୨୦୧୯ ଭାରତୀୟ ସାଧାରଣ ନିର୍ବାଚନ

ଉଇକିପିଡ଼ିଆ‌ରୁ
ଭାରତୀୟ ସାଧାରଣ ନିର୍ବାଚନ, ୨୦୧୯

← ୨୦୧୪ ଅପ୍ରେଲ-ମଇ ୨୦୧୯ ୨୦୨୪ →

ଲୋକ ସଭାରେ ୫୪୩ଟି ସ୍ଥାନ
୨୭୨ seats needed for a majority
Opinion polls
 
Leader ନରେନ୍ଦ୍ର ମୋଦୀ ରାହୁଳ ଗାନ୍ଧୀ
Party ଭାଜପା କଂଗ୍ରେସ
Alliance ରାଷ୍ଟ୍ରୀୟ ଗଣତାନ୍ତ୍ରିକ ସଙ୍ଗଠନ ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନ
Leader since ୧୩ ସେପ୍ଟେମ୍ବର ୨୦୧୩ ୧୧ ଡିସେମ୍ବର ୨୦୧୭
Leader's seat ବାରଣାସୀ ଲୋକ ସଭା ନିର୍ବାଚନ ମଣ୍ଡଳି Amethi (Lok Sabha constituency)
Last election ୨୮୨ ୪୪
Seats needed - Increase ୨୨୮


Incumbent ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦୀ
ଭାଜପା



ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇଥିଲା ।[୧][୨]

ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ[୩] ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହୋଇଥିଲା ।[୪]

ନିର୍ବାଚନ ବ୍ୟବସ୍ଥା[ସମ୍ପାଦନା]

୫୪୩ ଜଣ ସାଂସଦଙ୍କୁ ଭାରତୀୟ ନାଗରିକଗଣ ଭୋଟ ଦେଇ ୫୪୩ଟି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କରନ୍ତି । ବାକି ୨ ଜଣ ସାଂସଦଙ୍କୁ ଭାରତର ରାଷ୍ଟ୍ରପତି ଚାହିଁଲେ ଅଙ୍ଗ୍ଲୋ-ଇଣ୍ଡିଆନଙ୍କମଧ୍ୟରୁ ମନୋନୀତ କରନ୍ତି । [୫][୬]

ଓଡ଼ିଶାରେ ହେବାକୁ ଥିବା ଲୋକ ସଭା ନିର୍ବାଚନର କାର୍ଯ୍ୟକ୍ରମ ସୂଚୀ[ସମ୍ପାଦନା]

ପୂର୍ବଥର ୧୬ଶ ଭାରତୀୟ ସାଧାରଣ ନିର୍ବାଚନ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲାବେଳେ ଏହି ଥର ଏହା ସୁବିଧାରେ ପରିଚାଳନା କରିବାକୁ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।[୭] ଓଡ଼ିଶା ବିଧାନ ସଭା ନିର୍ବାଚନ ସୂଚୀ ଅଲଗା ଭାବରେ ପ୍ରକାଶ ପାଇବ ।[୪][୮]

ପର୍ଯ୍ୟାୟ ଅନୁଯାୟୀ ୨୦୧୯ ନିର୍ବାଚନ ଚିତ୍ର
ନିର୍ବାଚନ ପର୍ଯ୍ୟାୟ ନିର୍ବାଚନ ତାରିଖ ଲୋକ ସଭା ନିର୍ବାଚନ ମଣ୍ଡଳୀ
ପ୍ରଥମ ୧୧ ଅପ୍ରେଲ ୨୦୧୯ କଳାହାଣ୍ଡି
ନବରଙ୍ଗପୁର
ବ୍ରହ୍ମପୁର
କୋରାପୁଟ
ଦ୍ୱିତୀୟ ୧୮ ଅପ୍ରେଲ ୨୦୧୯ ବରଗଡ଼
ସୁନ୍ଦରଗଡ଼
ବଲାଙ୍ଗୀର
କନ୍ଧମାଳ
ଆସିକା
ତୃତୀୟ ୨୩ ଅପ୍ରେଲ ୨୦୧୯ ସମ୍ବଲପୁର
କେନ୍ଦୁଝର
ଢେଙ୍କାନାଳ
କଟକ
ପୁରୀ
ଭୁବନେଶ୍ୱର
ଚତୁର୍ଥ ୨୯ ଅପ୍ରେଲ ୨୦୧୯ ମୟୂରଭଞ୍ଜ
ବାଲେଶ୍ୱର
ଭଦ୍ରକ
ଯାଜପୁର
କେନ୍ଦ୍ରାପଡ଼ା
ଜଗତସିଂହପୁର

ଭାରତର ଅନ୍ୟ ପ୍ରାନ୍ତଗୁଡ଼ିକ ସହ ଓଡ଼ିଶାର ମଧ୍ୟ ଲୋକ ସଭା ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ରେ ପ୍ରକାଶ ପାଇବ ।

ନିର୍ବାଚନ କମିଶନର[ସମ୍ପାଦନା]

ନିର୍ବାଚନ ହେଉଛନ୍ତି ଏକ ସ୍ୱାଧୀନ ସଂସ୍ଥା ଯିଏ କି ଭାରତରେ ନିର୍ବାଚନ ଆୟୋଜନ କରିଥାନ୍ତି ଏବଂ ଫଳାଫଳ ମଧ୍ୟ ଘୋଷଣା କରନ୍ତି ।

୨୦୧୯ ଲୋକ ସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ଏବଂ ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କହିଥିଲେ ।[୯]

  • ନିର୍ବାଚନ କମିଶନଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଭିତରେ ଥିବା ସମ୍ପତ୍ତି ସହିତ ବିଦେଶ ସମ୍ପତ୍ତି ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ । ଆୟକର ବିଭାଗ ଏ ବାବଦ ତଥ୍ୟର ଯାଞ୍ଚ କରିବ ଏବଂ କୌଣସି ଅନିୟମିତତା ମିଳିଲେ ତୁରନ୍ତ ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ଏହାକୁ ଅପ୍‌ଲୋଡ କରାଯିବ ଏବଂ ବିହୀତ କାର୍ଯ୍ୟାନୁଷ୍ଠାନ ହେବ ।
  • ହିଂସା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ ଏବଂ ରାଜ୍ୟମାନଙ୍କର ଡିଜିପି ଏବଂ ମୁଖ୍ୟ ସଚିବ ଏ ବାବଦରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବେ ।
  • ଏଥର ନିର୍ବାଚନରେ ସି ଭିଜିଲ୍‌ ଆପ୍‌ ପ୍ରଚଳନ ହେବ । ଏହାକୁ ପ୍ରଥମେ ପାଇଲଟ୍‌ ପ୍ରକଳ୍ପ ଭାବେ କର୍ଣ୍ଣାଟକରେ ଆରମ୍ଭ କରାଯିବ। ଏହି ପ୍ରକ୍ରିୟାରେ ନିର୍ବାଚନ ସଂପର୍କିତ ଅଭିଯୋଗକୁ ଏହି ଆପ୍‌ ମାଧ୍ୟମରେ ଜନସାଧାରଣ ଦାଖଲ କରିବେ ।
  • ସୋସିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ କମିଶନ ସତର୍କ ନଜର ରଖିବେ ।
  • ଦେଶର ସମସ୍ତ ୧, ୬୩,୩୩୧ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ ବ୍ୟବହାର ହେବ ।

