ହେପାରିନ

ଉଇକିପିଡ଼ିଆ‌ରୁ
ହେପାରିନ
Clinical data
Pronunciation['hɛpərɪn]
HEP-ə-rin
AHFS/Drugs.commonograph
Pregnancy
category
Routes of
administration
IV, SQ
ATC code
Legal status
Legal status
Pharmacokinetic data
BioavailabilityErratic
MetabolismLiver
Elimination half-life1.5 hours
ExcretionUrine[୨]
Identifiers
CAS Number
PubChem CID
IUPHAR/BPS
DrugBank
ChemSpider
UNII
ChEMBL
ECHA InfoCard100.029.698 Edit this at Wikidata
Chemical and physical data
FormulaC12H19NO20S3
Molar mass12000–15000 g/mol
  • InChI=1S/C26H41NO34S4/c1-4(28)27-7-9(30)8(29)6(2-52-63(43,44)45)53-24(7)56-15-10(31)11(32)25(58-19(15)21(36)37)55-13-5(3-62(40,41)42)14(60-64(46,47)48)26(59-22(13)38)57-16-12(33)17(61-65(49,50)51)23(39)54-18(16)20(34)35/h5-19,22-26,29-33,38-39H,2-3H2,1H3,(H,27,28)(H,34,35)(H,36,37)(H,40,41,42)(H,43,44,45)(H,46,47,48)(H,49,50,51)/t5-,6+,7+,8+,9+,10+,11+,12-,13-,14+,15-,16-,17+,18+,19-,22-,23?,24+,25+,26-/m0/s1 checkY
  • Key:ZFGMDIBRIDKWMY-PASTXAENSA-N checkY
 ☒NcheckY (what is this?)  (verify)

ହେପାରିନ (ଇଂରାଜୀ ଭାଷାରେ Heparin, ବା ଅନଫ୍ରାକ୍‌ସନେଟେଡ ହେପାରିନ/unfractionated heparin (UFH), ଏକ ଆଣ୍ଟିକୋଆଗୁଲାଣ୍ଟ (blood thinner) ବା ସ୍କନ୍ଧନରୋଧୀ ଔଷଧ ।[୩] ଏହା ବିଶେଷତଃ ଡିପ ଭେନ ଥ୍ରମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆର୍ଟେରିଆଲ ଥ୍ରୋମ୍ବୋଏମ୍ବୋଲିଜ୍ମ (arterial thromboembolism) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷେଧ ଭାବରେ ବ୍ୟବ‌ହାର କରାଯାଏ । ହୃଦ୍‌ଘାତ ଓ ଅନସ୍ଟେବ୍ଲ ଆଞ୍ଜାଇନା (unstable angina) ରୋଗମାନଙ୍କରେ ମଧ୍ୟ ବ୍ୟବ‌ହାର କରାଯାଏ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୩] ଅନ୍ୟାନ୍ୟ ବ୍ୟବ‌ହାର ମଧ୍ୟରେ ଟେଷ୍ଟ ଟ୍ୟୁବ (test tube) ଓ ବୃକ୍‌କ ଡାଏଲିସିସ (kidney dialysis machines) ମେସିନରେ ବ୍ୟବ‌ହାର କରାଯାଏ ।[୪][୫]

ହେପାରିନର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା ଓ ଶୋଣଚକ୍ରିକା ସ୍ୱଳ୍ପତା ବା ଥ୍ରୋମ୍ବୋସାଇଟୋପେନିଆ (low blood platelets) ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାରିନ ପ୍ରବର୍ତ୍ତିତ ଥ୍ରୋମ୍ବୋସାଇଟୋପେନିଆ (heparin induced thrombocytopenia) ହୋଇପାରେ । ଧୀମା ବୃକ୍‌କ କାର୍ଯ୍ୟ (poor kidney function) ଥିଲେ ଅଧିକ ଯତ୍ନ ଆବଶ୍ୟକ ।[୩] ସ୍ତନ୍ୟପାନଗର୍ଭାବସ୍ଥାରେ ହେପାରିନ ବ୍ୟବ‌ହାର ଅପେକ୍ଷାକୃତ ନିରାପଦ ଜଣାଯାଏ ।[୬] ହେପାରିନ ଏକ ପ୍ରାକୃତିକ ଗ୍ଲାଇକୋସାମିନୋଗ୍ଲାଇକାନ (glycosaminoglycan) ପଦାର୍ଥ ।[୩][୪]

ସନ ୧୯୧୬ରେ ଆବିଷ୍କୃତ ହୋଇଥିଲା ।[୭] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୮] ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରତିଷେଧକ ଭାବରେ ବ୍ୟବ‌ହାର ହେଉଥିବା ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୯.୬୩ରୁ ୩୭.୯୫ ଆମେରିକୀୟ ଡଲାର ।[୯] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[୧୦] ଏକ ଫ୍ରାକ୍‌ସନେଟେଡ (fractionated) ହେପାରିନ ମଧ୍ୟ ମିଳେ ଯାହାକୁ ଲୋ ମଲିକ୍ୟୁଲାର ୱେଟ ହେପାରିନ (low molecular weight heparin) କୁହାଯାଏ ।[୧୧]

ଆଧାର[ସମ୍ପାଦନା]

  1. Heparin Sodium injection
  2. heparin. In: Lexi-Drugs Online [database on the Internet]. Hudson (OH): Lexi-Comp, Inc.; 2007 [cited 2/10/12]. Available from: http://online.lexi.com. subscription required to view.
  3. ୩.୦ ୩.୧ ୩.୨ ୩.୩ "Heparin Sodium". The American Society of Health-System Pharmacists. Retrieved 1 January 2016.
  4. ୪.୦ ୪.୧ "Heparin (Mucous ) Injection BP - Summary of Product Characteristics (SPC) - (eMC)". www.medicines.org.uk. September 2016. Retrieved 15 December 2016.
  5. McClatchey, Kenneth D. (2002). Clinical Laboratory Medicine (in ଇଂରାଜୀ). Lippincott Williams & Wilkins. p. 662. ISBN 9780683307511.
  6. "Heparin Pregnancy and Breastfeeding Warnings". drugs.com. Retrieved 15 January 2016.
  7. Li, Jie Jack; Corey, E. J. (2013). Drug Discovery: Practices, Processes, and Perspectives (in ଇଂରାଜୀ). John Wiley & Sons. p. 189. ISBN 9781118354469.
  8. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  9. "Heparin". International Drug Price Indicator Guide. Retrieved 8 December 2016.[permanent dead link]
  10. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.
  11. Rietschel, Robert L.; Fowler, Joseph F.; Fisher, Alexander A. (2008). Fisher's Contact Dermatitis (in ଇଂରାଜୀ). PMPH-USA. p. 142. ISBN 9781550093780.