍ରରେ ସାମାଜିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥାନ୍ତି । ତାଙ୍କର ଲେଖା ଉପରେ ଅନେକଥର ସଂସଦରେ ତର୍କ ବିତର୍କ ମଧ୍ୟ ହୋଇଛି । ଅତି ସାଧାରଣ ଭାବେ ପ୍ରତ୍ୟେକ ଜିନିଷକୁ ବର୍ଣ୍ଣନା କରିବାର ଶୈଳି ପାଇଁ ଭାରତୀୟ ଯୁବପିଢି ଚେତନଙ୍କ ବହିଗୁଡ଼ିକ ପ୍ରତି ବହୁ ମାତ୍ରାରେ ଆକୃଷ୍ଟ ହେଉଛନ୍ତି । ତେବେ ଷ୍ଟାର ଆଙ୍କର ହଣ୍ଟ ନାମକ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ବିଚାରପତି ମଧ୍ୟ ହୋଇଥିଲେ ।କମେଡି ନାଇଟ୍ ଉଇଥ୍ କପିଲ୍ରେ ମଧ୍ୟ ସେ ଅଂସଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]

  1. Time 100 most influential people in the world list 2010 Archived 2013-08-25 at the Wayback Machine.. Time.com. Retrieved on 2012-06-19.

ବାହାର ତଥ୍ୟ[ସମ୍ପାଦନା]