ପୃଷ୍ଠଭୂମି[ସମ୍ପାଦନା]

ପୂର୍ବ ଲୋକ ସଭା ନିର୍ବାଚନ ଅପ୍ରେଲ-ମଇ ମାସ ୨୦୧୪ ମସିହାରେ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ଜୟଲାଭ କରିଥିଲା । ଏହି ଦଳର ନେତାରୂପେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଇତିହାସରେ ଦେଖିବାକୁ ଗଲେ ଭାରତର ପ୍ରଥମ ଲୋକ ସଭା ନିର୍ବାଚନ ୧୯୫୧-୫୨ ମସିହାରେ ହୋଇଥିଲା ।

ପ୍ରଚାର[ସମ୍ପାଦନା]

୨୦୧୯ ମସିହା, ଜାନୁୟାରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ଥର ସରକାର ଗଢ଼ିବାକୁ ବିଜେପି ତରଫରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।[୧୦] ଏହା ପ୍ରାୟ ଜଣାଯାଉଛି ଯେ ବିଜେପି ହିନ୍ଦୁ-ଜାତୀୟତାକୁ ଗୂଢ଼କରି ନିର୍ବାଚନ ପ୍ରଚାର କରିବ ।[୧୧][୧୨]

ଠିକ ସେହିଦିନ ମାୟାବତୀ (ବହୁଜନ ସମାଜବାଦୀ ପାର୍ଟିର ସଭାପତି ) ଏବଂ ଅଖିଲେଶ ଯାଦବ (ସମାଜବାଦୀ ପାର୍ଟିର ସଭାପତି) ଏକ ଗଠବନ୍ଧନ କରି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୬ଟିରେ ପ୍ରାଥୀ ଦେବେବୋଲି ଘୋଷଣା କରିଥିଲେ । ଅମେଥି ଏବଂ ରାଏବରେଲୀରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଛିଡ଼ା ହେଉଥିବାରୁ, ଏହି ଗଠବନ୍ଧନ ଏହି ଦୁଇ ସ୍ଥାନରେ ପ୍ରାଥୀ ଦେବନାହିଁ ବୋଲି ଘୋଷଣା କରିଥିଲେ ।[୧୩]

ପ୍ରସଙ୍ଗଗୁଡ଼ିକ[ସମ୍ପାଦନା]

ବେକାରୀ ସମସ୍ୟାରୁ ଆରମ୍ଭକରି ଚାଷୀ ଅସନ୍ତୋଷ ପର୍ଯ୍ୟନ୍ତ ଏହି ଲୋକ ସଭା ନିର୍ବାଚନରେ ଅନେକ ପ୍ରସଙ୍ଗ ରହିଛି । .

ଚାଷବାସ ଜନିତ ଅସନ୍ତୋଷ[ସମ୍ପାଦନା]

ଖାଦ୍ୟର ମୁଦ୍ରାସ୍ଫୀତି ହାର ହ୍ରାସ[୧୪] ଏବଂ କୃଷି କ୍ଷେତ୍ରରେ କମ ଅଭିବୃଦ୍ଧି[୧୫] ଚାଷବାସ କ୍ଷେତ୍ରରେ ଗଭୀର ଅସନ୍ତୋଷର କାରଣ ହୋଇଛି ।[୧୬] ଏହି ଅସନ୍ତୋଷ ଯୋଗୁଁ ଦେଶସାରା ନାନାଦି ସ୍ଥାନରେ ଚାଷୀମାନେ ଧାରଣା ଏବଂ ଆନ୍ଦୋଳନ କରିଆସୁଛନ୍ତି ।[୧୭][୧୮] [୧୯] [୨୦] ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଯାଇ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବଢାଇଥିଲେ, ହେଲେ ଏହାକୁ ଅନେକ ସ୍ଥାନରୁ ସମାଲୋଚନା ମିଳିଥିଲା ।[୨୧][୨୨][୨୩] [୨୪][୨୫] କେନ୍ଦ୍ରରେ ସରକାର ଗଢ଼ିଲେ, ଗରିବ ଚାଷୀମାନଙ୍କୁ କଂଗ୍ରେସ ବାର୍ଷିକ ୭୨,୦୦୦ ଦେବ ବୋଲି ତାଙ୍କର ନିର୍ବାଚନ ଇସ୍ତିହାରରେ ଘୋଷଣା କରିଛି ।[୨୬]

ବେକାରୀ ସମସ୍ୟା[ସମ୍ପାଦନା]

ବେକାରୀ ସମସ୍ୟା ଭାରତରେ ଏବେ ଗମ୍ଭୀରତାର ରୂପ ନେଇଛି ।[୨୭] ଗତ ୪୫ ବର୍ଷରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ୬.୧% ହୋଇଛି ।[୨୮][୨୯][୩୦] ନୋଟବନ୍ଦୀ ଯୋଗୁଁ ୧୫ ଲକ୍ଷ୍ୟ ବ୍ୟକ୍ତି ବେକାର ହୋଇଯାଇଥିଲେ । [୩୧] ଜିଏସଟି ଯୋଗୁଁ ମଧ୍ୟ ବେକାରୀ ସଂଖ୍ୟାରେ ବୃଦ୍ଧି ଘଟିଥିଲା ।[୩୨][୩୩]

ଗଣତାନ୍ତ୍ରିକ ସଂସ୍ଥା ଏବଂ ଅନୁଷ୍ଠାନଗୁଡିକୁ ଏବଂ ପ୍ରକ୍ରିୟାର ଅଣଦେଖା[ସମ୍ପାଦନା]

ବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।[୩୪] ଜୁଡ଼ିସିଆରି, ନ୍ୟାୟତନ୍ତ୍ର[୩୫][୩୬], ସଂସଦ[୩୫], ମିଡ଼ିଆ[୩୫], ଭାରତୀୟ ରିଜର୍ଭ ବ୍ୟାଙ୍କ [୩୭], ସିବିଆଇ[୩୮][୩୯] ଏବଂ ସୂଚନା ଅଧିକାର ଆଇନ[୩୮] ସରକାରଙ୍କଦ୍ୱାରା ଅଣଦେଖା କରାଯାଉଛି ବୋଲି କୁହାଯାଉଛି । ଏହି ପ୍ରସଙ୍ଗନେଇ ବିରୋଧୀଦଳଗୁଡିକ ପ୍ରଚୁର ମାତ୍ରାରେ ନିର୍ବାଚନ ପ୍ରଚାର କରୁଛନ୍ତି ।[୪୦]

ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀ ୩ ଫେବୃୟାରୀ ୨୦୧୯ ଦିନ ପଶ୍ଚିମବଙ୍ଗଠାରେ ସମ୍ବିଧାନ ବଞ୍ଚାଅ ଧାରଣା ଦେଇଥିଲେ ।[୪୧][୪୨] ବିଜେପି ମତରେ ଏହି ଧାରଣା କେବଳ ଚିଟ ଫଣ୍ଡ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରଦାରେ ରଖିବାକୁ କରାଯାଇଥିଲା ।[୪୩] ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ତେଲୁଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଜମ୍ମୁ ଓ କାଶ୍ମୀର ଜାତୀୟ କନଫରେନ୍ସ, ଦ୍ରାବିଡ଼ ମୁନେତ୍ରା କାଗମ ଦଳଗୁଡ଼ିକ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।[୪୪] ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଧାରଣା ୫ ଫେବୃୟାରୀ ୨୦୧୯ ତାରିଖରେ ବନ୍ଦ ହୋଇଥିଲା ।[୪୫]

ରାମ ମନ୍ଦିର[ସମ୍ପାଦନା]

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ସମର୍ଥନ କରୁଅଛି । ଏହା ଦେଖାଯାଇଛି ଯେ ଦଳ ଏହି ପ୍ରସଙ୍ଗକୁ ନେଇ ଜୋରସୋରରେ ନିର୍ବାଚନ ପ୍ରଚାର କରିବ । ଏହା ଦେଖାଯାଇଛି ଯେ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ହିନ୍ଦୁ ଭୋଟ ପାଇବା ଆଶାରେ ଏହି ମନ୍ଦିର ଗଢ଼ିବା ପ୍ରସଙ୍ଗ ଉଠାଉଛନ୍ତି ।[୪୬][୪୭] [୪୮]

ରାଫେଲ ବିମାନ ଚୁକ୍ତି[ସମ୍ପାଦନା]

ବିରୋଧୀ ଦଳଗୁଡ଼ିକ ରାଫେଲ ବିମାନ କିଣା ଚୁକ୍ତିର ମୂଲ୍ୟବୃଦ୍ଧି ଏବଂ କେତେକ ନିର୍ଦ୍ଧିଷ୍ଟ କମ୍ପାନୀଗୁଡିକୁ ଅଧିକ ପକ୍ଷପାତ ହେଉଛି ବୋଲି ଆଙ୍ଗୁଳି ଉଠାଇଛନ୍ତି ।[୪୯][୫୦] ଅନ୍ୟ ପକ୍ଷ୍ୟରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଏହି ସବୁ ଆରୋପକୁ ଏଡ଼ାଇଦେଇଛନ୍ତି ।[୫୧][୫୨][୫୩][୫୪][୫୫]

ଭାରତୀୟ ଜାତୀୟ କଂଗ୍ରେସ ଏକ ସାମୁହିକ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି । [୫୬][୫୭] ସିଏଜି ରିପୋର୍ଟ ହିସାବରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫେଲ ମୂଲଚାଲ ୨.୮% ଶସ୍ତା ବୋଲି କୁହାଯାଇଛି ।[୫୮]

ନାଗରିକ ସଂଶୋଧନ ବିଲ[ସମ୍ପାଦନା]

ବେଆଇନ ଅନୁପ୍ରବେଶକାରୀମାନଙ୍କର ସଂଜ୍ଞା ପରିବର୍ତ୍ତନ କରିବାକୁ ସଂସଦ ନାଗରିକ ସଂଶୋଧନ ବିଲ ଜରିଆରେ ଚେଷ୍ଟା କରୁଛି ।.[୫୯] ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଆସାମରେ ଏହା ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ।[୬୦][୬୧][୬୨]

ବିଭିନ୍ନ ଦଳ ଏବଂ ଗଠବନ୍ଧନ[ସମ୍ପାଦନା]

ବି. ଦ୍ର. : ନିମ୍ନଲିଖିତ ତଥ୍ୟ କେବଳ କିଛି ନିର୍ଦ୍ଧିଷ୍ଟ ରାଜ୍ୟ ପାଇଁ ସମସ୍ତ ଦେଶର ତଥ୍ୟ ନୁଁହେ ।

ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ[ସମ୍ପାଦନା]

ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ଥିବା ଦଳଗୁଡିକ: [୬୩]

ଦଳ ରାଜ୍ୟ ସ୍ଥାନ
ଲଢ଼ିଥିଲେ ଜିତିଥିଲେ
ଭାରତୀୟ ଜନତା ପାର୍ଟି ଅନେକ ରାଜ୍ୟ
ଜନତା ଦଳ(ସଂଯୁକ୍ତ) ବିହାର ୧୭
ଶିରୋମଣୀ ଅକାଳୀ ଦଳ ପଞ୍ଜାବ ୧୦
ଲୋକ ଜନଶକ୍ତି ପାର୍ଟି ବିହାର
ଶିବ ସେନା[୬୪] ମହାରାଷ୍ଟ୍ର ୨୩
ଏଆଇଡିଏମକେ + ପିଏମକେ ତାମିଲନାଡୁ ଏବଂ ପଣ୍ଡିଚେରୀ ୩୫[୬୫]

ରାଷ୍ଟ୍ରୀୟ ଲୋକ ସମତା ପାର୍ଟି[ସମ୍ପାଦନା]

ଟିକଟ ବଣ୍ଟାକୁ ହେଇଥିବା ବିବାଦ ଯୋଗୁଁ ଏହି ଦଳ, ଗଠବନ୍ଧନରୁ ୧୦ ଡିସେମ୍ବର ୨୦୧୮ରେ ବାହାରିଯାଇଥିଲା ।[୬୬]

ଆସାମ ଗଣ ପରିଷଦ[ସମ୍ପାଦନା]

ନାଗରିକ ସଂଶୋଧନ ବିଲ ବିରୋଧରେ ଆନ୍ଦୋଳନ କରି ଏହି ଦଳ ଗଠବନ୍ଧନରୁ ଓହରି ଆସିଥିଲା ।[୬୭]

ଗୋର୍ଖା ଜନମୁକ୍ତି ମୋର୍ଚ୍ଚା[ସମ୍ପାଦନା]

ନିଜର ଦାବିଗୁଡ଼ିକ ପୁରଣନହେବାରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୨୧ ଜାନୁୟାରୀ ୨୦୧୯ରେ ଗଠବନ୍ଧନରୁ ବାହାରିଆସି ତୃତୀୟ ଗଠବନ୍ଧନରେ ଯୋଗଦାନ କରିଥଲେ ।[୬୮]

ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନ[ସମ୍ପାଦନା]

ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରେ ଥିବା ଦଳଗୁଡ଼ିକର ତାଲିକା:[୬୯]

ଦଳ ରାଜ୍ୟ ସ୍ଥାନ
ଲଢ଼ିଥିଲେ ଜିତିଥିଲେ
ଭାରତୀୟ ଜାତୀୟ କଂଗ୍ରେସ ଅନେକ ରାଜ୍ୟ
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଅନେକ ରାଜ୍ୟ ୨୪
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଝାଡ଼ଖଣ୍ଡ
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତନ୍ତ୍ରୀକ) ଝାଡ଼ଖଣ୍ଡ
ଡିଏମକେ ତାମିଲନାଡୁ ୩୦[୬୫]
ରାଷ୍ଟ୍ରୀୟ ଜନତା ଦଳ ବିହାର

ମହାଗଠବନ୍ଧନ[ସମ୍ପାଦନା]

ଦଳ ରାଜ୍ୟ ସ୍ଥାନ
ଲଢ଼ିଥିଲେ ଜିତିଥିଲେ
ବହୁଜନ ସମାଜ ପାର୍ଟି [୧୩] ଅନେକ ରାଜ୍ୟ ୬୮
ସମାଜବାଦୀ ପାର୍ଟି [୧୩] ଅନେକ ରାଜ୍ୟ ୪୧
ରାଷ୍ଟ୍ରୀୟ ଲୋକ ଦଳ[୭୦] ଉତ୍ତରପ୍ରଦେଶ

ଓଡ଼ିଶାର ପ୍ରାର୍ଥୀ ତାଲିକା[ସମ୍ପାଦନା]

ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଛିଡାହୋଇଥିବା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ।[୭୧][୭୨][୭୩][୭୪][୭୫][୭୬][୭୭][୭୮]

କ୍ରମାଙ୍କ ଲୋକ ସଭା ନିର୍ବାଚନ ମଣ୍ଡଳୀ ବିଜେତା ବିଜୁ ଜନତା ଦଳ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନ୍ୟାନ୍ୟ ଦଳ ପ୍ରାର୍ଥ ସ୍ୱାଧୀନ ପ୍ରାର୍ଥ
ଆସ୍କା ପ୍ରମିଳା ବିଶୋଇ ପ୍ରମିଳା ବିଶୋଇ ଅନିତା ପ୍ରିୟଦର୍ଶିନୀ
କଟକ ଭର୍ତ୍ତୃହରି ମହତାବ ଭର୍ତ୍ତୃହରି ମହତାବ ପ୍ରକାଶ ମିଶ୍ର
କନ୍ଧମାଳ ଅଚ୍ୟୁତ ସାମନ୍ତ ଅଚ୍ୟୁତ ସାମନ୍ତ ଐରଖାରବେଳ ସ୍ବାଇଁ ମନୋଜ କୁମାର ଆଚାର୍ଯ୍ୟ
କଳାହାଣ୍ଡି ବସନ୍ତ କୁମାର ପଣ୍ଡା ପୁଷ୍ପେନ୍ଦ୍ର ସିଂହଦେଓ ବସନ୍ତ କୁମାର ପଣ୍ଡା ଭକ୍ତ ଚରଣ ଦାସ
କେନ୍ଦୁଝର (ସଂ) ଚନ୍ଦ୍ରାଣି ମୁର୍ମୁ ଚନ୍ଦ୍ରାଣି ମୁର୍ମୁ ଅନନ୍ତ ନାୟକ
କେନ୍ଦ୍ରାପଡ଼ା ଅନୁଭବ ମହାନ୍ତି ଅନୁଭବ ମହାନ୍ତି ବୈଜୟନ୍ତ ପଣ୍ଡା
କୋରାପୁଟ(ସଂ) ସପ୍ତଗିରି ଶଙ୍କର ଉଲ୍ଲାକା କୌଶଲ୍ୟା ହିକ୍‌କା ଜୟରାମ ପାଙ୍ଗି ସପ୍ତଗିରି ଶଙ୍କର ଉଲ୍ଲାକା
ଜଗତସିଂହପୁର ରାଜଶ୍ରୀ ମଲ୍ଲିକ ରାଜଶ୍ରୀ ମଲ୍ଲିକ
ଢେଙ୍କାନାଳ ମହେଶ ସାହୁ ମହେଶ ସାହୁ ରୁଦ୍ର ନାରାୟଣ ପାଣି କାମାକ୍ଷାପ୍ରସାଦ ସିଂଦେଓ[୭୯]
୧୦ ନବରଙ୍ଗପୁର(ସଂ) ରମେଶ ଚନ୍ଦ୍ର ମାଝି ରମେଶ ଚନ୍ଦ୍ର ମାଝି ବଳଭଦ୍ର ମାଝି ପ୍ରଦୀପ ମାଝି
୧୧ ପୁରୀ ପିନାକୀ ମିଶ୍ର ପିନାକୀ ମିଶ୍ର ସମ୍ବିତ ପାତ୍ର
୧୨ ବରଗଡ଼ ସୁରେଶ ପୂଜାରୀ ପ୍ରସନ୍ନ ଆଚାର୍ଯ୍ୟ ସୁରେଶ ପୂଜାରୀ ପ୍ରଦୀପ କୁମାର ଦେବତା
୧୩ ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂହଦେଓ କଳିକେଶ ନାରାୟଣ ସିଂହଦେଓ ସଙ୍ଗୀତା କୁମାରୀ ସିଂହଦେଓ
୧୪ ବାଲେଶ୍ୱର ପ୍ରତାପ ଷଡ଼ଙ୍ଗୀ ରବୀନ୍ଦ୍ର ଜେନା ପ୍ରତାପ ଷଡ଼ଙ୍ଗୀ
୧୫ ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ ଚନ୍ଦ୍ରଶେଖର ସାହୁ ବ୍ରୁଘୁ ବକ୍ସିପାତ୍ର ଭି ଚନ୍ଦ୍ରଶେଖର ନାଇଡୁ
୧୬ ଭଦ୍ରକ ମଞ୍ଜୁଲତା ମଣ୍ଡଳ ମଞ୍ଜୁଲତା ମଣ୍ଡଳ ଅଭିମନ୍ୟୁ ସେଠୀ
୧୭ ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ଅରୂପ ପଟ୍ଟନାୟକ ଅପରାଜିତା ଷଡ଼ଙ୍ଗୀ
୧୮ ମୟୁରଭଞ୍ଜ ବିଶ୍ୱେଶ୍ୱର ଟୁଡ଼ୁ ଦେବାଶିଷ ମାରାଣ୍ଡି ବିଶ୍ୱେଶ୍ୱର ଟୁଡ଼ୁ
୧୯ ଯାଜପୁର ଶର୍ମିଷ୍ଠା ସେଠୀ ଶର୍ମିଷ୍ଠା ସେଠୀ ଅମିୟ ମଲ୍ଲିକ
୨୦ ସମ୍ବଲପୁର ନୀତେଶ ଗଙ୍ଗ ଦେବ ନଳିନୀ ପ୍ରଧାନ ନୀତେଶ ଗଙ୍ଗ ଦେବ ଶରତ ପଟ୍ଟନାୟକ
୨୧ ସୁନ୍ଦରଗଡ଼ (ସଂ) ଜୁଏଲ ଓରାମ ସୁନୀତା ବିଶ୍ୱାଳ ଜୁଏଲ ଓରାମ ଜର୍ଜ ତିର୍କୀ

(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ

ଜନମତ ସର୍ବେକ୍ଷଣ[ସମ୍ପାଦନା]

ଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ସଂସ୍ଥା ଜନମତ ସର୍ବେକ୍ଷଣ ନେଇ ଲୋକମାନଙ୍କର ମତ ଆଗୁଆ ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହି ସବୁ ସର୍ବେକ୍ଷଣର ଫଳାଫଳ ନିମ୍ନରେ ଦର୍ଶାଗଲା । ଗତ ୨୦୧୪ ନିର୍ବାଚନରୁ ଜାନୁୟାରୀ ୨୦୧୯ ଯାଏଁ ଏହି ତଥ୍ୟ ଅନ୍ତର୍ଭୁକ୍ତ । [୮୦]

Date published Polling agency Others Leadα Majority
NDA UPA
ଫେବୃୟାରୀ ୨୦୧୯ VDP Associates ୨୪୨ ୧୪୮ ୧୫୩ ୯୪ ଝୁଲା
Jan 2019 Times Now-VMR 252 147 144 105 Hung
Jan 2019 Deccan Herald 160-175 180-200 160-180 40-5 Hung
Jan 2019 ABP News -Cvoter Archived 2019-04-29 at the Wayback Machine. 233 167 143 66 Hung
Jan 2019 India Today -Karvy 237 166 140 67 Hung
Jan 2019 VDP Associates 225 167 150 58 Hung
Dec 2018 India Today 257 146 140 111 Hung
Dec 2018 ABP News - C Voter Archived 2019-09-15 at the Wayback Machine. 247 171 125 76 Hung
Dec 2018 India TV - CNX 281 124 138 157 9
Nov 2018 ABP News - C Voter Archived 2019-04-29 at the Wayback Machine. 261 119 163 142 Hung
Oct 2018 ABP News-CSDS Archived 2019-04-29 at the Wayback Machine. 276 112 155 164 4
Aug 2018 India Today- Karvy 281 122 140 159 9
May 2018 ABP News-CSDS 274 164 105 110 2
Jan 2018 Republic-CVoter Archived 2018-06-29 at the Wayback Machine. 335 89 119 246 63
Jan 2018 India Today 309 102 132 207 37
Aug 2017 India Today 349 75 119 276 77
Jan 2017 India Today 370 60 123 310 98
Aug 2016 India Today 304 94 145 210 32
Feb 2016 India Today 286 110 147 176 14
Aug 2015 India Today 288 81 174 207 16
April–May 2014 General election results 336 60 113 276 64
ମଇ ୨୦୧୯ ରିପବ୍ଲିକ ଏବଂ ସି ଭୋଟର    ୨୮୭ ୧୨୮ ୧୨୭ ୧୫୯
ଟାଇମସ ନାଓ ଏବଂ ଭିଏମଆର୍‌ ୩୯୬ ୧୩୨ ୧୦୪ ୨୬୪
ଜନ କି ବାତ୍‌ ୩୦୫ ୧୨୪ ୧୧୩ ୧୮୧
ଚାଣକ୍ୟ    ୩୪୦ ୭୦ ୧୩୩ ୨୦୭
ଆଜତକ୍‌ ଆକ୍ସିସ୍‌ ଇଣ୍ଡିଆ   ୧୭୫-୧୮୮ ୭୩-୯୬   ୩୭-୫୨ ୧୦୨-୧୧୫

ଓଡ଼ିଶା[ସମ୍ପାଦନା]

ଓଡ଼ିଶାର ୨୧ଟି ଆସନରେ ହୋଇଥିବା ଏକଜିଟ ପୋଲ:[୮୧]

ସଂସ୍ଥାର ନାମ ବିଜେଡି ବିଜେପି କଂଗ୍ରେସ +
ସମ୍ବାଦ-କନକ ନ୍ୟୁଜ୍‌ <୧୦ ୦୮-୧୨ ୦୦
ରିପବ୍ଲିକ -ସି ଭୋଟର ୧୦ ୧୧ ୦୦
ଏନଡିଟିଭି ପୋଲସ ଅଫ ପୋଲ ୧୦ ୧୦ ୦୧
ଜନ କି ବାତ୍‌ ୦୮ ୧୨ ୦୧
ଟାଇମସ ନାଓ ଭିଏମଆର୍‌ ୦୮ ୧୨ ୦୧
ଇଣ୍ଡିଆଟିଭି   ୧୫ ୦୬ ୦୦

ଫଳାଫଳ[ସମ୍ପାଦନା]

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚିତ ୧୭ତମ ଲୋକ ସଭାର ବିଜେଡିର ସଦସ୍ୟଗଣ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହିତ

ନିର୍ବାଚନ ପରେ ଜଣାପଡ଼ିବ ।

ଆହୁରି ପଢ଼ନ୍ତୁ[ସମ୍ପାଦନା]

ବାହ୍ୟ ଆଧାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Singh, Vijaita (2018-09-01). "General election will be held in 2019 as per schedule, says Rajnath Singh". The Hindu (in Indian English). ISSN 0971-751X. Archived from the original on 2020-07-24. Retrieved 2019-01-04.
  2. Staff, Scroll. "2019 General Elections: Voting to be held in 7 phases from April 11 to May 19, counting on May 23". Scroll.in (in ଆମେରିକୀୟ ଇଂରାଜୀ). Archived from the original on 2019-05-07. Retrieved 2019-03-10.
  3. "Lok Sabha elections 2019: Congress MP favours more seats for RJD in Bihar" (in ଆମେରିକୀୟ ଇଂରାଜୀ). 2018-09-04. Archived from the original on 2019-04-04. Retrieved 2018-09-29.
  4. ୪.୦ ୪.୧ Bureau, Samajalive. "ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-10.
  5. Electoral system Archived 2017-05-06 at the Wayback Machine. IPU
  6. "General Voters". Systematic Voters’ Education and Electoral Participation (in Indian English). Archived from the original on 2019-01-04. Retrieved 2019-01-04.
  7. The Quint (2019-03-09), Lok Sabha Elections 2019 : CEC Sunil Arora Announces Polling Dates, archived from the original on 2019-03-10, retrieved 2019-03-10
  8. Bureau, Samaja Live. "ସାଧାରଣ ନିର୍ବାଚନ ତାରିଖ ଘୋଷିତ, ସାତଟି ପର୍ଯ୍ୟାୟରେ ହେବ ନିର୍ବାଚନ,୨୩ ମେ'ରେ ମତଗଣନା | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-10.
  9. "ମୁଖ୍ୟ ନିର୍ବାଚନ କମିସନରଙ୍କ ଘୋଷଣା : ନିର୍ଦ୍ଧାରିତ ସମୟରେ ଲୋକ ସଭା ନିର୍ବାଚନ". Sambad (in ଆମେରିକୀୟ ଇଂରାଜୀ). 2019-03-01. Archived from the original on 2019-03-03. Retrieved 2019-03-02.
  10. "Country has to decide what kind of 'pradhan sevak' it wants: PM Modi - Times of India". The Times of India. Archived from the original on 2019-01-13. Retrieved 2019-01-12.
  11. "ଆର୍କାଇଭ୍ କପି". Archived from the original on 2019-05-21. Retrieved 2019-02-07. {{cite web}}: Cite has empty unknown parameter: |1= (help)
  12. "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07. {{cite web}}: Cite has empty unknown parameter: |1= (help)
  13. ୧୩.୦ ୧୩.୧ ୧୩.୨ "SP, BSP announce tie-up for Lok Sabha polls, to contest 38 seats each in UP - Times of India ►". The Times of India. Archived from the original on 2019-01-12. Retrieved 2019-01-12.
  14. Bera, Sayantan (2018-09-14). "Low food inflation doesn't bode well for farmers". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
  15. Mukherjee, Sanjeeb (2018-11-29). "Farm growth in UPA era better than 4 years of NDA even under new series". Business Standard India. Archived from the original on 2019-02-02. Retrieved 2019-02-02.
  16. Iyer, Aparna (2018-12-03). "Agrarian crisis clear & present danger for Indian economy". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
  17. "India's deepening farm crisis: 76% farmers want to give up farming, shows study". www.downtoearth.org.in (in ଇଂରାଜୀ). Retrieved 2019-02-02.[permanent dead link]
  18. "Why the farmers have stormed Delhi, what they want". The Economic Times. 2018-11-30. Archived from the original on 2019-02-02. Retrieved 2019-02-02.
  19. "Why Maharashtra's farmers are protesting and why Mumbaikars are supporting them: 10 points - Times of India ►". The Times of India. Archived from the original on 2019-03-23. Retrieved 2019-02-02.
  20. "Farmers' protest 2nd day live: Haryana CM stirs controversy". The Economic Times. 2018-06-02. Archived from the original on 2019-02-02. Retrieved 2019-02-02.
  21. "PM Modi hails 'historic increase in MSP', Congress calls it jumla". dna (in ଇଂରାଜୀ). 2018-07-04. Archived from the original on 2019-02-02. Retrieved 2019-02-02.
  22. "Does Modi govt's hike in MSP really help farmers?- Business News". www.businesstoday.in. Archived from the original on 2019-02-02. Retrieved 2019-02-02.
  23. Himanshu (2018-07-16). "Will the MSP increase for kharif crops reduce India's agrarian distress?". www.livemint.com (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
  24. "In MP & Rajasthan, Farmers Not Getting MSP". NewsClick (in ଇଂରାଜୀ). 2018-11-15. Archived from the original on 2019-02-02. Retrieved 2019-02-02.
  25. "Modi Government's 'Historic' MSP Hike Is Nothing More Than a Band-Aid for Farmers". The Wire. Archived from the original on 2019-02-03. Retrieved 2019-02-02.
  26. Dharitri. "କଂଗ୍ରେସ ଜାରି କଲା ନିର୍ବାଚନୀ ଘୋଷଣାପତ୍ର: ଗରିବଙ୍କୁ ବର୍ଷକୁ ମିଳିବ ୭୨ ହଜାର". Dharitri.com (in ଇଂରାଜୀ). Archived from the original on 2019-04-02. Retrieved 2019-04-02.
  27. Tandon, Suneera; Tandon, Suneera. "India's stunning economic growth is hiding a staggering job crisis". Quartz India (in ଇଂରାଜୀ). Archived from the original on 2019-02-02. Retrieved 2019-02-02.
  28. "India unemployment rate highest in 45 years: Report". www.aljazeera.com. Archived from the original on 2019-02-06. Retrieved 2019-02-07.
  29. "ଆର୍କାଇଭ୍ କପି". Archived from the original on 2019-12-28. Retrieved 2019-02-07. {{cite web}}: Cite has empty unknown parameter: |1= (help)
  30. "India's unemployment rate hit a 45-year high in 2017/18". The Economic Times. 2019-01-31. Archived from the original on 2019-02-02. Retrieved 2019-02-02.
  31. Safi, Michael (2018-08-30). "Demonetisation drive that cost India 1.5m jobs fails to uncover 'black money'". The Guardian (in ବ୍ରିଟିଶ୍‌ ଇଂରାଜୀ). ISSN 0261-3077. Archived from the original on 2019-02-02. Retrieved 2019-02-02.
  32. "Dip in jobs, profits for MSMEs; noteban, GST to blame: Survey". The Indian Express (in Indian English). 2018-12-17. Archived from the original on 2019-02-02. Retrieved 2019-02-02.
  33. "Job loss! Demonetisation, GST led to dip in jobs, profits for MSMEs, traders: AIMO survey". The Financial Express. 2018-12-17. Archived from the original on 2019-02-02. Retrieved 2019-02-02.
  34. "'Muzzling of Democratic Institutions': Congress Attacks Modi After SC Brings Back CBI Chief". News18. Archived from the original on 2019-02-02. Retrieved 2019-02-03.
  35. ୩୫.୦ ୩୫.୧ ୩୫.୨ "India's democratic institutions are crumbling. And Modi government is to blame for it". www.dailyo.in. Archived from the original on 2019-02-04. Retrieved 2019-02-03.
  36. "India's democratic institutions are crumbling. And Modi government is to blame for it". www.dailyo.in. Archived from the original on 2019-02-04. Retrieved 2019-02-03.
  37. Ghosh, Shayan (2018-10-26). "RBI deputy governor bats for its independence". www.livemint.com (in ଇଂରାଜୀ). Archived from the original on 2019-02-04. Retrieved 2019-02-03.
  38. ୩୮.୦ ୩୮.୧ "How Modi Government Is Destroying Key Indian Institutions". NewsClick (in ଇଂରାଜୀ). 2018-10-27. Archived from the original on 2019-02-04. Retrieved 2019-02-03.
  39. Ch, Munish; P, ra; DelhiNovember 19, ey New; November 20, 2018UPDATED:; Ist, 2018 06:08. "CBI war gets murkier, senior officer claims NSA Ajit Doval interfered in Asthana probe". India Today (in ଇଂରାଜୀ). Archived from the original on 2019-02-04. Retrieved 2019-02-03. {{cite web}}: |first5= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  40. "Mamata's Opposition rally top quotes: 'One ambition — save India, save democracy'". The Indian Express (in Indian English). 2019-01-19. Archived from the original on 2019-04-02. Retrieved 2019-02-03.
  41. "Mamata Banerjee begins dharna, says PM Modi, Amit Shah plotting coup in Bengal". www.hindustantimes.com/ (in ଇଂରାଜୀ). 2019-02-03. Archived from the original on 2019-02-03. Retrieved 2019-02-06.
  42. "After 13 years, Mamata Banerjee returns to dharna politics, as chief minister - Times of India ►". The Times of India. Archived from the original on 2019-02-05. Retrieved 2019-02-06.
  43. "Yogi Adityanath in Purulia: Nothing more shameful than a CM on dharna to protect corrupt officer". The Indian Express (in Indian English). 2019-02-06. Archived from the original on 2019-02-05. Retrieved 2019-02-06.
  44. "Opposition supports Mamata in battle against Centre, but CPM has a different take". www.hindustantimes.com/ (in ଇଂରାଜୀ). 2019-02-04. Archived from the original on 2019-02-05. Retrieved 2019-02-06.
  45. "Centre vs Mamata: Standoff ends; SC says no arrest, police chief Rajeev Kumar has to face CBI". The Indian Express (in Indian English). 2019-02-06. Archived from the original on 2019-02-06. Retrieved 2019-02-06.
  46. "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07. {{cite web}}: Cite has empty unknown parameter: |1= (help)
  47. "ଆର୍କାଇଭ୍ କପି". Archived from the original on 2019-02-03. Retrieved 2019-02-07. {{cite web}}: Cite has empty unknown parameter: |1= (help)
  48. "ଆର୍କାଇଭ୍ କପି". Archived from the original on 2019-02-06. Retrieved 2019-02-07. {{cite web}}: Cite has empty unknown parameter: |1= (help)
  49. "Centre increased Rafale jet deal price by 3 billion: Congress - Times of India". The Times of India. Archived from the original on 2019-03-25. Retrieved 2019-02-03.
  50. India, Press Trust of (2019-02-02). "Rahul alleges Modi helped Ambani through Rafale deal". Business Standard India. Archived from the original on 2019-02-02. Retrieved 2019-02-03.
  51. "Jaitley dismisses report of price escalation in Rafale deal as 'fudged arithmetic' - Times of India". The Times of India. Archived from the original on 2019-03-10. Retrieved 2019-02-03.
  52. DelhiDecember 14, India Today Web Desk New; December 14, 2018UPDATED:; Ist, 2018 17:24. "No objection to Rafale deal: Supreme Court dismisses PILs". India Today (in ଇଂରାଜୀ). Archived from the original on 2019-01-08. Retrieved 2019-02-03. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  53. Rautray, Samanwaya (2019-01-03). "Rafale ruling based on errors: Review plea in Supreme Court". The Economic Times. Archived from the original on 2019-02-07. Retrieved 2019-02-06.
  54. "Did the Supreme Court Get Its Facts Wrong on the CAG Report on Rafale?". The Wire. Archived from the original on 2019-02-07. Retrieved 2019-02-06.
  55. "Govt misled SC on Rafale deal, where is CAG report, asks Rahul Gandhi - Times of India". The Times of India. Archived from the original on 2019-03-23. Retrieved 2019-02-06.
  56. Khanna, Pretika (2018-12-14). "Rafale verdict: Congress demands JPC probe". www.livemint.com (in ଇଂରାଜୀ). Archived from the original on 2018-12-25. Retrieved 2019-02-06.
  57. "No setback, our stand has been vindicated, we want JPC: Congress on Rafale verdict". www.hindustantimes.com/ (in ଇଂରାଜୀ). 2018-12-14. Archived from the original on 2019-02-07. Retrieved 2019-02-06.
  58. Dharitri. "ୟୁପିଏଠାରୁ ଏନଡିଏ ରାଫାଲ ରାଜିନାମା ଶସ୍ତା: ସିଏଜି ରିପୋର୍ଟ". Dharitri.com (in ଇଂରାଜୀ). Archived from the original on 2019-02-16. Retrieved 2019-02-13.
  59. Purkayastha, Debasree (2018-05-26). "What is the Citizenship (Amendment) Bill, 2016?". The Hindu (in Indian English). ISSN 0971-751X. Archived from the original on 2018-11-27. Retrieved 2019-01-30.
  60. Das, Shaswati (2019-01-16). "Why citizenship amendment bill has created a row". www.livemint.com (in ଇଂରାଜୀ). Archived from the original on 2019-01-30. Retrieved 2019-01-30.
  61. KolkataJanuary 7, Manogya Loiwal; January 7, 2019UPDATED:; Ist, 2019 23:26. "Citizenship bill row: 70 organisations observe disgust day in Assam". India Today (in ଇଂରାଜୀ). Archived from the original on 2019-01-30. Retrieved 2019-01-30. {{cite web}}: |first3= has numeric name (help)CS1 maint: extra punctuation (link) CS1 maint: numeric names: authors list (link)
  62. "At Assam meet, 10 Northeast political parties, JD(U) oppose Citizenship Bill - Times of India". The Times of India. Archived from the original on 2019-01-29. Retrieved 2019-01-30.
  63. Chaturvedi, Rakesh Mohan (2018-12-24). "BJP, JDU, LJP finalise 17:17:6 seat sharing formula for Bihar Lok Sabha polls". The Economic Times. Archived from the original on 2019-01-25. Retrieved 2019-01-24.
  64. "Citing Hindutva and Pulwama, BJP & Sena agree on poll deal". The Indian Express (in Indian English). 2019-02-19. Archived from the original on 2019-02-18. Retrieved 2019-03-02.
  65. ୬୫.୦ ୬୫.୧ "ତାମିଲନାଡୁରେ କଂଗ୍ରେସ – ଡିଏମକେ ମେଣ୍ଟ". Sambad (in ଆମେରିକୀୟ ଇଂରାଜୀ). 2019-02-20. Archived from the original on 2019-02-25. Retrieved 2019-02-21.
  66. Agencies (2018-12-10). "RLSP Chief Upendra Kushwaha quits NDA, resigns as union minister". Business Standard India. Archived from the original on 2019-01-25. Retrieved 2019-01-25.
  67. "AGP quits NDA as Cabinet approves citizenship bill - Times of India â–º". The Times of India. Archived from the original on 2019-01-08. Retrieved 2019-01-25.
  68. "Morcha dumps BJP". telegraphindia.com (in ଇଂରାଜୀ). Archived from the original on 2019-01-25. Retrieved 2019-01-25.
  69. "Congress-NCP seal seat sharing agreement except for 6 Lok Sabha seats in Maharashtra". www.hindustantimes.com/ (in ଇଂରାଜୀ). 2018-12-22. Archived from the original on 2019-01-14. Retrieved 2019-01-24.
  70. Bureau, Samajalive. "ଉତ୍ତରପ୍ରଦେଶରେ ଏସ୍‍ପି-ବିଏସ୍‍ପି-ଆରଏଲଡି ଆସନ ଭାଗବଣ୍ଟା ଶେଷ | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-02-21.
  71. Dharitri. "ପ୍ରକାଶ ପାଇଲା ବିଜେଡି ପ୍ରାର୍ଥୀ ତାଲିକା: ହିଞ୍ଜିଳି ଓ ବିଜେପୁରରୁ ଲଢ଼ିବେ ନବୀନ". Dharitri.com (in ଇଂରାଜୀ). Archived from the original on 2019-03-21. Retrieved 2019-03-21.
  72. Bureau, Samaja Live. "ବାରଣାସୀରୁ ଲୋକ ସଭା ନିର୍ବାଚନ ଲଢିବେ ମୋଦୀ: ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷିତ | Samaja Live" (in ଆମେରିକୀୟ ଇଂରାଜୀ). Archived from the original on 2019-03-21. Retrieved 2019-03-21.
  73. "କଂଗ୍ରେସ ଘୋଷଣା କଲା ୬ ଲୋକ ସଭା ଏବଂ ୩୬ ବିଧାନ ସଭା ପାଇଁ ପ୍ରାର୍ଥୀ". Satya Patha (in ଆମେରିକୀୟ ଇଂରାଜୀ). 2019-03-19. Retrieved 2019-03-21.[permanent dead link]
  74. "ଓଡ଼ିଶାର ଆଉ ପାଞ୍ଚଟି ଲୋକ ସଭା ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି". Sambad (in ଆମେରିକୀୟ ଇଂରାଜୀ). 2019-03-23. Archived from the original on 2019-03-23. Retrieved 2019-03-23.
  75. Dharitri. "ପ୍ରକାଶ ପାଇଲା ଭାଜପାର ପ୍ରାର୍ଥୀ ତାଲିକା: ୨ ଲୋକ ସଭା, ୯ ବିଧାନ ସଭା". Dharitri.com (in ଇଂରାଜୀ). Archived from the original on 2019-03-26. Retrieved 2019-03-26.
  76. Dharitri. "ଲୋକ ସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା: ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, କେନ୍ଦ୍ରାପଡ଼ାରୁ ଲଢିବେ ଅନୁଭବ". Dharitri.com (in ଇଂରାଜୀ). Archived from the original on 2019-03-27. Retrieved 2019-03-27.
  77. Dharitri. "ଭାଜପାର ୩ ଲୋକ ସଭା, ୧୧ ବିଧାନ ସଭା ପ୍ରାର୍ଥୀ ଘୋଷିତ". Dharitri.com (in ଇଂରାଜୀ). Archived from the original on 2019-04-02. Retrieved 2019-04-02.
  78. Bureau, Samajalive (2019-05-24). "ଓଡ଼ିଶା ଲୋକ ସଭା ପ୍ରାର୍ଥୀଙ୍କ ବିଜୟ ତାଲିକା". Samaja Live (in ଆମେରିକୀୟ ଇଂରାଜୀ). Archived from the original on 2019-05-24. Retrieved 2019-05-24.
  79. Dharitri. "ତୀବ୍ର ହେବ ଢେଙ୍କାନାଳ ଲୋକ ସଭା ଲଢ଼େଇ, ୧୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ କେପି". Dharitri.com (in ଇଂରାଜୀ). Archived from the original on 2019-03-30. Retrieved 2019-03-30.
  80. Dharitri (2019-05-19). "ସାଧାରଣ ନିର୍ବାଚନ ୨୦୧୯ ବୁଥ ବାହୁଡା ମତ: କେନ୍ଦ୍ରରେ ପୁଣି ଫୁଟିପାରେ ପଦ୍ମ". dharitri (in ଆମେରିକୀୟ ଇଂରାଜୀ). Archived from the original on 2019-05-22. Retrieved 2019-05-20.
  81. Dharitri (2019-05-19). "ଓଡ଼ିଶାକୁ ନେଇ ଏକଜିଟ୍‌ ପୋଲ: ଭାଜପା କରିବ ଭଲ ପ୍ରଦର୍ଶନ". dharitri (in ଆମେରିକୀୟ ଇଂରାଜୀ). Archived from the original on 2019-05-22. Retrieved 2019-05-20.